Posted inଜାତୀୟ

ପୁଣି ଉପର ମୁହାଁ ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଏବେ ପୁଣି ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଉପରମୁହାଁ ହୋଇଛି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୬୮୧ ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୨୦୮ ଛୁଇଁଛି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଦେଶରେ ଏହି ସମୟ ମଧ୍ୟରେ କରୋନାରେ ୪୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୫୭୦ ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୮ ହଜାର ୩୦୩ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୫୪ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୪୨ ହଜାର ୯୨୩ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୧୩ ପ୍ରତିଶତରେ ପହଞ୍ଚିଛି।

ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାର ୯୨୮ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୭୬ କୋଟି ୫୭ ଲକ୍ଷ ୧୭ ହଜାର ୧୩୭ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୬୪ ଲକ୍ଷ ୫୧ ହଜାର ୪୨୩ ଜଣଙ୍କୁ ଟିକା ଦିଆଯାଇଛି।

ଅପରପକ୍ଷରେ ଇତିମଧ୍ୟରେ ୫୫ କୋଟିରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୫ ଲକ୍ଷରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୫ ଲକ୍ଷ ୬୦ ହଜାର ୪୭୪ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୩ ଲକ୍ଷ ୪୭ ହଜାର ୩୨୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ନାଁ କର୍ତ୍ତବ୍ୟ ସ୍ଥାନ ହେଉ: ଥରୁର

ନୂଆଦିଲ୍ଲୀ,୧୧ା୯: କେନ୍ଦ୍ର ସରକାର ନୂଆଦିଲ୍ଲୀ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିଛନ୍ତି। ରାଜପଥ ଭାରତର ଦାସତ୍ୱର ପ୍ରତୀକ ଥିଲା, ଯାହା ଏବେ ଇତିହାସ ହେଲା...

ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମ ନେଇଛନ୍ତି ୧୬ ଶିଶୁ !

ନୂଆଦିଲ୍ଲୀ,୨୨।୫: କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ମାସଠାରୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହି ସମୟରେ ବାହାର ରାଜ୍ୟରେ ରହୁଥିବା ଶ୍ରମିକମାନେ କାମଧନ୍ଦା ଅଭାବରୁ...

ମସ୍‌ଜିଦ ପ୍ରବେଶ ବନ୍ଦ କଲେ ଜିଲାପାଳ

ଔରଙ୍ଗାବାଦ, ୧୭ା୭ : ମହାରାଷ୍ଟ୍ରର ଜଲଗାଁଓ ଜିଲାରେ ଥିବା ଏକ ମସ୍‌ଜିଦ ପରିସରକୁ ପ୍ରବେଶ ଉପରେ ଜିଲାପାଳ ନିଷେଧାଦେଶ ଲଗାଇବା ପରେ ଏହାକୁ ବିରୋଧ କରି...

ତ୍ରିରଙ୍ଗା ଲଗାଇବା ସମୟରେ ଦୁର୍ଘଟଣା: ୩ ମୃତ

ଗ୍ୱାଲିୟର,୧୪ ।୮: ଆଉ କିଛି ଘଣ୍ଟା ପରେ ପାଳନ କରାଯିବ ଦେଶରେ ସ୍ୱାଧିନତା ଦିବସ । ସ୍ୱାଧିନତା ଦିବସ ପୂର୍ବରୁ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ଦୁଃଖଦ...

ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ହେଲେ ସମସ୍ତଙ୍କର ଜିନୋମ ସିକ୍ୟୁଏନସିଂ ଅସମ୍ଭବ

ନୂଆଦିଲ୍ଲୀ,୧୭ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମଣ । ଏହା ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ, ସ୍ୱାସ୍ଥ୍ୟକର୍ମୀ ସମସ୍ତଙ୍କ ପାଇଁ...

ମେଡିକାଲ କଲେଜରେ ସ୍ଥାନ ସଂରକ୍ଷରକୁ ନେଇ ମାୟାବତୀ କହିଲେ ଏହା ସରକାରଙ୍କ ନିର୍ବାଚନୀ ନିଷ୍ପତ୍ତି

ଲକ୍ଷ୍ନୌ,୩୦ ।୭: ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ଅଧ୍ୟକ୍ଷା ମାୟାବତୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମେଡିକାଲ କଲେଜରେ ଅଦର ବ୍ୟାକୱାର୍ଡ କ୍ଲାସେସ(ଓବିସି)ଙ୍କ ପାଇଁ ୨୭...

ମାସକରେ ବଢ଼ିଲାଣି ୧୦୦

ନୂଆଦିଲ୍ଲୀ,୨ା୩: କରୋନା ମହାମାରୀ ଯୋଗୁ ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଭଳି ସମୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ପେଟ୍ରୋଲ, ଡିଜେଲ ଓ...

ଆରମ୍ଭ ହେଲା କୃଷକଙ୍କ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ,୭ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରାୟ ୪୩ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ ।...

Advertisement
Archives

Model This Week