Posted inଖେଳ

ଭୁବନେଶ୍ୱର କୁମାରଙ୍କୁ ଇଂଲଣ୍ଡ ନ ନେବା ବଡ଼ ଭୁଲ

ନୂଆଦିଲ୍ଲୀ,୨୭।୬: ଦଳର ଶ୍ରେଷ୍ଠ ସୁଇଙ୍ଗ ବୋଲର ଭୁବନେଶ୍ୱର କୁମାରଙ୍କୁ ଇଂଲଣ୍ଡ ଗସ୍ତରେ ନ ନେବା ଭାରତୀୟ ଦଳର ସବୁଠୁ ବଡ଼ ଭୁଲ। ଏହାବାଦ୍‌ ଶାର୍ଦ୍ଦୁଳ ଠାକୁରଙ୍କୁ ୧୫ ଜଣିଆ ଦଳରେ ସାମିଲ ନ କରିବା ଭାରତୀୟ ଦଳକୁ ବିଶ୍ୱ ଟେଷ୍ଟ ଚମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ମହାଙ୍ଗା ପଡ଼ିଲା ବୋଲି କହିଛନ୍ତି ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂ। ଡବ୍ଲ୍ୟୁଟିସି ଫାଇନାଲର ପ୍ରଥମ ଦିନ ବର୍ଷା ଯୋଗୁ ଖେଳ ସମ୍ଭବ ହୋଇପାରି ନ ଥିଲା। କିନ୍ତୁ ଏହା ପେସରଙ୍କୁ ବେଶ୍‌ ସୁହାଇଥିଲା। ୧୫ ଜଣିଆ ଦଳରେ ଶାର୍ଦ୍ଦୁଳ ନ ଥିବାରୁ ତାଙ୍କୁ ବୋଲିଂ ଅଲରାଉଣ୍ଡର ଭାବେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ପାରି ନ ଥିଲା ବୋଲି ସେ ମତ ରଖିଛନ୍ତି।

ମ୍ୟାଚ୍‌ର ଦୁଇ ଦିନ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିବା ଉଚିତ ଥିଲା। କିନ୍ତୁ ବର୍ଷା ଯୋଗୁ ପିଚ୍‌ ପେସରଙ୍କୁ ସୁହାଇବ ଜାଣିବା ପରେ ମଧ୍ୟ ଦଳରେ ଆବଶ୍ୟକୀୟ ପରିବର୍ତ୍ତନ ନ କରାଯିବା ବଡ଼ ଭୁଲ। ଦଳରେ ସ୍ଥାନ ପାଇଥିଲା ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ। କାରଣ ଦୁହେଁ ବ୍ୟାଟିଂ କରିପାରିବେ। ମାତ୍ର ପେସ ବୋଲିଂ ସାଙ୍ଗକୁ ଭଲ ବ୍ୟାଟିଂ କରିପାରୁ ଥିବା ଶାର୍ଦ୍ଦୁଳଙ୍କୁ ୧୫ ଜଣିଆ ଦଳରେ ମଧ୍ୟ ସ୍ଥାନ ମିଳି ନ ଥିଲା। ଚୂଡ଼ାନ୍ତ ଏକାଦଶରେ ନହେଲେ ନାହିଁ, କିନ୍ତୁ ୧୫ ଜଣିଆ ଦଳରେ ସ୍ଥାନ ପାଇବା ପାଇଁ ସେ ହକ୍‌ଦାର ଥିଲେ ବୋଲି କହିଛନ୍ତି ସରନଦୀପ। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଐତିହାସିକ ବିଜୟ ସହ ଚୟନକର୍ତ୍ତା ଭାବେ ଶେଷ ହୋଇଥିଲା ସରନଦୀପଙ୍କ କାର୍ଯ୍ୟକାଳ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ନୂଆ ଲୁକ୍‌ରେ କିଙ୍ଗ୍‌ କୋହଲି, ‘ଆଇବ୍ରୋ କଟ୍‌’ ଦେଖି…

ନୂଆଦିଲ୍ଲୀ,୧୯।୩: ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି ବିରାଟ କୋହଲି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଜବରଦସ୍ତ ପ୍ରଦର୍ଶନ ଲାଗି ସେ...

ଆଇପିଏଲ୍‌ ୨୦୨୪ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସର ୩ ଖେଳାଳି ଆହତ: ଜଣେ ଷ୍ଟ୍ରେଚରରେ ଗଲେ

ନୂଆଦିଲ୍ଲୀ,୧୯।୩: ଆଇପିଏଲ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ। ଏହି ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇରେ ଖେଳାଯିବ। ଏଥିପାଇଁ...

ସର୍ଫରାଜ, ଜୁରେଲଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ

ନୂଆଦିଲ୍ଲୀ,୧୯ା୩: ବିସିସିଆଇର ଆପେକ୍ସ କାଉନସିଲ୍‌ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଧ୍ରୁବ ଜୁରେଲ ଓ ସର୍ଫରାଜ ଖାନଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି।...

ଅଭିଷେକ, ବିଶ୍ୱଭୂଷଣ, ଦିବ୍ୟଶକ୍ତିଙ୍କ ଶତକ

ଭୁବନେଶ୍ୱର,୧୯ା୩(ସରୋଜ ଜେନା): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଆରମ୍ଭ ହୋଇଥିବା ସିନିୟର ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟର ଦ୍ୱିତୀୟ ଦିନରେ ଭୁବନେଶ୍ୱର ଏ, ଇକୋର୍ସା,...

ବାଂଲାଦେଶ ସିରିଜ ବିଜୟୀ

ଚିଟ୍ଟାଗଙ୍ଗ, ୧୯ା୩ (ଏପି): ଶ୍ରୀଲଙ୍କା ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ବାଂଲାଦେଶ ୪ ଉଇକେଟରେ ବିଜୟ ହାସଲ କରିଛି। ଦଳ ଏଥିସହିତ ୩...

ଟାଇଟଲ ବଜାୟ ରଖିଲେ ଅଲ୍‌କାରାଜ

ଇଣ୍ଡିଆନ ଓ୍ବେଲ୍ସ, ୧୯ା୩ (ଏପି): କାର୍ଲୋସ ଅଲ୍‌କାରାଜ ବିଏନ୍‌ପି ପାରିବାସ ଓପନ୍‌ ଟେନିସ ଟାଇଟଲ ବଜାୟ ରଖିଛନ୍ତି। ଫାଇନାଲରେ ସେ ଡାନିଲ ମେଡଭେଡେଭଙ୍କୁ ୭-୬ (୫),...

ଆର୍‌ସିବି ଟ୍ରେନିଂ କ୍ୟାମ୍ପ୍‌ରେ କୋହଲି

ବେଙ୍ଗାଲୁରୁ,୧୮ା୩(ପି.ଟି.): ରବିବାର ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ସୁପରଷ୍ଟାର ବିରାଟ କୋହଲି ସୋମବାର ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଟ୍ରେନିଂ କ୍ୟାମ୍ପ୍‌ରେ ଯୋଗଦେଇଛନ୍ତି। ସୋମବାର କୋହଲି...

ଖୁସିରେ ଝୁମିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ନୂଆଦିଲ୍ଲୀ,୧୮।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ୨୦୨୪ ଟାଇଟଲ ଜିତି ଫ୍ରାଞ୍ଚାଇଜ ଟ୍ରଫି ମରୁଡ଼ିକୁ ସମାପ୍ତ କରିଛି। ପୁରୁଷ ଦଳ ଏପର୍ଯ୍ୟନ୍ତ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri