ବିଶ୍ବ ପାଇଁ ବଡ଼ ବିପଦ! ଏଆଇକୁ ଅସ୍ତ୍ର କରୁଛି ଉତ୍ତର କୋରିଆ, ସାଇବର ଆକ୍ରମଣ ନେଇ ଆଲର୍ଟ!

ନୂଆଦିଲ୍ଲୀ,୧୧।୮:ବିଶ୍ୱ ସାଇବର ସୁରକ୍ଷା କ୍ଷେତ୍ରରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର କୋରିଆର ସରକାରୀ ସହାୟତା ପ୍ରାପ୍ତ ହ୍ୟାକରମାନେ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର କରି ସୱୟଂଚାଳିତ ଭାବେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠାନ ଉପରେ ସାଇବର ଆକ୍ରମଣ କରୁଥିବା ଏକ ଆନ୍ତର୍ଜାତୀୟ ରିପୋର୍ଟରୁ ଜଣାପଡ଼ିଛି। ‘ଲାଜାରସ’, ‘କିମସୁକି’ ଏବଂ ‘ଆନ୍ଦାରିଏଲ’ ଭଳି ଦୁର୍ଦ୍ଦାନ୍ତ ହ୍ୟାକର ଗ୍ରୁପ ପୂର୍ବ ଭଳି ମାନୁଆଲ ହ୍ୟାକିଂ ବଦଳରେ ବର୍ତ୍ତମାନ ଏଆଇ ଟୁଲ୍ସ ଜରିଆରେ ଅତି ଦ୍ରୁତ ଏବଂ ଘାତକ ଶୈଳୀରେ ଏହି ଅପରାଧ ଘଟାଉଛନ୍ତି।
ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ମତରେ, ଉତ୍ତର କୋରିଆର ହ୍ୟାକରମାନେ ଏଆଇ ମାଧ୍ୟମରେ ନିମ୍ନଲିଖିତ ଉପାୟରେ ନିଜର ଶକ୍ତି ବଢ଼ାଉଛନ୍ତି:ସୱୟଂଚାଳିତ କୋଡିଂ: ମଣିଷଙ୍କ ତୁଳନାରେ ଏଆଇ ଟୁଲ୍ସ ବ୍ୟବହାର କରି ମାତ୍ର କେଇ ସେକେଣ୍ଡରେ ଜଟିଳ ମାଲୱେର କୋଡ (କମ୍ପ୍ୟୁଟର ଭାଇରସ) ପ୍ରସ୍ତୁତ କରାଯାଉଛି।
ବିଭିନ୍ନ ଆନ୍ତର୍ଜାତୀୟ ଭାଷାରେ ବିନା କୌଣସି ବ୍ୟାକରଣଗତ ତ୍ରୁଟିରେ ଅବିକଳ ଅସଲି ଭଳି ଦେଖାଯାଉଥିବା ନକଲି ଇମେଲ ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ବଡ଼ ବଡ଼ ଅଫିସର ମଧ୍ୟ ଭ୍ରମିତ ହୋଇ ନିଜର ଗୁପ୍ତ ତଥ୍ୟ ଦେଇଦେଉଛନ୍ତି।ସୁରକ୍ଷା ବଳୟ ଭେଦ କରିବା: ପାରମ୍ପରିକ ଆଣ୍ଟିଭାଇରସ ସଫ୍ଟୱେର୍‌ ଯେପରି ଧରି ନପାରିବ, ସେଥିପାଇଁ ଏଆଇ ସାହାଯ୍ୟରେ ମାଲୱେରର ରୂପ ବଦଳାଇ ଦିଆଯାଉଛି। ରିପୋର୍ଟ ଅନୁଯାୟୀ, ଏହି ହ୍ୟାକରମାନଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ବିଶ୍ୱର ବଡ଼ ବଡ଼ କ୍ରିପ୍ଟୋକରେନ୍ସି ପ୍ଲାଟଫର୍ମ। ଏଆଇ ସାହାଯ୍ୟରେ କ୍ରିପ୍ଟୋ ନେଟୱର୍କକୁ ହ୍ୟାକ କରି କୋଟି କୋଟି ଟଙ୍କାର ଡିଜିଟାଲ ସମ୍ପତ୍ତି ଚୋରି କରାଯାଉଛି, ଯାହାକୁ ଉତ୍ତର କୋରିଆ ନିଜର ସାମରିକ ପାଣ୍ଠି ପାଇଁ ବ୍ୟବହାର କରୁଛି। ଏହା ବ୍ୟତୀତ ବିଦେଶୀ ସାମରିକ ପ୍ରଯୁକ୍ତିବିଦ୍ୟା, ମହାକାଶ ଗବେଷଣା ତଥ୍ୟ ଏବଂ ବିଦ୍ୟୁତ୍ ତଥା ଜଳ ଯୋଗାଣ ଭଳି ଜରୁରୀକାଳୀନ ଭିତ୍ତିଭୂମିର ନେଟୱର୍କକୁ ମଧ୍ୟ ହ୍ୟାକରମାନେ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛନ୍ତି।
ଏହି ବଡ଼ ବିପଦକୁ ଦୃଷ୍ଟିରେ ରଖି ମାଇକ୍ରୋସଫ୍ଟ ଏବଂ ଓପନ-ଏଆଇ ଭଳି ବିଶ୍ୱର ଅଗ୍ରଣୀ କମ୍ପାନୀଗୁଡ଼ିକ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଉତ୍ତର କୋରିଆର ହ୍ୟାକରମାନେ ସେମାନଙ୍କର ଲାର୍ଜ ଲାଙ୍ଗୁଏଜ ମଡେଲର ଅପବ୍ୟବହାର କରୁଥିବା ଜାଣିବା ପରେ ସେହି ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରି ସମ୍ପୂର୍ଣ୍ଣ ରୂପେ ବ୍ୟାନ ବା ଅଚଳ କରିଦିଆଯାଇଛି। ସାଇବର ସୁରକ୍ଷା ସଂସ୍ଥାଗୁଡ଼ିକ ବର୍ତ୍ତମାନ ଏହି ଏଆଇ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନକୁ ଏଆଇ-ଆଧାରିତ ଆଧୁନିକ ସୁରକ୍ଷା ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

ପ୍ରଥମ ‘ଟେଷ୍ଟ ଟ୍ୱେଣ୍ଟି’ ଟାଇଟଲ୍ ଜିତିଲା ସାଉଥ୍ ଏସିଆ, ବୋଲିଂରେ କମାଲ କଲେ କୋହଲିଙ୍କ ଭଣଜା

ନୂଆଦିଲ୍ଲୀ,୨୯।୧୧ ରାଜକୁମାର ଶର୍ମାଙ୍କ ମାର୍ଗଦର୍ଶନରେ ଖେଳୁଥିବା ସାଉଥ୍ ଏସିଆ ଟିମ୍ ପ୍ରଥମ ଟେଷ୍ଟ ଟ୍ୱେଣ୍ଟି ଟୁର୍ନାମେଣ୍ଟର ଟାଇଟଲ୍ ଜିତିଛି । ରବିବାର ଫାଇନାଲ୍ ମ୍ୟାଚ୍‌ରେ ଏବି ଡି’ଭିଲିୟର୍ସଙ୍କ…

ବିଜେଡିର ବରିଷ୍ଠ ନେତ୍ରୀଙ୍କ ପରଲୋକ, ଭବାନୀପାଟଣାରେ ଶୋକର ଛାୟା

ଭବାନୀପାଟଣା, ୨୯।୧୧ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ତଥା ଭବାନୀପାଟଣା ନଗର ସଭାନେତ୍ରୀ ସୁତପା ବହିଦାରଙ୍କ ପରଲୋକ ଘଟିଛି…

ଷ୍ଟାଲିନଙ୍କୁ ମନାଇବାରେ ବିଫଳ INDIA ମେଣ୍ଟ! କହିଲେ ଡିଲିମିଟେସନ ବିଲ୍‌କୁ ସମର୍ଥନ ନିଷ୍ପତ୍ତିରେ…

ଚେନ୍ନାଇ,୨୯।୧୧ : ସଂସଦରେ ସୀମା ନିର୍ଦ୍ଧାରଣ ବିଲକୁ ଡିଏମ୍‌କେ ସମର୍ଥନ କରିବ ବୋଲି ଘୋଷଣା କରିବାର ଦିନକ ପରେ ଚେନ୍ନାଇରେ ଦଳର ମୁଖ୍ୟ ଏମ୍‌କେ ଷ୍ଟାଲିନଙ୍କୁ ଭେଟିଛନ୍ତି…

LIVE ମ୍ୟାଚ୍‌ରେ ମୁହାଁମୁହିଁ ଜେମି ଓଭରଟନ୍‌-ମିଚେଲ ମାର୍ଶ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୯।୧୧: ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକର ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଏହି ବିଜୟ ସହ ୫ ମ୍ୟାଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?