Posted inଖେଳ

LIVE ମ୍ୟାଚ୍‌ରେ ମୁହାଁମୁହିଁ ଜେମି ଓଭରଟନ୍‌-ମିଚେଲ ମାର୍ଶ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୯।୧୧: ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକର ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଏହି ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୩-୧ରେ ଅପରାଜେୟ ଅଗ୍ରଣୀ ହାସଲ କରିଛି ଇଂଲଣ୍ଡ । ତେବେ ମ୍ୟାଚ୍‌ରେ ଜେମି ଓଭରଟନ୍‌ ଓ ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶଙ୍କ ମଧ୍ୟରେ ହୋଇଥିବା ତୀବ୍ର ବଚସା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୧୮୧ ରନ୍‌ କରିଥିଲା। ଏକ ସମୟରେ ଦଳ ମାତ୍ର ୩୨ ରନ୍‌ରେ ୪ଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ସାମ୍‌ କରନ୍‌ଙ୍କ ଦମ୍‌ଦାର ଅର୍ଦ୍ଧଶତକ ଦଳକୁ ସମ୍ଭାଳିଥିଲା। ଶେଷ ଆଡ଼କୁ ଜେମି ଓଭରଟନ୍‌ ମାତ୍ର ୯ଟି ବଲ୍‌ରୁ ୩ଟି ଛକା ସହ ୨୦ ରନ୍‌ କରି ଦଳର ସ୍କୋରକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ।

ତେବେ ଇଂଲଣ୍ଡ ପାଳିର ଶେଷ ଓଭରର ତୃତୀୟ ବଲ୍‌ ପରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଓଭରଟନ୍‌ । ତାଙ୍କ ମତରେ ବଲ୍‌ଟି ୱାଇଡ୍‌ ହେବା ଉଚିତ ଥିଲା। କିନ୍ତୁ ଅମ୍ପାୟାର ଏହାକୁ ୱାଇଡ୍‌ ଘୋଷଣା କରିନଥିଲେ। ଏହାକୁ ନେଇ ଓଭରଟନ୍‌ ରାଗିଯାଇଥିଲେ ଏବଂ ବୋଲରଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶଙ୍କ ସହ ମଧ୍ୟ ତାଙ୍କର ତୀବ୍ର ବଚସା ହୋଇଥିଲା।

ମ୍ୟାଚ୍‌ରେ ଓଭରଟନ୍‌ଙ୍କ ଆକ୍ରମଣାତ୍ମକ ମନୋଭାବ ଏତିକିରେ ସୀମିତ ରହିନଥିଲା। ବୋଲିଂ କରିବା ସମୟରେ ମଧ୍ୟ ସେ ରାଗିଥିବା ଦେଖିବାକୁ ମିଳିଥିଲା। ଜଣେ ଅଷ୍ଟ୍ରେଲୀୟ ବ୍ୟାଟରଙ୍କ ସହ ମଧ୍ୟ ମୁହାଁମୁହିଁ ହେବାକୁ ଉଦ୍ୟମ କରିଥିଲେ। ତେବେ ତାଙ୍କର ୯ ବଲ୍‌ରୁ ୨୦ ରନ୍‌ର ଇନିଂସ ଇଂଲଣ୍ଡର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ମିଚେଲ ମାର୍ଶ ଧୂଆଁଧାର ବ୍ୟାଟିଂ କରିଥିଲେ । ସେ ମାତ୍ର ୫୭ଟି ବଲ୍‌ରୁ ୯ଟି ଛକା ଓ ୯ଟି ଚୌକା ସହ ୧୧୯ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ । କିନ୍ତୁ ଅନ୍ୟ ବ୍ୟାଟରଙ୍କଠାରୁ ଆଶାନୁରୂପ ସହଯୋଗ ନମିଳିବାରୁ ଅଷ୍ଟ୍ରେଲିଆ ଲକ୍ଷ୍ୟଠାରୁ ପଛରେ ରହିଯାଇଥିଲା। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଏହା ପରେ ଲଗାତାର ତିନୋଟି ମ୍ୟାଚ୍‌ ଜିତି ସିରିଜ୍‌କୁ ନିଜ କବ୍‌ଜାକୁ ନେଇଛି ଇଂଲଣ୍ଡ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ଟୁର୍ନାମେଣ୍ଟ: ଉଦଳା ମହାବିଦ୍ୟାଳୟ ଚାମ୍ପିୟନ

ଝାରପୋଖରିଆ,୨୯ା୧୧(ସୁଧୀର କୁମାର ମହାନ୍ତ)- ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦା ଆନୁକୂଲ୍ୟରେ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ କ୍ରୀଡ଼ା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।…

Featured Video Play Icon

ବିକାଶ ସହ ଜଙ୍ଗଲ ଜୀବଜନ୍ତୁଙ୍କ କଥା ଚିନ୍ତା କରିବା ଦରକାର : ତଥାଗତ ସତପଥୀ

Dharitri Youth Conclave 2026 କାର୍ଯ୍ୟକ୍ରମରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ପରିବେଶ, ଜଙ୍ଗଲ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ବିଷୟରେ…

ଟ୍ରକ ଚାପାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ସାଲେପୁର,୨୯।୧୧: କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ କଟରପଡ଼ା ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ସ୍ତ୍ରୀ,ସ୍ବାମୀଙ୍କ ମୃତ୍ୟୁ ଘଟିଛି। ଖବର…

ସୀମା ନିର୍ଦ୍ଧାରଣ ବିଲ୍; ଷ୍ଟାଲିନଙ୍କୁ ଆଲିଙ୍ଗନ କରି ଏଭଳି କହିଲେ ରାହୁଲ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୧୧: ଦେଶରେ ଲୋକ ସଭା ଆସନର ପୁନଃବଣ୍ଟନ ଅର୍ଥାତ୍‌ ସୀମା ନିର୍ଦ୍ଧାରଣ ବିଲକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ଏହାରି ମଧ୍ୟରେ ରବିବାର ଚେନ୍ନାଇରୁ…

ଚାରି ଶିଶୁଙ୍କ ଜୀବନ ବଞ୍ଚାଇ ନିଜେ ପୋଖରୀରେ ବୁଡ଼ିଗଲେ ମହିଳା, ଗ୍ରାମରେ ଶୋକର ଛାୟା

ପାପଡାହାଣ୍ଡି,୨୯।୧୧(ସ୍ବପ୍ନଜିତ ପଟ୍ଟନାୟକ) : ନିଜ ଜୀବନକୁ ବାଜି ଲଗାଇ ଚାରି ଜଣ କୁନି କୁନି ଶିଶୁଙ୍କ ଜୀବନ ବଞ୍ଚାଇଲେ ମହିଳା । ହେଲେ ଶେଷରେ ନିଜ ଜୀବନ…

ଚହଲଙ୍କ ପରେ ଏବେ ଭାଜପାରେ ଯୋଗଦେବେ କି ମହମ୍ମଦ ଶାମି? ନୀତିନ ନବୀନଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟର ମହମ୍ମଦ ଶାମି ରବିବାର ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଭାଜପାର କୁଁୱର ବାସିତ…

୨୯୨ଟି ବଲ ପରେ ସଫଳତା ପାଇଲେ ଯଶପ୍ରୀତ ବୁମରା; ଟମ ଲାଥମଙ୍କ ୱିକେଟ ନେବା ପରେ ଦେଲେ ଏକ ଚମତ୍କାର ମନ୍ତବ୍ୟ

ନୂଆଦିଲ୍ଲୀ,୨୯।୧୧: ଜସପ୍ରୀତ ବୁମରା ସେହି ବୋଲରମାନଙ୍କ ମଧ୍ୟରେ ଗଣାଯାଆନ୍ତି, ଯେଉଁମାନେ ନିଜର ବିସ୍ଫୋରକ ବୋଲିଂ ଦ୍ୱାରା ଯେକୌଣସି ବ୍ୟାଟିଂ ଲାଇନ-ଅପକୁ ଅଡୁଆରେ ପକାଇବାର କ୍ଷମତା ରଖନ୍ତି। ତେବେ,…

ନିଜର ସମସ୍ତ ପରିବାର ତଥା ଆତ୍ମୀୟସ୍ବଜନଙ୍କ ସହ ସମ୍ପର୍କ ଛିନ୍ନ କଲେ ପବନ ସିଂହ; ନିଜ ମା’ ଏବଂ ଭାଇଙ୍କ ଉଦ୍ଦେଶ୍ୟରେ ଲେଖିଲେ ଭାବପ୍ରବଣ ପୋଷ୍ଟ

ପାଟନା,୨୯।୧୧: ଭୋଜପୁରୀ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ତଥା ଗାୟକ ପବନ ସିଂହ, ନିଜ ପାରିବାରିକ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଚର୍ଚ୍ଚାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?