ଶ୍ରାବଣରେ ହେଲାନି ସ୍ବାଭାବିକ

ଛେଣ୍ଡିପଦା,୨୦ା୮(ସ୍ବ.ପ୍ର.) ଶ୍ରାବଣ ସରିବା ଉପରେ। ହେଲେ ମୁଷଳ ଧାରାରେ ତ ଦୂରର କଥା ସ୍ବାଭାବିକ ପରିମାଣର ବର୍ଷା ଏଯାଏ ହୋଇନାହିଁ। ଫଳରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଚାଷ କାର୍ଯ୍ୟ ଆଗେଇପାରୁ ନାହିଁ। ବିଲରେ ପଡ଼ିଥିବା ତଳି ସବୁ ଜଳିଯିବାକୁ ବସିଥିବାରୁ ଏଥର ଚାଷର ଭବିଷ୍ୟତକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ସ୍ଥିତିକୁ ଦେଖି କୃଷି ବିଭାଗ ମଧ୍ୟ ଆଶା ଛାଡ଼ି ଦେଲାଣି।
ଛେଣ୍ଡିପଦା ବ୍ଲକରେ ମୋଟ ୩୫ ହଜାର ୮୦୬ ହେକ୍ଟର ଚାଷ ଉପଯୋଗୀ ଜମି ରହିଛି। ସେଥିରୁ ୧୨ ହଜାର ୪୬୩ ହେକ୍ଟରରେ ଧାନ ଚାଷ ହୋଇଥାଏ। ୬ ହଜାର ୭୪୯ ହେକ୍ଟରରେ ବୁଣା ଓ ୫ ହଜାର ୭୧୪ ହେକ୍ଟରରେ ତଳି ରୁଆଯାଇଥାଏ। କିନ୍ତୁ ଚଳିତବର୍ଷ ଆବଶ୍ୟକ ବର୍ଷା ଅଭାବରୁ ଏଯାଏ ୭୫୨୪ ହେକ୍ଟରରେ ଚାଷ ହୋଇପାରିଛି। ଆହୁରି ୪ ହଜାର ୯୩୯ ହେକ୍ଟର ଜମି ପଡ଼ିଆ ପଡ଼ିଛି। ଚାଷ କାର୍ଯ୍ୟ ନିମନ୍ତେ ଯେଉଁ ପରିମାଣର ବର୍ଷା ଆବଶ୍ୟକ ତାହା ଚଳିତବର୍ଷ ଆରମ୍ଭରୁ ଦେଖାଯାଇ ନାହିଁ। ଗତ ଏପ୍ରିଲରେ ୧୨ ଦିନ ବର୍ଷା ହୋଇଥିଲେ ମଧ୍ୟ ତାହାର ପରିମାଣ ମାତ୍ର ୫.୬ ମିଲିଲିଟର। ସେହିପରି ମେ’ରେ ୧୭୧.୬ ମିଲିଲିଟର, ଜୁନରେ ୧୦୪.୮ ମିଲିଲିଟର ବର୍ଷା ହୋଇଛି। ସାଧାରଣତଃ ଜୁଲାଇରୁ ଚାଷୀ ରୁଆ ଓ ବେଉଷଣ ଆରମ୍ଭ କରିଥାଏ। ଏଥିପାଇଁ ଏହି ମାସରେ ୨୦୦ରୁ ୨୫୦ ମିଲିଲିଟର ବର୍ଷା ଆବଶ୍ୟକ। କିନ୍ତୁ ୧୭୭ ମିଲିଲିଟର ବର୍ଷା ହୋଇଥିବାରୁ ଆରମ୍ଭରୁ ହିଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ନିଅଣ୍ଟିଆ ବର୍ଷା ଅଗଷ୍ଟରେ ଭରଣା ହେବ ବୋଲି ଚାଷୀମାନେ ଅନୁମାନ କରୁଥିଲେ ମଧ୍ୟ ତାହା ହୋଇନାହିଁ। ଏହି ମାସରେ ୪୨୧.୬୬ ମିଲିଲିଟିର ବର୍ଷା ହେବା କଥା। କିନ୍ତୁ ମାସ ଶେଷ ହେବାକୁ ବସିଥିବାବେଳେ ଏଯାଏ ୧୭୭ ମିଲିଲିଟର ବୃଷ୍ଟି ରେକର୍ଡ କରାଯାଇଛି। ନିଅଣ୍ଟିଆ ବର୍ଷା ସହ ଜଳସେଚନ ଅଭାବରୁ ବିଲରେ ପଡ଼ିଥିବା ତଳିସବୁ ଜଳିଯିବାକୁ ବସିଛି। ସପ୍ତାହେ ମଧ୍ୟରେ ବର୍ଷା ପରିମାଣ ସ୍ବାଭାବିକ ନ ରହିଲେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯିବା ସମ୍ଭାବନା ରହିଛି। ବ୍ଲକ କୃଷି ବିଭାଗ ମଧ୍ୟ ସ୍ଥିତି ମରୁଡ଼ି ମୁହଁା ହେଉଥିବା ଆଶଙ୍କା କରୁଛି। ଅନ୍ୟପକ୍ଷରେ ଜଳସେଚନର ସୁବିଧା ପାଇଁ କଣଲୋଇ ଠାରେ ଗାଢା ଜଳସେଚନ ପ୍ରକଳ୍ପ, ପାତ୍ରପଡା ଠାରେ ମାଦେଳିଆ ଏବଂ ବାଗଡିଆ ଠାରେ ବାଲିବନ୍ଧ ଜଳସେଚନ ପ୍ରକଳ୍ପ ରହିଛି। ହେଲେ ଏଥିରୁ ବାହାରିଥିବା କେନାଲଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଚାଷୀଙ୍କ ଜମି ନିକଟରେ ପାଣି ପହଞ୍ଚିପାରୁ ନାହିଁ। ଚାଷୀମାନେ ବର୍ଷ ବର୍ଷ ଧରି ଜଳକର ଦେଉଥିବା ବେଳେ ଜଳସେଚନ ବିଭାଗ କେନାଲ ମରାମତି କରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଛେଣ୍ଡିପଦା ବ୍ଲକକୁ ମରୁଡ଼ି ଘୋଷଣା କରିବାକୁ ଚାଷୀମାନେ ଦାବି କରିଛନ୍ତି।
ବର୍ଷକର ଆୟ ହରାଇବୁ
ଅଗଷ୍ଟ ମାସ ସରିବାକୁ ବସିଲାଣି। ଏପର୍ଯ୍ୟନ୍ତ ଧାନ ରୁଆ, ବେଉଷଣ ହୋଇପାରିଲା ନାହିଁ। କେବେ ଆବଶ୍ୟକ ପରିମାଣର ବର୍ଷା ହେବ ଓ ଚାଷ କାର୍ଯ୍ୟ ଶେଷ ହେବ, ତାହାକୁ ନେଇ ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷ ଚାଷ କାର୍ଯ୍ୟ ହୋଇ ନ ପାରିଲେ ଚାଷୀ ବର୍ଷକର ଆୟ ହରାଇବ।
-ଗଣ ମାଝି, ଚାଷୀ, କଙ୍କୁରପାଳ
ଆଉ ଚାଷ ହୋଇପାରିବ ନାହିଁ
ସ୍ବଳ୍ପ ବୃଷ୍ଟିପାତ କାରଣରୁ ବେଉଷଣ କରିବା କଷ୍ଟକର ହୋଇପଡିଛି। ଅନେକ ସ୍ଥାନରେ ମାଟି ଫାଟି ଆଁ କରି ରହିଛି। ପ୍ରତିବର୍ଷ ଚାଷ କାର୍ଯ୍ୟ ଅଗଷ୍ଟ ମାସ ସୁଦ୍ଧା ସରି ଯାଇଥାଏ। କିନ୍ତୁ ଏବର୍ଷ ସ୍ଥିତିକୁ ଦେଖି ଲାଗୁଛି, ଆଗକୁ ବର୍ଷା ହେଲେ ମଧ୍ୟ ଚାଷ ହୋଇପାରିବ ନାହିଁ।
-ସୁଧାକର ବେହେରା, ଚାଷୀ, ବ୍ରାହ୍ମଣବିଲ
ଠିକ୍‌ ସୂଚନା ମିଳୁନି
ଚାଷ ପାଇଁ ପାଣିପାଗ କିପରି ରହିବ, ଚାଷୀ ଧାନ ନା ଅନ୍ୟ ଫସଲ କରିବେ ସେ ନେଇ କୃଷି ବିଭାଗ ପକ୍ଷରୁ ଠିକ୍‌ ସୂଚନା ଯୋଗାଇ ଦିଆଯାଉ ନାହିଁ। ଫଳରେ ବର୍ଷାକୁ ଅପେକ୍ଷା କରି ଚାଷ ସମୟ ଗଡ଼ିଯାଉଛି। ତେଣୁ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ।
-ସୁଦୀପ୍ତ କୁମାର ପ୍ରଧାନ, ଗ୍ରାମ ଉପସଭାପତି, ଛେଣ୍ଡିପଦା
ଅଯଥାରେ ଜଳକର ଦେଉଛୁ
ଚାଷ ଜମିକୁ ଜଳସେଚିତ କରିବା ନିମନ୍ତେ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପରୁ କେନାଲ ବ୍ୟବସ୍ଥା ରହିଛି। ପ୍ରତିବର୍ଷ ସରକାର ଜଳକର ଆଦାୟ କରୁଛନ୍ତି। ହେଲେ ବର୍ଷ ବର୍ଷ ଧରି କେନାଲ ମରାମତି ହେଉ ନ ଥିବାରୁ ଜମିଯାଏ ଜଳ ପହଞ୍ଚିପାରୁ ନାହିଁ। ଅଭିଯୋଗ କଲେ ଗୁରୁତ୍ୱ ଦିଆଯାଉ ନାହିଁ।
-ଅବିନ ସାହୁ,ଚାଷୀ, ଖମାର
ଧାନ ଛାଡ଼ି ତୈଳବୀଜ ଚାଷ କରନ୍ତୁ
ବର୍ଷା ଯେପରି ହେଉଛି, ଧାନ ଚାଷ ନିଶ୍ଚିତ ପ୍ରଭାବିତ ହେବ। ଆଗକୁ ଯଦି ବର୍ଷା ହୁଏ, ମାତ୍ର ୨୦ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ। ତେଣୁ ଅନ୍ୟମାନେ ଧାନ ଚାଷ ପାଇଁ ଆଉ ବର୍ଷାକୁ ଅପେକ୍ଷା ନ କରି ତୈଳବୀଜ ଚାଷ କଲେ ଆର୍ଥିକ ସ୍ଥିତି ସୁଧୁରିପାରିବ।
– ବିନୋଦ କୁମାର ଦଳେଇ, ବ୍ଲକ କୃଷି ଅଧିକାରୀ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ, କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର,୨୯।୧୧: ଓଡିଶାରେ ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ। ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ କଲରା ପତରିଆ ବାଘର ରୋମାଞ୍ଚକର ଦୃଶ୍ୟ...

ସରକାରଙ୍କ ସହ ଆଲୋଚନା ସଫଳ, ବସ୍ ଧର୍ମଘଟ ପ୍ରତ୍ୟାହାର

ଭୁବନେଶ୍ୱର,୨୯।୧୧: ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ଅଲ ଓଡିଶା ଘରୋଇ ବସ ସଂଘ। ବୁଧବାର ସନ୍ଧ୍ୟାରେ...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ରସୁଲଗଡ଼ରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚଢ଼ିଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।...

ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି 

ଭୁବନେଶ୍ବର,୨୯।୧୧: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ମଙ୍ଗଳବାର...

ସୁଦୃଶ୍ୟ ହେଲା ଲଘୁଚାପ : ୧ରୁ ସମୁଦ୍ର ଅଶାନ୍ତ

ଭୁବନେଶ୍ୱର,୨୯।୯: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ...

ଡିଲେଶ୍ୱର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’

ଭୁବନେଶ୍ୱର,୨୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ) : ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ...

ସଡ଼କ ଦୁର୍ଘଟଣାରେ ଲାଗୁନି ବ୍ରେକ୍‌

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ସଡ଼କ ଦୁର୍ଘଟଣାରେ ଚାଲିଯାଉଛି ବହୁମୂଲ୍ୟ ଜୀବନ। ଉଜୁଡ଼ିଯାଉଛି ଘରସଂସାର। ଅନାଥ ହୋଇଯାଉଛନ୍ତି ପରିବାର। ରାଜ୍ୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri