ଶ୍ରାବଣରେ ହେଲାନି ସ୍ବାଭାବିକ

ଛେଣ୍ଡିପଦା,୨୦ା୮(ସ୍ବ.ପ୍ର.) ଶ୍ରାବଣ ସରିବା ଉପରେ। ହେଲେ ମୁଷଳ ଧାରାରେ ତ ଦୂରର କଥା ସ୍ବାଭାବିକ ପରିମାଣର ବର୍ଷା ଏଯାଏ ହୋଇନାହିଁ। ଫଳରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଚାଷ କାର୍ଯ୍ୟ ଆଗେଇପାରୁ ନାହିଁ। ବିଲରେ ପଡ଼ିଥିବା ତଳି ସବୁ ଜଳିଯିବାକୁ ବସିଥିବାରୁ ଏଥର ଚାଷର ଭବିଷ୍ୟତକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ସ୍ଥିତିକୁ ଦେଖି କୃଷି ବିଭାଗ ମଧ୍ୟ ଆଶା ଛାଡ଼ି ଦେଲାଣି।
ଛେଣ୍ଡିପଦା ବ୍ଲକରେ ମୋଟ ୩୫ ହଜାର ୮୦୬ ହେକ୍ଟର ଚାଷ ଉପଯୋଗୀ ଜମି ରହିଛି। ସେଥିରୁ ୧୨ ହଜାର ୪୬୩ ହେକ୍ଟରରେ ଧାନ ଚାଷ ହୋଇଥାଏ। ୬ ହଜାର ୭୪୯ ହେକ୍ଟରରେ ବୁଣା ଓ ୫ ହଜାର ୭୧୪ ହେକ୍ଟରରେ ତଳି ରୁଆଯାଇଥାଏ। କିନ୍ତୁ ଚଳିତବର୍ଷ ଆବଶ୍ୟକ ବର୍ଷା ଅଭାବରୁ ଏଯାଏ ୭୫୨୪ ହେକ୍ଟରରେ ଚାଷ ହୋଇପାରିଛି। ଆହୁରି ୪ ହଜାର ୯୩୯ ହେକ୍ଟର ଜମି ପଡ଼ିଆ ପଡ଼ିଛି। ଚାଷ କାର୍ଯ୍ୟ ନିମନ୍ତେ ଯେଉଁ ପରିମାଣର ବର୍ଷା ଆବଶ୍ୟକ ତାହା ଚଳିତବର୍ଷ ଆରମ୍ଭରୁ ଦେଖାଯାଇ ନାହିଁ। ଗତ ଏପ୍ରିଲରେ ୧୨ ଦିନ ବର୍ଷା ହୋଇଥିଲେ ମଧ୍ୟ ତାହାର ପରିମାଣ ମାତ୍ର ୫.୬ ମିଲିଲିଟର। ସେହିପରି ମେ’ରେ ୧୭୧.୬ ମିଲିଲିଟର, ଜୁନରେ ୧୦୪.୮ ମିଲିଲିଟର ବର୍ଷା ହୋଇଛି। ସାଧାରଣତଃ ଜୁଲାଇରୁ ଚାଷୀ ରୁଆ ଓ ବେଉଷଣ ଆରମ୍ଭ କରିଥାଏ। ଏଥିପାଇଁ ଏହି ମାସରେ ୨୦୦ରୁ ୨୫୦ ମିଲିଲିଟର ବର୍ଷା ଆବଶ୍ୟକ। କିନ୍ତୁ ୧୭୭ ମିଲିଲିଟର ବର୍ଷା ହୋଇଥିବାରୁ ଆରମ୍ଭରୁ ହିଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ନିଅଣ୍ଟିଆ ବର୍ଷା ଅଗଷ୍ଟରେ ଭରଣା ହେବ ବୋଲି ଚାଷୀମାନେ ଅନୁମାନ କରୁଥିଲେ ମଧ୍ୟ ତାହା ହୋଇନାହିଁ। ଏହି ମାସରେ ୪୨୧.୬୬ ମିଲିଲିଟିର ବର୍ଷା ହେବା କଥା। କିନ୍ତୁ ମାସ ଶେଷ ହେବାକୁ ବସିଥିବାବେଳେ ଏଯାଏ ୧୭୭ ମିଲିଲିଟର ବୃଷ୍ଟି ରେକର୍ଡ କରାଯାଇଛି। ନିଅଣ୍ଟିଆ ବର୍ଷା ସହ ଜଳସେଚନ ଅଭାବରୁ ବିଲରେ ପଡ଼ିଥିବା ତଳିସବୁ ଜଳିଯିବାକୁ ବସିଛି। ସପ୍ତାହେ ମଧ୍ୟରେ ବର୍ଷା ପରିମାଣ ସ୍ବାଭାବିକ ନ ରହିଲେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯିବା ସମ୍ଭାବନା ରହିଛି। ବ୍ଲକ କୃଷି ବିଭାଗ ମଧ୍ୟ ସ୍ଥିତି ମରୁଡ଼ି ମୁହଁା ହେଉଥିବା ଆଶଙ୍କା କରୁଛି। ଅନ୍ୟପକ୍ଷରେ ଜଳସେଚନର ସୁବିଧା ପାଇଁ କଣଲୋଇ ଠାରେ ଗାଢା ଜଳସେଚନ ପ୍ରକଳ୍ପ, ପାତ୍ରପଡା ଠାରେ ମାଦେଳିଆ ଏବଂ ବାଗଡିଆ ଠାରେ ବାଲିବନ୍ଧ ଜଳସେଚନ ପ୍ରକଳ୍ପ ରହିଛି। ହେଲେ ଏଥିରୁ ବାହାରିଥିବା କେନାଲଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଚାଷୀଙ୍କ ଜମି ନିକଟରେ ପାଣି ପହଞ୍ଚିପାରୁ ନାହିଁ। ଚାଷୀମାନେ ବର୍ଷ ବର୍ଷ ଧରି ଜଳକର ଦେଉଥିବା ବେଳେ ଜଳସେଚନ ବିଭାଗ କେନାଲ ମରାମତି କରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଛେଣ୍ଡିପଦା ବ୍ଲକକୁ ମରୁଡ଼ି ଘୋଷଣା କରିବାକୁ ଚାଷୀମାନେ ଦାବି କରିଛନ୍ତି।
ବର୍ଷକର ଆୟ ହରାଇବୁ
ଅଗଷ୍ଟ ମାସ ସରିବାକୁ ବସିଲାଣି। ଏପର୍ଯ୍ୟନ୍ତ ଧାନ ରୁଆ, ବେଉଷଣ ହୋଇପାରିଲା ନାହିଁ। କେବେ ଆବଶ୍ୟକ ପରିମାଣର ବର୍ଷା ହେବ ଓ ଚାଷ କାର୍ଯ୍ୟ ଶେଷ ହେବ, ତାହାକୁ ନେଇ ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷ ଚାଷ କାର୍ଯ୍ୟ ହୋଇ ନ ପାରିଲେ ଚାଷୀ ବର୍ଷକର ଆୟ ହରାଇବ।
-ଗଣ ମାଝି, ଚାଷୀ, କଙ୍କୁରପାଳ
ଆଉ ଚାଷ ହୋଇପାରିବ ନାହିଁ
ସ୍ବଳ୍ପ ବୃଷ୍ଟିପାତ କାରଣରୁ ବେଉଷଣ କରିବା କଷ୍ଟକର ହୋଇପଡିଛି। ଅନେକ ସ୍ଥାନରେ ମାଟି ଫାଟି ଆଁ କରି ରହିଛି। ପ୍ରତିବର୍ଷ ଚାଷ କାର୍ଯ୍ୟ ଅଗଷ୍ଟ ମାସ ସୁଦ୍ଧା ସରି ଯାଇଥାଏ। କିନ୍ତୁ ଏବର୍ଷ ସ୍ଥିତିକୁ ଦେଖି ଲାଗୁଛି, ଆଗକୁ ବର୍ଷା ହେଲେ ମଧ୍ୟ ଚାଷ ହୋଇପାରିବ ନାହିଁ।
-ସୁଧାକର ବେହେରା, ଚାଷୀ, ବ୍ରାହ୍ମଣବିଲ
ଠିକ୍‌ ସୂଚନା ମିଳୁନି
ଚାଷ ପାଇଁ ପାଣିପାଗ କିପରି ରହିବ, ଚାଷୀ ଧାନ ନା ଅନ୍ୟ ଫସଲ କରିବେ ସେ ନେଇ କୃଷି ବିଭାଗ ପକ୍ଷରୁ ଠିକ୍‌ ସୂଚନା ଯୋଗାଇ ଦିଆଯାଉ ନାହିଁ। ଫଳରେ ବର୍ଷାକୁ ଅପେକ୍ଷା କରି ଚାଷ ସମୟ ଗଡ଼ିଯାଉଛି। ତେଣୁ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ।
-ସୁଦୀପ୍ତ କୁମାର ପ୍ରଧାନ, ଗ୍ରାମ ଉପସଭାପତି, ଛେଣ୍ଡିପଦା
ଅଯଥାରେ ଜଳକର ଦେଉଛୁ
ଚାଷ ଜମିକୁ ଜଳସେଚିତ କରିବା ନିମନ୍ତେ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପରୁ କେନାଲ ବ୍ୟବସ୍ଥା ରହିଛି। ପ୍ରତିବର୍ଷ ସରକାର ଜଳକର ଆଦାୟ କରୁଛନ୍ତି। ହେଲେ ବର୍ଷ ବର୍ଷ ଧରି କେନାଲ ମରାମତି ହେଉ ନ ଥିବାରୁ ଜମିଯାଏ ଜଳ ପହଞ୍ଚିପାରୁ ନାହିଁ। ଅଭିଯୋଗ କଲେ ଗୁରୁତ୍ୱ ଦିଆଯାଉ ନାହିଁ।
-ଅବିନ ସାହୁ,ଚାଷୀ, ଖମାର
ଧାନ ଛାଡ଼ି ତୈଳବୀଜ ଚାଷ କରନ୍ତୁ
ବର୍ଷା ଯେପରି ହେଉଛି, ଧାନ ଚାଷ ନିଶ୍ଚିତ ପ୍ରଭାବିତ ହେବ। ଆଗକୁ ଯଦି ବର୍ଷା ହୁଏ, ମାତ୍ର ୨୦ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ। ତେଣୁ ଅନ୍ୟମାନେ ଧାନ ଚାଷ ପାଇଁ ଆଉ ବର୍ଷାକୁ ଅପେକ୍ଷା ନ କରି ତୈଳବୀଜ ଚାଷ କଲେ ଆର୍ଥିକ ସ୍ଥିତି ସୁଧୁରିପାରିବ।
– ବିନୋଦ କୁମାର ଦଳେଇ, ବ୍ଲକ କୃଷି ଅଧିକାରୀ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

୨ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ, ଜାଣନ୍ତୁ କାରଣ…

କୋଣାର୍କ,୨୧।୮: ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗରେ ୨ଜଣ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ। ଖବର ପାଇ ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri