ନର୍ଦ୍ଦମା ଯନ୍ତ୍ରଣାରେ ଅଣନିଃଶ୍ୱାସୀ

ବାଲେଶ୍ୱର ଅଫିସ, ,୧୫।୩ ବାଲେଶ୍ୱର ପୌରାଞ୍ଚଳର ୩୧ଟି ଓ୍ବାର୍ଡ ମଧ୍ୟରୁ ୧୯ ନଂ. ଓ୍ବାର୍ଡ ପ୍ରମୁଖ ଅଟେ। ଏହି ଓ୍ବାର୍ଡରେ ରେଳଷ୍ଟେଶନଠାରୁ ଆରମ୍ଭ କରି ଫାଣ୍ଡି ଛକରୁ ଅଦାଲତ ଯାଏ, ଷ୍ଟେଶନ ଛକରୁ ପୋଲିସଲାଇନ୍‌ ଛକ, ପୋଲିସଲାଇନ୍‌ ଛକରୁ ଏସ୍‌ପି ଅଫିସ୍‌ ସାମ୍ନା ପର୍ଯ୍ୟନ୍ତ, ଭାସ୍କରଗଞ୍ଜ, ତେଲେଙ୍ଗାସାହି ଓ ଅଙ୍ଗାରଗଡ଼ିଆ (ଆଂଶିକ) କଲ୍ୟାଣନଗର, ସାହିନଗର, ରେଲୱେ କଲୋନୀ ଆଦି ହିଛି। ସହରର ମୁଖ୍ୟ ରାସ୍ତା ଓଟି ରୋଡ୍‌କୁ ଛାଡି ଦେଲେ ଅନ୍ୟ ରାସ୍ତାଗୁଡିକରେ ଡ୍ରେନ୍‌ ନାହିଁ କହିଲେ ଚଳେ। ଯେଉଁଠି ବି ଡ୍ରେନ ଅଛି, ତାହାର ଦୁର୍ଗନ୍ଧଯୁକ୍ତ ପାଣି ରାସ୍ତା ଉପରେ ଚାଲୁଥିବାରୁ ଲୋକେ ଅଣନିଃଶ୍ୱାସୀ ହୋଇପଡିଲେଣି। ବର୍ଷାଦିନେ ରାସ୍ତାରେ ଆଣ୍ଠୁଏ ପାଣି ଦେଖିବାକୁ ମିଳେ। ଅନ୍ୟପକ୍ଷରେ ଷ୍ଟେଶନ ଛକରୁ ରେଳଷ୍ଟେଶନ ପର୍ଯ୍ୟନ୍ତ ଥିବା ରୋଡ ଡିଭାଇଡର ସୌନ୍ଦର୍ଯ୍ୟକରଣ ପାଇଁ କରାଯାଇଥିଲେ ମଧ୍ୟ ରାତିବେଳା ଅସହାୟଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ପାର୍ଶ୍ୱରେ ଥିବା ଅର୍ଦ୍ଧନିର୍ମିତ ଦୋକାନ ଘର ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ୧୯ନଂ. ୱାର୍ଡ଼ରେ ୫୩୬ ପରିବାର ରହୁଛନ୍ତି। ମୋଟ ଭୋଟର ସଂଖ୍ୟା ୨୭୨୭। ସବୁବେଳେ ରାସ୍ତାଘାଟ ଗହଳି ହେବା ସହ ଏହି ୱାର୍ଡ଼ରେ ସପିଂମଲ୍‌ଠାରୁ ଆରମ୍ଭ କରି ବିଦ୍ୟାଳୟ, ବୈଷୟିକ ବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅଫିସ୍‌ ରହିଛି। ପ୍ରକୃତରେ ଏହି ଅଞ୍ଚଳରେ ୨୫ହଜାରରୁ ଊର୍ଦ୍ଧ୍ୱ ଲୋକ ବାହାରୁ ଆସି ବସବାସ କରୁଛନ୍ତି। ମାତ୍ର ୱାର୍ଡ଼ରେ ଡ୍ରେନ୍‌ ସଫା ନ ହେବା ଓ ଠିକ୍‌ ସମୟରେ ଅଳିଆ ଉଠା ନ ହେବା, ମହାନାଳ ବି ବର୍ଷ ବର୍ଷ ଧରି ସଫା ନ ହେବା ଏଠାକାର ପ୍ରମୁଖ ସମସ୍ୟା। ସାମାନ୍ୟ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ନ ପାରି ଲୋକଙ୍କ ଘର ଭିତରେ ପଶୁଛି। ସେମିତି ୱାର୍ଡରେ ଅଳିଆ ପକାଇବା ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ଡଷ୍ଟବିନ୍‌ ବି ଦିଆଯାଇନାହଁି। ଲୋକେ ବାଧ୍ୟ ହୋଇ ରାସ୍ତା ଉପରେ ଅଳିଆ ଫିଙ୍ଗୁଛନ୍ତି। ପ୍ରତିଦିନ ଅଳିଆ ଉଠା ଯାଉ ନ ଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଅନ୍ୟପକ୍ଷରେ ୱାର୍ଡ଼ର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯାଉନାହଁି। ଷ୍ଟେସନ୍‌ ଛକରୁ ରେଳଷ୍ଟେଶନ ପର୍ଯ୍ୟନ୍ତ ଥିବା ରୋଡ ଡିଭାଇଡର ଭିତରେ ସୌନ୍ଦର୍ଯ୍ୟକରଣ କରାଯାଉନାହଁି। ସେଥିପାଇଁ ଡିଭାଇଡର ଏବେ ଅସହାୟଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଅସହାୟଙ୍କୁ ଥଇଥାନ କରାଯାଉ ନାହଁି କି ଡିଭାଇଡର୍‌ ଭିତରେ ‘ମୁକ୍ତା’ ଯୋଜନାରେ ଗଛ ଲଗାଯାଉନାହଁି। ସେହିପରି ୱାର୍ଡ଼ରେ ଯେଉଁ ନଳକୂପ ରହିଛି, ତାହାର ପାଣି ବ୍ୟବହାର ଉପଯୋଗୀ ନୁହେଁ। ପାଣିରେ ଅଧିକ ଆଇରନ ଆସୁଥିବାରୁ ଏହାକୁ ବ୍ୟବହାର ଅନୁପଯୋଗୀ ବୋଲି ୱାର୍ଡ଼ବାସୀ ଅଭିଯୋଗ କରିଛନ୍ତି।
ଏନେଇ ପୂର୍ବତନ ୱାର୍ଡ଼ କାଉନ୍‌ସିଲର ବିଶ୍ୱଜିତ ମହାପାତ୍ର କହନ୍ତି, କାମଚଳା ନୀତିରେ ଡ୍ରେନ୍‌ ସଫା ହେଉଛି। ଫଳରେ ଡ୍ରେନ୍‌ ପୋତିବାକୁ ବସିଲାଣି। ରେଳଷ୍ଟେଶନ ରାସ୍ତାରେ ରାତି ହେଲେ ଅସାମାଜିକଙ୍କ ଦୌରାମତ୍‌ୟ ବୃଦ୍ଧି ପାଉଛି। ପରିତ୍ୟକ୍ତ ଦୋକାନ ଘର ବେଶ୍‌ ସହାୟକ ହେଉଛି। ଏନେଇ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ହୋଇ ନ ପାରିବା ଦୁର୍ଭାଗ୍ୟଜନକ ବିଷୟ ବୋଲି କହିଛନ୍ତି। ସ୍ଥାନୀୟ ବାସିନ୍ଦା ବିକାଶ ଦାସ କହନ୍ତି, ଅଳିଆ ପକାଇବାକୁ ଡଷ୍ଟବିନ୍‌ ନ ଥିବାରୁ ଲୋକେ ପଲିଥିନ୍‌ରେ ବାନ୍ଧି ରାସ୍ତା କଡ଼ରେ ପକାଉଛନ୍ତି। ଫଳରେ ଗାଈ, କୁକୁର ଟାଣି ଏଠିସେଠି ପକାଉଛନ୍ତି। ବର୍ଷା ହେଲେ ଉକ୍ତ ଅଳିଆ ବର୍ଷା ପାଣିରେ ଭାସି ଲୋକଙ୍କ ଘରେ ପଶିଯାଇ ସମସ୍ୟା ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri