ସାହିତ୍ୟ ପାଇଁ କାନାଡା କବି ଆନେ କାର୍ସନଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ,୯।୧୦(ଏ.ପି.): କାନାଡାର ପ୍ରସିଦ୍ଧ କବି ତଥା ପ୍ରାବନ୍ଧିକା ଆନେ କାର୍ସନଙ୍କୁ ୨୦୨୬ ମସିହାର ସାହିତ୍ୟ (ଲିଟରେଚର) ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପ୍ରାଚୀନ ପରମ୍ପରା ସହ ସମକାଳୀନ ସାହିତ୍ୟର ସୁନ୍ଦର ସମନ୍ବୟ ରଖି ନୂତନ ଶୈଳୀ ଓ ନବସୃଜନ ସୃଷ୍ଟି କରିଥିବାରୁ ସୁଇଡିସ୍‌ ଏକାଡେମୀ ପକ୍ଷରୁ ଗୁରୁବାର ତାଙ୍କ ନାମ ଘୋଷଣା କରାଯାଇଛି। ସୁଇଡିସ୍‌ ଏକାଡେମୀର ସ୍ଥାୟୀ ସଚିବ ଇଙ୍ଗ୍ରିଡ୍‌ କାର୍ଲବର୍ଗ କହିଛନ୍ତି, ନୋବେଲ କମିଟି ପକ୍ଷରୁ ଯୋଗାଯୋଗ କରାଯିବା ବେଳେ ୭୬ ବର୍ଷୀୟା କାର୍ସନ ଆଇସଲାଣ୍ଡ୍‌ରେ ଥିଲେ। ଏହି ବିଶ୍ୱସ୍ତରୀୟ ସମ୍ମାନଜନକ ପୁରସ୍କାର ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଟରଣ୍ଟୋରେ ଜନ୍ମଗ୍ରହଣ କରିଥିବା କାର୍ସନ ପ୍ରାଚୀନ ଗ୍ରୀକ୍‌ ଏବଂ ରୋମାନ ସାହିତ୍ୟକୁ ନିଜ ରଚନାର ମୂଳ ଆଧାର ଭାବେ ଗ୍ରହଣ କରି କବିତା, ପ୍ରବନ୍ଧ ଏବଂ ଗଳ୍ପର ଅପୂର୍ବ ସମାହାର ସୃଷ୍ଟି କରିଛନ୍ତି। ତାଙ୍କର ପ୍ରସିଦ୍ଧ ପୁସ୍ତକଗୁଡ଼ିକ ମଧ୍ୟରେ ‘ଏରୋସ୍‌ ଦି ବିଟରସ୍ବିଟ’, ‘ଅଟୋବାୟୋଗ୍ରାଫି ଅଫ୍‌ ରେଡ୍‌’, ‘ମେନ୍‌ ଇନ୍‌ ଦି ଅଫ୍‌ ଆୱାର୍ସ’ ଏବଂ ମାରିଲିନ ମନରୋ ଓ ହେଲେନ୍‌ ଅଫ୍‌ ଟ୍ରୋଏଙ୍କୁ ନେଇ ରଚିତ ‘ନୋର୍ମା ଜିନ୍‌ ବେକର ଅଫ୍‌ ଟ୍ରୋଏ’ ଅନ୍ୟତମ। ୨୦୦୧ ମସିହାରେ ସେ କାନାଡାର ପ୍ରସିଦ୍ଧ ‘ଗ୍ରିଫିନ୍‌ ପ୍ରାଇଜ୍‌’ ଜିତିଥିଲେ।
ସାହିତ୍ୟ କମିଟିର ପ୍ରଶଂସା କରି ସାହିତ୍ୟ ନୋବେଲ କମିଟିର ଅଧ୍ୟକ୍ଷ ଆଣ୍ଡର୍ସ ଓଲସନ କହିଛନ୍ତି, ‘ଶବ୍ଦ ପ୍ରତି ଶାସ୍ତ୍ରଜ୍ଞଙ୍କ ଗଭୀର ଅନୁରାଗ ଏବଂ କବିଙ୍କର ନୂତନ ଅର୍ଥ ସୃଷ୍ଟି କରିବାର ଅଭିଳାଷର ସଙ୍ଗମ ସ୍ଥଳ ହିଁ ଆନେ କାର୍ସନଙ୍କ ସାହିତ୍ୟ ସୃଷ୍ଟି।’ କାର୍ସନ ପ୍ରାଚୀନ ଗ୍ରୀକ୍‌ ସାହିତ୍ୟର ଅନେକ କାଳଜୟୀ ରଚନାର ଅନୁବାଦ ମଧ୍ୟ କରିଛନ୍ତି। ସୋଫୋକ୍ଲିସ୍‌ଙ୍କ ‘ଇଲେକ୍ଟ୍ରା’, ‘ଆଣ୍ଟିଗୋନ’ ଏବଂ ୟୁରିପିଡିସ୍‌ଙ୍କ ‘ବକ୍କାଇ’ ଭଳି ନାଟକଗୁଡ଼ିକୁ ନେଇ କାର୍ସନ କରିଥିବା ଅନୁବାଦକୁ ସ୍ବତନ୍ତ୍ର ସାହିତି୍ୟକ କୃତିର ମାନ୍ୟତା ଦିଆଯାଏ। ଉତ୍ତର ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରାଚୀନ ସାହିତ୍ୟ ପଢ଼ାଉଥିବା କାର୍ସନ ଏବଂ ତାଙ୍କ ସ୍ବାମୀ ରୋବର୍ଟ କ୍ୟୁରି ୨୦୨୨ ମସିହାରେ ଆଇସ୍‌ଲାଣ୍ଡର ନାଗରିକତ୍ୱ ଗ୍ରହଣ କରିଥିଲେ।
ସୂଚନାଥାଉକି ଗତବର୍ଷ ହଙ୍ଗେରୀର ବିଶିଷ୍ଟ ଲେଖକ ଲାଜଲୋ କ୍ରାସ୍ନାହୋର୍କାଇଙ୍କୁ ସାହିତ୍ୟ ନୋବେଲ ପ୍ରଦାନ କରାଯାଇଥିଲା। ଚଳିତବର୍ଷର ଘୋଷଣାକୁ ଦେଖିଲେ, ଗତ ସୋମବାର ଚିକିତ୍ସା ବିଜ୍ଞାନ, ମଙ୍ଗଳବାର ପଦାର୍ଥ ବିଜ୍ଞାନ, ବୁଧବାର ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ ନୋବେଲ ପୁରସ୍କାର ଘୋଷଣା ହୋଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ନୋବେଲ ଶାନ୍ତି ପୁରସ୍କାର ଦାବିକଲେ ଟ୍ରମ୍ପ୍‌, ୮ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ

ଓ୍ବାଶିଂଟନ,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୁଣି ଥରେ ଦାବି ଉପସ୍ଥାପନ କରିଛନ୍ତି । ସେ ୮ଟି ଯୁଦ୍ଧର ସମାଧାନ କରିଛନ୍ତି…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ପଶ୍ଚିମବଙ୍ଗରୁ ତାମିଲନାଡୁ…. ଆଜି ୬ ଆସନର ରେଜଲ୍ଟ, କିଏ ମାରିବ ବାଜି?

ନୂଆଦିଲ୍ଲୀ,୯।୧୦: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅକ୍ଟୋବର ୬ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଏଥିରେ ୫ଟି ବିଧାନସଭା ଆସନ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

ନେତାନ୍ୟାହୁଙ୍କ ବଡ଼ ନିଷ୍ପତ୍ତି, ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?