ଭୁବନେଶ୍ୱର, ୧୦।୭(ବ୍ୟୁରୋ): ରାଜ୍ୟରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷାନୁଷ୍ଠାନ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଗୋଟିଏ ବି ଶିକ୍ଷକ ଶିକ୍ଷାନୁଷ୍ଠାନ ନାକ୍ ମାନ୍ୟତା ହାସଲ କରିପାରି ନାହିଁ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଭାରତ ସରକାରଙ୍କ ୨୦୧୩ ଜାନୁୟାରୀ ୧୯ ଗେଜେଟ ଅନୁସାରେ, ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ନାକ୍ ମାନ୍ୟତା ହାସଲ କରିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନ୍ସିଟିଇ) ଏନେଇ କୌଣସି ନିର୍ଦ୍ଦେଶନାମା ଜାରି କରିନାହାନ୍ତି। ତେଣୁ ଏ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ଶିକ୍ଷକ ଶିକ୍ଷାନୁଷ୍ଠାନ ନାକ୍ ମାନ୍ୟତା ହାସଲ କରିନାହାନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଧାନସଭାରେ କହିଛନ୍ତି। ନାକ୍ ମାନ୍ୟତା ପ୍ରଦାନ ସମ୍ପର୍କରେ ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଲେ, ନାକ୍ ମାନ୍ୟତା ହାସଲ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ଅତି କମ୍ରେ ୨ଟି ବ୍ୟାଚ୍ ଛାତ୍ରୀଛାତ୍ର ପାସ୍ କରିଥିବା ଆବଶ୍ୟକ କିମ୍ବା ଶିକ୍ଷାନୁଷ୍ଠାନଗୁଡ଼ିକ ୬ବର୍ଷ ପୂରଣ କରିଥିବା ଆବଶ୍ୟକ। ଏସବୁ ସର୍ତ୍ତାବଳୀକୁ ପୂରଣ କରିବାରେ ବର୍ତ୍ତମାନ ରାଜ୍ୟର ୧୬ଟି ଶିକ୍ଷାନୁଷ୍ଠାନର ଯୋଗ୍ୟତା ଅଛି। ସେଗୁଡ଼ିକ ହେଲା ବ୍ରହ୍ମପୁରସ୍ଥିତ ଦିବାକର ପଟ୍ଟନାୟକ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସଡ ଷ୍ଟଡିଜ୍ ଇନ୍ ଏଜୁକେଶନ, କଟକର ରାଧାନାଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସଡ ଷ୍ଟଡିଜ୍ ଇନ୍ ଏଜୁକେଶନ, ଭୁବନେଶ୍ୱରର ନଳିନୀ ଦେବୀ ଓମେନ୍ସ କଲେଜ ଅଫ୍ ଟିଚର ଏଜୁକେଶନ, ଫକୀରପୁରର ଏଏ ଟ୍ରେନିଂ କଲେଜ, ଅନୁଗୋଳର ନବକୃଷ୍ଣ ଚୌଧୁରୀ କଲେଜ ଅଫ୍ ଟିଚର ଏଜୁକେଶନ, କୋରାପୁଟର ଡିଏଭି କଲେଜ ଅଫ୍ ଟିଚର ଏଜୁକେଶନ, କଟକର ହିନ୍ଦୀ ଟିଚର ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍, ଭଞ୍ଜନଗରର କେଏସ୍ୟୁବି କଲେଜ ଅଫ୍ ଟିଚର ଏଜୁକେଶନ, ରାଉରକେଲାର କଲେଜ ଅଫ୍ ଟିଚର ଏଜୁକେଶନ, ବାରିପଦାର ୟୁଜି କଲେଜ ଅଫ୍ ଟିଚର ଏଜୁକେଶନ, ସମ୍ବଲପୁରର ଡ. ପିଏମ୍ ଆଇଏଏସ୍ଇ, ବାଲେଶ୍ୱରର କଲେଜ ଅଫ୍ ଟିଚର ଏଜୁକେଶନ, ବଲାଙ୍ଗୀର କଲେଜ ଅଫ୍ ଟିଚର ଏଜୁକେଶନ, ଫୁଲବାଣୀ ସରକାରୀ ଟିଚର ଟ୍ରେନିଂ କଲେଜ, କନ୍ଧମାଳର ସରକାରୀ ବିଏଡ୍ ଟ୍ରେନିଂ କଲେଜ ଏବଂ ଭବାନୀପାଟଣା କଲେଜ ଅଫ୍ ଟିଚର ଏଜୁକେଶନ। ଖୁବ୍ଶୀଘ୍ର ସମସ୍ତ ଶିକ୍ଷାନୁଷ୍ଠାନ ନାକ୍ ମାନ୍ୟତା ହାସଲ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ପୂଜାରୀ ସୂଚନା ଦେଇଛନ୍ତି।
ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…
ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍ ଲାଇନ୍ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…
ପ୍ରଥମେ କାଟିଲେ, ପରେ ଯୋଡ଼ିଲେ
ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…
ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ
ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍ ଏକ ମାସ ପରେ ଏକ ସାଂଘାତିକ…
ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି
କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…
ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …
ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…
ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…
ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…
କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ
ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…
ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି
ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

