ରାଜ୍ୟର କୌଣସି ଶିକ୍ଷକ ଶିକ୍ଷାନୁଷ୍ଠାନ ନାକ୍‌ ମାନ୍ୟତା ପାଇନାହିଁ

ଭୁବନେଶ୍ୱର, ୧୦।୭(ବ୍ୟୁରୋ): ରାଜ୍ୟରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷାନୁଷ୍ଠାନ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଗୋଟିଏ ବି ଶିକ୍ଷକ ଶିକ୍ଷାନୁଷ୍ଠାନ ନାକ୍‌ ମାନ୍ୟତା ହାସଲ କରିପାରି ନାହିଁ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଭାରତ ସରକାରଙ୍କ ୨୦୧୩ ଜାନୁୟାରୀ ୧୯ ଗେଜେଟ ଅନୁସାରେ, ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ନାକ୍‌ ମାନ୍ୟତା ହାସଲ କରିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନ୍‌ସିଟିଇ) ଏନେଇ କୌଣସି ନିର୍ଦ୍ଦେଶନାମା ଜାରି କରିନାହାନ୍ତି। ତେଣୁ ଏ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ଶିକ୍ଷକ ଶିକ୍ଷାନୁଷ୍ଠାନ ନାକ୍‌ ମାନ୍ୟତା ହାସଲ କରିନାହାନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଧାନସଭାରେ କହିଛନ୍ତି। ନାକ୍‌ ମାନ୍ୟତା ପ୍ରଦାନ ସମ୍ପର୍କରେ ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଲେ, ନାକ୍‌ ମାନ୍ୟତା ହାସଲ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ଅତି କମ୍‌ରେ ୨ଟି ବ୍ୟାଚ୍‌ ଛାତ୍ରୀଛାତ୍ର ପାସ୍‌ କରିଥିବା ଆବଶ୍ୟକ କିମ୍ବା ଶିକ୍ଷାନୁଷ୍ଠାନଗୁଡ଼ିକ ୬ବର୍ଷ ପୂରଣ କରିଥିବା ଆବଶ୍ୟକ। ଏସବୁ ସର୍ତ୍ତାବଳୀକୁ ପୂରଣ କରିବାରେ ବର୍ତ୍ତମାନ ରାଜ୍ୟର ୧୬ଟି ଶିକ୍ଷାନୁଷ୍ଠାନର ଯୋଗ୍ୟତା ଅଛି। ସେଗୁଡ଼ିକ ହେଲା ବ୍ରହ୍ମପୁରସ୍ଥିତ ଦିବାକର ପଟ୍ଟନାୟକ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡ୍‌ଭାନ୍ସଡ ଷ୍ଟଡିଜ୍‌ ଇନ୍‌ ଏଜୁକେଶନ, କଟକର ରାଧାନାଥ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡ୍‌ଭାନ୍ସଡ ଷ୍ଟଡିଜ୍‌ ଇନ୍‌ ଏଜୁକେଶନ, ଭୁବନେଶ୍ୱରର ନଳିନୀ ଦେବୀ ଓମେନ୍‌ସ କଲେଜ ଅଫ୍‌ ଟିଚର ଏଜୁକେଶନ, ଫକୀରପୁରର ଏଏ ଟ୍ରେନିଂ କଲେଜ, ଅନୁଗୋଳର ନବକୃଷ୍ଣ ଚୌଧୁରୀ କଲେଜ ଅଫ୍‌ ଟିଚର ଏଜୁକେଶନ, କୋରାପୁଟର ଡିଏଭି କଲେଜ ଅଫ୍‌ ଟିଚର ଏଜୁକେଶନ, କଟକର ହିନ୍ଦୀ ଟିଚର ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌, ଭଞ୍ଜନଗରର କେଏସ୍‌ୟୁବି କଲେଜ ଅଫ୍‌ ଟିଚର ଏଜୁକେଶନ, ରାଉରକେଲାର କଲେଜ ଅଫ୍‌ ଟିଚର ଏଜୁକେଶନ, ବାରିପଦାର ୟୁଜି କଲେଜ ଅଫ୍‌ ଟିଚର ଏଜୁକେଶନ, ସମ୍ବଲପୁରର ଡ. ପିଏମ୍‌ ଆଇଏଏସ୍‌ଇ, ବାଲେଶ୍ୱରର କଲେଜ ଅଫ୍‌ ଟିଚର ଏଜୁକେଶନ, ବଲାଙ୍ଗୀର କଲେଜ ଅଫ୍‌ ଟିଚର ଏଜୁକେଶନ, ଫୁଲବାଣୀ ସରକାରୀ ଟିଚର ଟ୍ରେନିଂ କଲେଜ, କନ୍ଧମାଳର ସରକାରୀ ବିଏଡ୍‌ ଟ୍ରେନିଂ କଲେଜ ଏବଂ ଭବାନୀପାଟଣା କଲେଜ ଅଫ୍‌ ଟିଚର ଏଜୁକେଶନ। ଖୁବ୍‌ଶୀଘ୍ର ସମସ୍ତ ଶିକ୍ଷାନୁଷ୍ଠାନ ନାକ୍‌ ମାନ୍ୟତା ହାସଲ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ପୂଜାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ହଷ୍ଟେଲ ଫାଟକରେ ତାଲା ଝୁଲୁଛି

ପଟ୍ଟାମୁଣ୍ଡାଇ,୨୭ା୬(ସ୍ବ.ପ୍ର.): ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଓବିସି ହଷ୍ଟେଲ ଫାଟକରେ ତାଲା...

ଭଲ ନ ଲାଗିବାରୁ ରୋଷ ଘର ଚୁଲି ଭାଙ୍ଗିଥିଲେ: ଏସ୍‌ପି

ପୁରୀ ଅଫିସ,୬।୪: ଶ୍ରୀମନ୍ଦିରରେ ରୋଷ ଘର ଚୁଲି ଭାଙ୍ଗିବା ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସେହି ସନ୍ଦିଗ୍ଧ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ...

ଭାଜପା-ବିଜେଡି ଉପରେ କଳି, ଭିତରେ କୋଳାକୋଳି: କଂଗ୍ରେସ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟ ସଭାର ୩ ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଗୋଟିଏ ଆସନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ...

ମିଳିଲାନି ମ୍ୟାଚୁରିଟି ଟଙ୍କା: ଅର୍ଥାଭାବରୁ ଦିବ୍ୟାଙ୍ଗ ଝିଅଙ୍କ ବିବାହ ବନ୍ଦ, ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ତାଲା ପକାଇଲେ ଜମାକାରୀ

ନିରାକାରପୁର,୨୬ା୬(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ଶ୍ରୀରାମ ବଜାର ସ୍ଥିତ ସାହାରା ଇଣ୍ଡିଆ କାର୍ଯ୍ୟାଳୟ ଫାଟକରେ ମଙ୍ଗଳବାର ଜମାକାରୀମାନେ ତାଲା ପକାଇଦେଇଛନ୍ତି। ମ୍ୟାଚୁରିଟି (ପୂର୍ଣ୍ଣ ଅବଧି) ପରେ...

ଟୁଇନ୍‌ ସିଟିରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା: ଆଜି ଗଡ଼ିିଲା ଅଯୁଗ୍ମ ନମ୍ବର, ବସ୍‌-ଟ୍ରକ୍‌ ପାଇଁ ଲାଗୁ ହେବନି ଏହି ନିୟମ

ଭୁବନେଶ୍ୱର, ୨୧ା୩(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶନିବାରଠାରୁ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଦିଲ୍ଲୀ ଭଳି ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହୋଇଛି। ନିୟମ...

କାହିଁକି ଏତେ ଦାୟିତ୍ୱହୀନତା? ଜୀବନ ନେଇଯିବ ବିପଜ୍ଜନକ ଖୁଣ୍ଟ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ବାତ୍ୟା ଫନୀରେ ରାଜଧାନୀରେ ଶହ ଶହ ବିଦ୍ୟୁତ୍‌, ଟେଲିଫୋନ୍‌ ଓ କେବୁଲ ଖୁଣ୍ଟ ଭାଙ୍ଗିପଡିଥିବାବେଳେ ଆଉକିଛି ନଇଁଯାଇ ଝୁଲି ରହିଥିଲା। ବିଦ୍ୟୁତ୍‌ କର୍ମଚାରୀମାନେ ତରବରିଆ...

ଅପରାଜିତା ପବ୍ଲିସିଟି ରାଜନୀତି ନ କରନ୍ତୁ: ମେୟର

ଭୁବନେଶ୍ୱର,୩୦।୮(ବ୍ୟୁରୋ)”ଭୁବନେଶ୍ୱରରେ ଡମ୍ପିଂୟାର୍ଡ ସମସ୍ୟା ଭିତରେ ବିଏମ୍‌ସି ଛନ୍ଦି ହୋଇପଡ଼ିଛି। ଏଥିପାଇଁ ବିଏମ୍‌ସିକୁ ବହୁ ସମାଲୋଚନାର ଶିକାର ହେବାକୁ ପଡୁଛି। ରବିବାର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଡମ୍ପିଂୟାର୍ଡର...

୧୨ରୁ ୧୮ ବର୍ଗଙ୍କ ଟିକାକରଣ ଶୀଘ୍ର କରାଯାଉ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ମହାମାରୀ କରୋନାର ତୃତୀୟ ଲହର ଆସିବା ଯଥେଷ୍ଟ ଆଶଙ୍କା ରହିଛି। ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିବ...

Advertisement
Archives

Model This Week