ଠିକାରେ ଚାଲିଛି ଏସ୍‌ଇଆଇଏଏ

ଯାଜପୁର ଅଫିସ,୧୦।୭:  ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ ବା ଷ୍ଟେଟ୍‌ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ଏସ୍‌ଇଆଇଏଏ) ୨୦୦୮ରୁ କାର୍ଯ୍ୟକାରୀ ହୋଇଆସୁଛି। ବିଭିନ୍ନ ଖଣି ଖାଦାନ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିବା ପୂର୍ବରୁ ପରିବେଶ ଆକଳନ କାର୍ଯ୍ୟକୁ ଠିକ୍‌ ଭାବେ ପରିଚାଳନା କରିବାରେ ଏସ୍‌ଇଆଇଏଏଙ୍କ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ଏହା ଠିକାରେ ଚାଲିଛି। ଏସ୍‌ଇଆଇଏଏର ସମସ୍ତ ୯ ବୈଜ୍ଞାନିକ, ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବାରୁ ପରିବେଶ ଆକଳନ ପରିଚାଳନା ବାଧାପ୍ରାପ୍ତ ହେଉଛି। ଏହି ମର୍ମରେ ଏସ୍‌ଇଆଇଏଏର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାନ୍ତି ୧୬ା୧୨ା୨୦୨୦ରେ କେତେକ ବୈଷୟିକ ଡିଗ୍ରୀଧାରୀ ପଦବୀ ମଞ୍ଜୁର କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। ଏପରିକି ୯ା୨ା୨୦୨୧ରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଅଧ୍ୟକ୍ଷ ମହାନ୍ତି ନିଜର ଅସହାୟତା ପ୍ରକାଶ କରିବା ସହ ପରିବେଶ ଆକଳନ ପାଇଁ ଧାର୍ଯ୍ୟ ସର୍ତ୍ତଗୁଡ଼ିକ କାର୍ଯ୍ୟକାରୀ ହେଉଥିବା ନେଇ ସନ୍ଦେହ ପ୍ରକାଶ କରିଥିଲେ। ଅନ୍ୟପକ୍ଷେ ଚଳିତ ବିଧାନସଭା(୫ା୭ା୨୦୨୨)ରେ ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନ ଉପରେ ଏସ୍‌ଇଆଇଏଏର କର୍ତ୍ତୃପକ୍ଷ ସମସ୍ତ କାର୍ଯ୍ୟ ବିନା ବାଧାରେ ଠିକ୍‌ ଭାବେ ପରିଚାଳନା କରୁଛନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉତ୍ତର ରଖିଛନ୍ତି। ଏଥିରୁ ମନ୍ତ୍ରୀ ନା ଏସ୍‌ଇଆଇଏଏ ଅଧ୍ୟକ୍ଷଙ୍କ ରିପୋର୍ଟ ସତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରତିକୂଳ ପରିବେଶ ପ୍ରଭାବକୁ ହ୍ରାସ ଏବଂ ପରିବେଶର ଉନ୍ନତି ପାଇଁ ଏସ୍‌ଇଆଇଏଏର ଲକ୍ଷ୍ୟ। ରାଜ୍ୟରେ ବିପୁଳ ସଂଖ୍ୟାରେ ପଥର, ମୋରମ, ବାଲି ଆଦି ଉତ୍ତୋଳନ ପାଇଁ ଲିଜ୍‌ ଦିଆଯାଉଛି। ତେବେ ଏହି ଲିଜ୍‌ ଦେବା ପୂର୍ବରୁ ପରିବେଶ ଆକଳନ ଓ ଅଧ୍ୟୟନ ଜରୁରୀ ଅଟେ। ଏହି କ୍ରମରେ ଏସ୍‌ଇଆଇଏଏ ଅଧ୍ୟକ୍ଷ ମହାନ୍ତି ତାଙ୍କ ପତ୍ରରେ ଆହୁରି ଦର୍ଶାଇଥିଲେ ଯେ, ବାଲି ଖନନ ପାଇଁ ପ୍ରସ୍ତାବିତ ନଦୀ ଶଯ୍ୟା ପୂର୍ଣ୍ଣ କରିବାର ବାର୍ଷିକ ହାର ଏବଂ ଖଣି ବନ୍ଦ ପରେ ଏପରି ପୂରଣ ପାଇଁ ସମୟ ସୀମା ସମ୍ବନ୍ଧରେ ଏକ ଠିକ୍‌ ଅଧ୍ୟୟନ କରିବା ଜରୁରୀ। ବାସ୍ତବରେ, ଜିଲା ସର୍ଭେ ରିପୋର୍ଟ (ଡିଏସ୍‌ଆର)ରେ ଏପରି ଅଧ୍ୟୟନର ଫଳାଫଳ କରାଯିବା ଉଚିତ୍‌। କିନ୍ତୁ ବାଲି ଖନନ ଉତ୍ସଗୁଡ଼ିକୁ ଚିହ୍ନଟ କରିବାବେଳେ ଏଭଳି ଅଧ୍ୟୟନ ହେଉନାହିଁ। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଆଦେଶରୁ ଜଣାପଡ଼ିଛି ଯେ ବାଲି ଖାଦାନ ସ୍ଥାନରେ ପରିମାଣର ଠିକ୍‌ ଅଧ୍ୟୟନ ଏବଂ ଖଣି ବନ୍ଦ ହେବା ପରେ ପୁଣି ପୂର୍ବ ପରିମାଣର ବାଲି ଭର୍ତ୍ତି ହେବା ସମୟର ଆକଳନ କରା ନ ଯାଇ ବାଲି ଖନନକୁ ଅନୁମତି ଦିଆଯିବା ଉଚିତ୍‌ ନୁହେଁ। ଉପରୋକ୍ତ ଅଧ୍ୟୟନ ବିନା ଲିଜ୍‌ ଦିଆଯାଇଥିବା ବାଲି ଖାଦାନଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯିବା କଥା। କିନ୍ତୁ ସାରା ରାଜ୍ୟରୁ ଏଥିପାଇଁ ବହୁ ସଂଖ୍ୟାରେ ଆବେଦନ କରାଯାଇଥିବାରୁ ଏସ୍‌ଇଆଇଏଏର ମାନବ ସମ୍ବଳକୁ ଦୃଷ୍ଟିରେ ରଖି ଏକ ଏକ୍ସପ୍ରେସ ସର୍ତ୍ତ ସହିତ ଅନୁମତି ଦିଆଗଲା। ବର୍ଷକ ମଧ୍ୟରେ ନିର୍ଦ୍ଦିଷ୍ଟ ଲିିଜ୍‌ ଅଞ୍ଚଳରେ ବାଲି ଭରିବା ହାରର ଠିକ୍‌ ଅଧ୍ୟୟନ କରିବାକୁ ହେବ ବୋଲି ସର୍ତ୍ତ ରଖାଯାଇଥିଲା। ଗୋଟିଏ ବର୍ଷରେ ଉତ୍ତୋଳନ ପାଇଁ ଅନୁମତି ଦିଆଯିବାକୁ ଥିବା ବାଲିର ପରିମାଣ ପୂର୍ବ ବର୍ଷର ବର୍ଷା ଋତୁରେ ସେହି ସ୍ଥାନରେ ପୂର୍ଣ୍ଣ ହୋଇଥିବା ପରିମାଣଠାରୁ ଅଧିକ ହେବା ଉଚିତ୍‌ ନୁହେଁ। ଏହାବାଦ୍‌ ଲିଜ୍‌ ଅଞ୍ଚଳକୁ କଂକ୍ରିଟ ସ୍ତମ୍ଭ ସ୍ଥାପନ, ସେତୁର ଅବସ୍ଥିତି, ଆଡିବନ୍ଧ, ଉତ୍ତୋଳନ ମାର୍ଗ ଏବଂ ଅନ୍ୟାନ୍ୟ ସରଞ୍ଚନା, ଶ୍ରମଶକ୍ତି ଆକଳନ, ୧ ରୁ ୨ ମିଟର ପର୍ଯ୍ୟନ୍ତ ଗଭୀର ଖନନ ଅନୁମତି ଆଦି ସର୍ତ୍ତ ରଖାଯାଇଥିଲା। କିନ୍ତୁ ଏସ୍‌ଇଆଇଏଏ କର୍ତ୍ତୃପକ୍ଷ ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତଗୁଡିକରୁ କୌଣସିଟି କାର୍ଯ୍ୟକାରୀ ହେଉଛି ସେ ନେଇ ନିଶ୍ଚିତ ନ ଥିବାରୁ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଖବର ପ୍ରକାଶ ପାଇଛି ବୋଲି ଏସ୍‌ଇଆଇଏଏ ଅଧ୍ୟକ୍ଷ ତାଙ୍କ ପତ୍ରରେ ଦର୍ଶାଇଥିଲେ। ଏସ୍‌ଇଆଇଏଏରେ ଆବଶ୍ୟକତାଠାରୁ ବହୁତ କମ୍‌ ଚୁକ୍ତିଭିତ୍ତିକ ଜଣେ ଲେଖାଏ ପରିବେଶ ଯନ୍ତ୍ରୀ ଓ ବୈଜ୍ଞାନିକ, ଡାଟା ମ୍ୟାନେଜର, ଅଫିସ ଆସିଷ୍ଟାଣ୍ଟ, ଡାଟା ଏଣ୍ଟ୍ରି ଅପରେଟର ଓ ସହାୟକ ଯନ୍ତ୍ରୀ ରହିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ଜଣେ ସ୍ଥାୟୀ ଅଧିକାରୀ ନୋଡାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ଏଥିରୁ ସର୍ତ୍ତଗୁଡ଼ିକର ଉଲ୍ଲଂଘନ, ବ୍ୟାପକ ଚୋରି ଓ ଅନୁମତିପ୍ରାପ୍ତ ସୀମାଠାରୁ ଅଧିକ ଉତ୍ତୋଳନ ସରକାରଙ୍କ ରାଜସ୍ବ ଲୁଟର ପ୍ରମୁଖ କାରଣ ବୋଲି ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?