ବିଶ୍ୱ କପ ଫୁଟବଲରେ ରୋମାନ୍ସ ମନା, ଉଲ୍ଲଂଘନ କଲେ ୭ ବର୍ଷ ଜେଲ…

ଦୋହା, ୨୪।୬ : ଚଳିତ ବର୍ଷ ନଭେମ୍ବରରେ ଆରବ ଦେଶ କାତାରରେ ଫିଫା ଫୁଟବଲ ବିଶ୍ୱକପ ୨୦୨୨ ଆୟୋଜିତ ହେଉଛି। ଏହି ସମୟ ମଧ୍ୟରେ, ବିଶ୍ୱର ବହୁ ସଂଖ୍ୟକ ଫୁଟବଲ ପ୍ରେମୀ ଏଠାରେ ପହଞ୍ଚିବେ। ତେବେ ଏଠାରେ ଫିଫା ବିଶ୍ୱକପ ଫୁଟବଲ ପ୍ରଶଂସକଙ୍କୁ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ।

ଏଲଜିବିଟିକ୍ୟୁ ଉପରେ ମାନବିକ ଅଧିକାରର ଉଲ୍ଲଂଘନ ଉପରେ ନିଜର ଆଭିମୁଖ୍ୟ ନେଇ କାତାର ପୂର୍ବରୁ ଆଲୋଚନା କରୁଛି। ବର୍ତ୍ତମାନ ଖବର ପ୍ରକାଶ ପାଇଛି ଯେ ବିଶ୍ୱକପ ସମୟରେ କାତାର ଓ୍ବାନ ନାଇଟ୍‌ ଷ୍ଟାଣ୍ଡ ଏବଂ ସର୍ବସାଧାରଣରେ ରୋମାନ୍ସକୁ ମଧ୍ୟ ନିଷିଦ୍ଧ କରିଛି।

ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, କାତାର ସ୍ପଷ୍ଟ କରିଛି ଯେ ବିଦେଶୀ ଅତିଥିମାନଙ୍କୁ ଏହି ଦେଶର କଠୋର ନିୟମ ମାନିବାକୁ ପଡ଼ିବ। ଦମ୍ପତି ନହୋଇ ଶାରୀରିକ ସମ୍ପର୍କ ସ୍ଥାପନ ଅବା ରୋମାନ୍ସ୍‌ କରୁଥିବା ବ୍ୟକ୍ତିଙ୍କୁ ଦେଶର ଆଇନ ବ୍ୟବସ୍ଥା ଅନୁସାରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଯାଇପାରେ ବୋଲି ସରକାର କହିଛନ୍ତି। ଏହା ବ୍ୟତୀତ କାତାର ସରକାରଙ୍କ ଦ୍ୱାରା ଅନ୍ୟାନ୍ୟ କଡା ନିୟମ ଲାଗୁ କରାଯାଇଛି। ଯାହା ପାଶ୍ଚାତ୍ୟ ପର୍ଯ୍ୟଟକଙ୍କ ପାଇଁ ପାଳନ କରିବା କଷ୍ଟକର ହୋଇପାରେ।

କାତାରରେ ଇସଲାମିକ ଶାରିଆ ନିୟମ ଲାଗୁ ହୋଇଛି। ଯାହା ଅନୁଯାୟୀ ବିବାହ କରି ନଥିବା ଲୋକେ ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏକ ବଡ ଅପରାଧ। ସମଲିଙ୍ଗୀ ସମ୍ପର୍କ ପାଇଁ ଦଣ୍ଡର ବ୍ୟବସ୍ଥା ମଧ୍ୟ ଅଛି। ଏହି ରିପୋର୍ଟରେ କାତାରରେ ଫୁଟବଲ ମ୍ୟାଚ ପରେ ପାର୍ଟି ଏବଂ ମଦ୍ୟପାନ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ଯଦି ଦମ୍ପତି ବୋଲି କହୁଥିବା ପୁରୁଷ ଏବଂ ମହିଳାଙ୍କ ଉପନାମ ସମାନ ନଥିବ ସେମାନଙ୍କୁ ହୋଟେଲରେ ଏକାଠି ଗୋଟିଏ କୋଠରୀରେ ରହିବାର ସୁଯୋଗ ପ୍ରଦାନ କରାଯିବ ନାହିଁ। ଏକାଠି ଏକ କୋଠରୀ ପାଇବାକୁ ହେଲେ ସେମାନଙ୍କୁ ପ୍ରମାଣ ଦାଖଲ କରିବାକୁ ପଡିବ ଯେ ସେମାନେ ସ୍ତ୍ରୀ ଏବଂ ସ୍ବାମୀ ଅଟନ୍ତି।

ଫିଫା ବିଶ୍ୱକପ ମୁଖ୍ୟ ଅଧିକାରୀ ନାସିର କହିଛନ୍ତି ଯେ ’ସର୍ବସାଧାରଣ ସ୍ଥାନରେ ରୋମାନ୍ସ କାତାର ସଂସ୍କୃତିର ଅଂଶ ନୁହେଁ। ତେଣୁ ଆମେ ବିଦେଶୀ ଅତିଥିମାନଙ୍କୁ ଏହାର ଅନୁମତି ଦେଇ ପାରିବୁ ନାହିଁ। ଏଥିସହ ସେ କହିଛନ୍ତି ଯେ ବିଶ୍ୱକପ ଦେଖିବାକୁ ଆସୁଥିବା ଫୁଟବଲ ପ୍ରେମୀମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?