ପ୍ରି-ବିଡିଂ ବୈଠକ ହୋଇନି

ଅନୁଗୋଳ ଅଫିସ, ୧୭ା୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ମାନବ ସମ୍ବଳ କାର୍ଯ୍ୟ ପାଇଁ କରାଯାଇଥିବା ପେପର ଟେଣ୍ଡରରେ କୌଣସି ଅନିୟମିତତା ହୋଇ ନ ଥିବା ସଫେଇ ଦିଆଯାଉଛି। ହେଲେ ଏକ ଠିକା ସଂସ୍ଥାକୁ ଏହି କାର୍ଯ୍ୟ ଦେବାକୁ ଚିକିତ୍ସାଳୟର କେତେଜଣ ଅଧିକାରୀ ଓ କର୍ମଚାରୀ କିପରି ଦଲାଲଙ୍କ ପ୍ରରୋଚନାରେ ଗୋଟିଏ ପରେ ଗୋଟିଏ ନିୟମର ଉଲ୍ଲଂଘନ କରିଛନ୍ତି ତାହାର ତଥ୍ୟ ପଦାକୁ ଆସିବାରେ ଲାଗିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଇ-ଟେଣ୍ଡର କରାଯାଇ ନ ଥିବାବେଳେ ପ୍ରି-ବିଡିଂ ବୈଠକ ମଧ୍ୟ ହୋଇନାହିଁ। ଫଳରେ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ (ଏନ୍‌ଆର୍‌ଏଚ୍‌ଏମ୍‌)ର ଗାଇଡ୍‌ ଲାଇନ୍‌କୁ ଉଲ୍ଲଂଘନ କରାଯାଇଥିବା କେତେଜଣ ଆବେଦନକାରୀ ଅଭିଯୋଗ କରିଛନ୍ତି। ଅନ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ନିର୍ଦ୍ଦେଶ ପାଳନ ହେଉଥିବା ବେଳେ ଅନୁଗୋଳରେ ସ୍ବାସ୍ଥ୍ୟ ପ୍ରଶାସନ କିପରି ନିୟମ ବଦଳାଇ ଦେଉଛି ବୋଲି ବୁଦ୍ଧିଜୀବୀ ଓ ରାଜନେତାମାନେ ପ୍ରଶ୍ନ କରିଛନ୍ତି।
ଅନୁଗୋଳ ଜିଲାର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ମାନବ ସମ୍ବଳ ଯୋଗାଇବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଚିଠି ନଂ. ୪୨୧/୨୮ା୦୭ା୨୧ରେ ପେପର ଟେଣ୍ଡର ଡକାଯାଇଥିଲା। ଅଗଷ୍ଟ ୧୯ ତାରିଖ ପୂର୍ବାହ୍ନରେ ଟେଣ୍ଡର ଖୋଲାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଟେଣ୍ଡର ଆହ୍ବାନ ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଟେଣ୍ଡର କମିଟି ବୈଠକ ଡକାଯାଇଛି ଓ ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିଥିବା ମେଡିକାଲ ପ୍ରଶାସନ ପକ୍ଷରୁ କୁହାଯାଉଛି। କିନ୍ତୁ ପ୍ରକୃତରେ ଜୁଲାଇ ପୂର୍ବରୁ ଉକ୍ତ ଟେଣ୍ଡର କାର୍ଯ୍ୟ ସମାପନ ହେବା କଥା। କିନ୍ତୁ କାର୍ଯ୍ୟ ନେଇଥିବା ଏକ ଠିକା ସଂସ୍ଥାକୁ ଅନୁକମ୍ପା ଦେଖାଇବା ଉଦ୍ଦେଶ୍ୟରେ ମାସେ ଅଧିକ ଗଡ଼ାଯିବା ସହ ପୁନର୍ବାର ସେହି ସଂସ୍ଥାକୁ ଏହି ମାନବ ସମ୍ବଳ କାର୍ଯ୍ୟ ଟେକି ଦେବା ପାଇଁ ପୂର୍ବରୁ ସମସ୍ତ ଯୋଜନା କରାଯାଇଥିବା ଅଭିଯୋଗ ହେଉଛି। ସେହିପରି ଟେଣ୍ଡର ଆହ୍ବାନର ସପ୍ତାହକ ମଧ୍ୟରେ ଏକ ପ୍ରି-ବିଡିଂ ବୈଠକ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡକାଯିବା କଥା। ଏଥିରେ ଟେଣ୍ଡରରେ ଅଂଶଗ୍ରହଣ କରୁଥିବା ଠିକାଦାରମାନେ ଯୋଗଦେଇ ଟେଣ୍ଡର ପେପରରେ ଅନିୟମିତତା ବା ତ୍ରୁଟି ଥିଲେ ସଂଶୋଧନ ପାଇଁ ପରାମର୍ଶ ଦେଇପାରିବେ ବୋଲି ଏନ୍‌ଆର୍‌ଏଚ୍‌ଏମ୍‌ ଗାଇଡ୍‌ ଲାଇନ୍‌ରେ ରହିଛି। କିନ୍ତୁ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଏହାକୁ ପାଳନ କରିନାହାନ୍ତି। ସେହିଭଳି ଟେଣ୍ଡରରେ ଟର୍ନ ଓଭରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଷ୍ଟାର୍ଫ ନର୍ସଙ୍କ ପାଇଁ ଗୋଟିଏ ଓ ଅନ୍ୟମାନଙ୍କ ପାଇଁ ଆଉ ଏକ କାଟାଗୋରି କରାଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ ନିୟମ ଉଲ୍ଲଂଘନ କରୁଥିବା କେତେଜଣ ଆବେଦନକାରୀ ଅଭିଯୋଗ କରିଛନ୍ତି।
ସାନି ଟେଣ୍ଡର କରାଯାଉ
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ଟେଣ୍ଡରରେ ସ୍ବଚ୍ଛତା ନାହିଁ। ସରକାରଙ୍କ ନିର୍ଦ୍ଦେଶ ଓ ନିୟମକୁ ଏଠାରେ ଉଲ୍ଲଂଘନ କରାଯାଇଛି। ତେଣୁ ଏହାକୁ ବାତିଲ କରି ସାନି ଟେଣ୍ଡର କରାଯାଉ। ଗୋଟିଏ ଠିକା ସଂସ୍ଥାକୁ କାର୍ଯ୍ୟ ଦେବା ପାଇଁ ମେଡିକାଲ ପ୍ରଶାସନ ଏତେ ତତ୍ପର କାହିଁକି।
-ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ନେତା, ଅନୁଗୋଳ
ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ
ଇ-ଟେଣ୍ଡର କରାଯାଇ ନାହିଁ। ପ୍ରି-ବିଡିଂ ବୈଠକ ଡକାଯାଇ ନାହିଁ। ଏଥିରୁ ମେଡିକାଲ କର୍ତ୍ତୃପକ୍ଷ ଦଲାଲମାନଙ୍କ କଥାରେ ଏହି ଟେଣ୍ଡର ଡାକିଥିବା ଜଣାପଡ଼ୁଛି। ଏହି ଟେଣ୍ଡରରେ ଫିକ୍ସି କରାଯାଇଥିବାରୁ ତୁରନ୍ତ ବାତିଲ ସହ ସାନି ଇ-ଟେଣ୍ଡର କରାଯାଉ। ନଚେତ ଆଗାମୀ ଦିନରେ ଆନ୍ଦୋଳନ ହେବ।
-ବିପ୍ଳବ ଜେନା, ସଭାପତି, ଅନୁଗୋଳ ଜିଲା କଂଗ୍ରେସ କମିଟି
ସ୍ବଚ୍ଛତା ରହିବା ବାଞ୍ଛନୀୟ
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଜିଲା ଖଣିଜ ପ୍ରତିଷ୍ଠାନରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାରୁ ଏହାର ସୁବିନିଯୋଗ ସହ ସମସ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ରହିବା ବାଞ୍ଛନୀୟ। ଏଥିପାଇଁ ଜିଲା ପ୍ରଶାସନ ଆବଶ୍ୟକ ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ। କୌଣସି ଅନିୟମିତତା ଆଦୌ ଗ୍ରହଣୀୟ ନୁହେଁ।
-ମାନସ ପାଳ, ସଚେତନ ନାଗରିକ, ଅନୁଗୋଳ
ନବୀକରଣ ଷଡ଼ଯନ୍ତ୍ର ହୋଇଥିଲା
ଦଲାଲମାନଙ୍କ ପ୍ରରୋଚନାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ ଚାଲିଛି। ମାନବ ସମ୍ବଳ କାର୍ଯ୍ୟ ପାଇଁ ଟେଣ୍ଡର ନ ଡାକି ତାହାକୁ ନବୀକରଣ କରାଯିବାର ଷଡ଼ଯନ୍ତ୍ର କରାଯାଇଥିଲା। କିନ୍ତୁ ତାହା ହୋଇ ନ ପାରିବାରୁ ଇ-ଟେଣ୍ଡର ନ କରି ପେପର ଟେଣ୍ଡର ମାଧ୍ୟମରେ ଠିକା ସଂସ୍ଥାକୁ କାର୍ଯ୍ୟ ଦେବାକୁ ଯୋଜନା କରାଯାଇଥିଲା।
-ସୁବୋଧ ମିଶ୍ର, ପୂବର୍ତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri