ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗଲାଣି କଥା, ତଥାପି ସେଲୁନ ଖୋଲିବାକୁ ମିଳୁନି ଅନୁମତି

ବରଗଡ଼ ଅଫିସ୍‌,୨୪।୬: କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ପରେ ରାଜ୍ୟ ସରକାର ସେଲୁନ, ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଜାରି କରିଥିଲେ। ଏହି କଟକଣା ଯୋଗୁ ବର୍ତ୍ତମାନ ସେଲୁନ, ବିୟୁଟି ପାର୍ଲର କର୍ମଚାରୀଙ୍କ ଜୀବନ ଦୁର୍ବିସହ ହୋଇପଡିଲାଣି। ବାରିକଙ୍କୁ କୌଣସି କୋଭିଡ୍‌ ସହାୟତା ମିଳିନି। ତେଣୁ ସେଲୁନ ଖୋଲିବାକୁ ଅନୁମତି ଦେବା ପାଇଁ ବରଗଡ଼ ଜିଲା ବାରିକ ସମାଜ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଛି । ଏହି କ୍ରମରେ ବାରିକ ସମାଜର ଏକ ପ୍ରତିନିଧି ଦଳ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବାରିକ ସମାଜର ଜିଲା ସଭାପତି ଦୁର୍ଗା ପ୍ରସାଦ ବାରିକ, ସମ୍ପାଦକ ଘନଶ୍ୟାମ ବାରିକ, ଉପଦେଷ୍ଟା ଅଶୋକ କୁମାର ପଶାୟତ, ଲାଭ ବାରିକ, ରୋହିତ ବାରିକଙ୍କ ସମେତ ଜିଲାର ୧୨ଟି ବ୍ଲକର ପ୍ରତିନିଧି ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ଛାତ୍ରଙ୍କୁ କଲମା ପଢ଼ାଇଲେ ଶିକ୍ଷକ, ଅଭିଭାବକ ସ୍କୁଲରେ ପଶି କଲେ….

ହାଇଦ୍ରାବାଦ,୧୬ା୭: ହାଇଦ୍ରାବାଦର ସଇଦାବାଦ ଅଞ୍ଚଳର ଏକ ଘରୋଇ ସ୍କୁଲରେ ବିବାଦ ଦେଖାଦେଇଛି । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ଯେ…

ତାଜମହଲ ସାମ୍ନାରେ ଖୋଲିଗଲା ବିଦେଶୀ ମହିଳାଙ୍କ ଶାଢ଼ି, ଏମିତି କାମ କଲେ ମହିଳା କନଷ୍ଟେବଳ, ଭିଡିଓ ଦେଖିଲେ…

ତାଜମହଲ ବିଶ୍ୱର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ପର୍ଯ୍ୟଟକ ପରିଦର୍ଶନ କରିବାକୁ ଆସିଥାନ୍ତି।…

ବିନାଶ କରିଦେବୁ…ଟ୍ରମ୍ପଙ୍କୁ ସିଧା ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ,୧୬।୭: ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ମଧ୍ୟରେ ତେହରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଦୃଢ଼ ମନୋଭାବ ଗ୍ରହଣ କରିଛି। ଇରାନର…

ପ୍ରବଳ ବର୍ଷା ସତ୍ତ୍ୱେ କେଏସୟୁବି କଲେଜରେ ଚାରାରୋପଣ: ସହଯୋଗ କଲେ…

ଭଞ୍ଜନଗର,୧୬।୭(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗୁରୁବାର ପ୍ରବଳ ବର୍ଷା ସତ୍ତ୍ୱେ ଚାରାରୋପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଗଗନ ବିହାରୀ…

ନିଜ ଦରମାରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ ସମିତି ସଭ୍ୟ ଧ୍ରୁବ, ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା

ଗଞ୍ଜାମ,୧୬।୭ (ବିଦ୍ୟାଧର ସାହୁ ): ଝିଅ ବିବାହ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା କରି ଚର୍ଚ୍ଚାରେ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ। ଗଞ୍ଜାମ…

ଜାରି ରହିଛି ଲଗାଣ ବର୍ଷା: କୁଲାଡ ରଥଯାତ୍ରା ବର୍ଷା ପାଇଁ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ଼

ଭଞ୍ଜନଗର,୧୬।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବୁଧବାର ରାତିରୁ ଗୁରୁବାର ଖବର ଲେଖା ହେବା ପର୍ଯ୍ୟନ୍ତ ଲଗାଣ ବର୍ଷା ଲାଗି ରହିଛି। ଏହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ…

ବିଦ୍ୟୁତ ବୋର୍ଡ ମରାମତି କରୁଥିବା ବେଳେ ମାରିଲା କରେଣ୍ଟ, ତାପରେ….

ପାଟଣା,୧୬ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ଅନ୍ତର୍ଗତ ବାର ତୁଣିଆ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିପଦପୂର୍ଣ୍ଣ ଅବସ୍ଥାରେ ବୃଦ୍ଧାଙ୍କ ଘର: ସହାୟତାର ହାତ ବଢ଼ାଇଲେ ସମାଜସେବୀ

କର୍ଲାମୁଣ୍ଡା:୧୬।୭(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ହଜାରିପଡ଼ାର ଜଣେ ଅସହାୟ ବୃଦ୍ଧା ଫୁଲତୁଲା ସାହୁ( ୭୫)ଙ୍କ ଘର ଲଗାତାର ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri