Posted inରାଜ୍ୟ

ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆଧାର ଲିଙ୍କ୍‌ ନ କଲେ ପେନ୍‌ସନ୍‌ ନାହିଁ

ଭୁବନେଶ୍ୱର,୩୦।୬(ସୁନିତ୍‌ ମିଶ୍ର): ୨୦୨୬-୨୭ରେ ‘ଏସ୍‌ଏନ୍‌ଏ-ସ୍ପର୍ଶ’ ପ୍ଲାଟଫର୍ମ ଜରିଆରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନ୍‌ଏସ୍‌ଏପି) ହିତାଧିକାରୀଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଉଛି। ପୋର୍ଟାଲର ରିପୋର୍ଟ ମୁତାବକ ୩,୩୫,୮୫୦ ଜଣ ହିତାଧିକାରୀ ଆକାଉଣ୍ଟ୍‌ ଜରିଆରେ ପେନସନ୍‌ ପାଉଛନ୍ତି। ମାତ୍ର ସେହି ହିତାଧିକାରୀମାନଙ୍କ ଆକାଉଣ୍ଟ୍‌ ସହିତ ଆଧାରକାର୍ଡ ମ୍ୟାପିଂ ହେଇନାହିଁ। ଫଳରେ ସେମାନଙ୍କୁ ଏସ୍‌ଏନ୍‌ଏ ସ୍ପର୍ଶ ପୋର୍ଟାଲ ଆଉ ଆକାଉଣ୍ଟ୍‌ ଜନିତ ପେମେଣ୍ଟ ବ୍ୟବସ୍ଥାକୁ ଗ୍ରହଣ କରିବ ନାହିଁ। ବହୁ ପେନସନ୍‌ଭୋଗୀ ଏପର୍ଯ୍ୟନ୍ତ ବ୍ୟାଙ୍କ ଯାଇ ଆଧାର ଲିଙ୍କ୍‌ ବା ଅପଡେଟ୍‌ କରିନାହାନ୍ତି।

ତେଣୁ ସବୁ ଜିଲାପାଳଙ୍କୁ ଚିଠି ଲେଖି ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି, ଯେଉଁମାନେ ମାସିକ ପେନସନ୍‌ ଆକାଉଣ୍ଟ ଜରିଆରେ ନେଉଛନ୍ତି ସେମାନଙ୍କ ମଧ୍ୟରୁ ଯେଉଁମାନେ ନିଜ ଆକାଉଣ୍ଟ ସହିତ ଆଧାର ଲିଙ୍କ୍‌ କରାଇନାହାନ୍ତି, ସେହି କାର୍ଯ୍ୟ ତୁରନ୍ତ କରାଇନିଅନ୍ତୁ। ଫଳରେ ସାମାଜିକ ସୁରକ୍ଷା ଅଧୀନରେ ପେନସନ୍‌ ସେମାନେ ପାଇପାରିବେ। ଜିଲା ସାମାଜିକ ସୁରକ୍ଷା ଅଫିସରଙ୍କୁ କହି ଯେଉଁମାନେ ଆଧାର ଲିଙ୍କ୍‌ କରାଇନାହାନ୍ତି ଏନ୍‌ଏସ୍‌ଏପି-ପିପିଏସ୍‌ ପୋର୍ଟାଲ ଜରିଆରେ ସେମାନଙ୍କୁ ଚିହ୍ନଟ କରାଯାଉ। ଏହା ଆଗ୍ରାଧକାର ଭିତ୍ତିରେ କାର୍ଯ୍ୟକାରୀ କରାଯିବା ଦରକାର। ହିତାଧିକାରୀମାନଙ୍କ ଆଧାର ଲିଙ୍କ୍‌ ଏବଂ ଇ-କଓ୍ବୋଇସି କରାଯାଉ। ସବୁ ବ୍ଲକସ୍ତରରେ ତାଲିକା କରି ଏହି କାର୍ଯ୍ୟ କରିବା ଉପରେ ବଶିଷ୍ଠ ଜୋର ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?