ଆଉ ଚଳୁନି ମୁରବିପଣିଆ

ଯଦୁମଣି ପାଣିଗ୍ରାହୀ

ସେଦିନ ରାତି ପ୍ରାୟ ୧୧ଟା ପାଖାପାଖି ହେବ। ମୋ ପଡ଼ୋଶୀ ବିଶ୍ୱାଳବାବୁଙ୍କ ଘରୁ ଖୁବ୍‌ ଜୋରରେ ପାଟିତୁଣ୍ଡ ଶୁଭିଲା। କାରଣ କ’ଣ ଜାଣିବାକୁ ବାହାରକୁ ଆସିଲି। ଘର ଭିତରୁ ତାଙ୍କ ଅବିବାହିତ ପୁଅ ପ୍ରକାଶର ପାଟି ସ୍ପଷ୍ଟ ଶୁଣାଯାଉଥିଲା। ସେ ଅତିମାତ୍ରାରେ ଉତ୍‌କ୍ଷିପ୍ତ ହୋଇ କହୁଥିଲା, ଆପଣଙ୍କ ମୁରବିପଣିଆକୁ ଭିତରେ ରଖନ୍ତୁ। ଆମେ ବଡ଼ ହେଲୁଣି। ଭୁଲ୍‌ ଠିକ୍‌ ବିଚାର କରିବାର କ୍ଷମତା ହାସଲ ବି କଲୁଣି। ଆପଣ କ’ଣ ସବୁଦିନେ ଆମକୁ ଏମିତି ତାଗିଦ କରୁଥିବେ ଆଉ ଗାଳି କରୁଥିବେ ନା କ’ଣ? ଆପଣଙ୍କର ସେ ପୁରୁଣା ଭାବନା ଓ ଚିନ୍ତାଧାରା ଏବେ ଅଚଳ ହେବାକୁ ବସିଲାଣି। ସମୟ ସହିତ ତାଳ ଦେଇ ଚାଲିବା ଶିଖନ୍ତୁ। ପୁଅ ଏଭଳି କଥା କହୁଥିଲା ବେଳେ ବିଶ୍ୱାଳବାବୁ ବୋଧେ ନୀରବରେ ସବୁକଥା ଶୁଣିଚାଲିଥିଲେ କାରଣ ତାଙ୍କ କଥା ଆଦୌ ବାହାରକୁ ଶୁଣାଯାଉ ନ ଥିଲା। ବାପାଙ୍କ ପ୍ରତି ପ୍ରକାଶର ଏତାଦୃଶ ବ୍ୟବହାର ମୋତେ ଟିକେ ଅଡୁଆ ଲାଗୁଥିଲା। ମୁଁ ମୋ ଘର ଭିତରକୁ ଚାଲି ଆସିଲି। ପରଦିନ ଶୁଣିଲି ପ୍ରକାଶ କୁଆଡ଼େ ପ୍ରତିଦିନ ବିଳମ୍ବିତ ରାତିରେ ବାହାରେ ଖାଇ ପିଇ ମାତାଲ ଅବସ୍ଥାରେ ଘରକୁ ଫେରୁଥିଲା। ଅତି ଅସହ୍ୟ ହେବାରୁ ସେଦିନ ବିଶ୍ୱାଳବାବୁ ଟିକେ ଆକଟ କରିଥିଲେ। ପରିଣାମ ଯାହା ଘଟିଲା ଆପଣ ତ ଜାଣିଲେ। ମୁଁ ଜଣେ ପରିପକ୍ୱ ବ୍ୟକ୍ତି ଓ ଝିଅପୁଅର ବାପା ହୋଇଥିବାରୁ ଏଭଳି ଅଭିଜ୍ଞତା ମୋ ନିଜର ବି ରହିଛି ଓ ଆପଣମାନଙ୍କର ବି ଥିବ। ଝିଅପୁଅଙ୍କ ଉପରେ ମୁରବିପଣିଆ ଜାହିର କରିବାକୁ ଯାଇ ପରିଣାମ ଭୋଗିବା ପରେ ମୁଁ ଅବଶ୍ୟ ଏବେ କେବଳ ନୀରବଦ୍ରଷ୍ଟାର ଅଭିନୟ କରିବାକୁ ବାଧ୍ୟ ହୋଇଛି। ଆଜିକାଲି ମୁରବିପଣିଆକୁ କିଏ ବା ପଚାରୁଛି କହିଲେ! ପରିବାର ଭିତରେ ମାତାପିତା, ଗୁରୁ ଗୁରୁଜନ ଓ ବୟସ୍କଙ୍କ ପ୍ରତି ଝିଅପୁଅଙ୍କର ଶ୍ରଦ୍ଧା ଆଉ ସମ୍ମାନବୋଧ କେଉଁଠି ଅଛି ଯେ। କାହାକୁ କିଛି କହିବାର ଅଧିକାର ବଡ଼ମାନଙ୍କର ଆଉ ନାହିଁ ଯେମିତି। କାଁ ଭାଁ ପରିବାରକୁ ବାଦ୍‌ ଦେଲେ ଅଧିକାଂଶ ପରିବାରରେ ପିଲାମାନେ ଆଜି ମୁରବିହୀନ ହୋଇପଡିଛନ୍ତି। ଶିକ୍ଷା ଓ ସଂସ୍କାର ସବୁ ମାଟିରେ ମିଶିଗଲାଣି। ପିଲାମାନଙ୍କ ଅହଂକାର ସେମାନଙ୍କୁ ସ୍ବେଚ୍ଛାଚାରୀ କରିଦେଇଛି। ଶିକ୍ଷିତ ଓ ରୋଜଗାରକ୍ଷମ ପିଲାମାନେ ତ ମାତାପିତା ଓ ଗୁରୁ ଗୁରୁଜନଙ୍କୁ ଉପେକ୍ଷା କରି ନିଜେ ନିଜେ ନିଷ୍ପତ୍ତି ନେଉଛନ୍ତି। ନିଜ ଇଚ୍ଛାରେ ବିବାହ କରିବାଠାରୁ ଆରମ୍ଭ କରି ଜାଗା କିଣିବା, ଘର ତୋଳିବା ଆଦି ବିଭିନ୍ନ ଘଟଣାରେ ମୁରବିଙ୍କ ସମ୍ମତି କି ସହମତି କିଛି ବି ଆବଶ୍ୟକ ପଡୁନି। ଯେଉଁମାନଙ୍କ ତ୍ୟାଗ, ଅବଦାନ ଓ ଦିଗ୍‌ଦର୍ଶନ ସେମାନଙ୍କୁ ସମାଜରେ ପ୍ରତିଷ୍ଠା ଓ ସମ୍ମାନପ୍ରାପ୍ତିର ସୁଯୋଗ ଦେଇଛିି ସେମାନଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କ’ଣ ଯୁକ୍ତିଯୁକ୍ତ ନା ଗ୍ରହଣୀୟ। ପାରିବାରିକ ଓ ସାମାଜିକ ଜୀବନରେ ମୁରବିପଣିଆର ଅଭାବ ଆଜି ଅନେକ ସାମାଜିକ ବିଶୃଙ୍ଖଳା ଓ ବ୍ୟଭିଚାରର କାରଣ ପାଲଟିଛି ।
ପିଲାବେଳେ ଆମ ମାତାପିତା ଓ ଗୁରୁଜନଙ୍କ ପ୍ରତି ଆମ ମନରେ ଯେତିକି ଭୟ ଥିଲା ସେତିକି ଭକ୍ତି ବି ଥିଲା। କେବଳ ଆମ ପରିବାର କାହିଁକି ସାଇପଡ଼ିଶା ଓ ଗାଁର ମୁରବିଶ୍ରେଣୀର ବା ବୟସ୍କଙ୍କ ପ୍ରତି ଆମ ମନରେ ଯଥେଷ୍ଟ ସମ୍ମାନ ରହିଥିଲା। ସେମାନଙ୍କୁ କିଛି କହିବା ତ ଦୂରର କଥା ସେମାନଙ୍କ ଆଗକୁ ଯିବାର ସାହସ କି ଆସ୍ପର୍ଦ୍ଧା ମନ ଭିତରେ ନ ଥିଲା। ବାପା କି ଅନ୍ୟ ଗୁରୁଜନଙ୍କ ଆଗରେ କଥା କହିବା ବେଳେ ଯଥେଷ୍ଟ ସତର୍କତା ଓ ସଂଯମତା ରକ୍ଷା କରିବାକୁ ପଡୁଥିଲା। ପ୍ରତ୍ୟେକଟି କାର୍ଯ୍ୟ କରିବା ଆଗରୁ ମା’ବାପାଙ୍କ ମତାମତ ଓ ପରାମର୍ଶ ନେବାକୁ ହେଉଥିଲା। ଚାଲିଚଳନ, ବ୍ୟବହାର ଓ କଥାବାର୍ତ୍ତାରେ ସାମାନ୍ୟ ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହେଲେ ବେମୁଣ୍ଡିଆ ଅଥବା ମୁରବିହୀନ ପିଲା ବୋଲି ଟୀକାଟିପ୍ପଣୀ ଶୁଣିବାକୁ ବି ପଡୁଥିଲା। ଆଗେ ସାଇପଡ଼ିଶା ଓ ଗାଁ ଗଣ୍ଡାରେ ମୁରବିଶ୍ରେଣୀର ଲୋକଙ୍କୁ ଖୁବ୍‌ ସମ୍ମାନ ପ୍ରଦର୍ଶନ କରାଯାଉଥିଲା। ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟ ଓ ନ୍ୟାୟ ନିଶାପରେ ମୁରବିମାନଙ୍କ ଉପସ୍ଥିତି ପରିସ୍ଥିତିକୁ ଯଥେଷ୍ଟ ଶୃଙ୍ଖଳିତ ଓ ନିୟନ୍ତ୍ରଣାଧୀନ କରିପାରୁଥିଲା। ପରିବାରଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ଉପୁଜୁଥିବା କଳିଝଗଡା, ମାରପିଟ ଓ ଜମିବାଡି ଭାଗବଣ୍ଟାକୁ ନେଇ ସମସ୍ୟାର ସମାଧାନ ଗାଁ ମୁରବିମାନଙ୍କ ଦ୍ୱାରା ଅତି ସହଜ ଓ ସରଳ ଭାବେ ହୋଇପାରୁଥିଲା। ତେବେ ସମୟ ବଦଳିବା ସହିତ ମୁରବିପଣିଆ ଯେମିତି ମରିଯିବାକୁ ବସିଛି। କେହି କାହାକୁ ମାନିବାକୁ କି କାହାର କଥା ଶୁଣିବାକୁ ଆଦୌ ରାଜି ନୁହନ୍ତି। ସାଧାରଣଠାରୁ ଅସାଧାରଣ ଯାଏ ପ୍ରାୟ ସବୁ ପରିବାରରେ ଏହି ସମସ୍ୟା ।
ଅସହ୍ୟ ହେବାରୁ କେହି କେହି ପାଟି ଖୋଲି ଅସମ୍ମାନିତ ଓ ଅପମାନିତ ହେଉଛନ୍ତି ତ ଆଉ କେହି ମାନ ମହତ ଚାଲିଯିବା ଭୟରେ ଆଲୋ ସଖୀ ଆପଣା ମହତ ଆପେ ରଖି ନ୍ୟାୟରେ ପାଟି ଚୁପ ରଖିବାକୁ ଶ୍ରେୟ ମଣୁଛନ୍ତି।
ଶଂଖିଡା, ତିହିଡି, ଭଦ୍ରକ
ମୋ-୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?