କେନାଲ ଜଳସେଚନ କାଗଜପତ୍ରରେ ଚାଲିଛି

କେନ୍ଦ୍ରାପଡ଼ା ଅଫିସ, ୩ା୩: କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। ଜିଲାରେ କୃଷିକୁ ୬୯ ପ୍ରତିଶତ ପରିବାର ଜୀବିକା କରିଛନ୍ତି। ତେବେ ଜିଲାରେ କେନାଲ ଜଳସେଚିତ ଅଞ୍ଚଳ ଭାବେ ଯାହା କାଗଜପତ୍ରରେ ଦେଖାଯାଉଛି, ତାହା ବାସ୍ତବିକ ସତ୍ୟ ନୁହେଁ ବୋଲି ରାଜସ୍ବ ବୈଠକରେ ବହୁବାର ଆଲୋଚନା ହେଉଛି। ଚିହ୍ନଟ ଜମିର ଜଳକର ମିଳୁ ନ ଥିବା ବେଳେ ପ୍ରଶାସନିକସ୍ତରରେ ଏଥିପାଇଁ ସମନ୍ବୟ କମିଟି ବସିବା ସମ୍ଭବ ହେଉନାହିଁ।

ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଏ ନେଇ ବିଭିନ୍ନ ବିଭାଗକୁ ସୂଚନା ଅଧିକାର ଆଇନରେ ତଥ୍ୟ ମଗାଯାଇଥିଲା। ରାଜସ୍ବ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ମୋଟ ୮୫,୯୨୦ ଏକର ଜମି ପାଇଁ ଜଳକର ଧାର୍ଯ୍ୟ ହୋଇଛି। ଅପରପକ୍ଷରେ କୃଷି ବିଭାଗ, ଜଳ ସମ୍ପଦ ବିଭାଗ ଓ ଉଠା ଜଳସେଚନ ବିଭାଗ ତଥ୍ୟ ଅନୁଯାୟୀ, କେନାଲ ମାଧ୍ୟମରେ ୪୬,୭୨୭ ହେକ୍ଟର ଅର୍ଥାତ ୧,୧୫, ୪୪୫ ଏକର ଜମିକୁ ଜଳ ଯୋଗାଣ ହେଉଛି। ଯାହା ରାଜସ୍ବ ବିଭାଗ ତଥ୍ୟଠାରୁ ୨୯,୫୪୫ ଏକର ଅଧିକ। ଜିଲାର ଆଳି, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ କେନାଲ ନାହିଁ। ଡେରାବିଶ ତହସିଲ ଅଞ୍ଚଳରେ କୃଷି ବିଭାଗ ୨୬,୬୯୦ ଏକର ଜମିରେ ପାଣି ମାଡୁଥିବା ଦର୍ଶାଯାଇଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ୨୪,୨୩୧ ଏକର ଜମି ପାଇଁ କର ଧାର୍ଯ୍ୟ ହୋଇଛି। ସେହିପରି ଗରଦପୁର ତହସିଲ ଅଞ୍ଚଳରେ କୃଷି ବିଭାଗର ୨,୫୯୨ ଏକରରୁ ରାଜସ୍ବ ବିଭାଗ ୨,୦୯୪ ଏକର, କେନ୍ଦ୍ରାପଡ଼ାରେ ୩୩,୪୮୫ ଏକରରୁ ୩୦,୦୮୪ ଏକର, ମାର୍ଶାଘାଇରେ ୧୧,୦୩୦ ଏକରରୁ ୮,୦୫୦ ଏକର, ମହାକାଳପଡ଼ାରେ ୭,୪୩୦ ଏକରରୁ ୫,୪୧୯ ଏକର ଓ ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ୨୭,୩୬୨ ଏକରରୁ ୧୬,୦୮୭ ଏକର ଜମିରେ ଜଳକର ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏ ସମ୍ପର୍କରେ ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ରାଜସ୍ବ, ଜଳସମ୍ପଦ, ଉଠା ଜଳସେଚନ, କୃଷି ବିଭାଗୀୟ ଅଧିକାରୀଙ୍କର ଏକ ସମନ୍ବୟ କମିଟି ବସିବା ପାଇଁ ନିୟମ ହୋଇଛି। କମିଟିର ଏହି ବୈଠକରେ ଜଳସେଚିତ ଜମିର ଆକଳନ ସହ ଅର୍ଥକରୀ ଫସଲ ଉପତ୍ାଦନ ସମ୍ପର୍କରେ ଯୋଜନା ପ୍ରସ୍ତୁତ ହୋଇଥାଏ। ଫଳରେ ଜିଲାର କୃଷିନୀତି ସଫଳ ହେବା ସହ ରାଜସ୍ବ ଆଦାୟ ପଥ ସୁଗମ ହୁଏ। ତେବେ ଗତ ୧୦ ବର୍ଷ ମଧ୍ୟରେ ଏପରି ସମନ୍ବୟ ବୈଠକ ବସିଥିବା ଜଣାପଡିନାହିଁ। ଫଳରେ ରାଜସ୍ବ ଆଦାୟ ବାଧାପ୍ରାପ୍ତ ସହ ପ୍ରକୃତ ଜଳସେଚନ ଜମିର ଆକଳନ ହୋଇପାରୁନାହିଁ। ଏହାବ୍ୟତୀତ ପ୍ରତିବର୍ଷ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଜଳସେଚିତ ଚାଷ ଜମିକୁ ଘରବାଡି କିସମକୁ ପରିବର୍ତ୍ତନ କରାଯାଉଛି। ଏହି କିସମ ପରିବର୍ତ୍ତନ ଜିଲା ପାଇଁ ଏକ ସମସ୍ୟା ଆଣିଛି। ପ୍ରାୟ ହଜାରରୁ ଅଧିକ ଚାଷ ଜମିର କିସମ ପରିବର୍ତ୍ତନ ପାଇଁ ତହସିଲଗୁଡିକରେ ଆବେଦନ ପତ୍ର ପଡି ରହିଥିବା ସେ ଦର୍ଶାଇଛନ୍ତି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ଦାସ କୁହନ୍ତି, ରାଜ୍ୟ ସରକାର ପ୍ରତି ବ୍ଲକ ଅଞ୍ଚଳର ଚାଷ ଜମି ମଧ୍ୟରୁ ଅନୂ୍ୟନ ୩୫ ପ୍ରତିଶତ ଜମିକୁ ଜଳସେଚନ ପାଇଁ ଘୋଷଣା କରିଛନ୍ତି। ତେବେ ଜିଲାରେ ଗତ ୨୭ ବର୍ଷ ମଧ୍ୟରେ ଗୋଟିଏ ଇଞ୍ଚ କେନାଲ ଖୋଳାଯାଇନାହିଁ। ଜିଲାର ବହୁ କେନାଲ ପୋତି ହୋଇପଡିବାରୁ ଖେଳ ପଡିଆରେ ପରିଣତ ହୋଇଛି। ଉନ୍ନତୀକରଣ ନାମରେ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ। ଏପରି କି କେନାଲ ନିକଟସ୍ଥ ଜମି ଜଳସେଚିତ ହେଉନାହିଁ। ଫଳରେ ଚାଷୀ ଜଳକର ନ ଦେବା ପାଇଁ ଆନ୍ଦୋଳନ କରୁଛନ୍ତି। ତୁରନ୍ତ ଏଥିପ୍ରତି ଜିଲାପାଳ, ଆରଡିସି ଓ ଜଳସମ୍ପଦ ବିଭାଗ ନଜର ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ଦୁର୍ଗାଚରଣ ମହାରଣାଙ୍କୁ ପଚାରିବାରେ, ନୂତନ କେନାଲ ଖନନ ସମୟରେ ରାଜସ୍ବ ବିଭାଗ ସହିତ ଜଳସମ୍ପଦ ବିଭାଗ ଓ ଅନ୍ୟ ବିଭାଗର ସମନ୍ବୟ କମିଟି ବସିଥାଏ। ଏଥିରେ ଜଳସେଚନଯୋଗ୍ୟ ଆୟାକଟକୁ ହିସାବକୁ ନିଆଯାଇଥାଏ। ଜିଲାରେ ଜଳକର ଆଦାୟ ହେଉଥିବା ଜମିର ପୁନଃ ସମୀକ୍ଷା ହେଲେ ରାଜସ୍ବ ବଢ଼ିବା ସହିତ କୃଷି ନୀତି ସଫଳ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?