ନା ମଣିଷ

ଶୁଭନାରାୟଣ ଶତପଥୀ

 

ନାର ଅର୍ଥ ନାହିଁ। କଥା ଆରମ୍ଭ ନାରୁ। ସମାଜରେ କିଛି ବ୍ୟକ୍ତି ଥାଆନ୍ତି ସେମାନେ ଅନ୍ୟମାନଙ୍କ କଥାକୁ ଖଣ୍ଡନ କରିବାକୁ ଭାରି ଭଲପାଆନ୍ତି। ଉଦ୍ଦେଶ୍ୟ ଯାହା ଥାଉ, ନା ଯେମିତି ତାଙ୍କର ପାଟିରେ ବସାବାନ୍ଧି ରହିଥାଏ। ସମସ୍ତଙ୍କୁ ନା କହିବାଟା ଅଭ୍ୟାସରେ ପରିଣତ ହୋଇଥିବାର ମନେହୁଏ। ସେମାନେ ଏପରି ଭାବରେ ଉତ୍ତର ରଖନ୍ତି ଯେମିତି ସେ ଉତ୍ତର ନା ହିଁ ହେବ। ଏହା ସେମାନଙ୍କର କଥା କହିବାର ତରିକା ବୋଲି କୁହନ୍ତି କିଛି ଲୋକ। ଏପରି ତରିକାକୁ ଆପଣେଇ କିଛି ଲୋକ ଅନ୍ୟମାନଙ୍କ ଦୃଷ୍ଟି ନିଜ ଆଡକୁ ଆକର୍ଷିତ କରିବାକୁ ଚାହାନ୍ତି। ଆଉ କେହି କେହି ଅନେକ ସମ୍ପର୍କ କିମ୍ବା ବ୍ୟକ୍ତିଙ୍କ ପ୍ରଭାବ ବା ଚାପକୁ କମ୍‌ କାରିବାକୁ ନାକୁ ଏକ ମାଧ୍ୟମ ରୂପେ ଗ୍ରହଣ କରିଥାନ୍ତି। ନା କହିବା ଏକ କଳା। କେହି କେହି ଏହି କଳାକୁ ଆପଣେଇ ଜୀବନ ନୌକାରେ ପାରି ହୁଅନ୍ତି। ନିଜର ଗୁରୁତ୍ୱ ବଢ଼ାନ୍ତି। ନା ସବୁବେଳେ ଯେ ନକାରାତ୍ମକ ତାହା ଭାବିବା ଭୁଲ୍‌। ନକାରାତ୍ମକ ଭାବନା ଯେ କେବଳ ମନଭିତରେ ନା ଶବ୍ଦର ଉଦ୍ରେକ କରାଏ ତାହା ସବୁବେଳେ ସତ୍ୟ ନୁହେଁ। କାରଣ ନା ଅନେକ ନକାରାତ୍ମକ କାର୍ଯ୍ୟକୁ ପ୍ରୋତ୍ସାହିତ କରେ ନାହିଁ। ତେବେ ସର୍ବଦା ନାକୁ ପ୍ରାଧାନ୍ୟ ଦେଇ ନିଜ ସ୍ଥିତି ସମାଜରେ ଜାହିର କରୁଥିବା ମଣିଷକୁ ଏଠାରେ ନା ମଣିଷ ବୋଲି ଆଖ୍ୟାୟିତ କରାଯାଇଛି। ନା ମଣିଷ ଏକ ନକାରାତ୍ମକ ଚରିତ୍ର।
ନରିବାବୁଙ୍କର କାମ କରିବାର ଏକ ନିଜସ୍ବ ଷ୍ଟାଇଲ ଅଛି। ତାଙ୍କ ପାଖରେ କାହାରି କାମ ପଡ଼ିଲେ ବା ତାଙ୍କ ସହିତ କୌଣସି ଆଲୋଚନା କରିବାକୁ ଗଲେ ପ୍ରଥମରୁ ନା ହିଁ ଶୁଣିବାକୁ ମିଳେ। ନରିବାବୁଙ୍କୁ ପଚାରିବାରୁ ସେ କହିଲେ, ମୋ ପାଖକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନା କହିବାର କାରଣ ହେଉଛି ସେହି ବ୍ୟକ୍ତିଟି ଗ୍ରହଣ କରିନେଉ ଯେ ନା ଏହା ହେବ ନାହିଁ ବା ମୋ କଥାଟି ଠିକ୍‌ ନୁହେଁ। ପରବର୍ତ୍ତୀ ସମୟରେ ହେବ କି ନ ହେବ ତାହା ମୁଁ (ନରିବାବୁ) ବିଚାର କରିବି। ଇଏ ବି ଏକ ପ୍ରକାର ନା ମଣିଷ। ଯିଏ ତାଙ୍କ ପାଖକୁ ଆସୁଥିବା ପ୍ରାୟ ସମସ୍ତ ବ୍ୟକ୍ତିଙ୍କ ମାନସିକତା, ଆବେଗ, ସକାରାତ୍ମକ ମନୋଭାବକୁ ନ ବୁଝି ଆରମ୍ଭରୁ ନା କରିବା କେତେ ଯୁକ୍ତିଯୁକ୍ତ। ଏ ନାର ପ୍ରଭାବ ବେଳେବେଳେ ଭୟଙ୍କର ହୋଇପାରେ।
ଏଇ ନିକଟରେ ମୁଁ ଦିଲ୍ଲୀରୁ ଫେରୁଥାଏ। ଆମ ପାଖରେ ବସିଥିବା ଜଣେ ମହାଶୟ ବେଶ୍‌ ଗପୁଥାନ୍ତି। ଲମ୍ବା ଯାତ୍ରାରେ ଗୁଲିଖଟି ହେବା ସ୍ବାଭାବିକ କଥା। ମୁଁ ମୋର ମତାମତ ଦେବା ବେଳେ ସେ ମହାଶୟ ଜଣକ କହିପକାଇଲେ ନା ଆପଣ ଭୁଲ୍‌ କହୁଛନ୍ତି। ହଠାତ ଏପରି ସିଧା ବାକ୍ୟଟି ଶୁଣି ମୁଁ ଗ୍ରହଣ କରିପାରୁ ନ ଥିଲି। କାରଣ ସେହି କଥାଟିକୁ ପରୋକ୍ଷରେ ମଧ୍ୟ କୁହାଯାଇପାରିଥାନ୍ତା। ଯାହା ମନରେ ରେଖାପାତ କରିନଥାନ୍ତା। ଯଦିଓ ଏପରି ନା କଥା କିଛି ମାତ୍ରାରେ ମୋତେ ପ୍ରଭାବିତ କରିଥିଲା ତଥାପି ମୁଁ ନୀରବରେ ସେମାନଙ୍କୁ ଲକ୍ଷ୍ୟ କରିବାକୁ ବାଧ୍ୟ ହେଲି। କିଛି ସମୟର ଅନୁଧ୍ୟାନ ପରେ ମୁଁ ଜଣିପାରିଲି ଯେ ସେହି ମହାଶୟ ଜଣକ ପ୍ରତ୍ୟେକ ଆଲୋଚନାରେ ତାଙ୍କ ସହେଯାଗୀଙ୍କୁ ନା ଆପଣ ଭୁଲ୍‌ କହୁଛନ୍ତି ବୋଲି କହିଦେଇ ବସିଯାଉଥାନ୍ତି। ଭୁଲ୍‌ କେଉଁଠି ରହିଲା, ତାହା କିପରି ଭୁଲ୍‌ ହେଲା ଯେ ସେ ଉତ୍ତରରେ ନା କହିଲେ ତାହାର ବିଶ୍ଳେଷଣ, ତଥ୍ୟ, ପ୍ରମାଣ ତାଙ୍କ ପାଖରେ ନ ଥାଏ। ବୋଧହୁଏ ଏହା କେବଳ ନିଜର ପତିଆରା ଜାହିର କାରିବାର ଏକ କଳା କିମ୍ବା ଭିନ୍ନ ଏକ ମାନସିକତା। ଇଏ ବି ଜଣେ ନା ମଣିଷ।
ଘରେ ପରିବାରରେ ଅନେକ ମାତାପିତା ଅଛନ୍ତି ଯେଉଁମାନେ ପିଲାମାନଙ୍କର ଦାବି, ଆବଶ୍ୟକତାକୁ ନ ବୁଝି ହଠାତ ନା ବୋଲି କୁହନ୍ତି। ବିଚରା ପିଲାଙ୍କ ଅଳି ଅଝଟ କରିବା ପରେ ନା ଟା ନା ରୁହେ କିମ୍ବା ହଁ ହୁଏ ତାହା ସମ୍ପୃକ୍ତ ପରିସ୍ଥିତି ହିଁ କୁହେ। ତେବେ ଏକଥା ନିଶ୍ଚିତ ଯେ ଆରମ୍ଭରୁ ଶିଶୁଟିକୁ ସିଧାସଳଖ ନା କହିବାର ପରମ୍ପରା ବା ପ୍ରତିକ୍ରିୟା ଯେ ଶିଶୁର ମନକୁ ଛୁଉଁନାହିଁ ଏହା ଉପଲବ୍ଧି କରିବାର ଆବଶ୍ୟକତା ରହିଛି। ଶିଶୁଟି ପ୍ରତିକ୍ରିୟାଶୀଳ ହୋଇ ନକାରାତ୍ମକ କାର୍ଯ୍ୟ କରିପାରେ କିମ୍ବା ସ୍ଥଳ ବିଶେଷରେ ଶିଶୁଟି ବଡ଼ ହୋଇ ନା ମଣିଷରେ ରୂପାନ୍ତରିତ ହେବା କିଛି ବଡ଼ କଥା ନୁହେଁ। କାରଣ ଶିଶୁ ଅନୁକରଣପ୍ରୀୟ। ଏହି ଅନୁକରଣ ଗୁଣ ଯୋଗୁ ସେମାନେ ନା କୁ ଧାରଣ କରନ୍ତି ବା ଅଭ୍ୟସ୍ତ ହୋଇ ମଜା ନେବାକୁ ବାରମ୍ବାର ନା ଶୁଣିବାକୁ ଇଚ୍ଛା କରନ୍ତି। ନା ଶୁଣିବା ପାଇଁ ସେମାନେ ନା ମଣିଷଙ୍କୁ ଏପରି କଥା କୁହନ୍ତି ଯେପରି ସେମାନେ ନା କହିବେ ଓ ଏହାକୁ ଶୁଣି ପିଲାଏ ଖୁସି ହେବେ ବା ମଜା ନେବେ। ଅନେକ ସ୍ଥାନରେ ନା କୁହାଇବା ପାଇଁ କୌଶଳର ସହିତ କଥାକୁ ଏପରି ଉପସ୍ଥାପନ କରନ୍ତି ଯେ ବ୍ୟକ୍ତି ନା ବୋଲି ବାରମ୍ବାର କହି ନା ମଣିଷରେ ପରିବର୍ତ୍ତନ ହୋଇଯାଇଥାଏ, ସେ ନିଜେ ଜାଣି ନ ଥାଏ।
ଆଜିକାଲି ସମୟ, ପରିସ୍ଥିତି, ପରିବେଶ ଖୁବ୍‌ ଦ୍ରୁତ ଗତିରେ ପ୍ରଗତି ଆଡକୁ ମାଡ଼ିଚାଲିଛି। ପ୍ରଗତି କେବଳ ହଁ ରେ ହେବ ତାହା ନୁହେଁ ବରଂ ନା କହିବା ପୂର୍ବରୁ ସାମ୍ନାରେ ଥିବା ଶିଶୁଠାରୁ ବୟସ୍କ ପର୍ଯ୍ୟନ୍ତ ବ୍ୟକ୍ତିମାନଙ୍କ ଆଗ୍ରହ, ମାନସିକତାକୁ ସମ୍ମାନ ଦେବା ଜରୁରୀ। ତାଙ୍କ ମାନସିକତାକୁ ପଢ଼ି ବା ଓ ଧୈର୍ଯ୍ୟର ସହିତ ଶୁଣିବା ଉଚିତ। ପରୋକ୍ଷରେ ହଁ ବା ନା କହିବା ଦ୍ୱାରା ତାଙ୍କ ଜୀବନରେ ଥିବା ବିପଦକୁ ଆପଣ ଦୂର କରିବାରେ ସହଯୋଗ କରିପାରନ୍ତି। ନକାରାତ୍ମକରୁ ସକାରାତ୍ମକ ଜୀବନର ରାହା ଦେଖାଇପାରନ୍ତି। ଆଉ ସବୁବେଳେ, ସବୁ ପରିସ୍ଥିତିରେ ନା କହିବା ଏକ ହୀନ ମାନସିକତା, ବିକୃତ ଚିନ୍ତାଧାରା। ଭୁଲ୍‌ କଥା କହୁଥିବା, ଭୁଲ୍‌ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ସିଧାସଳଖ ନା କହିବା ଦ୍ୱାରା ଅଧିକ ଭୁଲ୍‌କୁ ପ୍ରୋତ୍ସାହିତ କରିବାର ସମ୍ଭାବନା ମଧ୍ୟ ଥାଏ। ତେଣୁ ନା କହିବା ପୂର୍ବରୁ ଏହାର ଆବଶ୍ୟକତା, ଗ୍ରହଣୀୟତା, ମାନସିକତା ସବୁକୁ ବୁଝିବା ଜରୁରୀ। ସମାଜରେ ଘଟୁଥିବା ବା ଘଟିବାର ସମ୍ଭାବନା ଥିବା ଦୁର୍ଘଟଣା, କୁକାର୍ଯ୍ୟ ବ୍ୟବହାରକୁ ନା କହିବା ଠିକ୍‌, କିନ୍ତୁ ସେ କ୍ଷେତ୍ରରେ କାର୍ଯ୍ୟ କରିବାବେଳେ ପୀଡ଼ିତଙ୍କୁ ହଠାତ ନା କହିବା ପୂର୍ବରୁ ଚିନ୍ତା କରିବାକୁ ପଡ଼େ ହଠାତ କୁହାଯିବ ନା କିଛି ସମୟ ଦିଆଯିବ। ଠିକ୍‌ ସେହିପରି ନାର ନକାରାତ୍ମକ ଦିଗ ଓ ପ୍ରଭାବକୁ ଦୃଷ୍ଟିରେ ରଖି ତାହାର ଯଥାର୍ଥତା ପ୍ରତିପାଦନ ସହ ଉପସ୍ଥାପନା କଲେ ନିଶ୍ଚୟ ଗ୍ରହଣୀୟ ଓ ଫଳପ୍ରଦ ହେବ। ନାର କଟୁତା କଟିବ ଓ ପଟୁତା ବଢ଼ିବ। ଏପରି କ୍ଷେତ୍ରରେ ନା କହୁଥିବା ଲୋକଙ୍କର ନା ଟି ଗ୍ରହଣୀୟ ହେବ। ତାଙ୍କୁ କେହି ନା ମଣିଷ କହିବେ ନାହିଁ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?