ସରକାରୀ ଗାଡ଼ିରେ ପରିବାର ସହ ବୁଲୁଛନ୍ତି ରେଞ୍ଜ ଅଫିସର

ରାଜନଗର,୧ା୪(ଭାସ୍କର ରାଉତରାୟ): ସରକାରୀ ଗାଡ଼ିରେ ଡ୍ୟୁଟି ଛାଡି ବାବୁ କରୁଛନ୍ତି ଭ୍ରମଣ। ବିନା ଛୁଟିରେ କାହାକୁ ନ ଜଣାଇ ସରକାରୀ ଗାଡ଼ି ନେଇ ପରିବାର ସଦସ୍ୟଙ୍କ ସହ କଟକ ଓ ଭୁବନେଶ୍ୱର ଘୁରି ବୁଲିବା ସହ ବିଳମ୍ବିତ ରାତ୍ରି ଯାଏଁ ଭୁବନେଶ୍ୱର ଏୟାରପୋର୍ଟରେ ରହିଥିଲେ।
ସରକାରୀ ଗାଡ଼ି ବିଳମ୍ବିତ ରାତ୍ରିରେ ଏୟାରପୋର୍ଟରେ ପାର୍କିଂ କରିବା ଓ ବାହାରିବାର ଟିକେଟ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ବନବିଭାଗର ଏହି ରେଞ୍ଜ ଅଫିସର ଜଣଙ୍କ ଦୁଇଦିନ ଧରି ସରକାରୀ ଗାଡ଼ି ନେଇ କିପରି ନିଜ ରେଞ୍ଜ ଏରିୟାଠାରୁ ୧୪୦ କିମି ଦୂରକୁ ଗଲେ ଓ ପରିବାର ସଦସ୍ୟଙ୍କ ସହ ବୁଲିଲେ, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ରାଜନଗର ବନବିଭାଗ ରେଞ୍ଜ କାର୍ଯ୍ୟାଳୟରେ ପଟ୍ଟାମୁଣ୍ଡାଇ କୁନ୍ଦୁପୁର ଅଞ୍ଚଳର ଏକ ବୋଲେରୋ ଗାଡ଼ି ଭଡ଼ାରେ ଲାଗିଛି। ଗାଡ଼ିରେ ତେଲ ପୋଡ଼ିବା ଓ ମାସିକ ଭଡା ସରକାରୀ ତହବିଲରୁ ଦିଆଯାଉଛି। ମାତ୍ର ଏହି ଗାଡ଼ିକୁ ରାଜନଗର ରେଞ୍ଜର ରେଞ୍ଜ ଅଫିସର ବ୍ୟକ୍ତିଗତ କାର୍ଯ୍ୟରେ ବହୁ ସମୟରେ ବ୍ୟବହାର କରିଥାଆନ୍ତି। ଚଳିତମାସ ୨୭ ତାରିଖ ବୁଧବାର ଦିନ ରେଞ୍ଜ ଅଫିସର ଚିତ୍ତ ରଞ୍ଜନ ବେଉରା ଏହି ସରକାରୀ ଗାଡ଼ିକୁ ନେଇ ତାଙ୍କ ଘରକୁ ଯାଇଥିଲେ। ସେଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଯାଇଥିଲେ। ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ରାତି ୧୧ଟା ୩୨ରେ ଗାଡ଼ି ପାର୍କିଂ କରିଥିଲେ। ତାଙ୍କ ପୁଅ ବିମାନରୁ ଓହ୍ଲାଇବା ପରେ ତାଙ୍କୁ ଏହି ସରକାରୀ ଗାଡ଼ିରେ ଆଣି ରାତି ୧୧ଟା ୪୭ରେ ବିମାନ ବନ୍ଦରରୁ ବାହାରି ଆସିଥିଲେ। ବିମାନ ବନ୍ଦରରେ ପାର୍କିଂ ଟିକେଟ୍‌ ଓ ବାହାରିବା ସମୟର ଅନଲାଇନ ଟିକେଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ରେଞ୍ଜ ଅଫିସର ବିମାନ ବନ୍ଦରରୁ ପୁଅକୁ ଧରି ସରକାରୀ ଗାଡ଼ିରେ ବାହାରି ନିଜ ଘରକୁ ଫେରିଥିଲେ। ୨୯ ତାରିଖ ଦିନ ପରିବାର ସଦସ୍ୟଙ୍କ ସହ ବିଭିନ୍ନ ସ୍ଥାନ ବୁଲାବୁଲି କରିବା ପରେ ରାଜନଗର ରେଞ୍ଜ କାର୍ଯ୍ୟାଳୟକୁ ଫେରିଥିଲେ। ବୁଧବାର ଓ ଗୁରୁବାର ଦିନ ସରକାରୀ କାର୍ଯ୍ୟ ଦିବସରେ ରେଞ୍ଜ ଅଫିସର ସରକାରୀ ଭାବେ ଛୁଟି ନେଇଥିଲେ କି? ଯଦି ଛୁଟି ନେଇ ନ ଥିଲେ ତେବେ କଟକ, ଭୁବନେଶ୍ୱରରେ କାହିଁକି ବୁଲୁଥିଲେ। ଏ ସମ୍ପର୍କରେ ରେଞ୍ଜ ଅଫିସର ବେଉରାଙ୍କୁ ପଚାରିବାରୁ ସେ ୨୭ ତାରିଖ ଦିନ ଭୁବନେଶ୍ୱର ଏୟାରପୋର୍ଟ ଯାଇଥିବା ସ୍ବୀକାର କରିଛନ୍ତି।
ଏ ସମ୍ପର୍କରେ ଏସିଏଫ୍‌ ଗଗନ ବିହାରୀ ମଲିକଙ୍କୁ ପଚାରିବାରୁ ସରକାରୀ ଗାଡ଼ି ନେଇ ଘରୋଇ କାମରେ ଯିବା କଥା ନୁହେଁ, ଏ ସମ୍ପର୍କରେ ଡିଏଫ୍‌ଓ ଯାହା ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri