୧୫ ଦିନ ହେଲା ଇନ୍‌ସୁଲିନ ମିଳୁନି

ନୟାଗଡ଼ ଅଫିସ,୨୧ା୨:ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଇନ୍‌ସୁଲିନ୍‌ ମିଳୁନି। ରୋଗୀ ୧୫ ଦିନ ହେଲା ନିରାମୟ କାଉଣ୍ଟର ସମ୍ମୁଖରେ ଧାଡିରେ ଛିଡା ହୋଇ ଅପେକ୍ଷା କରି କରି ଫେରୁଛନ୍ତି। ଏଭଳି ଅସୁବିଧାକୁ ସମାଧାନ କରାଯାଉ ନ ଥିବାରୁ ଅସନ୍ତୋଷ ବଢ଼ି ଚାଲିଛି। ରୋଗୀଙ୍କୁ କାଲି ଆସ, ପରଦିନ ଆସ କହି ବାରମ୍ବାର ଚିକିତ୍ସାଳୟକୁ ଦୌଡାଇ ହଇରାଣ କରାଯାଉଛି। ଚିକିତ୍ସାଳୟରେ ଇନ୍‌ସୁଲିନ୍‌ ମିଳୁ ନ ଥିବାବେଳେ ଡେପ୍ଲୟଡ ହୋଇଥିବା ଜଣେ ଫାର୍ମାସିଷ୍ଟ ଇନ୍‌ସୁଲିନ୍‌ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏପରିକି କିଛି ସରକାରୀ ଔଷଧକୁ ମଧ୍ୟ ବିକ୍ରି କରୁଥିବା ଅଭିଯୋଗ ରହିଛି। ଅଭିଯୋଗ ସତ୍ୟ ହେଲେ ଫାମାସିଷ୍ଟ କେଉଁଠୁ, କିପରି ଇନ୍‌ସୁଲିନ୍‌ ଓ ସରକାରୀ ଔଷଧ ପାଉଛନ୍ତି ତା’ର ତଦନ୍ତ ହେବା ଦରକାର। ନିରାମୟ କାଉଣ୍ଟରରେ ଇନ୍‌ସୁଲିନ ନ ମିଳିବା ଓ ରୋଗୀଙ୍କୁ ଫାର୍ମାସିଷ୍ଟ ଇନ୍‌ସୁଲିନ୍‌ ବିକ୍ରି କରିବା ଘଟଣା ସରକାରଙ୍କ ମାଗଣା ଔଷଧ ଯୋଗାଣକୁ ପ୍ରହସନରେ ପରିଣତ କରିଛି। ପ୍ରଶ୍ନ ଉଠୁଛି ୧୫ ଦିନ ହେଲା ଇନ୍‌ସୁଲିନ୍‌ କାହିଁକି ରୋଗୀଙ୍କୁ ଦିଆଯାଉନି। ଯଦି ଷ୍ଟକ ଆସିନି ବଜାରରୁ କିଣି କରି ଦିଆଯିବାର କାହିଁକି ବ୍ୟବସ୍ଥା କରାଯାଉନି। ୧୫ଦିନ ହେଲା ରୋଗୀ ଇନ୍‌ସୁଲିନ୍‌ ନେବା ପାଇଁ ଚିକିତ୍ସାଳୟକୁ କାହିଁକି ଦୌଡୁଛନ୍ତି। ଅନ୍ୟପକ୍ଷେ ଜଣେ ଡେପ୍ଲୟଡ ଫାମସିଷ୍ଟ ଇନ୍‌ସୁଲିନ୍‌ ବିକ୍ରିି କରୁଥିଲେ ମଧ୍ୟ ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ରୋଗୀମାନେ ଅଭିଯୋଗ କରିଛନ୍ତି। ନୟାଗଡ଼ର ସିତା ସ୍ବାଇଁ କୁହନ୍ତି, ମୋ ଶ୍ୱଶୁରଙ୍କର ଇନ୍‌ସୁଲିନ୍‌ ଦରକାର। ଜିଲା ମୁଖ୍ୟ ଚିକିତ୍ସାଳୟକୁ ବାରମ୍ବାର ଦୌଡି ଫେରିବାକୁ ପଡୁଛି। ଗୋଡିପଡ଼ାର ମାନସ ମିଶ୍ର କୁହନ୍ତି, ମୋ ନନାଙ୍କର ଡାଇବେଟିସ୍‌ ଅଛି। ସେ ଇନ୍‌ସୁଲିନ୍‌ ନେଉଛନ୍ତି। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଇନ୍‌ସୁଲିନ୍‌ ମିଳୁନାହିଁ। ଇନ୍‌ସୁଲିନ୍‌ ପାଇଁ ନୟାଗଡ଼ ବାରମ୍ବାର ଦୌଡିବାକୁ ପଡୁଥିଲେ ମଧ୍ୟ ହଇରାଣ ହେବାକୁ ପଡୁଛି। ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀ ନଁା ଗୋପନ ରଖି କହିଛନ୍ତି ଇନ୍‌ସୁଲିନ୍‌ ବିକ୍ରି କରିବା ଠିକ୍‌ ନୁହେଁ। ନିଜର ଖାସ୍‌ ଲୋକଙ୍କୁ ଇନ୍‌ସୁଲିନ୍‌ ମାଗଣାରେ ଦିଆଯାଉଛି। କେତେଜଣ ଲୋକଙ୍କୁ ମଧ୍ୟ ବିକ୍ରି ହେଉଛି। ଜଣେ ଫାମସିଷ୍ଟ ବେଆଇନ କାର୍ଯ୍ୟ କରୁଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା କହିଛନ୍ତି। ସିଡିଏମ୍‌ଓ ମକରନ୍ଦ ବେଉରାଙ୍କୁ ପଚାରିବାରେ ଇନ୍‌ସୁଲିନ୍‌ ମିଳୁନି ବୋଲି ମୋ ପାଖରେ ଖବର ନାହିଁ। ତୁରନ୍ତ ଏହାର ପ୍ରତିକାର କରାଯିବ। ଅନ୍ୟପକ୍ଷେ ଫାମସିଷ୍ଟ ଇନ୍‌ସୁଲିନ୍‌ ବିକ୍ରି କରୁଥିବା ଅଭିଯୋଗ ମିଳିନାହିଁ। ତେବେ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କୁ ପଚାରିବାରେ ଏ ସମ୍ପର୍କରେ ସିଡିଏମ୍‌ଓଙ୍କ ସହ କଥା ହୋଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?