ସରକାରୀ ଅଙ୍କୁଶ ନାହିଁ: ଗଢ଼ିଉଠୁଛି କୋଚିଂ ସେଣ୍ଟର

ପଟ୍ଟାମୁଣ୍ଡାଇ, ୯ା୪ (କଳ୍ପତରୁ ନାୟକ):ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସରକାରୀ ଶିକ୍ଷକ ବା ଅଧ୍ୟାପକ ବେସରକାରୀ ଭାବେ ଶିକ୍ଷାଦାନ କରିପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମା ରହିଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ସରକାରୀ ଶିକ୍ଷକ, ଅଧ୍ୟାପକମାନେ ସରକାରୀ ନିୟମର ଖୋଲା ଉଲ୍ଲଂଘନ କରି ବେସରକାରୀ ଟ୍ୟୁସନ୍‌ ଓ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଟ୍ୟୁସନ୍‌, ଶତାଧିକ କୋଚିଂ ସେଣ୍ଟର ଓ ଟ୍ୟୁଟୋରିଆଲ ଆଦି ଅବାଧରେ ଚାଲିଛି। ଏହାଦ୍ୱାରା ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ମାନବ ଅଧିକାର କର୍ମୀ ସୁଶାନ୍ତ କୁମାର ଧଳ କହିଛନ୍ତି, ପଟ୍ଟାମୁଣ୍ଡାଇ ସହରରେ ୧୦ରୁ ଅଧିକ କୋଚିଂ ସେଣ୍ଟର, ଟ୍ୟୁଟୋରିଆ ଚାଲିଛି। ଏଗୁଡ଼ିକରେ ଅଧିକାଂଶ ସରକାରୀ ଶିକ୍ଷକ ଓ ଅଧ୍ୟାପକ ଶିକ୍ଷାଦାନ କରୁଛନ୍ତି। ବଡ଼ କଥା ହେଲା କେତେକ ସେଣ୍ଟର ମାଲିକ ମଧ୍ୟ ନିଜେ ସରକାରୀ ଶିକ୍ଷକ ଅଛନ୍ତି। ବିଦ୍ୟାଳୟ ସମୟ ପୂର୍ବରୁ ଏବଂ ପରେ ଏହି ସରକାରୀ ଶିକ୍ଷକମାନେ କୋଚିଂ ସେଣ୍ଟର ଓ ଟ୍ୟୁଟୋରିଆଲରେ ଶିକ୍ଷାଦାନ କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏଭଳି କେବଳ ପଟ୍ଟାମୁଣ୍ଡାଇରେ ନୁହେଁ, ସାରା ଜିଲାରେ ଦେଖିବାକୁ ମିଳୁଛି। ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ କୋଚିଂ ସେଣ୍ଟରରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଅଧିକ ମାର୍କ ଦିଆଯାଇଥିବା ବେଳେ ଅନ୍ୟ ଛାତ୍ରୀଛାତ୍ରଙ୍କୁ ଜାଣିଶୁଣି କମ୍‌ ମାର୍କ ଦିଆଯାଉଛି ବୋଲି ଅଭିଯୋଗ ମଧ୍ୟ ହେଉଛି। ଅଭିଭାବକ ମହାସଂଘ ଜିଲା ସମ୍ପାଦକ ନରେନ୍ଦ୍ର ଧଳ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଲିଥିବା ଘରୋଇ କୋଚିଂ ସେଣ୍ଟରଗୁଡ଼ିକରେ କଲେଜ ଛାତ୍ରୀଛାତ୍ରମାନଙ୍କୁ ଟ୍ୟୁସନ କରିବାକୁ ବାଧ୍ୟ କରାଯାଉଥିବା ବହୁବାର ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ରହିଥିବା ଘରୋଇ କୋଚିଂ ସେଣ୍ଟର ତଥା ଶିକ୍ଷାନୁଷ୍ଠାନଗୁଡ଼ିକ ବେଆଇନ ଭାବେ ବିନା ପଞ୍ଜୀକୃତରେ ଆର୍ଥତ୍କ କାରବାର ହେଉଥିବା ବେଳେ ସେସବୁରେ ଅଙ୍କୁଶ ଲାଗୁନାହିଁ। ଘରୋଇ କୋଚିଂ ସେଣ୍ଟରଗୁଡ଼ିକ ଚାଲୁଥିବା ବେଳେ ସେସବୁରେ ନିୟମିତ ଶିକ୍ଷା ବିଭାଗ ପକ୍ଷରୁ ଚଢାଉ ହେଉ ନ ଥିବାରୁ କଲେଜରେ ପାଠ ପଢୁଥିବା ଛାତ୍ରୀଛାତ୍ରମାନଙ୍କ ଉପରେ ଚାପ ବଢୁଛି ବୋଲି ଆଲୋଚନା ହେଉଛି। ଏପରିକି ଯୁକ୍ତ ୨ କଳା ଏବଂ ବିଜ୍ଞାନ ବିଭାଗ ଛାତ୍ରୀଛାତ୍ରମାନଙ୍କଠାରୁ ମାସିକ ଏକରୁ ଦେଢ଼ ହଜାର ଟଙ୍କା ଯାଏ ଟ୍ୟୁସନ୍‌ ଫି’ ସଂଗ୍ରହ କରାଯାଉଛି। ୨ ବର୍ଷରେ ଅଭିଭାବକମାନେ ଅନ୍ୟ ଖର୍ଚ୍ଚ ସମେତ ୩୦ରୁ ୫୦ ହଜାର ଟଙ୍କା ଯାଏ ଫି’ ବାବଦକୁ ପୈଠ କରିଥାନ୍ତି। ସେହିପରି ଆବଶ୍ୟକ ସରଞ୍ଜାମ ଏବଂ ଭିତ୍ତିଭୂମି ନ ଥାଇ ବିପଜ୍ଜନକ ସ୍ଥିତିରେ ଏହି ବେଆଇନ କୋଚିଂ ସେଣ୍ଟରଗୁଡିକ ଜନବସତି ମଧ୍ୟରେ ଚାଲିଛି। ସରକାରୀ ଶିକ୍ଷକ, ଅଧ୍ୟାପକମାନଙ୍କ ନିୟୋଜିତ ପ୍ରସଙ୍ଗକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ସରକାରୀ ଶିକ୍ଷାନୁଷ୍ଠାନରେ ତାଲିମପ୍ରାପ୍ତ ଶିକ୍ଷକ, ଅଧ୍ୟାପକ ଅଛନ୍ତି। କିନ୍ତୁ ଶିକ୍ଷାଦାନ ପ୍ରତି ଆନ୍ତରିକତା ରହୁନି। ନୂଆକୌଶଳରେ ଶିକ୍ଷାଦାନ ପାଇଁ ପ୍ରସ୍ତୁତ ହେବା ତ ଦୂରର କଥା ପିଲାମାନଙ୍କ ଭବିଷ୍ୟତ ପ୍ରତି ଚିନ୍ତିତ ରହୁନାହାନ୍ତି। ଯେଉଁ କାରଣରୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ବେସରକାରୀ ଶିକ୍ଷାନୁଷ୍ଠାନ ନେବାକୁ ବାଧ୍ୟ ହେଉଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନରେ ମାଟ୍ରିକ ପାସ୍‌ କଲେ ଡାକ୍ତରୀ, ଇଞ୍ଜିନିୟରିଂ ଆଦିରେ ନାମ ଲେଖାଇବା ପାଇଁ ୧୫% ସଂରକ୍ଷଣ ରହିଛି। ତଥାପି ସରକାରୀ ଅପେକ୍ଷା ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ଚାହିଦା ବଢୁଛି। ଅପରପକ୍ଷେ ସରକାରୀ ଶିକ୍ଷକମାନେ ପିଲାମାନଙ୍କୁ ଟ୍ୟୁସନ୍‌, କୋଚିଂ ସେଣ୍ଟର, ଟ୍ୟୁଟୋରିଆଲମୁହଁା କରାଇ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି। ଏପରି କି ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ହେଲେ ଏହାର ଆବଶ୍ୟକତା ରହିଛି ବୋଲି କହି ସେମାନେ ପିଲାମାନଙ୍କୁ ପ୍ରଭାବିତ କରୁଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ, କୌଣସି ସରକାରୀ ଶିକ୍ଷୟିତ୍ରୀଶିକ୍ଷକ ଓ ଅଧ୍ୟାପିକାଅଧ୍ୟାପକ ବେସରକାରୀ ଅନୁଷ୍ଠାନ ସହ ଜଡିତ ରହିପାରିବେ ନାହିଁ। ସରକାରୀ ଶିକ୍ଷାନୁଷ୍ଠାନର ସମୟ ପରେ ଏପରି କି ଛୁଟି ଦିନରେ ମଧ୍ୟ ଟ୍ୟୁସନ୍‌ କିମ୍ବା ଟ୍ୟୁଟୋରିଆଲ କ୍ଲାସ୍‌ କରିପାରିବେ ନାହିଁ। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହାର ଉଲ୍ଲଂଘନ କରାଯାଉଛି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଥଙ୍କୁ ପଚାରିବାରେ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଯଦି ପଟ୍ଟାମୁଣ୍ଡାଇ ଅଞ୍ଚଳରେ କେହି ସରକାରୀ ଶିକ୍ଷକ, ଅଧ୍ୟାପକ କୋଚିଂ ସେଣ୍ଟର ଚଳାଉଥିବେ ସେମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri