ପରିମଳ ଉପରେ ଦିଆଯାଉନି ଧ୍ୟାନ

ଅନୁଗୋଳ ଅଫିସ,୧୧ା୩ ଜନସଂଖ୍ୟା ଦୃଷ୍ଟିରୁ ଅନୁଗୋଳ ପୌରାଞ୍ଚଳର ତୃତୀୟ ବୃହତ୍ତମ ଓ୍ବାର୍ଡ ହେଉଛି ୧ ନମ୍ବର ଓ୍ବାର୍ଡ। ଜନବହୁଳ ଅଞ୍ଚଳ ହୋଇଥିବାରୁ ଏହି ଓ୍ବାର୍ଡର ସମସ୍ୟା ମଧ୍ୟ ଅଧିକ। ହେଲେ ଦୀର୍ଘବର୍ଷ ହେଲା ପୌର ପ୍ରଶାସନ ଏହାର ସମାଧାନ କରିପାରୁ ନାହିଁ। ବିଶେଷକରି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ ମଧ୍ୟ ସୁଧାରିବା ଦିଗରେ ଧ୍ୟାନ ଦିଆଯାଉ ନ ଥିବା ଓ୍ବାର୍ଡବାସୀ ଅଭିଯୋଗ କରିଛନ୍ତି।
ଅନୁଗୋଳ ପୌର ପରିଷଦର ଶିମିଳିପଡ଼ା ଓ ଶିକ୍ଷକପଡ଼ାର କିଛି ଅଂଶକୁ ନେଇ ଗଠିତ ୧ନଂ. ଓ୍ବାର୍ଡର ସୀମା ରାଣିଗୋଡ଼ା ପମ୍ପ ହାଉସ ଯାଏ ରହିଛି। ଛୋଟ ବଜାର ସହ ଏଠାରେ ସ୍କୁଲ, ସାଇନ୍ସ କଲେଜ ଆଦି ଶିକ୍ଷାନୁଷ୍ଠାନ ଥିବାରୁ ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯିବା କଥା। କିନ୍ତୁ ବର୍ଷ ବର୍ଷ ଧରି ଆବର୍ଜନା ସମସ୍ୟାର ନିରାକରଣ କରାଯାଉ ନାହିଁ। ରାସ୍ତା ପାର୍ଶ୍ୱରେ ଅଳିଆ ଗଦା ହେଉଥିବାବେଳେ ତାହାକୁ ନିୟମିତ ଭାବେ ଉଠାଯାଉ ନାହିଁ। ଫଳରେ ଅନେକ ସମୟରେ ପୂତିଗନ୍ଧମୟ ପରିବେଶ ମଧ୍ୟରେ ଓ୍ବାର୍ଡବାସୀଙ୍କୁ ରହିବାକୁ ପଡ଼ୁଛି। ସେହିପରି ଡ୍ରେନ୍‌ ସଫା କରାଯାଉ ନ ଥିବାରୁ ଠିକ୍‌ ଭାବେ ଜଳ ନିଷ୍କାସନ ହୋଇପାରୁ ନାହିଁ। ଅନେକ ସମୟରେ ଆବର୍ଜନା ଜମି ରହିବା ଯୋଗୁ ରାସ୍ତା ଉପରେ ଅପରିଷ୍କାର ପାଣି ପ୍ରବାହିତ ହେଉଛି। ପୂର୍ବ ନିର୍ବାଚିତ କାଉନସିଲରଙ୍କ କାର୍ଯ୍ୟକାଳ ୨୦୧୮ରୁ ଶେଷ ହୋଇଥିବାରୁ ସମସ୍ୟା ବୁଝିବାକୁ ୪ ବର୍ଷ ହେଲା କେହି ନାହାନ୍ତି। ବାରମ୍ବାର ଆପତ୍ତି ଅଭିଯୋଗ ପରେ ପୌର କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ। ତେଣୁ ଚଳିତ ପୌର ନିର୍ବାଚନକୁ ନେଇ ଓ୍ବାର୍ଡବାସୀ ଉତ୍ସାହିତ ଅଛନ୍ତି। ସାଧାରଣ ମହିଳାଙ୍କ ପାଇଁ ସଂରକ୍ଷିତ ଏହି ଓ୍ବାର୍ଡରୁ କାଉନସିଲର ପଦବୀ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସୁକାନ୍ତି ଦାସ। ଭାଜପା ଦିବ୍ୟାଂଶୀ ସ୍ବାଇଁଙ୍କୁ ଟିକେଟ୍‌ ଦେଇଥିବାବେଳେ କଂଗ୍ରେସରୁ ପ୍ରତିମା ବେହେରା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏ ସମ୍ପର୍କରେ ଓ୍ବାର୍ଡବାସୀ ନଇମ ମହମ୍ମଦ କହିଛନ୍ତି, ପରିମଳ ସମସ୍ୟାର ସମାଧାନ କରାଯିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ପୂର୍ବାପେକ୍ଷା ପୌର କର୍ତ୍ତୃପକ୍ଷ ଟିକେ ତତ୍ପର ହୋଇଛନ୍ତି। ଓ୍ବାର୍ଡକୁ ନୂଆ କାଉନସିଲର ମିଳିବା ପରେ ଲୋକେ ଆଶ୍ୱସ୍ତି ଅନୁଭବ କରିବେ ବୋଲି ଆଶା କରାଯାଉଥିବା ମହମ୍ମଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ମୋରମ୍‌ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍‌ ଖାଦାନରେ ଶନିବାର ସକାଳେ ମୋରମ୍‌ ଖୋଳୁଥିବା ବେଳେ ପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri