ପରିମଳ ଉପରେ ଦିଆଯାଉନି ଧ୍ୟାନ

ଅନୁଗୋଳ ଅଫିସ,୧୧ା୩ ଜନସଂଖ୍ୟା ଦୃଷ୍ଟିରୁ ଅନୁଗୋଳ ପୌରାଞ୍ଚଳର ତୃତୀୟ ବୃହତ୍ତମ ଓ୍ବାର୍ଡ ହେଉଛି ୧ ନମ୍ବର ଓ୍ବାର୍ଡ। ଜନବହୁଳ ଅଞ୍ଚଳ ହୋଇଥିବାରୁ ଏହି ଓ୍ବାର୍ଡର ସମସ୍ୟା ମଧ୍ୟ ଅଧିକ। ହେଲେ ଦୀର୍ଘବର୍ଷ ହେଲା ପୌର ପ୍ରଶାସନ ଏହାର ସମାଧାନ କରିପାରୁ ନାହିଁ। ବିଶେଷକରି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ ମଧ୍ୟ ସୁଧାରିବା ଦିଗରେ ଧ୍ୟାନ ଦିଆଯାଉ ନ ଥିବା ଓ୍ବାର୍ଡବାସୀ ଅଭିଯୋଗ କରିଛନ୍ତି।
ଅନୁଗୋଳ ପୌର ପରିଷଦର ଶିମିଳିପଡ଼ା ଓ ଶିକ୍ଷକପଡ଼ାର କିଛି ଅଂଶକୁ ନେଇ ଗଠିତ ୧ନଂ. ଓ୍ବାର୍ଡର ସୀମା ରାଣିଗୋଡ଼ା ପମ୍ପ ହାଉସ ଯାଏ ରହିଛି। ଛୋଟ ବଜାର ସହ ଏଠାରେ ସ୍କୁଲ, ସାଇନ୍ସ କଲେଜ ଆଦି ଶିକ୍ଷାନୁଷ୍ଠାନ ଥିବାରୁ ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯିବା କଥା। କିନ୍ତୁ ବର୍ଷ ବର୍ଷ ଧରି ଆବର୍ଜନା ସମସ୍ୟାର ନିରାକରଣ କରାଯାଉ ନାହିଁ। ରାସ୍ତା ପାର୍ଶ୍ୱରେ ଅଳିଆ ଗଦା ହେଉଥିବାବେଳେ ତାହାକୁ ନିୟମିତ ଭାବେ ଉଠାଯାଉ ନାହିଁ। ଫଳରେ ଅନେକ ସମୟରେ ପୂତିଗନ୍ଧମୟ ପରିବେଶ ମଧ୍ୟରେ ଓ୍ବାର୍ଡବାସୀଙ୍କୁ ରହିବାକୁ ପଡ଼ୁଛି। ସେହିପରି ଡ୍ରେନ୍‌ ସଫା କରାଯାଉ ନ ଥିବାରୁ ଠିକ୍‌ ଭାବେ ଜଳ ନିଷ୍କାସନ ହୋଇପାରୁ ନାହିଁ। ଅନେକ ସମୟରେ ଆବର୍ଜନା ଜମି ରହିବା ଯୋଗୁ ରାସ୍ତା ଉପରେ ଅପରିଷ୍କାର ପାଣି ପ୍ରବାହିତ ହେଉଛି। ପୂର୍ବ ନିର୍ବାଚିତ କାଉନସିଲରଙ୍କ କାର୍ଯ୍ୟକାଳ ୨୦୧୮ରୁ ଶେଷ ହୋଇଥିବାରୁ ସମସ୍ୟା ବୁଝିବାକୁ ୪ ବର୍ଷ ହେଲା କେହି ନାହାନ୍ତି। ବାରମ୍ବାର ଆପତ୍ତି ଅଭିଯୋଗ ପରେ ପୌର କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ। ତେଣୁ ଚଳିତ ପୌର ନିର୍ବାଚନକୁ ନେଇ ଓ୍ବାର୍ଡବାସୀ ଉତ୍ସାହିତ ଅଛନ୍ତି। ସାଧାରଣ ମହିଳାଙ୍କ ପାଇଁ ସଂରକ୍ଷିତ ଏହି ଓ୍ବାର୍ଡରୁ କାଉନସିଲର ପଦବୀ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସୁକାନ୍ତି ଦାସ। ଭାଜପା ଦିବ୍ୟାଂଶୀ ସ୍ବାଇଁଙ୍କୁ ଟିକେଟ୍‌ ଦେଇଥିବାବେଳେ କଂଗ୍ରେସରୁ ପ୍ରତିମା ବେହେରା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏ ସମ୍ପର୍କରେ ଓ୍ବାର୍ଡବାସୀ ନଇମ ମହମ୍ମଦ କହିଛନ୍ତି, ପରିମଳ ସମସ୍ୟାର ସମାଧାନ କରାଯିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ପୂର୍ବାପେକ୍ଷା ପୌର କର୍ତ୍ତୃପକ୍ଷ ଟିକେ ତତ୍ପର ହୋଇଛନ୍ତି। ଓ୍ବାର୍ଡକୁ ନୂଆ କାଉନସିଲର ମିଳିବା ପରେ ଲୋକେ ଆଶ୍ୱସ୍ତି ଅନୁଭବ କରିବେ ବୋଲି ଆଶା କରାଯାଉଥିବା ମହମ୍ମଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟା ଜଳ ପ୍ରବେଶ: ବିପଦ ସଂକେତ ଉପରେ ପ୍ରବାହିତ, ବନ୍ୟା ଆଶଙ୍କା

ଯାଜପୁର ରୋଡ,୮।୯(ନି.ପ୍ର.)- ବୈତରଣୀ ନଦୀରେ ବନ୍ୟା ଜଳ ଦ୍ୱିତୀୟ ଥର ପାଇଁ ପ୍ରବେଶ କରିଛି। ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ବର୍ତ୍ତମାନ ୧୭.୮୫ ମିଟରରେ...

ଆଜି ଦୋଳ ପୂର୍ଣ୍ଣିମା, ଗାଁଠୁ ସହର ଯାଏ ଉତ୍ସବମୁଖର

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଆଜି ଦୋଳ ପୂର୍ଣ୍ଣିମା। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ଘଟିବ। ବିମାନରେ ସଜ୍ଜିତ ହୋଇ ଗାଁ ଗାଁ ସାହି ସାହି ବୁଲି ଭୋଗ...

ଜୁନ୍‌ ଶେଷ ସସ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ ଅଫିସ,୪।୬: ଚଳିତ ମାସ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।...

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ: କେତେକ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା...

ଘରୋଇ ଚିକିତ୍ସାଳୟକୁ କାରଣ ଦର୍ଶାଅ ନୋଟିସ୍‌

କଟକ ଅଫିସ,୨୦ା୮: କଟକରେ ଡେଙ୍ଗୁ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସମ୍ପୃକ୍ତ ଯୁବକଙ୍କର ଡେଙ୍ଗୁ ଚିହ୍ନଟ ହେବା ପରେ ସେ...

ବିଜେଡି ହାତକୁ ଗଲା ବାଲେଶ୍ୱର ସଦର

ବାଲେଶ୍ୱର ଅଫିସ,୧୦।୧୧: ବାଲେଶ୍ୱର ସଦର ବିଧାନସଭା ଆସନରେ ମଙ୍ଗଳବାର ଭୋଟ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ବିଜୟୀ ହୋଇଛନ୍ତି। ଏବେ...

CORONAVIRUS UPDATE: ରାଜ୍ୟରେ ପୁଣି ୨୨୯ କରୋନା ପଜିଟିଭ୍‌ ଚିହ୍ନଟ; ଆକ୍ରାନ୍ତ ସଂଖ୍ୟା ୭୫୪୫କୁ ବୃଦ୍ଧି

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ପୁଣି ୨୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ରେ ପହଞ୍ଚିଛି। ନୂଆ ଚିହ୍ନଟ...

ଦାବି ପୂରଣ ପାଇଁ ଆନ୍ଦୋଳନ, ଲୋୟର ପିଏମ୍‌ଜି ଚଳଚଞ୍ଚଳ

ଭୁବନେଶ୍ୱର, ୧୮।୨ (ବ୍ୟୁରୋ): ୩ମାସ ପରେ ପୁଣି ଚଳଚଞ୍ଚଳ ହୋଇଛି ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିଠାରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକ। ଗାନ୍ଧୀ ମାର୍ଗରେ ପୋଲିସ ଡେରା...

Advertisement
Archives

Model This Week