Posted inଜାତୀୟ

ନୀତି ଆୟୋଗ ବୈଠକ, ୨ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୭।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରବିବାର ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀମାନେ ଯୋଗ ଦେଇଥିଲେ।

ରାଷ୍ଟ୍ରୀୟ ଭବନର ସାଂସ୍କୃତିକ କେନ୍ଦ୍ରରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଦୁଇ ବର୍ଷ ପରେ ମୁଖ୍ୟମନ୍ତ୍ରୀମାନ ଏବଂ ମନ୍ତ୍ରୀଙ୍କ ସହିତ ଏହି ବୈଠକରେ ଫିଜିକାଲ ମୋଡରେ ଭେଟିଛନ୍ତି। କାରଣ କରୋନା ମହାମାରୀ ଯୋଗୁଁ ୨୦୨୦ରେ ଏହି ସଭା ଆୟୋଜନ ହୋଇପାରିଲା ନାହିଁ ଏବଂ ୨୦୨୧ ରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଯୋଗ ଦେଇନାହାଁନ୍ତି।

ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ୨୦,୦୦୦ରୁ କମ ଜନସଂଖ୍ୟା ବିଶିଷ୍ଟ ସହର ଏବଂ ସହର ନିକଟରେ ଅବସ୍ଥିତ ଗ୍ରାମାଞ୍ଚଳରେ ମନରେଗା କାର୍ଯ୍ୟକାରୀ କରାଯିବାକୁ ଦାବି କରିଛନ୍ତି। ସେ ବୈଠକରେ ଜିଏସଟି କ୍ଷତିପୂରଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ବଘେଲ ଏହି ବୈଠକରେ କୋଇଲା ସମେତ ପ୍ରମୁଖ ଖଣିଜ ପଦାର୍ଥ ଉପରେ ରୟାଲଟି ହାରର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ଏବଂ କର୍ମଚାରୀଙ୍କ ସୱାର୍ଥ ଦୃଷ୍ଟିରୁ ନୂତନ ପେନସନ ଯୋଜନାରେ ଜମା ଫେରସ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି। ମାଓବାଦୀ ଲଢ଼େଇରେ ପାଇଁ ନିୟୋଜିତ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କ ପାଇଁ ୧୨,୦୦୦ କୋଟି ଟଙ୍କା ବ୍ୟୟ ପରିଶୋଧ କରିବାକୁ ମଧ୍ୟ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଗୋଧନ ନ୍ୟାୟ ଯୋଜନା ପାଇଁ ଛତିଶଗଡକୁ ପ୍ରଶଂସା କରିଛନ୍ତି। ଗାଈ ଗୋବରରୁ ଭର୍ମି କମ୍ପୋଷ୍ଟ ତିଆରି କରିଥିବାରୁ ସେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ସୂଚନା ଦେଇଛି।

ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପ୍ରାୟ ପ୍ରତିବର୍ଷ ତାଙ୍କ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୁଏ। ଓଡିଶାକୁ ଏକ ସ୍ବତନ୍ତ୍ର ଫୋକସ ରାଜ୍ୟ କରିବା ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ପାଣ୍ଠି ଆବଣ୍ଟନ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଆନ୍ତରିକତାର ସହ ଅନୁରୋଧ କରିଛନ୍ତି।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ବୈଠକରେ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ପ୍ରସଙ୍ଗ ଉଠାଇଛନ୍ତି। ସେ ଜଳ, କୃଷକଙ୍କ ଋଣ, ଏମଏସପିର ଆଇନଗତ ଗ୍ୟାରେଣ୍ଟି, କେନାଲ ପ୍ରକଳ୍ପ, ବୁଢ଼ା ନାଲା (ଲୁଧିଆନା), ବିବିଏମବି (ଭାଖଡ଼ା ବ୍ୟାସ ମ୍ୟାନେଜମେଣ୍ଟ ବୋର୍ଡ) ଏବଂ ସ୍ବାସ୍ଥ୍ୟ କ୍ଷେତ୍ର ପରି ପ୍ରସଙ୍ଗ ଉଠାଇଛନ୍ତି।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଘାଳୟର ମୁଖ୍ୟମନ୍ତ୍ରୀ କୋନରୋଡ ସାଙ୍ଗମାଙ୍କୁ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ସେମାନଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇଏଡିଏମ୍‌କେ ପ୍ରତିଷ୍ଠା ଦିବସରେ କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ

ଚେନ୍ନାଇ, ୧୭।୧୦: ତାମିଲନାଡୁରେ ଏଆଇଏଡିଏମ୍‌କେର ୪୯ତମ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ...

ଟୁଇଟରକୁ କେନ୍ଦ୍ର ସରକାରଙ୍କ ନୋଟିସ: ଆକାଉଣ୍ଟକୁ ଚାଲୁ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩।୧: ଟୁଇଟରକୁ କେନ୍ଦ୍ର ସରକାରଙ୍କ ଏକ ନୋଟିସ ଜାରି କରାଯାଇଛି। ହିଂସା ସୃଷ୍ଟି ପାଇଁ ବନ୍ଦ କରାଯାଇଥିବା ଆକାଉଣ୍ଟକୁ ପୁଣି ଚାଲୁ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ମୋଦିଙ୍କ ଗସ୍ତ ପୂର୍ବରୁ ଜମ୍ମୁର ଏକ ଗାଁରେ ବିସ୍ଫୋରଣ

ଜମ୍ମୁ,୨୪ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତର କିଛି ଘଣ୍ଟା ପୂର୍ବରୁ ଏକ ସନ୍ଦିଗ୍ଧ ବିସ୍ଫୋରଣ ହୋଇଛି । ରବିବାର ସକାଳେ ହୋଇଥିବା ଏହି...

ଗ୍ୟାସ୍‌ ସଂଯୋଗ ପାଇଁ ଏବେ ସେଲ୍ଫ ଡିକ୍ଲେରେଶନ୍‌ ପର୍ଯ୍ୟାପ୍ତ, ସୂଚନା ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ-୨.୦ ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଏଲପିଜି ସଂଯୋଗ...

ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୩ ।୬: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଓଡିଶାର ରାଜଧାନୀ ଭୁବନେଶ୍ୱରରୁ ଯାଇ ଦିଲ୍ଲୀ ପହଞ୍ଚିଛନ୍ତି । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଘୃଣାଭାବରେ କଂଗ୍ରେସ ଅନ୍ଧ ହୋଇଯାଇଛି’

ନୂଆଦିଲ୍ଲୀ,୨୯।୧୨: ଉଜବେକିସ୍ତାନରେ ସିରପ୍‌ ଯୋଗୁ ୧୮ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ଭାରତରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ଏ ସମ୍ପର୍କରେ କେନ୍ଦ୍ର...

୩୦ କୋଟି ଲୋକଙ୍କୁ ପ୍ରଥମେ ଦିଆଯିବ ଟିକା: ପୋଲିଂ ବୁଥ୍‌ ଭଳି ସ୍ଥାପନ ହେବ ଟିକା ବୁଥ୍‌

ନୂଆଦିଲ୍ଲୀ,୨୫।୧୧: ବର୍ତ୍ତମାନ ସୁଦ୍ଧା ଭାରତରେ କୌଣସି କରୋନା ଟିକାକୁ ଦିଆଯିବା ଲାଗି ସ୍ବୀକୃତି ମିଳି ନାହିଁ। ତେବେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ଲାଗି...

ଭାଜପାର ମିଶନ ଦକ୍ଷିଣ ଭାରତ, ୫ ରାଜ୍ୟ ଉପରେ ଲକ୍ଷ୍ୟ…

ନୂଆଦିଲ୍ଲୀ, ୩୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ଭାଜପା ସାରା ଦେଶରେ ମେଗା ଉତ୍ସବ ପାଳନ...

Advertisement
Archives

Model This Week