ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ବର, ୨୯ା୭(ବ୍ୟୁରୋ): ନୂଆଦିଲ୍ଲୀରେ ଆସନ୍ତା ଅଗଷ୍ଟ ୭ରେ ଅନୁଷ୍ଠିତ ହେବ ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକ। ଏଥିରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ମିଳିଛି। ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ କୁମାର ବେରୀ, ସଦସ୍ୟ ବିନୋଦ କେ. ପାଉଲଙ୍କ ସହ ଅନ୍ୟ ଅଧିକାରୀମାନେ ଗୁରୁବାର ସରକାରୀ ଗସ୍ତରେ ଓଡ଼ିଶା ଆସିଥିବାବେଳେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଗସ୍ତ ଅବସରରେ ଅଧିକାରୀମାନେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର, ଓଡ଼ିଶା କ୍ରାଫ୍ଟ ମ୍ୟୁଜିୟମ୍‌ କଳାଭୂମି ପରିଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିଛନ୍ତି।
ନୀତି ଆୟୋଗ ଉପାଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟମାନେ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ଉଦ୍ୟୋଗ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ‘୫-ଟି’ ଅଧୀନରେ ରୂପାନ୍ତରିତ ହୋଇଥିବା ହାଇସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିଥିଲେ। ପିପିଲିଠାରେ ଥିବା ୱେଲ୍‌ନେସ୍‌ କେନ୍ଦ୍ର, ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ନିରୀକ୍ଷଣ କରିଥିଲେ। ନୀତି ଆୟୋଗ ଉପାଧ୍ୟକ୍ଷ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନେଇ ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।
ଉନ୍ନୟନ କମିଶନର ପାୱାର ପଏଣ୍ଟ ମାଧ୍ୟମରେ ପ୍ରୋଜେକ୍ଟ ଉପସ୍ଥାପନ କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ରାଜ୍ୟରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମର ସଫଳତାକୁ ନୀତି ଆୟୋଗ ଉପାଧ୍ୟକ୍ଷ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri