Posted inଜାତୀୟ

ଲୋକ ସଭାରେ ଦରବୃଦ୍ଧି ତାତି

ନୂଆଦିଲ୍ଲୀ,୨।୮: ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ଲୋକ ସଭାରେ ସୋମବାର ଆଲୋଚନା ବେଳେ ପ୍ରବଳ ହଟ୍ଟଗୋଳ ହୋଇଛି। ବିତର୍କର ଜବାବରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦେଶରେ ଆର୍ଥତ୍କ ସ୍ଥିତିର ଏକ ହିସାବ ରଖିବା ସହ ମାନ୍ଦାବସ୍ଥା ଆସିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଥିଲେ। କେତେକ ଖବରକାଗଜରେ ପ୍ରକାଶ ପାଇଥିବା ମାନ୍ଦାବସ୍ଥା ସମ୍ପର୍କିତ ରିପୋର୍ଟକୁ ସେ ଖଣ୍ଡନ କରିଥିଲେ। ବ୍ଲୁମ୍‌ବର୍ଗ ସର୍ଭେ ଅନୁଯାୟୀ ଦେଶରେ ମାନ୍ଦାବସ୍ଥା ଆସିବା ସମ୍ଭାବନା ନାହିଁ। ଅନେକ ଦେଶଠାରୁ ଭାରତର ଅର୍ଥନୀତି ଭଲ ରହିଛି ଏବଂ ଏହା ଦ୍ରୁତ ଅଭିବୃଦ୍ଧି କରୁଛି ବୋଲି ସୀତାରାମନ କହିଥିଲେ। ତେବେ ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷଜନକ ନୁହେଁ ଦର୍ଶାଇ ଆଲୋଚନା ଅଧାରୁ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।
ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବଢ଼ିଚାଲିଥିବାବେଳେ ଏହା ଉପରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ମୌସୁମୀ ଅଧିବେଶନ ଆରମ୍ଭରୁ ଜୋର୍‌ଦାର ଦାବି କରିଆସୁଥିଲେ। ଏହାକୁ ନେଇ ୧୦ଦିନ ଧରି ଗୃହରେ ହଟ୍ଟଗୋଳ ଓ ଅଚଳାବସ୍ଥା ଲାଗି ରହିଥିବାବେଳେ ସୋମବାର ଏହା ଉପରେ ଆଲୋଚନା ପାଇଁ ସରକାର ରାଜି ହୋଇଥିଲେ। ଅର୍ଥମନ୍ତ୍ରୀ କହିଛନ୍ତି, କୋଭିଡ୍‌ ମହାମାରୀ ଓ ଏହାର ଦ୍ୱିତୀୟ ଲହର, ଓମିକ୍ରନ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସତ୍ତ୍ୱେ ମୁଦ୍ରାସ୍ଫୀତି ୭ ପ୍ରତିଶତରୁ କମ୍‌ ରହିଛି, ଯାହାକୁ ସ୍ବୀକାର କରିବାକୁ ପଡ଼ିବ। ୨୦୦୪ରୁ ୨୦୧୪ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ମୁଦ୍ରାସ୍ଫୀତି ଦୁଇଅଙ୍କରେ ପହଞ୍ଚତ୍ଥିଲା। କ୍ରମାଗତ ୨୨ ମାସ ଧରି ମୁଦ୍ରାସ୍ଫୀତି ୯ ପ୍ରତିଶତରୁ ଅଧିକ ରହିଥିଲା।
ଦରବୃଦ୍ଧି ଆଲୋଚନାରେ ବିଭିନ୍ନ ଦଳର ପ୍ରାୟ ୩୦ ଜଣ ଏମ୍‌ପି ଭାଗ ନେଇଥିଲେ। ବିଜେଡି, ଓ୍ବାଇଏସ୍‌ଆର୍‌ କଂଗ୍ରେସ ଭଳି ସମଭାବାପନ୍ନ ଦଳଗୁଡ଼ିକ ମୁଦ୍ରାସ୍ଫୀତି ରୋକିବାରେ ସରକାରଙ୍କ ହସ୍ତକ୍ଷେପ ଲାଗି ଦାବି କରିଥିଲେ। କଂଗ୍ରେସ ଏମ୍‌ପି ମନୀଷ ତିଓ୍ବାରୀ ଆଲୋଚନା ଆରମ୍ଭ କରି ବିମୁଦ୍ରୀକରଣ, ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି ନୀତି ଓ ଭାଜପା ନେତୃତ୍ୱାଧୀନ ସରକାରଙ୍କ ଆର୍ଥତ୍କ ପରିଚାଳନାରେ ବିଫଳତା ଯୋଗୁ ଦରଦାମ୍‌ ବଢ଼ୁଥିବା ସେ କହିଥିଲେ। ଜିଏସ୍‌ଟି ବଢ଼ାଇ ସରକାର ତାଙ୍କ ବଜେଟକୁ ବଢ଼ାଇ ଚାଲିଥିବାବେଳେ ଜନସାଧାରଣଙ୍କ ବଜେଟ ବିପର୍ଯ୍ୟସ୍ତ ହେବାରେ ଲାଗିଛି ବୋଲି ତିଓ୍ବାରୀ କହିଥିଲେ। ଆଲୋଚନାରେ ଭାଗନେଇ ବିଜେଡି ଏମ୍‌ପି ପିନାକୀ ମିଶ୍ର କହିଥିଲେ, ବିମୁଦ୍ରୀକରଣ ପରେ ଦେଶରେ ନଗଦ ଅର୍ଥ ପରିମାଣ ଦୁଇଗୁଣ ହୋଇଛି। ସରକାର ତାଙ୍କ ଆର୍ଥିକ ନୀତିର ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ସେ କହିଥିଲେ। କଂଗ୍ରେସ ସରକାର ସମୟରେ କିଣାଯାଇଥିବା ଇନ୍ଧନ ବଣ୍ଡ୍‌ ପାଇଁ ତେଲ ଦର ବଢ଼ୁଛି ବୋଲି କେନ୍ଦ୍ର କହିଥିବାବେଳେ ପିନାକୀ ଏହାକୁ ଖଣ୍ଡନ କରି ସରକାର ତେଲରୁ ୨୭.୨୭ ଲକ୍ଷ କୋଟି ଟଙ୍କା ଟିକସ ସଂଗ୍ରହ କରୁଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri