‘ବାୟୁସେନାରେ ସଶକ୍ତ ଯୁବଗୋଷ୍ଠୀଙ୍କ ଆବଶ୍ୟକତା ରହିଛି’

ଭୁବନେଶ୍ୱର, ୨।୮(ବ୍ୟୁରୋ):ବାୟୁସେନା ମୁଖ୍ୟାଳୟ ନୂଆଦିଲ୍ଲୀସ୍ଥିତ ବାୟୁଭବନରୁ ଏୟାର ମାର୍ଶଲ ଏସ୍‌.କେ. ଝା, ଏଭିଏସ୍‌ଏମ୍‌, ଏଓପିଙ୍କ ସମେତ ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ସୋମବାର ଭୁବନେଶ୍ୱରସ୍ଥିତ ୱାଲର୍‌ଡ ସ୍କିଲ୍‌ ସେଣ୍ଟର ପରିଦର୍ଶନ କରିଥିଲେ। ଭାରତୀୟ ବାୟୁସେନାର ଅଗ୍ନିପଥ ଯୋଜନାରେ କିଭଳି ସ୍କିଲ୍‌ ବା ଦକ୍ଷତାକୁ ଉପଯୋଗ କରାଯାଇପାରିବ ସେ ନେଇ ଏହି ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଏଥିସହ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଛନ୍ତି। ଏହି ଅବସରରେ ଏୟାର ମାର୍ଶଲ ଝା କହିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ ନିମନ୍ତେ ୱାଲର୍‌ଡ ସ୍କିଲ୍‌ ସେଣ୍ଟରରେ ତିଆରି କରାଯାଇଥିବା ଭିତ୍ତିଭୂମି, ତାଲିମ ସୁବିଧା, ଅପ୍‌ସ୍କିଲିଂ ବ୍ୟବସ୍ଥା ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ଉତ୍କୃଷ୍ଟ ବ୍ୟବସ୍ଥା ସାଧାରଣ ଯୁବଗୋଷ୍ଠୀଙ୍କୁ ବୈଷୟିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏକ ସଶକ୍ତ ବ୍ୟକ୍ତିଭାବେ ରୂପାନ୍ତରଣ କରୁଛି। ଏଭଳି ବୈଷୟିକ ଜ୍ଞାନକୌଶଳରେ ସଶକ୍ତ ଯୁବଗୋଷ୍ଠୀଙ୍କର ବାୟୁସେନାରେ ଆବଶ୍ୟକତା ରହିଛି। ଏହି ଗସ୍ତ ଆଗାମୀ ଦିନରେ ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ଏକ ନୂତନ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ ବୋଲି ଏୟାର ମାର୍ଶଲ ମତବ୍ୟକ୍ତ କରିଛନ୍ତି।
ୱାଲର୍‌ଡ ସ୍କିଲ୍‌ ସେଣ୍ଟରର ଭିତ୍ତିଭୂମି, ଅତ୍ୟାଧୁନିକ ଦକ୍ଷତା ପ୍ରଶିକ୍ଷଣ ପାଠ୍ୟକ୍ରମ, ଲାଇଫ୍‌ ସ୍କିଲ ପ୍ରଶିକ୍ଷଣ, ଶିଳ୍ପ ସହଭାଗିତା ଏବଂ ଦକ୍ଷତା ପ୍ରତିଯୋଗିତା ଇତ୍ୟାଦି ବିଷୟରେ ସିଇଓ ରେଘୁ ଜି ସୂଚନା ଦେଇଥିଲେ। ଆଗାମୀ ଦିନରେ ୱାଲର୍‌ଡ ସ୍କିଲ୍‌ ସେଣ୍ଟରକୁ ନେଇ କ’ଣ ସବୁ ଯୋଜନା ରହିଛି ସେସବୁ ବିଷୟରେ ରେଘୁ ଜୀଙ୍କ ସହ ଆଲୋଚନା ହୋଇଥିଲା। ଏୟାର ମାର୍ଶଲ ଏବଂ ସହଯୋଗୀମାନେ ମେକାଟ୍ରନିକ୍ସ, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ୍‌ ସର୍ଭିିସେସ ଓ ଏୟାର କଣ୍ଡିଶନିଂ ଏବଂ ରେଫ୍ରିଜରେଶନ ଲାବ୍‌ ପରିଦର୍ଶନ କରିଥିଲେ। ଏହି ଗସ୍ତରେ ଗ୍ରୁପ୍‌ କ୍ୟାପଟେନ ଏ. ଏମ୍‌.କେ. ନାଇଡୁ, ଗ୍ରୁପ୍‌ କ୍ୟାପଟେନ ଏ ମିଟ୍ଟୁ ଭିଏସ୍‌ଏମ, ଗ୍ରୁପ କ୍ୟାପଟେନ ଜେ. ପରମାର ଏବଂ ୱିଙ୍ଗ କମାଣ୍ଡର ଆର.ଆର.କେ. ସିହ୍ନା ସାମିଲ ଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅତିରିକ୍ତ ସଚିବ ରେଣୁପ୍ରଭା ନାୟକ, ୱାଲର୍‌ଡ ସ୍କିଲ ସେଣ୍ଟର ପ୍ରିନ୍ସିପାଲ ସଙ୍ଗରନ ଗୋପାଲ, ଡେପୁଟି ପ୍ରିନ୍ସିପାଲ ଏସ୍‌ କେ ଦାସ ଓ ନିର୍ଦ୍ଦେଶକ ଚିୟକ୍‌ ଏଙ୍ଗ୍‌ ଚୁନ୍‌ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri