‘ବାୟୁସେନାରେ ସଶକ୍ତ ଯୁବଗୋଷ୍ଠୀଙ୍କ ଆବଶ୍ୟକତା ରହିଛି’

ଭୁବନେଶ୍ୱର, ୨।୮(ବ୍ୟୁରୋ):ବାୟୁସେନା ମୁଖ୍ୟାଳୟ ନୂଆଦିଲ୍ଲୀସ୍ଥିତ ବାୟୁଭବନରୁ ଏୟାର ମାର୍ଶଲ ଏସ୍‌.କେ. ଝା, ଏଭିଏସ୍‌ଏମ୍‌, ଏଓପିଙ୍କ ସମେତ ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ସୋମବାର ଭୁବନେଶ୍ୱରସ୍ଥିତ ୱାଲର୍‌ଡ ସ୍କିଲ୍‌ ସେଣ୍ଟର ପରିଦର୍ଶନ କରିଥିଲେ। ଭାରତୀୟ ବାୟୁସେନାର ଅଗ୍ନିପଥ ଯୋଜନାରେ କିଭଳି ସ୍କିଲ୍‌ ବା ଦକ୍ଷତାକୁ ଉପଯୋଗ କରାଯାଇପାରିବ ସେ ନେଇ ଏହି ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଏଥିସହ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଛନ୍ତି। ଏହି ଅବସରରେ ଏୟାର ମାର୍ଶଲ ଝା କହିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ ନିମନ୍ତେ ୱାଲର୍‌ଡ ସ୍କିଲ୍‌ ସେଣ୍ଟରରେ ତିଆରି କରାଯାଇଥିବା ଭିତ୍ତିଭୂମି, ତାଲିମ ସୁବିଧା, ଅପ୍‌ସ୍କିଲିଂ ବ୍ୟବସ୍ଥା ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ଉତ୍କୃଷ୍ଟ ବ୍ୟବସ୍ଥା ସାଧାରଣ ଯୁବଗୋଷ୍ଠୀଙ୍କୁ ବୈଷୟିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏକ ସଶକ୍ତ ବ୍ୟକ୍ତିଭାବେ ରୂପାନ୍ତରଣ କରୁଛି। ଏଭଳି ବୈଷୟିକ ଜ୍ଞାନକୌଶଳରେ ସଶକ୍ତ ଯୁବଗୋଷ୍ଠୀଙ୍କର ବାୟୁସେନାରେ ଆବଶ୍ୟକତା ରହିଛି। ଏହି ଗସ୍ତ ଆଗାମୀ ଦିନରେ ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ଏକ ନୂତନ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ ବୋଲି ଏୟାର ମାର୍ଶଲ ମତବ୍ୟକ୍ତ କରିଛନ୍ତି।
ୱାଲର୍‌ଡ ସ୍କିଲ୍‌ ସେଣ୍ଟରର ଭିତ୍ତିଭୂମି, ଅତ୍ୟାଧୁନିକ ଦକ୍ଷତା ପ୍ରଶିକ୍ଷଣ ପାଠ୍ୟକ୍ରମ, ଲାଇଫ୍‌ ସ୍କିଲ ପ୍ରଶିକ୍ଷଣ, ଶିଳ୍ପ ସହଭାଗିତା ଏବଂ ଦକ୍ଷତା ପ୍ରତିଯୋଗିତା ଇତ୍ୟାଦି ବିଷୟରେ ସିଇଓ ରେଘୁ ଜି ସୂଚନା ଦେଇଥିଲେ। ଆଗାମୀ ଦିନରେ ୱାଲର୍‌ଡ ସ୍କିଲ୍‌ ସେଣ୍ଟରକୁ ନେଇ କ’ଣ ସବୁ ଯୋଜନା ରହିଛି ସେସବୁ ବିଷୟରେ ରେଘୁ ଜୀଙ୍କ ସହ ଆଲୋଚନା ହୋଇଥିଲା। ଏୟାର ମାର୍ଶଲ ଏବଂ ସହଯୋଗୀମାନେ ମେକାଟ୍ରନିକ୍ସ, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ୍‌ ସର୍ଭିିସେସ ଓ ଏୟାର କଣ୍ଡିଶନିଂ ଏବଂ ରେଫ୍ରିଜରେଶନ ଲାବ୍‌ ପରିଦର୍ଶନ କରିଥିଲେ। ଏହି ଗସ୍ତରେ ଗ୍ରୁପ୍‌ କ୍ୟାପଟେନ ଏ. ଏମ୍‌.କେ. ନାଇଡୁ, ଗ୍ରୁପ୍‌ କ୍ୟାପଟେନ ଏ ମିଟ୍ଟୁ ଭିଏସ୍‌ଏମ, ଗ୍ରୁପ କ୍ୟାପଟେନ ଜେ. ପରମାର ଏବଂ ୱିଙ୍ଗ କମାଣ୍ଡର ଆର.ଆର.କେ. ସିହ୍ନା ସାମିଲ ଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅତିରିକ୍ତ ସଚିବ ରେଣୁପ୍ରଭା ନାୟକ, ୱାଲର୍‌ଡ ସ୍କିଲ ସେଣ୍ଟର ପ୍ରିନ୍ସିପାଲ ସଙ୍ଗରନ ଗୋପାଲ, ଡେପୁଟି ପ୍ରିନ୍ସିପାଲ ଏସ୍‌ କେ ଦାସ ଓ ନିର୍ଦ୍ଦେଶକ ଚିୟକ୍‌ ଏଙ୍ଗ୍‌ ଚୁନ୍‌ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri