Posted inଜାତୀୟ

୬ ରାଜ୍ୟର ବାଦୁଡ଼ିଙ୍କଠାରେ ନିପା ଆଣ୍ଟିବଡ଼ି…

ନୂଆଦିଲ୍ଲୀ, ୬।୪ : ଦେଶର ଦକ୍ଷିଣ ରାଜ୍ୟରେ ଗତ ଚାରି ବର୍ଷ ମଧ୍ୟରେ ନିପା ଭାଇରସର ସଂକ୍ରମଣ ତିନି ଥର ହୋଇଛି। ୨୦୨୧ରେ କେରଳରେ ନିପା ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା। ସମ୍ପ୍ରତି ଭାରତୀୟ ବୈଜ୍ଞାନିକମାନେ ୬ଟି ରାଜ୍ୟର ବାଦୁଡ଼ିଙ୍କଠାରେ ନିପା ପ୍ରତିରୋଧୀ ଆଣ୍ଟିବଡି ପାଇଛନ୍ତି। ସଂକ୍ରମଣ ହେବା ପରେ ଆଣ୍ଟିବଡି ବିକଶିତ ହୋଇଥାଏ। ତେବେ, ବାଦୁଡ଼ିଙ୍କ ମଧ୍ୟରୁ କୌଣସି ଜୀବନ୍ତ ଭାଇରସ ମିଳି ନାହିଁ।

ସୂଚନାନୁସାରେ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ବୈଜ୍ଞାନିକମାନେ କର୍ନାଟକ, ତାମିଲନାଡୁ, ତେଲେଙ୍ଗାନା, ଓଡିଶା, ପଣ୍ଡିଚେରୀ ଏବଂ କେରଳର ବାଦୁଡ଼ିଙ୍କୁ ଧରି ସେମାନଙ୍କ ରକ୍ତ ନମୁନା ନେଇ ଲ୍ୟାବରେ ପରୀକ୍ଷା କରିଥିଲେ। ପ୍ରାୟ ୨୦ ପ୍ରତିଶତ ବାଦୁଡ଼ିଙ୍କ ମଧ୍ୟରେ ନିପା ଭାଇରସ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ବାଦୁଡ଼ିଗୁଡ଼ିକ ନିକଟ ଅତୀତରେ ନିପା ସଂକ୍ରମଣରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ୫୭୩ ବାଦୁଡ଼ିଙ୍କ ଉପରେ ଏହି ଗବେଷଣା କରାଯାଇଥିଲା।

ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିଲୋଜିର ବରିଷ୍ଠ ବୈଜ୍ଞାନିକ ଡକ୍ଟର ପ୍ରୟାଗ ଯାଦବ କହିଛନ୍ତି ଯେ ଜାନୁୟାରୀରୁ ନଭେମ୍ବର ୨୦୧୯ ମଧ୍ୟରେ ୬ଟି ରାଜ୍ୟର ବାଦୁଡ଼ିଙ୍କଠାରୁ ଏହି ନମୁନା ସଂଗ୍ରହ କରାଯାଇଥିଲା। ଏଥି ସହିତ, ୨୫୫ ବାଦୁଡ଼ିଙ୍କ ରକ୍ତ ନମୁନା ନେଇ ସେରୋ-ପଜିଟିଭିଟି ପରୀକ୍ଷା ମଧ୍ୟ କରାଯାଇଥିଲା ।

ପରବର୍ତ୍ତୀ ସମୟରେ, ଫଳାଫଳଗୁଡିକର ଏକ ସମୀକ୍ଷାରୁ ଜଣାପଡିଛି ଯେ ୫୨ ଟି ବାଦୁଡ଼ିଙ୍କଠାରେ ନିପା ଭାଇରସ ବିରୁଦ୍ଧରେ ଆଣ୍ଟିବଡି ମିଳିଥିଲା। ଡକ୍ଟର ଯାଦବ କହିଛନ୍ତି ଯେ ମହାମାରୀ ସଂକ୍ରମଣ କରିବାର ନିପା ଭୂତାଣୁ ଅନ୍ୟତମ। ଅବଶ୍ୟ, ସଂକ୍ରମଣ ଦୃଷ୍ଟିରୁ କରୋନା ଭୂତାଣୁ ତୁଳନାରେ ଏହି ସଂକ୍ରମଣ ବହୁତ ଧୀର ବୋଲି ବୈଜ୍ଞାନିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜ ଉପରେ ଯୋଗ ଅଭ୍ୟାସ କଲେ ନୌସେନା

ନୂଆଦିଲ୍ଲୀ,୨୦।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଯୋଗ ଶିବିରମାନ ଆୟୋଜନ କରାଯାଉଛି। ଏହି କ୍ରମରେ ନୌସେନା କର୍ମଚାରୀମାନେ ମଧ୍ୟ ଯୋଗ ଅଭ୍ୟାସ...

ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଯାହା ହେଲେ ମଧ୍ୟ ଏହାକୁ କରୋନା ଭାବେ ଗ୍ରହଣ କରାଯିବ, ହାଇକୋର୍ଟଙ୍କ ରାୟ…

ପ୍ରୟାଗରାଜ, ୩୧।୭ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଥରେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ମୃତ୍ୟୁର କାରଣ ଯାହା ହେଲେ...

୨୩୦ ଟ୍ରେନ୍‌ ପାଇଁ ୨୪ଘଣ୍ଟାରେ ବୁକିଂ ହେଲା ୧୩ଲକ୍ଷ ଟିକେଟ

ନୂଆଦିଲ୍ଲୀ,୨୨।୫: ଭାରତୀୟ ରେଲଓ୍ବେ ଜୁନ ୧ରୁ ୨୩୦ ଯାତ୍ରୀବାହି ଟ୍ରେନ୍‌ ଚଳାଚଳ କରିବାକୁ ଘୋଷଣା କରିଛି। ଏଥିପାଇଁ ଗୁରୁବାରରୁ ବିଭିନ୍ନ ରେଲଓ୍ବେ ଷ୍ଟେସନ୍‌ରେ ଟିକେଟ କାଉଣ୍ଟର...

ରୋଡ ଶୋ’ ସମୟରେ କେଜରିଓ୍ବାଲଙ୍କୁ ବିରୋଧ

ନୂଆଦିଲ୍ଲୀ, ୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗକୁ ଥିବା ବେଳେ ଏହାକୁ ଆଖି ଆଗରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ପ୍ରଚାର ଅଭିଯାନକୁ ଜୋରଦାର...

ପ୍ରଜାପତି ଉଡାଇଲେ ମୋଦି

କେବଡିଆ,୧୭।୯: ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଗୁଜରାଟର ନର୍ମଦା ନଦୀ ନିକଟରେ ଥିବା ଷ୍ଟାଚ୍ୟୁ ଅଫ୍‌...

ମନ୍ତ୍ରୀଙ୍କୁ ସ୍କୁଟିରେ ବସାଇ କାର୍ଯ୍ୟାଳୟରେ ଛାଡିଲେ ସ୍ମୃତି ଇରାନୀ: ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ,୩।୮: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ତାଙ୍କ ସହକର୍ମୀ ତଥା ମନ୍ତ୍ରୀ ଭାରତୀ ପାୱାରଙ୍କୁ ସ୍କୁଟିରେ ବସାଇ ତାଙ୍କ କାର୍ଯ୍ୟାଳୟରେ ଛାଡିଛନ୍ତି। ସେ ଏହାର...

ମହିଳା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ତଥ୍ୟ ଦେଇ ୨ ଯବାନ ଗିରଫ

ନୂଆଦିଲ୍ଲୀ,୭ା୧୧(ଆଇଏଏନ୍‌ଏସ୍‌): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଜଣେ ମହିଳା ଏଜେଣ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୋପନ ତଥ୍ୟ ଦେବା ଅଭିଯୋଗରେ ୨ ଯବାନଙ୍କୁ ଗିରଫ କରାଯାଇଛି। ଲାନ୍ସ ନାଏକ...

କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରର ନାଁ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର

ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ସରକାର ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଛନ୍ତି। ଏହାକୁ ଓ୍ବାଇଏସ୍‌ଆର୍‌...

Advertisement
Archives

Model This Week