ବୈଷୟିକ ଛାତ୍ରୀଛାତ୍ର ସଫଳ ଉଦ୍ୟୋଗୀ ହେବା ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୬।୪ – ବାଲେଶ୍ୱର କୁରୁଡ଼ାସ୍ଥିତ ବୈଷୟିକ ଶିକ୍ଷାନୁଷ୍ଠାନ ଏକାଡ଼େମୀ ଅଫ ବିଜ୍‌ନେସ ଆଡ଼ମିନଷ୍ଟ୍ରେଶନ (ଏବିଏ)ର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଫକୀରମୋହନ ସାହିତ୍ୟ ପରିଷଦ ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଉନ୍ନତ ଭବିଷ୍ୟତ ଗଢ଼ିବା ସହିତ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ଜଣେ ଜଣେ ସଫଳ ଉଦ୍ୟୋଗୀ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶିଷ୍ଟ କବି ପ୍ରଶାନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ର ଜୀବନର ଅନୁଭୂତି ଏବଂ ଶିକ୍ଷାଗ୍ରହଣରୁ ଅଭିଜ୍ଞତା ଲାଭ କରିପାରିଲେ ସଫଳ ଭବିଷ୍ୟତ ଗଠନ ସମ୍ଭବ ବୋଲି ମତପ୍ରକାଶ କରିଥିଲେ ା
ଇଂରାଜୀ ବିଭାଗର ଆସୋସିଏଟ ପ୍ରଫେସର ରୁକସାର ମୋଏନ ମଞ୍ଚ ଆହ୍ବାନ କରିଥିବା ବେଳେ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ସୁଧାସିନ୍ଧୁ ପଣ୍ଡା ସଭାପତିତ୍ୱ କରିଥିଲେ। ଅନ୍ୟତମ ନିର୍ଦ୍ଦେଶକ କମଳାକାନ୍ତ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷା ଡ. ସଙ୍ଗୀତା ମହାନ୍ତି ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ପରିଚାଳନା ସମିତି ସମ୍ପାଦିକା ଅଞ୍ଜଳି ପଣ୍ଡା ଉପସ୍ଥିତ ରହି ଏହି ଅନୁଷ୍ଠାନ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ସମଗ୍ର ପୂର୍ବଭାରତରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି ବୋଲି କହିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏବିଏର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଦିବଙ୍ଗତ ଯୁଗଳ କିଶୋର ମୋରେଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିବା ବେଳେ ସନ୍ଧ୍ୟାରେ ଓଡ଼ିଆ ସିନେ କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷାନୁଷ୍ଠାନ ପରିଚାଳନା ନିର୍ଦ୍ଦେଶକ ପିୟୁଷ ମୋରେ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଲାଣି ନେଲେ ମା’

କଟକ ଅଫିସ/ଭୁବନେଶ୍ୱର(ବ୍ୟୁରୋ), ୨୮ା୧୦: କୋଭିଡ୍‌ କଟକଣା ମଧ୍ୟରେ ଚଳିତବର୍ଷ କଟକ ଓ ଭୁବନେଶ୍ୱରରେ ଦୁର୍ଗା ପୂଜା ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସହରରେ ବିନା...

ଉଜୁଡୁଛି ଭୂପ୍ରକୃତି, ଠିକା ସଂସ୍ଥା ମାଲାମାଲ

କେନ୍ଦୁଝର, ୨୯।୯ (ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ଶତାଧିକ ବେଆଇନ ପଥର ଖଣି ଓ କ୍ରଶର ୟୁନିଟ ଚାଲୁଥିବାରୁ ସରକାର ବିପୁଳ ରାଜସ୍ବ ହରାଇବା ସହ...

ଗ୍ୟାସ୍‌ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ଗାଡ଼ି ଚଳାଚଳ ବନ୍ଦ

ପଟ୍ଟାଙ୍ଗି,୩୦ା୧୧(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଜୁଗଡ଼ା-ତେଲରାଇ ଗ୍ରାମ ମଝି ଜାତୀୟ ରାଜପଥରେ ମଙ୍ଗଳବାର ଏକ ଏଚ୍‌ପି ଗ୍ୟାସ ଟ୍ୟାଙ୍କର ଓଲଟି ପଡିଛି। ସେଥିରୁ...

ଗୁଣି ସନ୍ଦେହରେ ସୁପାରି କିଲରଙ୍କ ଦ୍ୱାରା ହତ୍ୟା

ଦିଗପହଣ୍ଡି,୨୫ା୨ (ଡି.ଏନ୍‌.ଏ): ଦିଗପହଣ୍ଡି ଥାନା ଅନ୍ତର୍ଗତ ପୀତାମ୍ବରପୁର ଗ୍ରାମର ଗାଁ ବୈଦ୍ୟ ବଙ୍ଗାଳି ସେଠୀଙ୍କୁ ଗତ ୧୭ ତାରିଖରେ ହତ୍ୟା କରାଯାଇଥିବା ଘଟଣାର ଶୁକ୍ରବାର ପୋଲିସ...

୨୦ ମୃତ ବିଦେଶୀ ପକ୍ଷୀ ଜବତ, ଶିକାରୀ ଚମ୍ପଟ

ବ୍ରହ୍ମଗିରି,୨୬ା୧୧(ଡି.ଏନ.ଏ): ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହେଉଥିବା ସମୟରେ ଏହାକୁ ଅବାଧରେ ଶିକାର କରିବାକୁ ପକ୍ଷୀ ଶିକାରୀମାନେ ମାତିଲେଣି। ଏ ନେଇ ବ୍ରହ୍ମଗିରି ବନାଞ୍ଚଳ ଅଧିକାରୀଙ୍କ...

ବୃନ୍ଦାବନଙ୍କ ଘରେ ପଡ଼ିଛି ତାଲା, ରାସ୍ତାରେ ବୃଦ୍ଧା ମା’

ଛତ୍ରପୁର,୨୯ା୨(ଡି.ଏନ.ଏ) – ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁରସ୍ଥିତ ଘରୁ ବୃନ୍ଦାବନ ବେହେରା ଏବଂ ତାଙ୍କ ସ୍ତ୍ରୀ ଉର୍ମିଳା ଓ ଝିଅ ସୁନିତାଙ୍କ ମୃତଦେହ ବୁଧବାର...

ହସ୍ପିଟାଲ ତୃତୀୟ ମହଲାକୁ ଚଢ଼ି ନାକେଦମ କଲେ ଯୁବକ

ଅନୁଗୋଳ ଅଫିସ,୧।୯: ଆଉ କେଉଁଠିକୁ ନୁହେଁ, ହସ୍ପିଟାଲ ତୃତୀୟ ମହଲା ଝରକା ତାଜାକୁ ଚଢ଼ି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ହସ୍ପିଟାଲ କର୍ମଚାରୀ...

ରାସ୍ତା ମରାମତି ଦାବିରେ ଜମନକିରା ୫୩ ନମ୍ବର ରାଜ୍ୟ ରାଜପଥ ଅବରୋଧ

ଜମନକିରା, ୨୧।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଗୌଡ଼ପାଲିଠାରୁ ଦେବଗଡ଼ ପର୍ଯ୍ୟନ୍ତ ୫୩ ନମ୍ବର ରାଜ୍ୟ ରାଜପଥର ପ୍ରାୟ ୯୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ସଙ୍କଟାପର୍ଣ୍ଣ ରହିଛି।...

Advertisement
Archives

Model This Week