ସାଇକେଲ ନେଇ ସ୍କୁଲ ଯିବେ ନୀଳାଦ୍ରି

ବାଲେଶ୍ୱର ଅଫିସ, ୧୦।୭: ଝିଅକୁ ପାଠ ପଢ଼ାଇ ବଡ଼ମଣିଷ କରିବାକୁ ଆଶା ବାନ୍ଧିଛନ୍ତି ବାଲେଶ୍ୱର ସଦର ବ୍ଲକ ପାତ୍ରପଡ଼ା ଅଞ୍ଚଳର ଗଜେନ୍ଦ୍ର ପ୍ରଧାନ। ଝିଅ ନୀଳାଦ୍ରି ମଧ୍ୟ ବାପାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ପଣ କରିନେଇଛନ୍ତି। ବିଦ୍ୟାଳୟକୁ ଯିବାଆସିବା ଲାଗି ଗଜେନ୍ଦ୍ର ମାସିକ ଅଟୋ ଭଡ଼ା ଯୋଗାଡ଼ କରିବାରେ ଅସମର୍ଥ। ଏଣୁ ସେ ଦିବ୍ୟାଙ୍ଗ ହେଲେ ମଧ୍ୟ ପ୍ରତିଦିନ ଝିଅକୁ ଟ୍ରାଇସାଇକେଲ ପଛପଟେ ଠିଆ କରାଇ ବିଦ୍ୟାଳୟକୁ ନେବାଆଣିବା କରନ୍ତି। ଏହି ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଚେନ୍ନାଇରେ ରହୁଥିବା ବିଭୁଦତ୍ତ ସହାୟତାର ହାତ ବଢ଼ାଇଛନ୍ତି। ସେ ନୀଳାଦ୍ରିଙ୍କୁ ସାଇକେଲ ଉପହାର ଦେଇଛନ୍ତି। ଆଉ ନୂଆ ସାଇକେଲ ପାଇ ନୀଳାଦ୍ରିଙ୍କ ଖୁସି କହିଲେ ନ ସରେ। ବାପା ଗଜେନ୍ଦ୍ର ମଧ୍ୟ ଖୁବ୍‌ ଖୁସି ଥିବା ସହ ବିଭୁଦତ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri