ସଙ୍ଗୀତର ନାଇଟ୍‌ ବ୍ୟାଚ୍‌ଲର

-ଜିତେନ୍ଦ୍ର କୁମାର ନାୟକ

 

ପ୍ରକୃତିର ସ୍ବର ହେଉ ବା ମନୁଷ୍ୟକୃତ ବାଦ୍ୟ ଅଥବା କଣ୍ଠସ୍ବର ପ୍ରାଣୀ ଓ ଉଦ୍ଭିଦ ଜଗତ ପାଇଁ ମହୋଷଧି ଭାବେ କାର୍ଯ୍ୟ କରିଥାଏ। ସଙ୍ଗୀତ ବିଜ୍ଞାନସମ୍ମତ ସିଦ୍ଧାନ୍ତ ଦ୍ୱାରା ପରୀକ୍ଷିତ ହୋଇଥିବା ବିଷୟ ମେଡିକାଲ ଓ ସାଇନ୍ସ ଜର୍ନାଲରୁ ପଢ଼ିବାକୁ ମିଳେ। ତେବେ ଯେଉଁ ବ୍ୟକ୍ତି ବିଜ୍ଞାନ ଓ ସଙ୍ଗୀତର ରୂପକାର ହୋଇଥିବେ ତାଙ୍କ ବ୍ୟକ୍ତିତ୍ୱ ଅସଂଖ୍ୟ ଲୋକଙ୍କୁ ପ୍ରଭାବିତ କରିବା ସ୍ବାଭାବିକ। ବ୍ରିଟିଶ୍‌ର ସାର୍‌ ବ୍ରିଆନ୍‌ ହାରୋଲ୍ଡ ମେ ୧୪ ମାର୍ଚ୍ଚ ୨୦୨୩ରେ କିଙ୍ଗ୍‌ ଚାର୍ଲସ ୩ୟଙ୍କ ଦ୍ୱାରା ‘ନାଇଟ୍‌ ବ୍ୟାଚ୍‌ଲର’ ଉପାଧି ପାଇବା ପରେ ତାଙ୍କ ସଙ୍ଗୀତ ଦୁନିଆ ଶୀର୍ଷରେ ପହଞ୍ଚତ୍ଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ବ୍ରିଟିଶ ରାଜ ଦରବାରରେ ବିଭିନ୍ନ କ୍ଷେତ୍ରରେ ସମ୍ମାନସୂଚକ ‘ନାଇଟ୍‌’ ଉପାଧି ପାଇଥିବା ବ୍ୟକ୍ତିଙ୍କ ନାମ ପୂର୍ବରୁ ‘ସାର୍‌’ ସଂଲଗ୍ନ ହୋଇଥାଏ। ସଙ୍ଗୀତ କ୍ଷେତ୍ରରେ ବ୍ରିଆନ୍‌ଙ୍କ ଏହି ଉତ୍ତରଣ ତାଙ୍କୁ ପ୍ରଖ୍ୟାତ ସଙ୍ଗୀତସ୍ରଷ୍ଟା ଏଲ୍‌ଟନ ଜନ୍‌, ପଲ୍‌ ମ୍ୟାକ୍‌କାର୍ଟନେ, ମିକ୍‌ ଜାଗର ଓ ରଡ୍‌ ଷ୍ଟିଓ୍ବାର୍ଟଙ୍କ ଗ୍ରୁପ୍‌ରେ ସାମିଲ କରିଦେଇଛି। ଏହି ମହାନ୍‌ ବ୍ୟକ୍ତିମାନେ ବିଶ୍ୱ ସଙ୍ଗୀତ ଦୁନିଆକୁ ଯେ କେବଳ ବରଦାନ ସଦୃଶ ହୋଇଛନ୍ତି ତାହା ନୁହେଁ, ଦାତବ୍ୟ କାର୍ଯ୍ୟ ଓ ସାମାଜିକ ଅଭିଯାନରେ ଏମାନଙ୍କ ଅବଦାନ ସଦା ଅନସ୍ବୀକାର୍ଯ୍ୟ। ତେବେ ବ୍ରିଆନ୍‌ଙ୍କ ବ୍ୟକ୍ତିତ୍ୱକୁ ଅଧିକ ତର୍ଜମା କଲେ ବିଜ୍ଞାନ ଦିଗରେ ଦଖଲ ତାଙ୍କୁ ଆହୁରି ଅନନ୍ୟ ସ୍ତରରେ ନେଇ ପହଞ୍ଚାଇ ଦେଇଛି। ଏକାଧାରରେ ସଙ୍ଗୀତଜ୍ଞ, ବୈଜ୍ଞାନିକ ଓ ଜନହିତକାରୀ ଭାବେ ପରିଚିତି ହାସଲ କରିଥିବା ବ୍ରିଆନ୍‌ଙ୍କ କୃତିତ୍ୱ ବିଶ୍ୱ ସ୍ତରରେ ଏକ ଅଲିଭା ସ୍ବାକ୍ଷର ହୋଇଗଲା। ଗିଟାର ବାଦ୍ୟରେ ଅଭିନବତ୍ୱ ଆଣିବା ସହ ଗୀତ ରଚନା ଯୋଗୁ ସେ ପିଢ଼ି ପରେ ପିଢ଼ି ସଙ୍ଗୀତକାରଙ୍କ ସକାଶେ ପ୍ରେରଣାର ଉତ୍ସ ପାଲଟିଯାଇଛନ୍ତି।
ବ୍ରିଆନ୍‌ ମେ ୧୯ ଜୁଲାଇ ୧୯୪୭ରେ ଇଂଲଣ୍ଡର ମିଡିଲସେକ୍ସ ଅନ୍ତର୍ଗତ ହାମ୍ପଟନ୍‌ ହିଲ୍‌ରେ ଜନ୍ମଗ୍ରହଣ କରିଥିଲେ। ପିତା ବ୍ରିଟେନ୍‌ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଜଣେ ନକ୍ସା ଅଙ୍କନକାରୀ ଥିଲେ। ସ୍କଟିସ୍‌ ମାତା ଓ ବ୍ରିଟିଶ୍‌ ପିତାଙ୍କ ଏକମାତ୍ର ସନ୍ତାନ ବ୍ରିଆନ୍‌ ସ୍ଥାନୀୟ ହାନ୍‌ଓ୍ବର୍ଥ ରୋଡ୍‌ ଷ୍ଟେଟ୍‌ ପ୍ରାଇମେରି ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କୁ ଯେତେବେଳେ ୧୧ ବର୍ଷ ହୋଇଥିଲା ସେ ହାମ୍ପଟନ୍‌ ଗ୍ରାମାର ସ୍କୁଲ୍‌ ସ୍କଲାରଶିପ୍‌ ପାଇ ସେଠାରେ ପଢ଼ିବାର ସୁଯୋଗ ପାଇଥିଲେ। ସେହି ସମୟରେ ସେ ଏକ ବ୍ୟାଣ୍ଡ୍‌ ପାର୍ଟି ଗଢ଼ିଥିଲେ। ସଙ୍ଗୀତ ସହିତ ତାଙ୍କ ପଢ଼ା ସମାନ୍ତରାଳ ଭାବେ ଗତି କରୁଥିଲା। ସେଠାରୁ ସେ ଜିସିଇ ଅର୍ଡିନାରି ଏବଂ ପରେ ପଦାର୍ଥ ବିଜ୍ଞାନ, ଗଣିତ ଓ ପ୍ରୟୋଗାତ୍ମକ ଗଣିତରେ ଥ୍ରୀ ଜିସିଇ ଆଡ୍‌ଭାନ୍ସଡ ଲେଭଲ୍‌ରେ ଊତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ସେ ଇମ୍ପେରିଆଲ୍‌ କଲେଜ ଲଣ୍ଡନରେ ଗଣିତ ଓ ପଦାର୍ଥ ବିଜ୍ଞାନ ନେଇ ପଢ଼ିଥିଲେ। ୧୯୬୮ରେ ସେ ପଦାର୍ଥ ବିଜ୍ଞାନ ସମ୍ମାନରେ ବି.ଏସ୍‌ସି ଡିଗ୍ରୀ ଅର୍ଜନ କରିଥିଲେ। ମେଧାସମ୍ପନ୍ନ ବ୍ରିଆନ୍‌ଙ୍କ ଶିକ୍ଷାଗତ କୃତିତ୍ୱ ସାର୍‌ ବର୍ନାର୍ଡ ଲୋଭେଲ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫଳରେ ଜୋଡ୍‌ରେଲ୍‌ ବ୍ୟାଙ୍କ ଅବଜରଭେଟୋରିରେ ଡକ୍ଟରେଟ୍‌ କରିବା ଲାଗି ତାଙ୍କୁ ସୁଯୋଗ ମିଳିଥିଲା। ହେଲେ ଲଣ୍ଡନସ୍ଥିତ ‘ସ୍ମାଇଲ୍‌’ ବ୍ୟାଣ୍ଡ୍‌ ପାର୍ଟିରେ ସେ କାର୍ଯ୍ୟ କରୁଥିବାରୁ ଡକ୍ଟରେଟ୍‌ କରିବାର ସୁଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ସଙ୍ଗୀତ ପ୍ରତି ଥିବା ତାଙ୍କ ଗଭୀର ଅନୁରାଗର ପ୍ରତିଫଳନ ମିଳିଥାଏ। ଅବଶ୍ୟ ବିଜ୍ଞାନ ବିଷୟରେ ଗବେଷଣା କରିବାର ନିଶାକୁ ସେ ଛାଡ଼ି ନ ଥିଲେ। ଇମ୍ପେରିଆଲ୍‌ କଲେଜ ଲଣ୍ଡନରେ ସେ ୧୯୭୧ରେ ଆଷ୍ଟ୍ରୋଫିଜିକ୍ସରେ ଗବେଷଣା କରିବା ଲାଗି ନାମ ପଞ୍ଜୀକରଣ କରିଥିଲେ। ହେଲେ ୨୦୦୭ରେ ସେ ଆଷ୍ଟ୍ରୋଫିଜିକ୍ସରେ ପିଏଚ୍‌.ଡି. ପାଇଥିଲେ। ଫଳରେ ସେ ନାସାର ନ୍ୟୁ ହରାଇଜନ୍ସ ‘ପ୍ଲୁଟୋ ମିଶନ’ରେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ତେବେ କଲେଜର ପ୍ରାରମ୍ଭିକ ଜୀବନରୁ ଗବେଷଣା ସମୟ ଭିତରେ ବ୍ରିଆନ୍‌ଙ୍କ ସଙ୍ଗୀତ ଦୁନିଆ ବିଶାଳ ରୂପ ଧାରଣ କରିଥିଲା। ପ୍ରସିଦ୍ଧ ସଙ୍ଗୀତ ବ୍ୟାଣ୍ଡ୍‌ରେ କାମ କଲା ବେଳେ ସେ ମଞ୍ଚରେ ନିଜ ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ‘କୁଇନ୍‌’ (ଲଣ୍ଡନରେ ଫ୍ରେଡି ମର୍କ୍ୟୁରିଙ୍କ ଦ୍ୱାରା ୧୯୭୦ରେ ଗଠିତ ରକ୍‌ ବ୍ୟାଣ୍ଡ୍‌) ଯେତେବେଳେ ସଙ୍ଗୀତ ଦୁନିଆରେ ରାଜ୍‌ କରୁଥିଲା ସେତେବେଳେ ବ୍ରିଆନ୍‌ ସେଥିରେ ନିଜକୁ ସାମିଲ କରିବାରେ ସକ୍ଷମ ହୋଇଥିଲେ। ୧୯୭୧ରେ ବ୍ରିଆନ୍‌ ସେଥିରେ ମୁଖ୍ୟ ଗିଟାରିଷ୍ଟ ହୋଇଥିଲେ। ଏପରିକି ଆବଶ୍ୟକ ସ୍ଥଳରେ ଗୀତିକାର ଭୂମିକାରେ ମଧ୍ୟ ଅବତୀର୍ଣ୍ଣ ହୋଇଥିଲେ। ବ୍ରିଟିଶ ରାଜପ୍ରାସାଦଠାରୁ ଆରମ୍ଭ କରି ପ୍ରତ୍ୟେକ ମଞ୍ଚରେ ତାଙ୍କ ପ୍ରଦର୍ଶନ ବହୁ ଦର୍ଶକଙ୍କୁ ଆକୃଷ୍ଟ କରିଚାଲିଲା। ସେଥିପାଇଁ ସେ ପ୍ରସିଦ୍ଧ ‘ରକ୍‌ ବ୍ୟାଣ୍ଡ୍‌ କୁଇନ୍‌’ର ମୁଖ୍ୟ ଗିଟାରିଷ୍ଟ ଆଖ୍ୟା ପାଇଥିଲେ। ଏଥିସହିତ ତାଙ୍କ ଦ୍ୱାରା ରଚିତ ବହୁ ସ୍ମରଣୀୟ ସଙ୍ଗୀତ ‘ଉଇ ଉଇଲ୍‌ ରକ୍‌ ୟୁ’, ‘ଆଇ ଓ୍ବାଣ୍ଟ ଇଟ୍‌ ଅଲ୍‌’, ‘ଦି ଶୋ ମଷ୍ଟ ଗୋ ଅନ୍‌’କୁ ବିଶ୍ୱ ସଙ୍ଗୀତ ଜଗତ ଗୁଣୁଗୁଣେଇଥାଏ।
ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ ବ୍ରିଆନ୍‌ ଅନେକ ଅନ୍ତର୍ଜାତୀୟ ପୁରସ୍କାରର ଅଧିକାରୀ ହୋଇଛନ୍ତି। ତେବେ ‘ନାଇଟ୍‌ ବ୍ୟାଚ୍‌ଲର’ ତାଙ୍କୁ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରିଥିବାରୁ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ବିଜ୍ଞାନ ଓ ସଙ୍ଗୀତ ସହିତ ପ୍ରାଣୀଙ୍କ ଅଧିକାର, ପରିବେଶ ପ୍ରୀତି ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାରେ ସେ ଜଣେ ପ୍ରମୁଖ ଆକ୍ଟିଭିଷ୍ଟ ଅବତାରରେ ଅବତୀର୍ଣ୍ଣ ହେବା ତାଙ୍କ ବ୍ୟକ୍ତିତ୍ୱର ସଫଳ ଦିଗକୁ ମଧ୍ୟ ସୂଚିତ କରିଥାଏ। ବ୍ୟକ୍ତିଗତ ଜୀବନ କହିଲେ ସେ ଖ୍ରୀଷ୍ଟିନ୍‌ ମୁଲେନଙ୍କୁ ବିବାହ କରିଥିଲେ। ତାଙ୍କର ତିନି ସନ୍ତାନ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?