ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ ଖାଦ୍ୟ ବର୍ଜ୍ୟରୁ ବାୟୋଗ୍ୟାସ ଓ ବିଦ୍ୟୁତ ଉତ୍ପାଦନ କରାଯାଇ ସ୍ବିରି ହସ୍ପିଟାଲକୁ ଯୋଗାଇ ଦିଆଯାଇଛି। ଗଣେଶ ପୂଜା ସମୟରେ ଲାଲବାଗଚା ବାଗ ପୂଜା ମଣ୍ଡପଗୁଡ଼ିକରେ ଅନେକ ଲକ୍ଷ ଲୋକ ପ୍ରସାଦ ଖାଇଥାନ୍ତି ଏବଂ ବଳକା ଖାଦ୍ୟକୁ ପ୍ରସାଦ କକ୍ଷ ଓ ଅନ୍ନଛତ୍ରରୁ ସଂଗ୍ରହ କରାଯାଇ ବାୟୋମିଥେନେଶନ ପ୍ରକ୍ରିୟାରେ ସେଥିରୁ ବାୟୋଗ୍ୟାସ ଓ ବିଦ୍ୟୁତ ଉତ୍ପନ୍ନ କରାଯାଇଛି। ବାୟୋମିଥେନେଶନ ଦ୍ୱାରା ୩,୬୪୫ କ୍ୟୁବିକ ମିଟର ବାୟୋଗ୍ୟାସ ଓ ୪,୩୮୨ କିଲୋଓ୍ବାଟ ବିଦ୍ୟୁତ ଉତ୍ପାଦନ କରାଯାଇଛି। ବାୟୋଗ୍ୟାସକୁ ହସ୍ପିଟାଲରେ ବ୍ୟବହାର କରାଯିବା ସହ ଉତ୍ପାଦିତ ବିଦ୍ୟୁତ ୯୦ ଶଯ୍ୟା ବିଶିଷ୍ଟ ୯ ନମ୍ବର ଓ୍ବାର୍ଡରେ ଉପଯୋଗ କରାଯାଇଛି। ସ୍ବିରି ଡାକ୍ତରଖାନାରେ ଦିନକୁ ମାତ୍ର ୨ଟନ ବଳକା ଖାଦ୍ୟର ପ୍ରକ୍ରିୟାକରଣ କରାଯିବାର ବ୍ୟବସ୍ଥା ଥିବାରୁ ଅଧିକ ଖାଦ୍ୟକୁ ନିକଟସ୍ଥ ସିଓନ, କସ୍ତୁରବା ଓ ନାୟାରା ହସ୍ପିଟାଲକୁ ପଠାଇ ଦିଆଯାଇଛି।ଫଳରେ ସେହିସବୁ ହସ୍ପିଟାଲ ବାୟୋଗ୍ୟସ ଓ ବିଦ୍ୟୁତ ପାଇପାରୁଛନ୍ତି। ବିଏମ୍‌ସି ମଧ୍ୟ ଆଖପାଖ ହୋଟେଲରୁ ବଳକା ଖାଦ୍ୟ ସଂଗ୍ରହ କରି ଇନ୍ଧନ ଓ ବିଦ୍ୟୁତ ଉତ୍ପାଦନ କରିବାର ବ୍ୟବସ୍ଥା କରିଛି। କେବଳ ଏତିକି ନୁହେଁ, ବିଏମ୍‌ସି ମୁମ୍ବାଇର ୧୮ଟି କୃୃତ୍ରିମ ବିସର୍ଜନ ସ୍ଥଳରୁ ଫୁଲ ସଂଗ୍ରହ କରି ତାହାକୁ ତ୍ୱରିତ ପ୍ରକ୍ରିୟାରେ ଜୈବିକ ଖତ କରି ସାର୍ବଜନୀନ ଉଦ୍ୟାନରେ ବ୍ୟବହାର କରିପାରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?