ଏଇ ଭାରତରେ

ଆମମାନଙ୍କର ଧାରଣା ରହିଛି ଯେ ପରିଣତ ବୟସ ବିଶ୍ରାମର ସମୟ। କିନ୍ତୁ ୮୮ ବର୍ଷ ବୟସରେ ପହଞ୍ଚିଥିବା ଅହମଦାବାଦର ପ୍ରଜ୍ଞା ପାରେଖ ତାଙ୍କ ହସ୍ତକଳାକୁ ନେଇ ବେଶ୍‌ ଚଳଚଞ୍ଚଳ। ଏହାକୁ ସେ ଦେଶ ବିଦେଶରେ ପହଞ୍ଚାଇ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ ମଧ୍ୟ ଦିନକୁ ହସ୍ତକଳା ପାଇଁ ୪ରୁ ୫ ଘଣ୍ଟା ସମୟ ଦେଉଛନ୍ତି। ବୟସର ଅପରାହ୍ନରେ ଥିବା ପ୍ରଜ୍ଞା ଭାରତର ବିଭିନ୍ନ ଅଞ୍ଚଳ ସହ ବିଦେଶରେ ଏହା ବିକ୍ରି କରୁଛନ୍ତି। କାନାଡା, ଆମେରିକା, ଜାପାନ ସହିତ ୧୦ଟି ଦେଶରୁ ସେ ଅର୍ଡର ପାଉଛନ୍ତି। ଆଶ୍ଚର୍ଯ୍ୟର କଥା, ପ୍ରଜ୍ଞା ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ ସିଲାଇଠାରୁ ଆରମ୍ଭ କରି ସବୁ କାର୍ଯ୍ୟ ସୁରୁଖୁରୁରେ କରୁଛନ୍ତି। ସେ ମଧ୍ୟ ବିଭିନ୍ନ ବର୍ଜ୍ୟରୁ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ୨୦୧୯ରେ ପ୍ରଜ୍ଞା ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଲକ୍‌ଡାଉନ ସମୟରେ ଭିଡିଓ ଅପ୍‌ଲୋଡ କରିବା ପରେ ଅର୍ଡର ମିଳିବା ଆରମ୍ଭ ହୋଇଗଲା। ସେ ତିଆରି କରୁଥିବା ବିଭିନ୍ନ ଜିନିଷ ମଧ୍ୟରେ ରଙ୍ଗବେରଙ୍ଗ ପକ୍ଷୀ ସବୁଠୁ ଆକର୍ଷଣୀୟ। ସେ ତାଙ୍କ ହସ୍ତକଳାର ବିଜ୍‌ନେସ ବି ଅନ୍‌ଲାଇନରେ ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?