ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ ଦୃଶ୍ୟପଟକୁ ଦେଖିଲେ ବିଭିନ୍ନ ଦେଶ ଉପରେ ଟାରିଫ୍‌ କଷିବା ଯେମିତି ତାଙ୍କ ସଉକ ପାଲଟିଯାଇଛି। ଯିଏ ତାଙ୍କ କଥା ନ ମାନିଲା ସଙ୍ଗେ ସଙ୍ଗେ ତା’ ଉପରେ ଦଣ୍ଡାତ୍ମକ ବ୍ୟବହାର ପ୍ରଦର୍ଶନ କରି ସେ ସମସ୍ତଙ୍କୁ ଡରାଇ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରୁଷିଆ ତୈଳକୁ ନେଇ ଏବର ପଦକ୍ଷେପ ତାଙ୍କୁ ସର୍ବାଧିକ ସମାଲୋଚିତ କରିଛି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଜାରି ରଖିଥିବାରୁ ମସ୍କୋରୁ ତୈଳ ନ କିଣିବା ଲାଗି ଭାରତ, ଚାଇନା ସମେତ ଅନେକ ରାଷ୍ଟ୍ର ଉପରେ ଟ୍ରମ୍ପ୍‌ ପ୍ରତିବନ୍ଧକ ଲଗାଇଛନ୍ତି। କାରଣ ରୁଷିଆର ତୈଳ ବିକ୍ରିଲବ୍ଧ ଅର୍ଥ ୟୁକ୍ରେନ୍‌ ଯୁଦ୍ଧକୁ ଅଧିକ ଗତି ଦେବ ବୋଲି ଟ୍ରମ୍ପ୍‌ କହିଆସିଛନ୍ତି। ଏପରିକି ୧୦୦ ପ୍ରତିଶତ ଟାରିଫ୍‌ ବସାଇବା ନେଇ ଆମେରିକା ସଂସଦରେ ଆଇନ ଆଣି ସେ ଗତ ମାସ ଚହଳ ପକାଇଥିଲେ। ହେଲେ ଆମେରିକା-ରୁଷିଆ ଡିଜେଲ ଚୁକ୍ତିକୁ ସେ ଏବେ ଅନୁମତି ଦେଇ ନିଜ ଆଭିମୁଖ୍ୟରେ ଦୋମୁହଁା ନୀତି ଅନୁସରଣ କରିଥିବା ଦେଖିବାକୁ ମିଳିଛି। ୯ ଅକ୍ଟୋବରରେ ଟ୍ରମ୍ପ୍‌ କହିଥିଲେ ଯେ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଏ ନେଇ ଏକ ସଫଳ ଆଲୋଚନା ହୋଇଛି, ଯେଉଁଥିରେ ରୁଷିଆ ତୁରନ୍ତ ଆମେରିକା ଏବଂ ବିଶ୍ୱ ବଜାରକୁ ୩ ଲକ୍ଷ ଟନ୍‌ରୁ ଅଧିକ ଡିଜେଲ ଇନ୍ଧନ ଯୋଗାଇବ। ନଭେମ୍ବରରେ ଆଉ ୫ ଲକ୍ଷ ଟନ୍‌ ଏବଂ ତା’ପରେ ଆଉ ୧୦ ଲକ୍ଷ ଟନ୍‌ ଯୋଗାଇ ଦିଆଯିବ ବୋଲି ଟ୍ରମ୍ପ୍‌ କହିଥିଲେ।
ଆମେରିକାରେ ଆସନ୍ତା ନଭେମ୍ବରରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅଛି। ଏବେ ସେଠାରେ ଡିଜେଲ ଦର ପ୍ରବଳ ମାତ୍ରାରେ ବୃଦ୍ଧି ପାଇଥିବାରୁ ଭୋଟର ଅସନ୍ତୋଷକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଏଭଳି ତୈଳ ଚୁକ୍ତି କରାଯାଇଥିବା ମନେହେଉଛି। ଅନ୍ୟପଟେ ଟ୍ରମ୍ପ୍‌ଙ୍କୁ ସନ୍ତୁଷ୍ଟ ରଖିବା ସକାଶେ ବ୍ୟାକୁଳ ହେଉଥିବା ଭାରତ ବର୍ତ୍ତମାନ ପେଟ୍ରୋଲରେ ଇଥାନଲ ମିଶାଇ ଗାଡ଼ି ନଷ୍ଟ କରିବାରେ ଲାଗିଛି। ତେଣୁ ଶକ୍ତି କ୍ଷେତ୍ର ସମ୍ବନ୍ଧୀୟ ନିଷ୍ପତ୍ତିରେ ଆମେରିକାର ମନଇଚ୍ଛା କାର୍ଯ୍ୟକୁ ଭାରତ ବିରୋଧ କରିବା ଉଚିତ। କାରଣ କେବଳ ଟ୍ରମ୍ପ୍‌ଙ୍କ ପାଇଁ ଆଜି ଭାରତ ସମେତ ସମଗ୍ର ବିଶ୍ୱରେ ଶକ୍ତି ସଙ୍କଟ ଦେଖାଦେଇଛି। ଏହା ଜଣାଶୁଣା ଯେ, ଇରାନ ଉପରେ ଆମେରିକା-ଇସ୍ରାଏଲ ଯୁଦ୍ଧ ଏବଂ ୟୁକ୍ରେନ ଉପରେ ରୁଷିଆର ଯୁଦ୍ଧ ସ୍ଥିତି କାରଣରୁ ବିଶ୍ୱରେ ଇନ୍ଧନ ମୂଲ୍ୟ ବହୁତ ବଢ଼ିଯାଇଛି। ଚଳିତ ବର୍ଷ ଫେବୃଆରୀରେ ଆମେରିକା ଓ ଇସ୍ରାଏଲ ପ୍ରଥମେ ଇରାନ ଉପରେ ଆକ୍ରମଣ କରିବାରୁ ତେହରାନ ମୁଖ୍ୟତଃ ହର୍ମୁଜ ଜଳପଥକୁ ବନ୍ଦ କରିଦେଇଛି। ଯେଉଁ ଜଳପଥ ଦେଇ ବିଶ୍ୱର ୨୦ ପ୍ରତିଶତ ତୈଳ ଓ ଗ୍ୟାସ ଯୋଗାଣ ହୋଇଥାଏ, ତାହା ମନୁଷ୍ୟକୃତ କାରଣରୁ ବନ୍ଦ ହୋଇଯିବାର ଅର୍ଥ ତୈଳ ଦର ବଢ଼ିଯିବା ସ୍ବାଭାବିକ। ପୁଣି ଉପସାଗରୀୟ ଅଞ୍ଚଳରୁ ତୈଳ ରପ୍ତାନିର ଅନ୍ୟ ଏକ ପ୍ରମୁଖ ମାର୍ଗ ସାଉଦି ଆରବର ‘ଇଷ୍ଟ-ୱେଷ୍ଟ ପାଇପ୍‌ଲାଇନ’ ଉପରେ ଇରାନ୍‌ ସମର୍ଥିତ ଇରାକ ଉଗ୍ରପନ୍ଥୀଙ୍କ ଆକ୍ରମଣ ଏବଂ ଏହା ସହିତ ଲୋହିତ ସାଗର ଓ ‘ବାବ୍‌ ଅଲ-ମାଣ୍ଡେବ୍‌’ ଜଳପଥ ଉପରେ ୟେମେନର ହାଉତି ବିଦ୍ରୋହୀଙ୍କ ଆକ୍ରମଣ ତୈଳ ଯୋଗାଣକୁ ସଙ୍କୁଚିତ କରିଦେଇଛି।
କେବଳ ସେତିକି ନୁହେଁ, ଇତିମଧ୍ୟରେ ରୁଷିଆ ଏବଂ ୟୁକ୍ରେନ ଉଭୟ ଦେଶରେ ତୈଳ ବିଶୋଧନାଗାର, ଶକ୍ତି ଏବଂ ବନ୍ଦର ପ୍ରତିଷ୍ଠାନଗୁଡ଼ିକ ଉପରେ ଭୟାବହ ଆକ୍ରମଣ ଲାଗିରହିଛି। ୟୁକ୍ରେନ୍‌ ସପକ୍ଷରେ ବାହାରି ଟ୍ରମ୍ପ୍‌ ରୁଷିଆକୁ ଟାର୍ଗେଟ କରୁଥିଲେ। ଏବେ ଯେତେବେଳେ ରୁଷିଆଠାରୁ ଡିଜେଲ କିଣିବା ଲାଗି ଆମେରିକା ଚୁକ୍ତି କରିଛି ସେଥିରୁ ବୁଝିବାକୁ ହେବ ଯେ, ଟ୍ରମ୍ପ୍‌ଙ୍କ କୌଣସି ନୀତିରେ ସ୍ଥିରତା ନାହିଁ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?