ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ସହ ଦୁର୍ବ୍ୟବହାର, ମାଡ଼ପିଟ ଏବଂ ପରେ ପୋଲିସ ତାଙ୍କୁ ଥାନାକୁ ନେଇଯିବା ଅଭିଯୋଗକୁ ନେଇ ଘଟଣାଟି ରାଜ୍ୟ ସହ ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ଏହି ଘଟଣାରେ ନ୍ୟାୟ ଓ ନିରପେକ୍ଷ ତଦନ୍ତ ଦାବି ନେଇ ଜାତୀୟ ମାନବାଧିକାର କମିଶନରେ ମାମଲା ହୋଇଥିବା ବେଳେ, କମିଶନଙ୍କ ଏକ ତିନି ଜଣିଆ ଟିମ ମହାକାଳପଡ଼ାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଟିମ୍‌ ଏଠାରେ ୪ ଦିନ ରହି ତଦନ୍ତ କରିବେ ବୋଲି ଜଣାପଡ଼ିଛି। ଗତ ଜୁନ ୧୧ରେ ଚାମେଲୀ ନିଜ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ସହ ଆଲୋଚନା କରୁଥିଲେ। ସେତେବେଳେ ବିଡିଓ ଚାମ୍ବରରେ କିଛି ଜନପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।

ଅଭିଯୋଗ ଅନୁଯାୟୀ, ଆଲୋଚନା ସମୟରେ ଚାମେଲୀଙ୍କ ଭାଇ କାର୍ଯ୍ୟାଳୟ ଭିତରେ ଭିଡିଓ ରେକର୍ଡିଂ କରୁଥିଲେ। ଏହାକୁ ନେଇ କିଛି ଯୁବକ ବିରୋଧ କରିବା ସହ ଯୁକ୍ତିତର୍କ ହୋଇଥିଲା। ପରେ କାର୍ଯ୍ୟାଳୟ ବାହାରେ ବିବାଦ ଉଗ୍ର ରୂପ ନେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ଚାମେଲୀଙ୍କୁ ଥାନାକୁ ନେଇଥିଲା। ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ଉଭୟ ପକ୍ଷରୁ ପରସ୍ପର ବିରୋଧରେ ଅଭିଯୋଗ ଦାଖଲ ହୋଇଥିଲା। ଘଟଣାକୁ ନେଇ ଉଭୟ ପକ୍ଷର ଅଭିଯୋଗ ଆଧାରରେ ୧୭୦/୧୭୧/୧୭୨-୨୬ ନମ୍ବରରେ ପୃଥକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

ଚାମେଲୀଙ୍କ ପକ୍ଷରୁ ବିଡିଓ, ପୋଲିସ ଏବଂ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିବା ଯୁବକମାନଙ୍କ ବିରୋଧରେ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଚାମେଲୀଙ୍କୁ ନ୍ୟାୟ ଦେବା ଏବଂ ଘଟଣାର ଉପଯୁକ୍ତ ତଦନ୍ତ ଦାବିରେ ଜଣେ ସାମାଜିକ କର୍ମୀଙ୍କ ପକ୍ଷରୁ ଦିଲ୍ଲୀସ୍ଥିତ ଜାତୀୟ ମାନବାଧିକାର କମିଶନରେ ମାମଲା ଦାଖଲ ହୋଇଥିଲା।

ଏହି ମାମଲାର ତଦନ୍ତ ପାଇଁ କମିଶନଙ୍କ ପକ୍ଷରୁ ତିନି ଜଣିଆ ବରିଷ୍ଠ ଅଧିକାରୀଙ୍କ ଟିମ ସୋମବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ସର୍କିଟ ହାଉସରେ ପହଞ୍ଚିଥିଲେ। ମଙ୍ଗଳବାର ସକାଳେ ଟିମ ମହାକାଳପଡ଼ା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତକାରୀ ଟିମ୍ରେ ଇସାମ ସିଂ, ଗୁଗୁନ ରାମ ଓ ଶଶୀବାଲା ଶର୍ମା ଥିବା ଜଣାପଡ଼ିଛି। ତଦନ୍ତ ସମୟରେ ଘଟଣାସ୍ଥଳର CCTV ଫୁଟେଜ, ଘଟଣା ସମୟରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ବୟାନ ଏବଂ ସମ୍ପୃକ୍ତ ଯୁବକମାନଙ୍କ ବିଷୟରେ ତଥ୍ୟ ଯାଞ୍ଚ କରାଯିବା ସମ୍ଭାବନା ରହିଛି। ଏହାସହ ବିଡିଓ, ପୋଲିସ ଅଧିକାରୀ, ମେଡିକାଲ ଅଧିକାରୀ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି।

ତଦନ୍ତ ସମୟରେ ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ବିଡିଓ ତଥା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, ପୂର୍ବତନ ଥାନା ଅଧିକାରୀ ମାନସ କୁମାର ମଲିକ ଏବଂ ମହାକାଳପଡ଼ା ଥାନା ଅଧିକାରୀ ବନ୍ଦନା ପାତ୍ର ପ୍ରମୁଖ ଉପସ୍ଥିତ ରହି ତଦନ୍ତ ଟିମକୁ ସହଯୋଗ କରୁଛନ୍ତି। ଜାତୀୟ ମାନବାଧିକାର କମିଶନଙ୍କ ଟିମ୍‌ରୁ ତଦନ୍ତ ପରେ କେଉଁ ରିପୋର୍ଟ ଆସୁଛି ଏବଂ ଘଟଣାରେ କେଉଁ ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଘଟଣାକୁ ନେଇ ମହାକାଳପଡ଼ା ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜାରି ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?