କରୋନାର ୩ ନୂଆ ଲକ୍ଷଣ: ବାନ୍ତି ଲାଗିବା ବି ହୋଇପାରେ କରୋନାର ଲକ୍ଷଣ !

ନୂଆଦିଲ୍ଲୀ,୨୯।୬: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ହେଲେ ଏପର୍ଯ୍ୟନ୍ତ ବି କରୋନା ଲକ୍ଷଣକୁ ନେଇ ଅନେକ ଲୋକ ଅନ୍ଧାର ମଧ୍ୟରେ ରହିଛନ୍ତି। ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ସୁଦ୍ଧା ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫.୨୮ ଲକ୍ଷରୁ ଅଧିକ ହୋଇ ଗଲାଣି। ଇତି ମଧ୍ୟରେ କରୋନା ସଂକ୍ରମଣର ନୂଆ ଲକ୍ଷଣ ସାମ୍ନାକୁ ଆସିଛି। ଆଉ ଏହି ନୂଆ ଲକ୍ଷଣକୁ ନେଇ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢି ଯାଇଛି। ଏପର୍ଯ୍ୟନ୍ତ ଜଣାଥିଲା କି ଜ୍ୱର ହେବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ଶୁଖିଲା କାଶ ହେବା, ଥକ୍କା ଲାଗିବା ଭଳି ଶାରୀରିକ ପରିବର୍ତ୍ତନ କରୋନାର ଲକ୍ଷଣ। ଏହିସବୁ ଲକ୍ଷଣ ଥିବା ଲୋକଙ୍କୁ ତୁରନ୍ତ କରୋନା ପରୀକ୍ଷା କରିବାକୁ କୁହାଯାଉଥିଲା। ହେଲେ ଏବେ ଆମେରିକାର ମେଡିକାଲ ହେଲ୍‌ଥ ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ କରୋନାର ଆଉ ୩ ନୂଆ ଲକ୍ଷଣ ସମ୍ପର୍କରେ ସୂଚନା ଦେଇଛି। ଏହିସବୁ ଲକ୍ଷଣ ଭାରତରେ ମୌସୁମୀ ଆସିବା ପରେ ଅଧିକ ମାତ୍ରାରେ ଦେଖାଯିବ ବୋଲି ଅନୁମାନ କରାଯାଇଛି। ସୂଚନା ଅନୁଯାୟୀ, କରୋନା ୩ ନୂଆ ଲକ୍ଷଣ ହେଉଛି ନାକରୁ ପାଣି ବୋହିବା, ବାନ୍ତି ଲାଗିବା ଓ ଡାଇରିଆ ହେବା। ଏହାମଧ୍ୟ କରୋନାର ଲକ୍ଷଣ ବୋଲି କହିଛି ଆମେରିକାର ମେଡିକାଲ ହେଲ୍‌ଥ ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ। ତେଣୁ ଏସବୁ ଲକ୍ଷଣ ଦେଖାଦେଲେ ଅବହେଳା ନ କରି ତୁରନ୍ତ କରୋନା ଟେଷ୍ଟ କରାଇନେବା ଜରୁରୀ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଞ୍ଚଳରେ ଦ୍ୱିତୀୟ ଏନକ୍ଲେଭ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୧୮।୧୧: ଅରୁଣାଞ୍ଚଳ ପ୍ରଦେଶରେ ଚାଇନା ଦ୍ୱିତୀୟ ଏନ୍‌କ୍ଲେଭ ନିର୍ମାଣ କରିଛି। ଭାରତ ସୀମା ମଧ୍ୟରେ ନିର୍ମିତ ଏନ୍‌କ୍ଲେଭରେ ରହିଛି ୬୦ ବିଲ୍ଡିଂ। ଏକ ଜାତୀୟ ଗଣମାଧ୍ୟମ...

ପଞ୍ଚାୟତିରାଜ ଦିବସରେ ସ୍ବାମିତ୍ୱ ଯୋଜନା ଘୋଷଣା କଲେ ମୋଦି

ନୂଆଦିଲ୍ଲୀ,୨୪।୪: ରଷ୍ଟ୍ରୀୟ ପଞ୍ଚାୟତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ପଞ୍ଚାୟତର ମୁଖ୍ୟଙ୍କୁ ଶୁକ୍ରବାର ସମ୍ବୋଧିତ କରିଛନ୍ତି। କରୋନା ଭାଇରସ୍‌ ସହ ମୁକାବିଲା ପାଇଁ...

ସ୍ବଚ୍ଛତା ଅଭିଯାନ: ପାଠ ପଢ଼ିବା ପୂର୍ବରୁ ଶୌଚାଳୟ ସଫା କରନ୍ତି ଛାତ୍ରୀଛାତ୍ର

ଜବଲପୁର,୧୭।୭: ଏବେ ଦେଶବ୍ୟାପି ସ୍ବଚ୍ଛତା ଅଭିଯାନ ଜାରି ରହିଛି। ଏହି ମର୍ମରେ ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ଶହପୁରାରେ ଥିବା ଧରତୀ କଛାର ଏବଂ ଛପରା ପ୍ରାଥମିକ...

ୟୁପିରେ ‘ଦ କେରଲା ଷ୍ଟୋରି’ ଟିକସମୁକ୍ତ, କ୍ୟାବିନେଟ ସହ ଫିଲ୍ମ ଦେଖିବେ ଯୋଗୀ

ଲକ୍ଷ୍ନୌ,୯।୫: ଫିଲ୍ମ ‘ଦ କେରଲା ଷ୍ଟୋରି’ ନେଇ ଦେଶର ଅନେକ ସ୍ଥାନରେ ବିବାଦ ଲାଗି ରହିଛି। କେତେକ ରାଜ୍ୟରେ ଫିଲ୍ମକୁ ବ୍ୟାନ କରାଯାଇଥିବା ବେଳେ ବର୍ତ୍ତମାନ...

ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବା ପଡ଼ିଲା ମହଙ୍ଗା

ଭୋପାଳ,୧୫।୭: ମଧ୍ୟପ୍ରଦେଶର ସେହୋରରେ ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିବାରୁ ଜଣେ ଯୁବକଙ୍କୁ ହତ୍ୟା ଧମକ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କୋତୱାଲୀ...

କ୍ରୋଧରେ କୁହାଯାଇଥିବା ଶବ୍ଦ ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ: ହାଇକୋର୍ଟ…

ଭୋପାଳ,୨୮।୧୨ : ମଧ୍ୟପ୍ରଦେଶ ହାଇକୋର୍ଟ ଆତ୍ମହତ୍ୟା ମାମଲାରେ ରାୟ ଦେଇ କହିଛନ୍ତି ଯେ କ୍ରୋଧରେ କୁହାଯାଇଥିବା ଶବ୍ଦ ଆତ୍ମହତ୍ୟା ପାଇଁ ଉସୁକାଇବା ଭାବେ ବିବେଚନା କରାଯାଇପାରିବ...

ରାମନଗରରୁ ନିର୍ବାଚନ ଲଢିବେ ହରିଶ ରାୱତ

ଡେରାଡୁନ,୨୫ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ପତ୍ରରେ ୧୧ ଜଣଙ୍କ ନାମ ଘୋଷଣା କରିଛି । ଏଥିରେ...

ସାଇଟୋକାଇନ୍‌ ଷ୍ଟର୍ମ: କରୋନା ମୁକାବିଲାରେ ମଣିଷ ପାଇଁ ଶତ୍ରୁ ପାଲଟୁଛି ଆଣ୍ଟିବଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣରେ ମଣିଷ ଶରୀର ପାଇଁ କିଭଳି ରୋଗ ପ୍ରତିରୋଧକ ଶକ୍ତି ହିଁ ଶତ୍ରୁ ପାଲଟି ଥାଏ ସେ ନେଇ ଏକ ରିପୋର୍ଟ ପ୍ରକାଶ...

Advertisement
Archives

Model This Week