କେସିଙ୍ଗା ମହାବିଦ୍ୟାଳୟରେ ନୂଆ ପ୍ରକୋଷ୍ଠ ଉଦ୍‌ଘାଟିତ

କେସିଙ୍ଗା,୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟ ପରିସରରେ ଅନେକ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ମହାସମାରୋହରେ ଶୁକ୍ରବାର ଆୟୋଜିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗର ଆର୍ଥିକ ଅନୁଦାନରେ ନିର୍ମିତ ବାଳକ ସାଧାରଣ ପ୍ରକୋଷ୍ଠ, ଲୋକ ସଭା ସଦସ୍ୟଙ୍କ ପଶ୍ଚିମ ଓଡିଶା ବିକାଶ ପରିଷଦର ଆର୍ଥିକ ଅନୁଦାନରେ ନିର୍ମିତ ରାତ୍ରି ଜଗୁଆଳି କକ୍ଷ ଏବଂ ଅଧ୍ୟକ୍ଷଙ୍କ ନୂତନ କାର୍ଯ୍ୟାଳୟକୁ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥ ଭାବରେ ଜନ୍ମେଜୟ ସ୍ବାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗଦାନ କରିଥିଲେ। ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀଙ୍କ ସମେତ ମହାବିଦ୍ୟାଳୟର ଛାତ୍ରୀଛାତ୍ର ତଥା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଯୁବ ରେଡ୍‌କ୍ରସ ଏବଂ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନମହୋତ୍ସବ ପାଳନ କରାଯାଇ ବୃକ୍ଷରୋପଣ କରାଯାଇଥିଲା। ଯୁବ ରେଡ୍‌କ୍ରସ୍‌ କାଉନସେଲର ଅଧ୍ୟାପକ ରାଇମୋହନ ମାଝୀ ଏବଂ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ମଣି ରଣାଙ୍କ ତତ୍ତ୍ୱାବଧାନରେ ଅତିଥିମାନେ ବୃକ୍ଷରୋପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଚ୍ଛତା ହିଁ ଉତ୍ତମ ସ୍ବାସ୍ଥ୍ୟର ଚାବିକାଠି: ମିଳିତ ସ୍ବଚ୍ଛତା ଅଭିଯାନ ଆରମ୍ଭ

କେସିଙ୍ଗା,୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ସାମୂହିକ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। ସ୍ବଚ୍ଛ ରୁହ ସୁସ୍ଥ...

ସାହୁ ସମାଜର ସଭାପତି ହେଲେ ତୁମେଶ୍ୱର, ମୁରଲୀଧର ସମ୍ପାଦକ

କର୍ଲାମୁଣ୍ଡା,୭ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଇଁଲାପାଲି ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ମ.ରାମପୁର ବ୍ଲକ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ବ୍ଲକ...

ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା: ରାସ୍ତା ମରାମତି ଦାବି

କର୍ଲାମୁଣ୍ଡା,୭ା୭(ପ୍ରଦୀପ ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜର ଜାନିପଡ଼ା ପିଚୁ ରାସ୍ତାରେ ବର୍ଷା ପାଣି ଜମି ରହିଛି। ଫଳରେ ଲୋକଙ୍କୁ ଯିବା ଆସିବା କରିବାରେ...

ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା

କେସିଙ୍ଗା,୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୦ଦଫା ଦାବି ନେଇ ଗତ ମାସ ୧୮ ତାରିଖରୁ ସଭାପତି ଉତ୍ତର କୁମାର...

ଧରିତ୍ରୀ ପ୍ରଭାବ: ସ୍କୁଲ ଛାତରୁ ପାଣି ଗଳୁଥିବା ଖବର ପ୍ରକାଶ ପ୍ରକାଶ ପରେ ନୂତନ ଗୃହ ନିର୍ମାଣ ନେଇ…

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ  ଥିବା ବାଲସି ପଞ୍ଚାୟତର କୋକୋଡ଼ମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତରୁ ବର୍ଷା ପାଣି...

ମୋବାଇଲ ଚାର୍ଜ କରିବା କାଳ ହେଲା, ଚାଲିଗଲା ସାନପୁଅର ଜୀବନ; ମା’ବାପା କାମରୁ ଫେରି…

କୋକସରା,୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ପଞ୍ଚାୟତ ଚିଲିଗୁଡା ନୂଆପଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଚାଷୀ ଡମ୍ବରୁଧର ନାଏକଙ୍କ...

ମରଣଯନ୍ତା ପାଲଟିଛି ରିଷିଡ଼ା ପୌରକେଲା ରାସ୍ତା

କର୍ଲାମୁଣ୍ଡା/ରିଷିଡ଼ା,୪ା୭(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପୌରକେଲା ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ମରାମତି ଅଭାବରୁ ଏବେ ମରଣଯନ୍ତା ପାଲଟିଥିବା...

ବିଦ୍ୟାଳୟ ପରିବେଶକୁ ସୁନ୍ଦର ସବୁଜ କରିବାକୁ ଶପଥ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅନ୍ତର୍ଗତ କଶ୍ରୁପଡ଼ାସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ ତମ ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୁଧୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri