ପୁଟିନ୍‌ଙ୍କଠାରୁ ଆରମ୍ଭ କରି ଏହି ଦେଶର ରାଷ୍ଟ୍ରପତିମାନେ ଦ୍ରୌପଦୀଙ୍କୁ ଜଣାଇଲେ ଶୁଭେଚ୍ଛା

ମସ୍କୋ/କଲମ୍ବୋ/ମାଲେ/କାଠମାଣ୍ଡୁ,୨୫।୭: ରୁଷିଆ, ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ନେପାଳର ରାଷ୍ଟ୍ରପତିଙ୍କ ସମେତ ଅନେକ ବିଶ୍ୱ ନେତା ଭାରତର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ସହିତ ନିଜ ନିଜ ଦେଶର ବହୁମୁଖୀ ସମ୍ପର୍କ ବଢ଼ାଇବା ପାଇଁ ମୁର୍ମୁଙ୍କ ସହ କାମ କରିବାକୁ ସେମାନେ ଇଚ୍ଛା ପ୍ରକାଶ କରିଛନ୍ତି। ଏହିକ୍ରମରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଭାରତର ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦ୍ୱିପାକ୍ଷିକ ଗଠନମୂଳକ ସହଯୋଗକୁ ଆହୁରି ପ୍ରୋତ୍ସାହିତ କରିବାକୁ ସେ ଆଶା ପ୍ରକଟ କରିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଆମେ ଭାରତ ସହ ସ୍ବତନ୍ତ୍ର ରଣନୀତିକ ଭାଗିଦାରୀ ସମ୍ପର୍କକୁ ଗୁରୁତ୍ୱ ଦେଇଥାଉ। ଆଶା କରୁଛି, ରାଷ୍ଟ୍ରର ମୁଖ୍ୟ ଭାବେ ତାଙ୍କର କାର୍ଯ୍ୟକଳାପ ଆମର ସହଯୋଗୀମାନଙ୍କ ହିତ ତଥା ଅନ୍ତର୍ଜାତୀୟ ସ୍ଥିରତା ଏବଂ ନିରାପତ୍ତା ପାଇଁ ରୁଷିଆ-ଭାରତୀୟ ରାଜନୈତିକ ଆଲୋଚନା ଓ ବିଭିନ୍ନ କ୍ଷେତ୍ରରେ ଗଠନମୂଳକ ସହଯୋଗକୁ ଆହୁରି ସୁଦୃଢ଼ କରିବ। ସେହିପରି ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ରାନିଲ ୱିକ୍ରମସିଂଘେ ମଧ୍ୟ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ସହ ଦୁଇ ଦେଶ ମଧ୍ୟରେ ନିବିଡ ସମ୍ପର୍କ ଥିବା ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ମଧ୍ୟ ମୁର୍ମୁଙ୍କୁ ତାଙ୍କର ଐତିହାସିକ ନିର୍ବାଚନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ମୁର୍ମୁଙ୍କ ଦକ୍ଷତା ଏବଂ ଅଭିଜ୍ଞତା ନିଃସନ୍ଦେହରେ ଭାରତକୁ ଏକ ନୂତନ ଉଚ୍ଚତାକୁ ନେଇଯିବ। ତାଙ୍କ ନେତୃତ୍ୱରେ ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଇଛୁକ ଅଛି ବୋଲି ରାଷ୍ଟ୍ରପତି ଇବ୍ରାହିମ କହିଛନ୍ତି। ଅନ୍ୟପଟେ ନେପାଳର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସହଯୋଗ ନୂତନ ଉଚ୍ଚତାରେ ପହଞ୍ଚିବ ବୋଲି ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ୍‌ଙ୍କ ପାଖରେ ରହିଛି ସବୁଠାରୁ ବିପଜ୍ଜନକ ଜହର, ଯନ୍ତ୍ରଣାରେ ଥରି ଉଠିବ ଶରୀର…

ମସ୍କୋ, ୩୦।୫ : ପୃଥିବୀରେ ବିଭିନ୍ନ ପ୍ରକାରର ଜହର ଅଛି। ସେଥିମଧ୍ୟରୁ କେତେକର ପ୍ରୟୋଗ ଦ୍ୱାରା ଶରୀରର ଧୀରେ ଧୀରେ ମୃତ୍ୟୁ ଘଟେ। କିଛି ଜହର...

ଜାପାନରେ ରେକର୍ଡ ଭାଙ୍ଗିଲା ତାପମାତ୍ରା

ଟୋକିଓ,୩୦ା୬: ଜାପାନରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ୧୮୭୫ ମସିହା ପରଠାରୁ ଅଧିକ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ଜାପାନ। ଲୋକଙ୍କୁ ଯଥାସମ୍ଭବ ବିଦ୍ୟୁତ୍‌ ସଞ୍ଚୟ...

ଜିନ୍‌ପିଙ୍ଗଙ୍କ ବିରୋଧରେ ମଧ୍ୟବିତ୍ତଙ୍କ ବିଦ୍ରୋହ, ୨୪ ପ୍ରଦେଶରେ ଗୃହଋଣ ପୈଠ କରୁ ନାହାନ୍ତି ୧.୩ କୋଟି ଲୋକ…

ବେଜିଂ,୨୨।୭ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ପ୍ରଥମ ଥର ପାଇଁ ମଧ୍ୟବିତ୍ତ ଲୋକଙ୍କ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି। ଚାଇନାର ୩୧ଟି ପ୍ରଦେଶ ମଧ୍ୟରୁ ୨୪...

ମହିଳାଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଚାଇନା ସରକାର

ବେଜିଂ, ୧୦।୮: ଚାଇନାର ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ରାଜପଥ ଉପରେ ଏକ ଘର ରହିଛି। ଏହି ଘରଟିକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘରର...

ଶତ୍ରୁଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତ ଅଭିମୂଖେ ରାଫାଲ

ପ୍ୟାରିସ,୨୭।୭: ବହୁ ଦିନ ଅପେକ୍ଷାର ଅନ୍ତ ଘଟିଛି। ଶତ୍ରୁଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତୀୟ ବାୟୁସେନାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ରାଫାଲ ଯୁଦ୍ଧ...

କରୋନା ଟିକା ନେବାକୁ ରାଜି ନ ଥିଲେ ବ୍ୟକ୍ତି, ପାଞ୍ଚିଲେ ଏମିତି ଉପାୟ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରୋମ୍‌,୬ା୧୨: ଇଟାଲୀର ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନା ଟିକା ନ ନେଇ ଭାକ୍ସିନେଟେଡ୍‌ ସାର୍ଟିଫିକେଟ ହାସଲ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଆଶ୍ଚର୍ଯ୍ୟ...

ବିତର୍କ ବେଳେ ମହିଳା ସଦସ୍ୟଙ୍କୁ ମାଡ଼ ମାରିଲେ ଏମ୍‌ପି

ଟ୍ୟୁନିଶ୍‌,୫।୭: ଟ୍ୟୁନେଶିଆର ସଂସଦରେ ହିଂସାର ଏକ ମାମଲା ସାମ୍ନାକୁ ଆସିଛି। ବିତର୍କ ସମୟରେ ଜଣେ ମହିଳା ସଦସ୍ୟଙ୍କୁ ଅନ୍ୟ ଜଣେ ଏମ୍‌ପି ମାଡ଼ ମାରିଥିବା ଦେଖିବାକୁ...

ପରମାଣୁରେ ପ୍ରତିଶୋଧ ଆଶଙ୍କା

ଓ୍ବାଶିଂଟନ୍‌, ୧୦ା୧: ସତ୍ତା ଲୋଭରେ ସୀମା ଟପିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟିର ଖଳନାୟକ ଆଖ୍ୟା ପାଇସାରିବା ପରେ ବି ବଦଳୁନି...

Advertisement
Archives

Model This Week