Posted inଜାତୀୟ

ଷ୍ଟାଟ୍‌ଅପ୍‌ ମାଧ୍ୟମରେ ଗଠନ ହେବ ନୂଆ ଭାରତ…

ନୂଆଦିଲ୍ଲୀ, ୨୯।୫ : ଦେଶରେ ଷ୍ଟାଟ୍‌ଅପ୍‌ ଦ୍ୱାରା ବିକାଶ ହେବାରେ ଲାଗିଛି। ଷ୍ଟାଟ୍‌ଅପ୍‌ ଦ୍ୱାରା ନୂଆ ଭାରତ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମର ୮୯ ସଂସ୍କରଣରେ ରବିବାର ସୂଚନା ପ୍ରଦାନ କରିଛନ୍ତି।

ଦେଶରେ ୟୁନିକର୍ନ ସଂଖ୍ୟା ୧୦୦ ପାର୍‌ ହୋଇଛି। ଷ୍ଟାଟ୍‌ଅପ୍‌ ଗଠନ ନେଇ ଛୋଟଛୋଟ ସହର ଏବେ ଆଗୁଆ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶ ଅନେକ ଭାଷା, ସ୍କ୍ରିପ୍ଟ ଏବଂ ଉପଭାଷାରେ ସମୃଦ୍ଧ। ବିଭିନ୍ନ ଅଞ୍ଚଳରେ ଭିନ୍ନ ପୋଷାକ, ଖାଦ୍ୟ ଏବଂ ସଂସ୍କୃତି ହେଉଛି ଆମର ପରିଚୟ। ଏହି ବିବିଧତା ଆମକୁ ଏକ ରାଷ୍ଟ୍ର ଭାବରେ ଅଧିକ ଶକ୍ତିଶାଳୀ କରିଥାଏ।

ପ୍ରଧାନମନ୍ତ୍ରୀ ତୀର୍ଥସ୍ଥାନ ସମ୍ପର୍କରେ କହିଛନ୍ତିି ଯେ, ଏସବୁ ଅଞ୍ଚଳର ସମ୍ମାନ ରକ୍ଷା କରିବା ଆବଶ୍ୟକ। ଉତ୍ତରାଖଣ୍ଡରେ ଚାର ଧାମର ପବିତ୍ର ତୀର୍ଥଯାତ୍ରା ଚାଲିଛି। ପ୍ରତିଦିନ ହଜାର ହଜାର ଭକ୍ତ ଏଠାରେ ପହଞ୍ଚୁଛନ୍ତି। କିନ୍ତୁ ମୁଁ ଦେଖିଛି ଯେ କେଦାରନାଥରେ କିଛି ତୀର୍ଥଯାତ୍ରୀଙ୍କ ଦ୍ୱାରା ଅପରିଷ୍କାର କରାଯିବା ଯୋଗୁ ଭକ୍ତମାନେ ଅସନ୍ତୁଷ୍ଟ ହେଉଛନ୍ତି। ଅନେକ ଲୋକ ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିଛନ୍ତି। ଯଦି ଆମେ ଏକ ପବିତ୍ର ତୀର୍ଥଯାତ୍ରାରେ ଯିବା ଏବଂ ସେଠାରେ ଏକ ମଇଳା ଜମା କରିବା । ତାହା କେବେ ମଧ୍ୟ ଠିକ ନୁହେଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ୨୧ ଜୁନ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ଯାଉଛୁ। ଏଥର ଯୋଗ ଦିବସର ବିଷୟବସ୍ତୁ ହେଉଛି ମାନବିକତା ପାଇଁ ଯୋଗ। ଯୋଗ ଦିବସକୁ ଉତ୍ସାହର ସହିତ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ବର୍ତ୍ତମାନଠାରୁ ଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯୋଗ ଦିବସରେ ଯୋଗଦେବାକୁ ସମସ୍ତଙ୍କୁ ପ୍ରେରଣା ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

ହ୍ୟାକ ହୋଇପାରିବନି ଇଭିଏମ, କରାଯାଇ ପାରିବନି ଟ୍ୟାମ୍ପରିଂ, ସୁପ୍ରିମକାର୍ଟରେ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ଉତ୍ତର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ୨୪ଘଣ୍ଟାରୁ କମ ସମୟ ବାକି ଅଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri