୨୪ଘଣ୍ଟାରେ ଅଭିଯୁକ୍ତ ଗିରଫ ନ ହେଲେ ୩୧ରେ ତେନ୍ତୁଳିଖୁଣ୍ଟି ବନ୍ଦ ଚେତାବନୀ

ତେନ୍ତୁଳିଖୁଣ୍ଟି, ୨୯।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣର ୫ଦିନ ପରେ ମଧ୍ୟ ପୋଲିସ ହାତ ଖାଲି। ବ୍ଲକ କର୍ମଚାରୀ ନିଜ ସୁରକ୍ଷା ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ କଳାବ୍ୟାଜ୍‌ ଧାରଣ କରିଛନ୍ତି। ତଥାପି ମଧ୍ୟ ପୋଲିସ ଚୁପ୍‌ ହୋଇ ବସିଛି। ଏହାକୁ ନିନ୍ଦା କରିଛି କଂଗ୍ରେସ। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ୩୧ରେ ତେନ୍ତୁଳିଖୁଣ୍ଟି ବନ୍ଦ କରାଯିବ ବୋଲି କଂଗ୍ରେସ ଖବରଦାତା ସମ୍ମିଳନୀ କରି ଚେତାବନୀ ଦେଇଛି।
ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ତେନ୍ତୁଳିଖୁଣ୍ଟିକୁ ଅଣଦେଖା କରାଯାଉଛି। ଜିଲାର ସମସ୍ତ ବ୍ଲକରେ ତଫସିଲଭୁକ୍ତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ଯୁକ୍ତ ୨ ଶ୍ରେଣୀ ଖୋଲାହୋଇଛି, କିନ୍ତୁ ତେନ୍ତୁଳିଖୁଣ୍ଟିରେ ଖୋଲାଯାଇନାହିଁ। ଏଠାରେ ଗୋଟିଏ ବି ବୈଷୟିକ ଶିକ୍ଷାନୁଷ୍ଠାନ ନ ଥିବାକୁ ନିନ୍ଦା କରିଛି କଂଗ୍ରେସ। ଆଗାମୀ ଦିନରେ ତେନ୍ତୁଳିଖୁଣ୍ଟି ସମେତ ପାତ୍ରପୁଟରେ ଯୁକ୍ତ୨, ଖାତିଗୁଡ଼ାରେ ଆଇଟିଆଇ ଓ ଇନ୍ଦ୍ରାବତୀରେ ଯୁକ୍ତ୩ କଲେଜ ଖୋଲିବାକୁ ଦାବି କରିଛି କଂଗ୍ରେସ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ତେନ୍ତୁଳିଖୁଣ୍ଟି ଅବହେଳିତ। ଡାକ୍ତର ଶୂନ୍ୟ କରିବା ଷଡ଼ଯନ୍ତ୍ର କରାଯାଉଛି। ଏହି ବ୍ଲକରେ ନିଯୁକ୍ତ ଡାକ୍ତରଙ୍କୁ ଡେପୁଟେଶନ କରା ଯାଉଛି। ପ୍ରତିବାଦ କଲେ ବାତିଲ କରାଯାଉଛି। ବ୍ଲକର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଗାମୀ ୧ମାସ ମଧ୍ୟରେ ଡାକ୍ତର ପୋଷ୍ଟିଂ କରା ନ ଗଲେ କଂଗ୍ରେସ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଚେତାବନୀ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତିଙ୍କ ସମେତ ଜିଲା ମହିଳା କଂଗ୍ରେସ ନେତ୍ରୀ ପି. ନାଗରତ୍ନମ, ଭୀମସେନ ପାଣିଗ୍ରାହୀ, କିଶୋର ସିଂ, ଦିଲୀପ ପ୍ରଧାନୀ, ଅବ୍‌ଦୁଲ ଫିରୋଜ, କୁମର ପୂଜାରୀ, ସୁନୀଲ ସିଂ, ବସନ୍ତ ପାଣିଗ୍ରାହୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

ଦାବି ପୂରଣ ନ ହେଲେ ଜୁଲାଇ ୧ରୁ ସାମୂହିକ ଛୁଟି: ଚେତାବନୀ ଦେଲା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

ନବରଙ୍ଗପୁର,୨୫।୬(ସଦାଶିବ ପ୍ରହରାଜ): ଓଡ଼ିଶାର ରାଜସ୍ବ ପ୍ରଶାସନର ମେରୁଦଣ୍ଡ ଆର୍‌ଆଇ, ଏଆର୍‌ଆଇ, ରେଭିନ୍ୟୁ ସୁପରଭାଇଜରମାନେ ୨୨ ତାରିଖରୁ ମିଶନ୍‌ ସ୍ବାଭିମାନ ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri