‘ସଙ୍କୋଚ କରନାହିଁ, ନାପ୍‌କିନ୍‌ ମାଗ’

କାମାକ୍ଷାନଗର, ୨୯।୫(ଡି.ଏନ୍‌.ଏ.): ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା। ଏହା ଲଜ୍ଜାକର ବିଷୟ ନୁହେଁ, ବରଂ ଜଣେ ନାରୀ ପାଇଁ ଜରୁରୀ। ଏହା ବିନା ଜଣେ ମହିଳା ମା’ ହେବା ଅସମ୍ଭବ। ହେଲେ ଆଜି ବି ମାସିକ ଋତୁଚକ୍ର ସମ୍ପର୍କରେ ଖୋଲା ଆଲୋଚନା କରିବାକୁ ମହିଳାମାନେ ସଙ୍କୋଚ ମନେ କରୁଛନ୍ତି। ଋତୁସ୍ରାବ ସମୟରେ ସୁରକ୍ଷା କଥା ଚିନ୍ତା କରୁନାହାନ୍ତି। ଏହାଦ୍ୱାରା ସଂକ୍ରମଣ ଆଶଙ୍କା ରହୁଛି। ଗ୍ରାମର ପ୍ରତି ୪ଜଣ ମହିଳାଙ୍କ ମଧ୍ୟରୁ ଜଣେ ଏଭଳି ସମସ୍ୟା ଭୋଗୁଛନ୍ତି। ତେଣୁ ମାସିକ ଧର୍ମ ସମୟରେ ବିନା ସଙ୍କୋଚରେ ସାନିଟାରୀ ନାପ୍‌କିନ୍‌ କିଣି ବ୍ୟବହାର କରିବାକୁ ଆହ୍ବାନ ଦେଇଛନ୍ତି ସଂକଳ୍ପ ଚାରିଟେବୁଲ ଟ୍ରଷ୍ଟର ସଭ୍ୟା ଅଙ୍କିତା ସାହୁ। ବିଶ୍ୱ ଋତୁସ୍ରାବ ସ୍ବଚ୍ଛତା ଦିବସ ଉପଲକ୍ଷେ ଶନିବାର ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କନ୍ତିଓପୁଟ ସାହି ପଞ୍ଚାୟତ ଜକା ଗ୍ରାମର ଶବର ସାହିରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଅଙ୍କିତା ଗ୍ରାମର ମହିଳା, ଯୁବତୀଙ୍କୁ ଏ ବିଷୟରେ ସଚେତନ କରାଇଥିଲେ। ଅଙ୍କିତାଙ୍କ କହିବା କଥା, ଗ୍ରାମରେ ଗରିବ ମହିଳା, ଯୁବତୀଙ୍କ ନିକଟରେ ନ୍ୟାପ୍‌କିନ୍‌ କିଣିବାର ସାମର୍ଥ୍ୟ ନାହିଁ। ସେମାନେ ବାଧ୍ୟ ହୋଇ ପରମ୍ପରାଗତ ସାଧନ ଉପଯୋଗ କରୁଛନ୍ତି। ଏହି ସମସ୍ୟାକୁ ଦୂରେଇବା ପାଇଁ ସାମର୍ଥ୍ୟବାନ୍‌ ଲୋକେ ସାନିଟାରି ନାପ୍‌କିନ୍‌ ବଣ୍ଟନ କରିବା ଲାଗି ସ୍ବତଃସ୍ଫୂର୍ତ୍ତ ଭାବେ ଆଗେଇ ଆସିବା ଉଚିତ। ସେହିପରି ଋତୁସ୍ରାବ ସମୟରେ ଆବଶ୍ୟକ ସ୍ବାସ୍ଥ୍ୟ ସତର୍କତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri