Posted inଜାତୀୟ

ନୂଆ ଶିକ୍ଷାନୀତି: ୫+୩+୩+୪

ନୂଆଦିଲ୍ଲୀ,୩୦।୭:ଏନ୍‌ଇପିରେ ରହିଥିବା ପ୍ରସ୍ତାବ ଅନୁଯାୟୀ ୧୦+୨ଶିକ୍ଷା ପାଟର୍ନ (ଢାଞ୍ଚା)ରେ ପରିବର୍ତ୍ତନ କରାଯିବ। ଅର୍ଥାତ୍‌ ୧୨ ବର୍ଷର ସ୍କୁଲ୍‌ ଶିକ୍ଷା ଓ ୩ ବର୍ଷର ଅଙ୍ଗନଓ୍ବାଡି ବା ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାକୁ ନେଇ ୫+୩+୩+୪ ଶିକ୍ଷା ପାଟର୍ନ ପ୍ରସ୍ତୁତ ହେବ। ତଦନୁଯାୟୀ ୩ରୁ ୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ମୌଳିକ ପର୍ଯ୍ୟାୟ(୩ବର୍ଷ ପ୍ରି-ସ୍କୁଲ ପରେ ୧ମ ଓ ୨ୟ ଶ୍ରେଣୀ), ୮ରୁ ୧୧ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରସ୍ତୁତି ପର୍ଯ୍ୟାୟ (୩ୟରୁ ୫ମ), ୧୧ରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟମ ପର୍ଯ୍ୟାୟ (୬ଷ୍ଠରୁ ୮ମ) ଏବଂ ୧୪ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ମାଧ୍ୟମିକ ପର୍ଯ୍ୟାୟ(୯ମରୁ ଦ୍ୱାଦଶ ଶ୍ରେଣୀ) ଏଭଳି ବିଭକ୍ତ କରାଯାଇଛି। ଏହି ସଂଶୋଧିତ ଢାଞ୍ଚା କାର୍ଯ୍ୟକାରୀ ହେଲେ ଶିକ୍ଷାଠାରୁ ଦୂରେଇ ରହୁଥିବା ୩ରୁ ୬ ବର୍ଷ ବୟସର ପିଲା ପାଠପଢ଼ା ସହ ସାମିଲ ହୋଇପାରିବେ। କାରଣ ସ୍କୁଲ ପାଠ୍ୟକ୍ରମରେ ମାନସିକ ବିକାଶ ଘଟାଇବା ପାଇଁ ଏହି ବୟସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ବୋଲି ବିଶ୍ୱ ସ୍ବୀକୃତି ଦେଇଛି। ସବୁ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାତୃଭାଷାରେ କିମ୍ବା ସ୍ଥାନୀୟ ଭାଷା ଓ ଆଞ୍ଚଳିକ ଭାଷା ମଧ୍ୟରୁ ଗୋଟିକରେ ଶିକ୍ଷା ପ୍ରଦାନ କରାଯିବ। ଅଷ୍ଟମ ଶ୍ରେଣୀ ଏବଂ ଏହା ପରେ ମଧ୍ୟ ଛାତ୍ରୀଛାତ୍ର ଏହି ଭାଷାରେ ଶିକ୍ଷା ଗ୍ରହଣ କରିପାରିବେ। ସଂସ୍କୃତ ଭାଷାକୁ ସବୁ ସ୍ତରରେ ଏବଂ ବିଦେଶୀ ଭାଷାକୁ ମାଧ୍ୟମିକ ସ୍କୁଲ ସ୍ତରରୁ ଶିକ୍ଷା ଦିଆଯିବ। ତେବେ ପିଲାଙ୍କ ଉପରେ କୌଣସି ଭାଷାକୁ ଲଦି ଦିଆଯିବ ନାହିଁ ବୋଲି ନୂତନ ଶିକ୍ଷାନୀତିରେ କୁହାଯାଇଛି। ନୂତନ ଶିକ୍ଷାନୀତିରେ ପିଲାମାନଙ୍କ ଶିକ୍ଷାଗ୍ରହଣ ଅଧିକାର ୩ ବର୍ଷରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
ନୂତନ ଶିକ୍ଷାନୀତିରେ ବୋର୍ଡ ପରୀକ୍ଷା ସହଜ ହେବ। ବର୍ତ୍ତମାନର ପାଠ୍ୟକ୍ରମ ପିଲାମାନଙ୍କ ସମେତ ସେମାନଙ୍କ ମାତାପିତାଙ୍କ ଉପରେ ମଧ୍ୟ ମାନସିକ ଚାପ ପକାଉଛି। ତେଣୁ ନୂତନ ଶିକ୍ଷାନୀତିରେ ପାଠ୍ୟକ୍ରମ ହ୍ରାସ କରିବା ପାଇଁ ବିଚାର କରାଯାଉଛି। ଏନ୍‌ଇପି ଅଧୀନରେ ଘରୋଇ ଓ ସରକାରୀ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ସମାନ ନୀତି କାର୍ଯ୍ୟକାରୀ ହେବ। ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ନିମନ୍ତେ ଗୋଟିଏ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ରହିଛି ଶିକ୍ଷାନୁଷ୍ଠାନର ପ୍ରଶାସନିକ, ଆର୍ଥତ୍କ ସ୍ବୟଂଶାସନ କ୍ଷମତା।
ନୂତନ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାରେ ଇ-ପାଠ୍ୟକ୍ରମର ବିକାଶ କରାଯିବା ସହ ଭର୍ଚୁଆଲ ଲାବରେଟୋରି ଏବଂ ଜାତୀୟ ଶିକ୍ଷା ପ୍ରଯୁକ୍ତି ଫୋରମ୍‌ (ଏନ୍‌ଇଟିଏଫ୍‌) ଗଠନ କରାଯିବ। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପିଲା ଘରେ ବ୍ୟବହାର କରୁଥିବା ଭାଷା, ମାତୃଭାଷା କିମ୍ବା ଆଞ୍ଚଳିକ ଭାଷା ମାଧ୍ୟମରେ ପ୍ରଦାନ କରାଯିବ। ସ୍କୁଲ୍‌ ପାଠ୍ୟକ୍ରମକୁ ମୌଳିକ ଧାରଣାରେ ସୀମିତ କରାଯିବ। ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ହେବ। ରିପୋର୍ଟ କାର୍ଡରେ କେବଳ ନମ୍ବର ଏବଂ ମନ୍ତବ୍ୟ ନ ରହି ପିଲାଙ୍କ ଦକ୍ଷତା ଓ ସାମର୍ଥ୍ୟ ସମ୍ପର୍କରେ ସବିଶେଷ ରିପୋର୍ଟ ରହିବ। ଜାତୀୟ ମିଶନ ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟାଜ୍ଞାନ ଉପରେ ଗୁରୁତ୍ୱ ଦେବ।
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ପୂର୍ବତନ ମୁଖ୍ୟ କେ. କସ୍ତୁରୀରଙ୍ଗନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନୂତନ ଏନ୍‌ଇପିର ଚିଠାପ୍ରସ୍ତାବ ଗତବର୍ଷ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ପ୍ରଦାନ କରିଥିଲେ। ଏହାପରେ ସରକାର ଉକ୍ତ ଚିଠା ପ୍ରସ୍ତାବ ଉପରେ ଶିକ୍ଷା ସହ ସମ୍ପୃକ୍ତ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନର ମତାମତ ଲୋଡ଼ିଥିଲେ। ଏଚ୍‌ଆର୍‌ଡି ମନ୍ତ୍ରଣାଳୟକୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ମତାମତ ମିଳିଥିଲା। ସେଗୁଡ଼ିକୁ ବିଚାରକୁ ନେଇ ଚୂଡ଼ାନ୍ତ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଥିଲା, ଯାହାକୁ କ୍ୟାବିନେଟ ଅନୁମୋଦନ କରିଛି। ସୂଚନାଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ଶିକ୍ଷାନୀତିରେ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ବର୍ତ୍ତମାନର ପ୍ରଚଳିତ ଶିକ୍ଷାନୀତି ୧୯୮୬ରେ ପ୍ରସ୍ତୁତ ହୋଇଥିଲା ଓ ୧୯୯୨ରେ ସେଥିରେ କେତେକ ପରିବର୍ତ୍ତନ କରାଯାଇଥିଲା।

ସମସ୍ତେ ପଢ଼ିପାରିବେ ବିଜ୍ଞାନ, କଳା ବିଷୟ
ପାଠ୍ୟକ୍ରମର ଶୈକ୍ଷିକ ଢାଞ୍ଚାରେ ବଡ଼ ପରିବର୍ତ୍ତନ ଘୋଷଣା କରାଯାଇଛି। ବିଭିନ୍ନ ଷ୍ଟ୍ରିମ୍‌ ମଧ୍ୟରେ ବଡ଼ ଧରଣର ପାର୍ଥକ୍ୟ ନାହିଁ। ଧନ୍ଦାମୂଳକ ଏବଂ ଶୈକ୍ଷିକ, ପାଠ୍ୟକ୍ରମ ଓ ପାଠ୍ୟକ୍ରମୋତ୍ତର ଶିକ୍ଷା ମଧ୍ୟରେ ଥିବା ବ୍ୟବଧାନକୁ ଦୂରେଇ ଦିଆଯାଇଛି। ନୂତନ ଶିକ୍ଷାନୀତିରେ ମୁଖ୍ୟତଃ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବୋଝ କମାଇବା ଲକ୍ଷ୍ୟ ରଖାଯାଇଛି। ଏହା ବଦଳରେ ପିଲାଙ୍କୁ ବହୁବିଷୟକ ଓ ବହୁ ଭାଷା ଉପରେ ଆଗ୍ରହ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ। ବିଜ୍ଞାନ ଓ କଳା ମଧ୍ୟରେ ବିଶେଷ ପାର୍ଥକ୍ୟ ରହିବ ନାହିଁ। ଜଣେ କଳା ବିଷୟ ସହ ବିଜ୍ଞାନ ବିଷୟକୁ ମଧ୍ୟ ପଢ଼ିପାରିବେ। ସେହିପରି ପାଠ୍ୟକ୍ରମ ଓ ପାଠ୍ୟକ୍ରମୋତ୍ତର କାର୍ଯ୍ୟକ୍ରମ ଏବଂ ଶୈକ୍ଷିକ ଓ ଧନ୍ଦାମୂଳକ ଶିକ୍ଷା ମଧ୍ୟରେ କୌଣସି ଅନ୍ତରାୟ ରହିବ ନାହିଁ। ଆଇଆଇଟି (ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି) ଭଳି ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ସାମଗ୍ରିକ ଶିକ୍ଷା ବ୍ୟବସ୍ଥା ୨୦୪୦ ସୁଦ୍ଧା ପ୍ରଚଳନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅର୍ଥାତ୍‌ ଏହି ପାଠ୍ୟକ୍ରମରେ ବିଜ୍ଞାନ ବିଷୟ ଥିବା ପିଲାଙ୍କୁ କଳା ବିଷୟ ଓ କଳା ବିଷୟ ରଖିଥିବା ପିଲାଙ୍କୁ ବିଜ୍ଞାନ ପଢ଼ିବାର ସୁଯୋଗ ମିଳିବ। ନୂତନ ଶିକ୍ଷାନୀତିରେ ୪ ବର୍ଷର ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ପାଇଁ କେତେକ ପ୍ରସ୍ଥାନ ବିକଳ୍ପ ରହିଛି। ୪ ବର୍ଷ ଶିକ୍ଷା ସମାପ୍ତ ପରେ ସେମାନଙ୍କୁ ବହୁବିଷୟକ ସ୍ନାତକ ଡିଗ୍ରୀ ପ୍ରଦାନ କରାଯିବ। ଯଦି ପିଲା ଦୁଇବର୍ଷ ପରେ ପାଠପଢ଼ା ଛାଡ଼ିଦିଏ ତେବେ ଡିପ୍ଲୋମା ସାର୍ଟିଫିକେଟ ମିଳିବ। ୧୨ ମାସ ପରେ ଯେଉଁମାନେ ପାଠ ଛାଡ଼ିଥିବେ ସେମାନଙ୍କୁ ଧନ୍ଦାମୂଳକ କିମ୍ବା ପେସାଦାରୀ ପାଠ୍ୟକ୍ରମରେ ପଢ଼ିବାର ସୁଯୋଗ ମିଳିବ। ଏମ୍‌ଫିଲ୍‌ ପାଠ୍ୟକ୍ରମ ମଧ୍ୟ ଜଣେ ଚାହିଁଲେ ଅଧାରୁ ଛାଡ଼ିପାରିବେ।

ଉଚ୍ଚଶିକ୍ଷାକୁ ନିୟନ୍ତ୍ରଣ କରିବ ଏଚ୍‌ଇସିଆଇ
ଉଚ୍ଚଶିକ୍ଷାକୁ ନିୟନ୍ତ୍ରଣ କରିବା ପାଇଁ ଭାରତର ଉଚ୍ଚଶିକ୍ଷା ପରିଷଦ (ଏଚ୍‌ଇସିଆଇ) ପ୍ରତିଷ୍ଠା ହେବ। ୩୦୦୦ କିମ୍ବା ତଦୂର୍ଦ୍ଧ୍ୱ ଛାତ୍ରୀଛାତ୍ର ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଅଧିକ ଧ୍ୟାନ ଦିଆଯିବ। ୨୦୧୮ରେ ମୋଟ ନାମଲେଖା ହାର ୨୬.୩ ପ୍ରତିଶତ ଥିବାବେଳେ ଏହାକୁ ୨୦୩୫ ସୁଦ୍ଧା ୫୦ ପ୍ରତିଶତରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଇନ ଓ ମେଡିକାଲ କଲେଜ ଏଚ୍‌ଇସିଆଇ ପରିସରରେ ରହିବ ନାହିଁ। ଏଚ୍‌ଇସିଆଇରେ ୪ଟି ସ୍ବାଧୀନ ବିଭାଗ ରହବ। ସେଗୁଡ଼ିକ ହେଲା ଜାତୀୟ ଉଚ୍ଚଶିକ୍ଷା ନିୟାମକ ପରିଷଦ, ସାଧାରଣ ଶିକ୍ଷା ପରିଷଦ, ଉଚ୍ଚଶିକ୍ଷା ଅନୁଦାନ ପରିଷଦ ଏବଂ ଜାତୀୟ ସ୍ବୀକୃତି ପରିଷଦ। ଜାତୀୟ ଉଚ୍ଚଶିକ୍ଷା ନିୟାମକପରିଷଦ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଥିବାବେଳେ, ସାଧାରଣ ଶିକ୍ଷା ପରିଷଦ ଶିକ୍ଷାର ମାନ ନିର୍ଦ୍ଧାରଣ କରିବ। ସେହିପରି ଉଚ୍ଚଶିକ୍ଷା ଅନୁଦାନ ପରିଷଦ ଶିକ୍ଷାନୁଷ୍ଠାନଗୁଡିକୁ ଅନୁଦାନ ମଞ୍ଜୁର କରିବାକୁ ଥିବାବେଳେ ଜାତୀୟ ସ୍ବୀକୃତି ପରିଷଦ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ବୀକୃତି ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?