ଦାନରେ ଝାଡୁ ଦେଉଛନ୍ତି କି….

ଦାନ କଲେ ପୂଣ୍ୟ ମିଳେ। ଦାନରେ ଭଗବାନ ଖୁସି ହୋଇଥାନ୍ତି। ଦାନ କରୁଥିବା ବ୍ୟକ୍ତିର ଘରେ ସୁଖ ଶାନ୍ତି ସର୍ବଦା ବାସ କରେ ବୋଲି କୁହାଯାଇଥାଏ। ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କ ସାହାର୍ଯ୍ୟ କଲେ ପୂଣ୍ୟ ମିଳିଥାଏ। ହେଲେ ଦାନ ସର୍ବଦା ଯୋଗ୍ୟ ବ୍ୟକ୍ତିଙ୍କୁ କରିବା ଉଚିତ ବୋଲି କୁହାଯାଇଛି। ଦାନ କରିବା ପୂର୍ବରୁ ଉକ୍ତ ବ୍ୟକ୍ତିର ଆବଶ୍ୟକତା ଜାଣି ନେବା ଉଚିତ। ନଚେତ ଦାନ କରିବାର କୌଣସି ମହତ୍ତ୍ୱ ନ ଥାଏ। ଏହାଛଡ଼ା ସବୁ ଜିନିଷ ଦାନ କରାଯାଏ ନାହିଁ। ଏଭଳି କିଛି ଜିନିଷ ରହିଛି ଯାହାକୁ ଦାନ କଲେ ଖରାପ ହୋଇଥାଏ।

ଯେପରିକି:
– କାହାକୁ ଦାନରେ ଝାଡ଼ୁ ଦିଆଯାଏନାହିଁ। କାରଣ ଛାଞ୍ଚୁଣୀ ଲକ୍ଷ୍ମୀଙ୍କୁ ଘରକୁ ଆଣିଥାଏ। ଏଣୁ ଧନ୍‌ତେରସ୍‌ ସମୟରେ ଘରକୁ ଝାଡ଼ୁ କିଣି ଲୋକେ ଆଣିଥାନ୍ତି। ଝାଡ଼ୁ ଧନ ସମୃଦ୍ଧିର କାରକ। ଏଣୁ ଏହାକୁ ଏପରି ସ୍ଥାନରେ ରଖାଯାଏ ,ଯେଉଁଠି ଯିବା ଆସିବା କରୁଥିବା ଲୋକଙ୍କ ନଜର ପଡ଼ିବ ନାହିଁ। ଏଣୁ ଝାଡ଼ୁ ଦାନ କଲେ ଘରର ଲକ୍ଷ୍ମୀ ଚାଲିଯିବ ବୋଲି କୁହାଯାଏ।

-ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ଏଣୁ ଲକ୍ଷ୍ମୀଙ୍କ ପ୍ରତିମା/ମୂର୍ତ୍ତି କାହାକୁ ଦାନରେ ଦିଅନ୍ତୁ ନାହିଁ।

-କିଛି ଲୋକ ଲକ୍ଷ୍ମୀ ନଚେତ ଗଣେଷ ଖୋଦିତ ଚାନ୍ଦିର ମୁଦ୍ରା ଦାନ କରିଥାନ୍ତି। ଏପରି କରିବା ମଧ୍ୟ ଉଚିତ ନୁହେଁ ବୋଲି କୁହାଯାଏ।

-ଭୋକିଲା ଲୋକକୁ ଖାଦ୍ୟ ଦାନ କଲେ ପୂଣ୍ୟ ମିଳେ। ହେଲେ କିଛି ଲୋକ ଭୋକିଲା ଲୋକଙ୍କୁ ଦାନରେ ବାସି ତଥା ଅରୂଚିକର ଭୋଜନ ଦେଇଥାନ୍ତି। ଏପରି କରିବା ଦ୍ୱାରା ପୂଣ୍ୟ ମିଳି ନ ଥାଏ। ଏପରିକି ଲକ୍ଷ୍ମୀ ତାଙ୍କ ଉପରେ କୋପ କରିଥାନ୍ତି।

– ଏତଦ୍‌ବ୍ୟତୀତ ଧାରଯୁକ୍ତ ଜିନିଷ ଦାନରେ ଦେବା ଉଚିତ୍‌ ନୁହେଁ। ଏପରିକି ନାସ୍ତିକ ବ୍ୟକ୍ତିଙ୍କୁ ଦାନରେ ପୁସ୍ତକ ଦେବା ଉଚିତ ନୁହେଁ। କାରଣ ଏହାକୁ ସେ ନିଜର ଅପମାନ ଭାବି ପାରନ୍ତି। ଏହାଦ୍ୱାରା ପୂଣ୍ୟ ବଦଳରେ ପାପ ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri