Posted inଜାତୀୟ

୨ ସୀମାନ୍ତ ପୋଷ୍ଟ ହଟାଇଲା ନେପାଳ

ପିଥୋରାଗଡ଼/ଡେରାଡୁନ,୭ା୭: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାର ଧରଚୁଲା ଅଞ୍ଚଳରେ ଭାରତର ସୀମାକୁ ଲାଗି ରହିଥିବା ନେପାଳର ୬ଟି ନୂଆ ସୀମା ଆଉଟପୋଷ୍ଟ ମଧ୍ୟରୁ ୨ଟିକୁ ଏହା ଉଠାଇନେଇଛି। ଏହି ସୀମାନ୍ତ ପୋଷ୍ଟରେ ନେପାଳ ସଶସ୍ତ୍ର ପ୍ରହରି (ଏନ୍‌ଏସ୍‌ପି) ଜଗିରହିଥିଲେ। ଭାରତ ବିରୋଧୀ ମନୋଭାବ ଯୋଗୁ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଶାସକ ଦଳ ମଧ୍ୟରେ ବିରୋଧର ସମ୍ମୁଖୀନ ହୋଇଥିବାବେଳେ ତାଙ୍କ ଇସ୍ତଫା ଦାବି ଜୋର୍‌ ଧରିଛି। ତାଙ୍କର ରାଜନୈତିକ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ଲାଗି ଶାସକ ଦଳ ଏନ୍‌ସିପି ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ବସିବାକୁ ଥିବାବେଳେ ଏହାକୁ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନେପାଳ ଏହାର ରାଜନୈତିକ ମାନଚିତ୍ରରେ ପରିବର୍ତ୍ତନ କରି ଭାରତର ତିନୋଟି ଅଞ୍ଚଳକୁ ନିଜର ବୋଲି ଦର୍ଶାଇଥିଲା। ଭାରତ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଥିଲା। ପିଥୋରାଗଡ଼ ଜିଲାରେ ଥିବା କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରା ଅଞ୍ଚଳକୁ ନେପାଳ ନିଜର ବୋଲି ଦାବି କରିଥିଲା। ନେପାଳ ପାର୍ଲାମେଣ୍ଟ ମଧ୍ୟ ନୂଆ ମାନଚିତ୍ରକୁ ଅନୁମୋଦନ କରିଥିଲା। ଭାରତ ସହ ସୀମା ବିବାଦ ପରେ ମାସେ ତଳେ ନେପାଳ ୬ଟି ନୂଆ ଆଉଟପୋଷ୍ଟ ନିର୍ମାଣ କରିଥିଲା। ଏବେ ଦୁଇଟି ସୀମା ପୋଷ୍ଟକୁ କାଠମାଣ୍ଡୁ ହଟାଇନେଇଥିବା ଧରଚୁଲାର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଅନୀଲ କୁମାର ଶୁକ୍ଳା ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଭାଜପା ନେତାଙ୍କୁ ନିର୍ଯାତନା ଦେଇ ହତ୍ୟା

କୋଲକାତା, ୭।୧୧: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲାରେ ଭାଜପା ଯୁବମୋର୍ଚ୍ଚାର ଜଣେ ନେତାଙ୍କୁ ଗୁଳିକରି ହତ୍ୟା କରିବାର କିଛିଦିନ ପରେ ଶନିବାର ରାତିରେ ପୂର୍ବ ମେଦିନିପୁର...

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଛୁଇଁଲା ୧,୩୧,୮୬୮

ନୂଆଦିଲ୍ଲୀ,୨୪।୫: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୭୬୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା...

ସୁଧାକରଙ୍କୁ ମନାଇବାକୁ ମୁମ୍ବାଇ ପହଞ୍ଚିଲେ ନାଗରାଜ

ମୁମ୍ବାଇ,୧୪।୭: କର୍ନାଟକ ସରକାରରେ ଫାଟ ସୃଷ୍ଟି ହୋଇଥିବା ବେଳେ କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ଏମ୍‌ଟିବି ନାଗରାଜ ତାଙ୍କ ଇସ୍ତଫା ପତ୍ର ଫେରାଇ...

୧୫ ମିଟର ମାଟି ତଳେ ଶହୀଦ ସ୍ମାରକ

ରାଞ୍ଚି,୧୧।୨: ଝାଡ଼ଖଣ୍ଡ ରାଞ୍ଚିର ସର୍କୁଲାର ରୋଡ଼ଠାରେ ଏକ ଶହୀଦ ସ୍ମାରକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବିର୍ସା ମୁଣ୍ଡା ପାର୍କଠାରେ ୧୫ ମାଟି ତଳେ ନିର୍ମାଣ...

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନେଇ ଚର୍ଚ୍ଚା କଲେ ଜୟଶଙ୍କର…

ଷ୍ଟକହୋମ,୧୪।୫ : ଫ୍ରାନ୍ସ, ଅଷ୍ଟ୍ରିଆ, ବେଲଜିୟମ, ବୁଲଗେରିଆ, ସାଇପ୍ରସ, ଲାଟଭିଆ, ଲିଥୁଆ ଏବଂ ରୋମାନିଆର ପ୍ରତିପକ୍ଷଙ୍କ ସହ ସ୍ବିଡେନରେ ସାକ୍ଷାତ ସମୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ...

ଫେରିଯିବେ ଜହ୍ଲାଦ ପବନ!

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଶନିବାର ଫାଶୀ ଦେବାର ତାରିଖ ନିର୍ଦ୍ଧାରଣ କରାଯାଇଥିଲା। ହେଲେ କେତେକ ନ୍ୟାୟିକ ବ୍ୟବସ୍ଥା ଯୋଗୁ ଏବେ ଏହାକୁ ସ୍ଥଗିତ...

ଆସେଟ୍‌ ମନିଟାଇଜେଶନ ପ୍ଲାନ୍‌ ଘୋଷଣା, ୨୦୨୫ ସୁଦ୍ଧା ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୨୪।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୪ ବର୍ଷିଆ ଆସେଟ୍‌ ମନିଟାଇଜେଶନ ପ୍ଲାନ୍‌ ସମ୍ପର୍କରେ ସୋମବାର ଘୋଷଣା କରିଛନ୍ତି। ନ୍ୟାଶନାଲ ମନିଟାଇଜେଶନ ପାଇପଲାଇନ(ଏନ୍‌ଏମ୍‌ପି) ଅଧୀନରେ ୨୦୨୫ ସୁଦ୍ଧା...

ଜଗଦିଶ ଶେଟ୍ଟାରଙ୍କୁ ଉପହାର ଦେଲା କଂଗ୍ରେସ

ବେଙ୍ଗାଲୁରୁ,୧୯।୬: ଭାରତୀୟ ଜନତା ପାର୍ଟି(ଭାଜପା) ଛାଡି କଂଗ୍ରେସରେ ଯୋଗ ଦେଇଥିବା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ଶେଟ୍ଟାରଙ୍କୁ ଦଳ ଏକ ଉପହାର ଦେଇଛି। କର୍ନାଟକ ବିଧାନପରିଷଦର...

Advertisement
Archives

Model This Week