ନା ସହି ହେଉଛି ନା କହି ହେଉଛି

ମନୀଷା ପଣ୍ଡା

ବିଦ୍ୟାଳୟ ଫାଟକ ଭିତରକୁ ପଶିଯିବା କ୍ଷଣି ଆଉ ଛାତି ଫୁଲି ଉଠୁନି ଗର୍ବରେ ମୁଁ ଶିକ୍ଷକ ବୋଲି। ପରିବାରର ମୋ ଜନ୍ମିତ ସନ୍ତାନ ଏକ, ଦୁଇ କିମ୍ବା ତିନି ହେଲେ ମଧ୍ୟ ମୁଁ ଏଠି ଶହ ଶହ ପିଲାଙ୍କ ମା’ ବାପା ଏହା ଭାବି ମନ କୁଣ୍ଢେମୋଟ ହେଉନାହିଁ ଏବେ ଆଉ। ଫାଟକ ଭିତରକୁ ପ୍ରବେଶ କରିବାଠାରୁ ବାହାରିିବା ପର୍ଯ୍ୟନ୍ତ ଭୟରେ ଅନିଶ୍ଚିତତାରେ ଥରୁଛି ବରଂ ଛାତି। କାହିଁକି ଜାଣନ୍ତି? ପ୍ରତି କ୍ଷଣରେ ମୋତେ ଭୟ, କେବେ ସମାଜରେ ମୋ ଯଶ ଖ୍ୟାତି କଳଙ୍କିତ ହେବାର ଭୟ ତ କେତେବେଳେ ପାରିତୋଷିକ ନ ମିଳିବାର ଭୟ। ତେଲଲୁଣ ସଂସାର ମୁଁ ମଧ୍ୟ ଚଳାଏ ଓ ସେଥିପାଇଁ ଅନେଇ ବସେ ମାସ ଶେଷକୁ । ତେବେ ନିର୍ଭୟରେ କେମିତି ରହି ପାରିବି କୁହନ୍ତୁ ତ?
ସେ ଦିନ ଶ୍ରେଣୀରେ ପାଠ ନ କରି ଆସିଥିବା ପିଲାଟିକୁ ବୁଝେଇ ପାଠ କରି ଆଣିବା ପାଇଁ କହିଥିଲି। ସେ କରି ଆଣିଲା ନାହିଁ ପର ଦିନ। ପୁଣି ତା’କୁ ବୁଝେଇ କହିବା ପରେ ମଧ୍ୟ ଫଳପ୍ରଦ ହେଲା ନାହିଁ। ବାଧ୍ୟ ହୋଇ ଦଣ୍ଡଦେବା ଭୟ ଦେଖେଇବାରୁ ସେ ମୋ ମୁହଁ ଉପରେ ଜବାବ ଦେଲା ,”ଏ ଦଣ୍ଡ ମୁକ୍ତ ଅଞ୍ଚଳରେ ମୋତେ ଦଣ୍ଡ ଦେବେ?“ଉତ୍ତର ଆଉ କ’ଣ ବା ଦେବି। ବାଧ୍ୟ ହୋଇ ଚୁପ୍‌ ରହିଲି । ସେହି ଶ୍ରେଣୀ ପ୍ରକୋଷ୍ଠର ଅନ୍ୟ ପିଲାମାନେ ବୋଧେ ସେଇ ଦିନଠାରୁ ଆହୁରି ସାହସ ପାଇ ଯାଇଛନ୍ତି। ମୋ ଟେବୁଲ ଉପରକୁ ଖାତା ଖୁବ୍‌ କମ୍‌ ଆସିବାରେ ଲାଗିଲା। ମୁଁ ନାଚାର ଏ କଥା କାହାକୁ କହିବି। କାହା ଆଗରେ ପ୍ରତିବାଦ କରିବି ? ଅଜାଗା ଘା’ ଭଳି ରହିଲା କେବଳ ।
ଆଉ ଗୋଟିଏ ଘଟଣା। ସେଦିନ ଅନେକ ଥର କହିବା ପରେ ବି ପିଲାଟି ଇଚ୍ଛା ନାହିଁ କହି ପାଠ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କଲା ନାହିଁ। ଅନେକ ପ୍ରକାର ପ୍ରଚେଷ୍ଟା ପରେ ବି ତା’ର ଇଚ୍ଛା ନାହିଁ ମୋ ବକର ବକର ଶୁଣିବାକୁ ଯେମିତି। ଏସବୁ ପରେ ପାଖକୁ ଡାକି ଥରେ ପଚାରି ଅନ୍ୟମନସ୍କତାର କାରଣ ପଚାରିବାରୁ ଉତ୍ତର ଦେଲା,”ମୋ ଇଚ୍ଛା ନାହିଁ। ମୁଁ ବାଧ୍ୟ ନୁହେଁ। କୌଣସି ପ୍ରକାରେ ମୋ ପାଇଁ ସମୟ ବିନିଯୋଗ ଅଯଥା ନ କରି ନିଜ କାମ କରନ୍ତୁ । ନଚେତ୍‌ ଉପର ଅଫିସର ପାଖେ ଅପଦସ୍ଥ ହେବେ।“ ଉତ୍ତରରେ ଦୋହଲି ଗଲା ମୋ ଭିତରଟା। ନିଜକୁ ଖୁବ୍‌ ଧିକ୍କାର କଲି ମୋ ଅବସ୍ଥା ପାଇଁ। ଏ ହେଉଛି ଅଧୁନା ମୋର ଅବସ୍ଥା। ଭୁଲ କହିଲି, ମୋର ନୁହେଁ ଆମ ଶିକ୍ଷକ ସମାଜର ଦୁରବସ୍ଥା। ପ୍ରତିଦିନ ଏମିତି କିଛି ଘଟଣା ଆସୁଛି ଆଉ ପର ମୁହୂର୍ତ୍ତରେ ସେଗୁଡ଼ିକ ମନ ଭିତରେ ଭୟ ସୃଷ୍ଟି କରୁଛି । ଛାତ୍ରୀଛାତ୍ର, ଅଭିଭାବକ ଏବଂ ସରକାର ସମସ୍ତଙ୍କ ଅସହଯୋଗ ସହ ଏଭଳି ପରିସ୍ଥିତିରେ କେମିତି ମଣିଷ ଗଢ଼ିବ ଜଣେ ଶିକ୍ଷକ। ପ୍ରଶ୍ନକୁ ସାମ୍ନା କରିବାକୁ ପଡୁଛି ବାରମ୍ବାର ଶିକ୍ଷାର୍ଥୀଙ୍କ ନୈତିକ ଅଭିବୃଦ୍ଧି ହେଲା କି ନାହିଁ? ପ୍ରଶ୍ନ ଆସୁଛି, ଶିକ୍ଷାର ମାନ ବୃଦ୍ଧି ପାଉନି କାହିଁକି ? ଆଉ ସବୁ ପ୍ରଶ୍ନ ଉତ୍ତରରେ ବେତନଭୋଗୀ କର୍ମଚାରୀ ଶିକ୍ଷକର ଅପାରଗତା, ଅଯୋଗ୍ୟତା ଓ ଆଳସ୍ୟ। ହେଲେ ଏ ସବୁ ଠିକ୍‌ ନୁହେଁ। ବରଂ ଶିକ୍ଷକର ମାନ ବୃଦ୍ଧି ତଥା ସାଧୀନତା ଦିଆଗଲେ କେତେକାଂଶରେ ସମସ୍ୟା ଦୂରେଇ ଯାଇପାରେ। ଶିକ୍ଷକ ହେଉଛି ବିଦ୍ୟାଳୟ ରୂପକ ପରିବାରର ମୁଖିଆ। ଶିକ୍ଷାର୍ଥୀମାନଙ୍କ ଅଧୋଗତିକୁ ରୋକିବାକୁ ହେଲେ ଶିକ୍ଷକଙ୍କୁ ଠିକ୍‌ ମୁରବି ଭଳି ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ ପାଇଁ ସ୍ବାଧୀନତା ମିଳିବା ଆବଶ୍ୟକ। କେବଳ ବେତନଭୋଗୀ କର୍ମଚାରୀ ଭାବିବା ଦୁଃଖଦାୟକ । ମାନସିକ ଚାପ ମଧ୍ୟରେ ରହି ଜଣେ ଶିକ୍ଷକ ମଧ୍ୟ ଆପଣା ଉପରେ ଥିବା ଦାୟିତ୍ୱକୁ ଶତପ୍ରତିଶତ ତୁଲାଇବା ଅସମ୍ଭବ କହିଲେ ଚଳେ।
ଥରେ ଜଣେ ଶିକ୍ଷାର୍ଥୀକୁ ନୈତିକ ମୂଲ୍ୟବୋଧ ସମ୍ବନ୍ଧରେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେଲେ ମୋର ଜଣେ ଶିକ୍ଷକ ବନ୍ଧୁ। ଶେଷରେ ପିଲାଟିର ଅଭିଭାବକଙ୍କୁ ଡକାଗଲା, ମାତ୍ର ଏସବୁ ପୁରୁଣାକାଳିଆ କଥା ଏବଂ ଆଜିକାଲି ପିଲା କେହି ମାନିବେ ନାହିଁ ବୋଲି କହି ବାହୁଡ଼ିଲେ ପରିସରରୁ ଅଭିଭାବକ ଜଣକ। ସେହି ଦିନଠାରୁ ଶିକ୍ଷକ ବନ୍ଧୁ ଜଣକ ନୈତିକ ଶିକ୍ଷା ବାବଦ କୌଣସି ଆଲୋଚନା କରିବା ପୂର୍ବରୁ ଭାବୁଛନ୍ତି ଚାରିଥର କହିବେ କି ନା। ପିଲାଟିଏର ବ୍ୟବହାର ସଜାଡ଼ିବାବେଳେ ପିଲାଟି କହୁଛି ଏ ଶିକ୍ଷକର ପ୍ରତିଟି ଗତିବିଧି ଲକ୍ଷ୍ୟ କରିବି ଆଜିଠୁ । ସେ ଶିକ୍ଷକଙ୍କ କିଛି ନା କିଛି କାର୍ଯ୍ୟକଳାପ ପାଇବି ଯାହାକୁ ତାଙ୍କ ଅଜାଣତରେ ଫେସ୍‌ବୁକରେ ଭାଇରାଲ କରିବି । ସେଇ ଭାଇରାଲ ଭୟ ଭାଇରାଲ ଜର ହୋଇ ଶିକ୍ଷକକୁ ଶଯ୍ୟାଶାୟୀ କରେଇ ଦିଏ। ଖୁବ୍‌ ମାନସିକ ଯନ୍ତ୍ରଣା ଦିଏ। କେବଳ ଶିକ୍ଷକ ଅନେଇ ଚାହିଁ ବସିଛି ଅବସ୍ଥା କେବେ ପରିବର୍ତ୍ତନ ହେବ। କେବେ ସୁଧୁରିବ ମନୋଭାବ ଶିକ୍ଷାର୍ଥୀ ଓ ଅଭିଭାବକଙ୍କର।
ଶିକ୍ଷୟିତ୍ରୀ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଙ୍କରାନ୍ତିପୁର, ଢେଙ୍କାନାଳ, ମୋ:୮୨୪୯୬୮୬୦୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?