ରାଜପାକ୍ସେ ପରିବାରର ପତନ

ବ୍ରହ୍ମ ଚେଲାନି

ପାଖାପାଖି ଦୁଇ ଦଶନ୍ଧିରୁ ଅଧିକ ଧରି ୪ ରାଜପାକ୍ସେ ଭାଇ ଓ ସେମାନଙ୍କ ପୁଅମାନେ ଶ୍ରୀଲଙ୍କାକୁ ଏକ ପାରିବାରିକ ବ୍ୟବସାୟ ଭାବେ ଚଳାଇଛନ୍ତି। ଏହି ସମୟରେ ସେମାନେ ଦେଶକୁ ଅବ୍ୟବସ୍ଥିତ କରିଦେଇଛନ୍ତି। ବୋକା ତଥା ଲଗାମହୀନ ଭାବେ ସେମାନେ ବୃହତ୍‌ ପ୍ରୋଜେକ୍ଟଗୁଡ଼ିକରେ ଯେଭଳି ବ୍ୟୟ କରିଛନ୍ତି ତାହା ଶ୍ରୀଲଙ୍କାକୁ ଋଣରେ ବୁଡ଼ାଇଦେଇ ସ୍ବାଧୀନତା ପରଠାରୁ ଏକ ସବୁଠୁ ଖରାପ ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଏବେ ସେମାନଙ୍କ ସାମ୍ରାଜ୍ୟର ପତନ ଘଟିଛି।
ମହିନ୍ଦା ରାଜପାକ୍ସେ ଥିଲେ ଶ୍ରୀଲଙ୍କାରେ ରାଜପାକ୍ସେ ସାମ୍ରାଜ୍ୟର ବିନ୍ଧାଣି। ୨୦୦୫ ରେ ରାଷ୍ଟ୍ରପତି ହେବା ପରେ ସେ ଏକ ଦଶନ୍ଧି ଧରି ଜଣେ ଏକଚ୍ଛତ୍ରବାଦୀ ଶାସକ ଭାବେ ଶାସନ କରିଥିଲେ। ସେ ନାଗରିକ ସ୍ବତନ୍ତ୍ରତା ଉପରେ ଆକ୍ରମଣ କରି ରାଷ୍ଟ୍ରପତିଙ୍କ କ୍ଷମତାକୁ ସମ୍ପ୍ରସାରଣ କରିଥିଲେ। ଏପରି କି ରାଷ୍ଟ୍ରପତିଙ୍କ ସୀମିତ କାର୍ଯ୍ୟକାଳକୁ ହଟାଇ ଚାଇନା ସହ ଗୋଟିଏ ପରେ ଗୋଟିଏ ଖରାପ ଚୁକ୍ତି କରିଛନ୍ତି। ଏହି ପ୍ରକ୍ରିୟା ମଧ୍ୟରେ ସେ ତାଙ୍କ ସାନ ଭାଇ ଗୋଟାବାୟାଙ୍କୁ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ଦେଇଥିତ୍ଲେ। କିନ୍ତୁ ୨୦୧୫ରେ ମହିନ୍ଦା ବହୁ କମ୍‌ ବ୍ୟବଧାନରେ ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ରାଜପାକ୍ସେ ପରିବାର କମ୍‌ ଦିନ ଲାଗି କ୍ଷମତାରୁ ଦୂରେଇଗଲେ। ସେହି ସମୟରେ ପାର୍ଲାମେଣ୍ଟ ମହିନ୍ଦାଙ୍କ ରାଷ୍ଟ୍ରପତିତ୍ୱକୁ ଖାରଜ କରି ରାଷ୍ଟ୍ରପତିଙ୍କ ନିର୍ଦ୍ଧାରିତ କାର୍ଯ୍ୟକାଳକୁ ପୁନଃ ସ୍ଥାପତି କରିଥିଲା। ତଥାପି ରାଜପାକ୍ସେ ପରିବାର ପୁନର୍ବାର ସାମ୍ରାଜ୍ୟ ସ୍ଥାପନ ଲାଗି ଯୋଜନା କରିଥିଲା। ଏଥିରେ ଗୋଟାବାୟା ତାଙ୍କ ଆମେରିକା ନାଗରିକତ୍ୱ ଛାଡ଼ି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଯୋଜନା କରାଯାଇଥିଲା। ଗୋଟାବାୟା ମଧ୍ୟ ଜିତିବା ସ୍ଥିତିରେ ଥିଲେ। କାରଣ ୨୦୦୯ରେ ଯେତେବେଳେ ମହିନ୍ଦା ତାମିଲ ଟାଇଗର ବିଦ୍ରୋହକୁ ଦମନ କରିବା ଲାଗି ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିତ୍ଲେ ସେତେବେଳେ ଗୋଟାବାୟା ପ୍ରତିରକ୍ଷା ସଚିବ ଥିଲେ ଓ ୨୬ ବର୍ଷର ଏକ କ୍ରୂର ଗୃହଯୁଦ୍ଧର ଅବସାନ ଘଟାଇଥିଲେ। ଫଳରେ ରାଜପାକ୍ସେ ଭାଇମାନେ ସଂଖ୍ୟାଧିକ ସିଂହଳୀମାନଙ୍କ ହିରୋ ହୋଇଗଲେ। ଅନ୍ତିମ ଆକ୍ରମଣରେ ୪୦ହଜାରରୁ ଅଧିକ ନାଗରିକଙ୍କ ମୃତ୍ୟୁ ଘଟିଥିଲା ଯାହାକୁ ଅନ୍ତର୍ଜାତୀୟ ସ୍ତରରେ ଯୁଦ୍ଧ ଅପରାଧ ଭାବେ ଅଭିହିତ କରାଯାଇଥିଲା। ଏହା ଅନ୍ତର୍ଜାତୀୟ ଆଇନଗୁଡ଼ିକ ଉପରେ ଗମ୍ଭୀର ଆକ୍ରମଣ ବୋଲି ଜାତିସଂଘ କହିଥିଲେ ମଧ୍ୟ ରାଜପାକ୍ସେ ଭାଇମାନେ ନିଜକୁ ସିଂହଳୀମାନଙ୍କ ସ୍ବାର୍ଥର ଦୃଢ ସଂରକ୍ଷକ ଭାବେ ପ୍ରତିପାଦିିତ କରିପାରିଥିଲେ। ଜାତୀୟ ରାଷ୍ଟ୍ରବାଦୀ ପରିଚୟ ପାଇଁ ଗୋଟାବାୟା ୨୦୧୯ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାର ଠିକ୍‌ ପରେ ସେ ମହିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ। ପରେ ମହିନ୍ଦା ତାଙ୍କ ଦୁଇ ପୁଅ ଓ ଅନ୍ୟ ଦୁଇଭାଇଙ୍କୁ ନିଯୁକ୍ତ କରିଥିଲେ। ସେ ମଧ୍ୟ ତାଙ୍କ ପୁତୁରାଙ୍କୁ ମନ୍ତ୍ରୀ ଭାବେ ଅବସ୍ଥାପିତ କରିଥିଲେ। ସେହି ବର୍ଷ ଇଷ୍ଟର ସନ୍‌ଡେ ଅବସରରେ ଇସ୍‌ଲାମିକ ସନ୍ତ୍ରାସବାଦୀ ବୋମା ବିସ୍ଫୋରଣରେ ୨୭୭ ଲୋକଙ୍କ ମୃତ୍ୟୁ ଘଟିଲା ଓ ହଜାର ହଜାର ସଂଖ୍ୟାରେ ଆହତ ହେଲେ। ୨୦୦୯ କୁହୁଳୁଥିବା ଉତ୍ତେଜନାର ବିସ୍ଫୋରକ ସ୍ଥିତି ଏହି ଆକ୍ରମଣରେ ପ୍ରକାଶ ପାଇଥିଲା। ସାମରିକ ଆକ୍ରମଣ ହିନ୍ଦୁ ସଂଖ୍ୟାଧିକ ତାମିଲଙ୍କୁ ଅଧିକାରହୀନ କରିଦେଇଥିଲେ ବି ସେହି ଯୁଦ୍ଧ ବୌଦ୍ଧ ଧର୍ମାବଲମ୍ବୀ ସଂଖ୍ୟାଧିକ ସିଂହଳୀ ଏବଂ ସଂଖ୍ୟାଲଘୁ ଶ୍ରୀଲଙ୍କା ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଂଘର୍ଷର ସୂତ୍ରପାତ କରିଥିଲା। ତେବେ ସନ୍ତ୍ରାସବାଦୀ ବୋମା ବିସ୍ଫୋରଣ ରାଜପାକ୍ସେ ବଂଶଧରଙ୍କୁ ସିଂହଳୀ ଜାତୀୟତାବାଦ ସୁଦୃଢ କରିବାକୁ ନୂଆ ଅସ୍ତ୍ର ଯୋଗାଇଦେଲା। ଜାତିଗତ ଓ ଧର୍ମୀୟ ମତଭେଦ ଗମ୍ଭୀର ହେବା ପରେ ବି ଗୋଟାବାୟା ଏକ ସାମ୍ରାଜ୍ୟଭିତ୍ତିକ ରାଷ୍ଟ୍ରପତିତ୍ୱ ସୃଷ୍ଟିକରିବା ପାଇଁ ତାଙ୍କ ଭାଇଙ୍କ ପଦାଙ୍କ ଅନୁସରଣ କରିଥିଲେ। ସେ ପୁଣି ଶ୍ରୀଲଙ୍କାକୁ ଆର୍ଥିକ ମୃତ୍ୟୁ ବଳୟ ମଧ୍ୟକୁ ଠେଲି ଦେଇଥିଲେ, ଯାହା ତାଙ୍କ ଭାଇ ପୂର୍ବରୁ ଚାଇନା ସହ ଚୁକ୍ତି କରି ସେଭଳି ସ୍ଥିତି ଉପୁଜାଇଥିଲେ।
ମହିନ୍ଦାଙ୍କ ଶାସନକାଳରେ ଜାତିସଂଘରେ ରାଜପାକ୍ସେ ଭ୍ରାତୃଗଣଙ୍କୁ ଯୁଦ୍ଧ ଅପରାଧ ଅଭିଯୋଗରୁ ଚାଇନା ରକ୍ଷା କରିଥିଲା। ଏହାଯୋଗୁ ଚାଇନା ଶ୍ରୀଲଙ୍କାରେ ପ୍ରମୁଖ ଭିତ୍ତିଭୂମି ଚୁକ୍ତିସବୁ କରିବାରେ ସକ୍ଷମ ହୋଇପାରିଲା ଏବଂ ଶ୍ରୀଲଙ୍କାର ମୁଖ୍ୟ ଋଣଦାତା ହୋଇଗଲା। ମୁଖ୍ୟତଃ,ରାଜପାକ୍ସେ ଶାସନରେ ତାଙ୍କ ପରିବାର ରହୁଥିବା ଜିଲା ହମ୍ବାଣ୍ଟୋଟାରେ ସ୍ମାରକମାନ ନିର୍ମାଣରେ ଚାଇନାଠାରୁ ଅଧିକ ଋଣ କରିଚାଲିଲା। ବିମାନବନ୍ଦର ଏବଂ ବୃହତ୍‌ ଷ୍ଟାଡିୟମ ନିର୍ମାଣ ଏବଂ ୨୦୧୭ରେ ୯୯ ବର୍ଷ ଲିଜ୍‌ ସୂତ୍ରରେ୧.୪ ବିଲିୟନ ଡଲାରର ବନ୍ଦର ପାଇଁ ଚୁକ୍ତି କରିଥିଲା। କଲମ୍ବୋ ନିକଟବର୍ତ୍ତୀ ସମୁଦ୍ର କୂଳରେ ସବୁଠୁ ବ୍ୟୟବହୁଳ ଚାଇନା ପ୍ରୋତ୍ସାହିତ ୧.୩ ବିଲିୟନ ଡଲାରର ‘ବନ୍ଦର ସହର’ ପ୍ରୋଜେକ୍ଟ ବି ଏଥିରେ ସାମିଲ ଥିଲା। ବିଶ୍ୱର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଶିପିଂ ଲେନ୍‌ ନିକଟରେ ଥିବା ଶ୍ରୀଲଙ୍କାରୁ ଚାଇନା ଲାଭ ଉଠାଇଲା ଏବଂ ଶ୍ରୀଲଙ୍କା ଅଧିକ ଋଣ ଯନ୍ତାରେ ଫସିଗଲା। ଅନ୍ୟପଟେ ଆମତ୍ବିଶ୍ୱାସ ଓ ଗର୍ବ ଯୋଗୁ ରାଜପାକ୍ସେ ପରିବାର ବର୍ଦ୍ଧିତ ସଙ୍କଟ ବିଷୟରେ ଜାଣିପାରିଲେ ନାହିଁ। ଅନ୍ୟପଟେ ୨୦୧୯ରେ ସେମାନେ ଅତ୍ୟଧିକ ଟିକସ ଛାଡ଼ କଲେ ଯାହାଦ୍ୱାରା ଦେଶର ଟିକସ ସଂଗ୍ରହ ଏକ ତୃତୀୟାଂଶ କମିଗଲା। ପରେ କୋଭିଡ୍‌-୧୯ ମହାମାରୀ ଏହାର ବୈଦେଶିକ ମୁଦ୍ରା ଆୟର ମୁଖ୍ୟ ପର୍ଯ୍ୟଟନ ଓ ପୋଷାକ ଶିଳ୍ପଗୁଡ଼ିକୁ ଧୂଳିସାତ୍‌ କରିଦେଲା। ନିକଟରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଅନ୍ତର୍ଜାତୀୟ ସ୍ତରରେ ଶକ୍ତି ଓ ଖାଦ୍ୟ ମୂଲ୍ୟ ବଢ଼ିବା ଦ୍ୱାରା ଶ୍ରୀଲଙ୍କାର ଗଚ୍ଛିତ ବୈଦେଶିକ ମୁଦ୍ରା ଶେଷ ହେବାରୁ ଇନ୍ଧନ, ଖାଦ୍ୟ, ଓଷଧ ଏବଂ ବିଦ୍ୟୁତ୍‌ ଅଭାବ ପରିଲକ୍ଷିତ ହେଲା। ଫଳରେ ଶ୍ରୀଲଙ୍କାବାସୀ ବହୁ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇ ଆସିଲେ।
ଆନ୍ଦୋଳନକାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ମହିନ୍ଦା ଅନିଚ୍ଛା ସତ୍ତ୍ୱେ ମେ ୯ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। କିନ୍ତୁ ପ୍ରତିବାଦ ବଢ଼ିଚାଲିଲା ଓ ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଭବନରେ ପଶିିଲେ। ଶେଷରେ ଗୋଟାବାୟା ଦେଶ ଛାଡ଼ି ଚାଲିଗଲେ। ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ବେଡ୍‌ ଉପରେ ଆରାମ କରିବା ଜନଶକ୍ତି ବା କ୍ଷମତାର ପ୍ରତୀକ ଭାବେ ଉଭା ହେଲା। କିନ୍ତୁ ବିଶ୍ୱରେ ମୁଖ୍ୟତଃ ଏସିଆ ଏବଂ ଲାଟିନ ଆମେରିକାରେ ପରିବାରବାଦ ଶାସନଗୁଡ଼ିକ ଏହି ପ୍ରତିବାଦକୁ ଏକ ସତର୍କ ସୂଚନା ଭାବେ ଦେଖିବା ଉଚିତ। ଯେତେବେଳେ, ଗୋଟିଏ ପରିବାର ଏକ ସରକାର କିମ୍ବା ଦଳ ଉପରେ ପ୍ରଭାବ ବିସ୍ତାର କରେ ତା’ର ପରିଣାମ ବହୁ ସମୟରେ ବିନାଶକାରକ ହେବା ସହ ସବୁଠୁ ପ୍ରତିଷ୍ଠିତ ସାମ୍ରାଜ୍ୟର ଦ୍ରୁତ ପତନର କାରଣ ହୋଇପାରେ।
ଶ୍ରୀଲଙ୍କାର ଏଭଳି ସ୍ଥିତି ମଧ୍ୟ ଅତ୍ୟଧିକ ଋଣକରିଥିବା ଦେଶଗୁଡ଼ିକ ପାଇଁ ଏକ ଶିକ୍ଷା। ଯଦି ଋଣକୁ ସହନୀୟ ରଖିବା ଲାଗି ପଦକ୍ଷେପ ନ ନିଅନ୍ତି, ତେବେ ସେମାନେ ଶୀଘ୍ର ସଙ୍କଟରେ ବୁଡି ଧ୍ୱଂସ ହୋଇଯାଇପାରନ୍ତି। ଶ୍ରୀଲଙ୍କା କ୍ଷେତ୍ରରେ ଏହାର ପରବର୍ତ୍ତୀ ନେତାମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଅଭାବ ପୂରଣ କରିବା ସହ ଏକ ବିଧ୍ୱସ୍ତ ଅର୍ଥ ବ୍ୟବସ୍ଥାକୁ ପୁନର୍ଗଠନ କରିବାକୁ ହେବ। ସେମାନେ ମଧ୍ୟ ଆଇନର ଶାସନ ଗଢିବା ସହ ଯେଉଁମାନଙ୍କ ପାଇଁ ଏବକାର ବିପର୍ଯ୍ୟୟ ଘଟିଛି ସେମାନଙ୍କୁ ଉତ୍ତରଦାୟୀ କରିବାକୁ ପଡ଼ିବ। ତେବେ କ୍ଷତିକାରକ ରାଜପାକ୍ସେ ପରିବାରକୁ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କ ଆହ୍ବାନକୁ ଅଣଦେଖା କରିବା ଉଚିତ ନୁହେଁ।
ପ୍ରଫେସର, ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌, ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ; ଫେଲୋ,
ରବର୍ଟ ବୋକ୍‌ ଏକାଡେମୀ, ବର୍ଲିନ୍‌


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?