Posted inଜାତୀୟ

ଚାରିଆଡ଼ୁ ଘେରିଲେ ପଡ଼ୋଶୀ

ନୂଆଦିଲ୍ଲୀ,୨୭ା୬ : ଚାଇନା, ପାକିସ୍ତାନ ଓ ନେପାଳ ପରେ ଏବେ ପଡ଼ୋଶୀ ଭୁଟାନ ଭାରତକୁ ହଇରାଣ କରିବା ଆରମ୍ଭ କରିଛି। ପାରମ୍ପରିକ ‘ଡୋଙ୍ଗ୍‌’ କେନାଲ ଦେଇ ଆସାମକୁ ପାଣି ଛାଡ଼ିବା ବନ୍ଦ କରିଦେଇଛି ଭାରତର ଏହି ବନ୍ଧୁରାଷ୍ଟ୍ର। ଏଥିଯୋଗୁ ଆସାମର ବକ୍ସା ଓ ଉଦଲଗୁରି ଜିଲା ସୀମାନ୍ତ ୨୫ ଗ୍ରାମର ହଜାର ହଜାର ଚାଷୀ ପ୍ରଭାବିତ ହୋଇଛନ୍ତି। ଏହାକୁ ନୂଆଦିଲ୍ଲୀ ଉପରେ କୂଟନୈତିକ ଚାପ ପକାଇବା ପାଇଁ କ୍ଷେତ୍ରୀୟ ସହଯୋଗୀଙ୍କୁ ନେଇ ବେଜିଂର ଏକ ଚାଲ୍‌ ଭାବେ ଦେଖାଯାଉଛି। ଅନ୍ୟପକ୍ଷରେ ଶୁକ୍ରବାର ଭୁଟାନ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ଲଗାଣ ବର୍ଷା ଯୋଗୁ କେନାଲର ଜଳସେଚନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଥିବାରୁ ଆସାମକୁ ପାଣି ଛଡ଼ାଯାଇ ପାରୁନାହିଁ। ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଉଛି ବୋଲି ପ୍ରକାଶ ପାଇଥିବା ରିପୋର୍ଟରେ ସତ୍ୟତା ନାହିଁ ବୋଲି ଥିମ୍ଫୁ ପକ୍ଷରୁ କୁହାଯାଇଛି। ଭୁଟାନର ନଦୀବନ୍ଧ ଯୋଜନା ‘ଡୋଙ୍ଗ୍‌’ ହେଉଛି ଶତାଧିକ ବର୍ଷ ପୁରୁଣା। ଏହି ଜଳସେଚନ ବ୍ୟବସ୍ଥାର ଦେଖାଶୁଣା ଓ ରକ୍ଷଣାବେକ୍ଷଣ ସେଠାକାର ସ୍ଥାନୀୟ ଲୋକେ କରିଥାଆନ୍ତି। ଭାରତର ଅନ୍ୟ ପ୍ରାନ୍ତଗୁଡ଼ିକରେ ଅନାବୃଷ୍ଟି ଯୋଗୁ ମରୁଡ଼ି ସ୍ଥିତି ସୃଷ୍ଟି ହେଉଥିବାବେଳେ ଡୋଙ୍ଗ୍‌ କେନାଲରୁ ମିଳୁଥିବା ସ୍ବଚ୍ଛଜଳ ବ୍ୟବହାର କରି ଆସାମର ବକ୍ସା ଓ ଉଦଲଗୁରି ଜିଲାର ଚାଷୀମାନେ ଧାନ ଅମଳ କରିଥାନ୍ତି। ୧୯୫୩ ମସିହାରୁ ଡୋଙ୍ଗ୍‌ କେନାଲ ଦେଇ ଆସୁଥିବା ପାଣି ଉପରେ ସୀମାନ୍ତ ଚାଷୀମାନେ ନିର୍ଭର କରି ଚଳୁଥିବାବେଳେ ଏବେ ୬୭ ବର୍ଷ ପରେ ଭୁଟାନର ବ୍ୟବହାରରେ ହଠାତ୍‌ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ବନ୍ଧୁରାଷ୍ଟ୍ର ଭାରତକୁ ପ୍ରଥମଥର ପାଇଁ କେନାଲରେ ପାଣି ଛାଡ଼ିବା ବନ୍ଦ କରିଦେଇଛି। ଏଥିଯୋଗୁ ଉତ୍ତର-ପୂର୍ବ ସୀମାନ୍ତ ୨୫ଟି ଗ୍ରାମର ହଜାର ହଜାର ଚାଷୀ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଚାଷଜମିକୁ ଜଳସେଚନ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରତିବାଦରେ ଗୁରୁବାର ଗୁଆହାଟୀରେ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କାଲିପୁର-ବୋଗାଜୁଲି-କାଲାନଦୀ ଆଞ୍ଚଳିକ ଡୋଙ୍ଗ୍‌ ବନ୍ଧ ସମିତି ବ୍ୟାନରରେ ରାସ୍ତାକୁ ଓହ୍ଲାଇଥିବା ବିକ୍ଷୋଭକାରୀଙ୍କ ଦାବି ହେଊଛି କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଭୁଟାନ ପ୍ରତିପକ୍ଷଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରନ୍ତୁ। ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କେନ୍ଦ୍ର କିମ୍ବା ଆସାମ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ଅନ୍ୟପକ୍ଷରେ ଭୁଟାନ ପକ୍ଷରୁ ଏନେଇ ଭିନ୍ନ ଭିନ୍ନ କାରଣ ଦର୍ଶାଯାଇଛି। ଭୁଟାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ, ମୌସୁମୀ ଆସିବା ପରେ ଲଗାଣବର୍ଷା ଯୋଗୁ ବୃଷ୍ଟିପାତ ବଢ଼ିବା ସହ ବନ୍ୟା ଆସିବା ଯୋଗୁ ଭୁଟାନର ଜଳସେଚନ ବ୍ୟବସ୍ଥା ଭୁଶୁଡ଼ିଯାଇଛି। ଫଳରେ କେନାଲରେ ପାଣି ଛଡ଼ାଯାଇ ପାରି ନ ଥିଲା। କେନାଲ ମରାମତି ପରେ ଭାରତୀୟ ଚାଷୀଙ୍କ ପାଇଁ ପାଣି ଯୋଗାଇ ଦିଆଯିବ। ଜାଣିଶୁଣି ପାଣି ଛଡ଼ାଯାଉ ନାହିଁ ବୋଲି ପ୍ରକାଶ ପାଉଥିବା ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା। ଭୁଟାନ ଓ ଆସାମର ଲୋକଙ୍କ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଏପରି ଗୁଜବ କରାଯାଉଛି। ସେହିପରି ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଡୋଙ୍ଗ୍‌ନଦୀର ଉତ୍ପତ୍ତିସ୍ଥଳ ହେଉଛି ଚାଇନା। ଦକ୍ଷିଣ ଚାଇନାର ଗୁଆଙ୍ଗ୍‌ଡୋଙ୍ଗ୍‌ ପ୍ରଦେଶସ୍ଥିତ ପାର୍ଲନଦୀର ଏହା ହେଉଛି ଶାଖାନଦୀ। ହୁବେଇ ପ୍ରଦେଶସ୍ଥିତ ଉହାନରୁ ସଂକ୍ରମିତ ହୋଇଥିବା କରୋନା ଭାଇରସ୍‌ର ମୁକାବିଲା ପାଇଁ ଡୋଙ୍ଗ୍‌ କେନାଲରେ ପାଣି ଛାଡ଼ିବା ବନ୍ଦ କରାଯାଇଛି। ଭୁଟାନକୁ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଉକ୍ତ କେନାଲ ପାଣିକୁ ଚାଷ କାର୍ଯ୍ୟରେ ବ୍ୟବହାର କରୁଥିବା ଭାରତୀୟ ଚାଷୀମାନେ ବିଦେଶୀ ନାଗରିକ ହୋଇଥିବାରୁ ସେମାନଙ୍କୁ ଅନୁମତି ଦିଆଯାଇ ନାହିଁ ବୋଲି ଥିମ୍ଫୁ ପକ୍ଷରୁ କୁହାଯାଇଛି।
ଖବରକାଗଜ ‘ଦି ଭୁଟାନିଜ୍‌’ ସମ୍ପାଦକ ତେଞ୍ଜିନ୍‌ ଲାମସଙ୍ଗଙ୍କ ମତରେ ଭୁଟାନ ପ୍ରତିବର୍ଷ ଆସାମର ଚାଷୀମାନଙ୍କୁ ସୀମା ଅତିକ୍ରମ କରି ନଦୀ ଜଳର ଦିଗ ପରିବର୍ତ୍ତନ କରାଇ କେନାଲକୁ ପାଣି ନେବା ପାଇଁ ଅନୁମତି ଦେଇଥାଏ। ଚଳିତବର୍ଷ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସୀମାକୁ ସମସ୍ତ ବିଦେଶୀ ନାଗରିକଙ୍କ ପାଇଁ ବନ୍ଦ କରାଯାଇଛି। ଏପରି କି ମାର୍ଚ୍ଚ ପରଠୁ ସ୍ବଦେଶ ଫେରୁଥିବା ଭୁଟାନ ନାଗରିକମାନଙ୍କୁ ୨୧ ଦିନିଆ କ୍ୱାରାଣ୍ଟାଇନରେ ଯିବା ପାଇଁ ବାଧ୍ୟ କରାଯାଉଛି। ସେମାନଙ୍କ ରିପୋର୍ଟ ନେଗେଟେଭ୍‌ ଆସିବା ପରେ ଅନ୍ୟମାନଙ୍କ ସହ ମିଳାମିଶା ପାଇଁ ସୁଯୋଗ ଦିଆଯାଉଛି। ତେଣୁ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରା ନ ଯାଉ ବୋଲି ସେ ଟୁଇଟ୍‌ କରିଛନ୍ତି।

ସନ୍ଦେହ କାହିଁକି
ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣ କରାଉଛି। ନେପାଳ ଏହାର ନୂଆ ମାନଚିତ୍ରରେ ଉତ୍ତରାଖଣ୍ଡର ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରା ଅଞ୍ଚଳକୁ ସ୍ଥାନିତ କରି ନିଜ ଭୂଖଣ୍ଡ ବୋଲି ଦାବି କରିଛି। ଏପରି ସମୟରେ ଚାଇନା ସହ ଭାରତର ସୀମା ବିବାଦ ଜଟିଳ ହୋଇଛି। ଜୁନ ୧୫ରେ ଗଲଓ୍ବାନ ଉପତ୍ୟକାରେ ଭାରତୀୟ ଯବାନ ଓ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ବେଜିଂ କ୍ଷେତ୍ରୀୟ ସହଯୋଗୀମାନଙ୍କୁ ନେଇ ନୂଆଦିଲ୍ଲୀ ଉପରେ ଚାପ ପକାଇବା ଆରମ୍ଭ କରିଛି। ଚାଇନା କମ୍ୟୁନିଷ୍ଟ ପାର୍ଟି (ସିସିପି) ସରକାର ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ବିପୁଳ ପୁଞ୍ଜିନିବେଶ କରିଛି। ବାଂଲାଦେଶର ୫,୧୬୧ ସାମଗ୍ରୀ ଉପରେ ବେଜିଂ ୯୭% ଆମଦାନି ଶୁଳ୍କ ହ୍ରାସ କରି ଢାକାକୁ ନୂଆଦିଲ୍ଲୀଠାରୁ ଟାଣି ନିଜ ସପକ୍ଷକୁ ନେବା ଲାଗି ଉଦ୍ୟମ କରିଛି। ଏଭଳି ରଣନୀତି ଯୋଗୁ ଚାଇନା ଉପରେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ନିର୍ଭରଶୀଳତା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବନ୍ଧୁରାଷ୍ଟ୍ର ଭୁଟାନ ୬୭ ବର୍ଷ ପରେ କେନାଲରେ ହଠାତ୍‌ ପାଣି ଛାଡ଼ିବା ବନ୍ଦ କରି ସନ୍ଦେହ ଭିତରକୁ ଟାଣି ହୋଇଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?