ବାପ ପୁଅଙ୍କ ଆକ୍ରମଣରେ ଚାଲିଗଲା ପଡ଼ୋଶୀଙ୍କ ଜୀବନ

ପୋଲସରା,୮ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ପାଣ୍ଡିରିପଡ଼ା ପଞ୍ଚାୟତ ପାତାଳସିଙ୍ଗି ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗାଁର ପଞ୍ଚୁ ସାହୁ (୫୫)।

ମୃତକଙ୍କ ଭାଇ ବିଦ୍ୟାଧରଙ୍କ କହିବା ମୁତାବକ, ପଞ୍ଚୁଙ୍କ ସହିତ ପୂର୍ବରୁ ଗ୍ରାମର ସୁବଳ ସାହୁଙ୍କ ସହ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ସୋମବାର ପଞ୍ଚୁ ଜମିରେ ଚାଷ କରୁଥିବା ବେଳେ ସୁବଳ ଓ ତାଙ୍କ ୩ ପୁଅ ମନୋଜ କୁମାର ସାହୁ, ଶଙ୍କର ସାହୁ, ସୁମନ୍ତ ସାହୁ ମିଶି ସଂଘବଦ୍ଧ ଭାବେ ଟାଙ୍ଗିଆ, କାତି, ହାମାର ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ପଞ୍ଚୁଙ୍କ ପେଟ, ଗୋଡ଼ ଏବଂ ମୁହଁରେ ଗଭୀର ଆଘାତ ଲାଗିଥିଲା। ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଞ୍ଚୁଙ୍କୁ ଉଦ୍ଧାର କରି ଏକ ଅଟୋରେ ମେଡ଼ିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଇନ୍ସପେକ୍ଟର କୃଷ୍ଣ ସାହା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡ଼ିକାଲକୁ ପଠାଇଥିଲେ। ଏନେଇ ପଞ୍ଚୁଙ୍କ ପୁଅ ପିଣ୍ଟୁ ସାହୁ ପୋଲସରା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା( ନଂ. ୩୧୩/୨୨) ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ମଇଦାନରେ ବିଦେଶୀ ବୋହୂ

ପୁରୀ ଅଫିସ,୧୦।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀମାନେ ଅଭିନବ ଉପାୟରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। କେହି କେହି...

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ହାଇକୋର୍ଟରେ ସିବିଆଇର ଚାର୍ଜଶିଟ୍‌ ଦାଖଲ

କଟକ ଅଫିସ, ୨୨ା୮: ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ଏଥିରେ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି। ତେବେ ତଦନ୍ତରୁ କ’ଣ ମିଳିଛି...

ବସ୍ତିରେ ରାତି କାଟିଲେ ମେୟର

କଟକ ଅଫିସ,୨୪ା୨: କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ମୋ’ ୱାର୍ଡ ଅଭିଯାନ ଗୁରୁବାରଠାରୁ ଆରମ୍ଭ ହୋଇଛି। ସିଏମ୍‌ସି ମେୟର ସୁବାସ ସିଂ ୧ ନମ୍ବର...

କୁଟୁରା ମାଂସ ସହ ବନ୍ଧୁକ ଜବତ, ୨ ଗିରଫ

ଆଠମଲ୍ଲିକ, ୧୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବନବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇ ଶିକାର କୁଟୁରା ମାଂସ ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି।...

ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହିତ ପାଇଁ ଯୋଜନା ଚାଲିଛି

ନୂଆପଡା ଅଫିସ,୧୦ା୮ ନୂଆପଡା ଏକ ଉପାନ୍ତ ଜିଲା । ଏଠାରେ ଯୁବ ସମାଜ ଦିନକୁ ଦିନ ପଥଭ୍ରଷ୍ଟ ଯେମିତି ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାର...

ଚାଲି ଚାଲି ଫେରୁଥିବା ଦୁଇ ଶ୍ରମିକ ପରିବାର ଉଦ୍ଧାର

ବୌଦ୍ଧ,୨୯ା୫(ସ୍ବ.ପ୍ର.)-ଶୁକ୍ରବାର ବୌଦ୍ଧ ଜିଲାରେ ପୁଣି ୧୩୦ ଜଣ ପ୍ରବାସୀ ଶ୍ରମିକ ପହଞ୍ଚିଥିବା ଜଣାଯାଇଛି। ଫଳରେ ଜିଲାକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୨୭୬୧ରେ ପହଞ୍ଚତ୍ଛି ।...

ବରଗଡ଼ ଜିଲାପାଳ, ଏସ୍‌ପି ନେଲେ କୋଭିଡ ଟିକା

ବରଗଡ଼ ଅଫିସ,୬।୨: ବରଗଡ଼ ଜିଲାରେ ଶନିବାର କୋଭିଡ ଟିକାକରଣ ଚାଲିଛି। ଜିଲାପାଳଙ୍କ ଅଫିସ ପରିସରରେ ଅନୁଷ୍ଠିତ ଏହି ଟିକାକରଣ କାର୍ଯ୍ୟକ୍ରମରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରଥମେ...

ରାଜପଥ ଖୋଳିଦେଉଛି ଠିକାସଂସ୍ଥା

ଛେଣ୍ଡିପଦା,୩।୨(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଯାଇଥିବା ୧୪୯(ବି) ନଂ. ଜାତୀୟ ରାଜପଥ ପାଶର୍‌ବକୁ ବେଆଇନ ଭାବେ ଖୋଳି ସେଠାରେ ପାଇପ ପକାଯାଉଥିବା ଅଭିଯୋଗ ହୋଇଛି।...

Advertisement
Archives

Model This Week