Posted inଜାତୀୟ

ପଡ଼ୋଶୀଙ୍କୁ ସମ୍ଭାଳିବାକୁ ପଡ଼ିବ

ନୂଆଦିଲ୍ଲୀ,୨୭ା୬: ଚାଇନା ସହ ସୀମା ବିବାଦ ବଢ଼ୁଥିବାବେଳେ ଏହି ସଙ୍କଟରୁ ଫାଇଦା ଉଠାଇବା ପାଇଁ ଭାରତକୁ ସମସ୍ତ ସମ୍ଭାବ୍ୟ ରଣନୈତିକ ବିକଳ୍ପ ଉପରେ ଚିନ୍ତା କରିବାକୁ ହେବ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଶକ୍ତି ସହ ନୂତନ ବୁଝାମଣା ଉପରେ ଆଲୋଚନା କରାଯାଇଛି। ଆମେରିକା ସହ ସମ୍ପର୍କକୁ ଭାରତ ଅଧିକ ଘନିଷ୍ଠ କରିବା ଉଚିତ ବୋଲି ଅଧିକାଂଶ ରଣନୀତି ବିଶେଷଜ୍ଞ ମତ ଦେଇଛନ୍ତି।
ଚାଇନା ସମ୍ପର୍କରେ ଅନ୍ତର୍ଜାତୀୟ ମତାମତ ଏକାଠି କରିବା ପାଇଁ ଏହା ଅନୁକୂଳ ସମୟ। କାରଣ ଶି ଜିନ୍‌ପିଙ୍ଗ ସରକାର ଅନ୍ତର୍ଜାତୀୟ ସ୍ତରରେ ଏକାକୀତ୍ୱ ଅନୁଭୂବ କରୁଛି। ତେବେ ଚାଇନା ଉପରେ ଚାପ ପକାଇବା ଲାଗି ଏହାକୁ ବିଶ୍ୱ କାର୍ଯ୍ୟାନୁଷ୍ଠାନରେ ବଦଳାଯାଇପାରିବ କି? ଏହାର ସମସ୍ତ ସମ୍ଭାବ୍ୟ ଦିଗ ଉପରେ ଭାରତ ଅନୁଶୀଳନ କରିବା ଉଚିତ। ଏଥିସହିତ ନୂତନ ମେଣ୍ଟ କିମ୍ବା ନୂଆ ବୁଝାମଣା ଭାରତ ପାଇଁ କେତେଦୂର ସକ୍ଷମ ହୋଇପାରିବ ତାହାକୁ ତର୍ଜମା କରିବାକୁ ହେବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶର ବିକାଶ ନମୁନା ଆଧାରରେ ଅନ୍ତର୍ଜାତୀୟ ସମ୍ପର୍କ ସୃଷ୍ଟି ହୋଇଥାଏ। ନିଜର ବିକାଶ ମଡେଲ ପାଇଁ ସର୍ବାଧିକ ସ୍ଥାନ ସଂରକ୍ଷଣ କରିବା ଭାରତର ପ୍ରାରମ୍ଭିକ ଲକ୍ଷ୍ୟ ହେବା ଉଚିତ।
ଚାଇନା-ସୋଭିଏତ୍‌ ସମ୍ପର୍କରେ ଫାଟ ସୃଷ୍ଟି ଉଦ୍ଦେଶ୍ୟରେ ଆମେରିକା ବେଜିଂ ସହ ସମ୍ପର୍କ ଯୋଡିଥିଲା। କିନ୍ତୁ ଦୀର୍ଘ ଦଶନ୍ଧି ହେଲା ସମ୍ପର୍କ ଉକ୍ତ ରଣନୀତି ଆଧାରରେ ଚାଲୁନାହିଁ ବରଂ ଉଭୟ ଦେଶର ବିକାଶର ରାଜନୈତିକ ଅର୍ଥନୀତି ତର୍କରେ ଚାଲୁଛି, ଯାହା ପାଇଁ ଉଭୟ ପରସ୍ପର ଉପରେ ନିର୍ଭରଶୀଳ। ବିକାଶ ମଡେଲ ଚାଇନା-ଆମେରିକା ସମ୍ପର୍କର ମୁଖ୍ୟ ଚାଳକ ଶକ୍ତି ହୋଇଛି। ତେବେ ଭାରତ ପାଇଁ ପ୍ରଶ୍ନ ହେଉଛି, କେବଳ ଏହାର ବିକାଶରେ ଆମେରିକା କେତେ ଅଂଶୀଦାର ହେବ ତାହା ନୁହେଁ, ବରଂ ଏହା ପଚାରିବାକୁ ହେବ ଯେ ଭାରତର ବିକାଶ ଆବଶ୍ୟକତା ଆମେରିକା ବିକାଶ ଢାଞ୍ଚା ପାଇଁ କେତେ ଉପଯୁକ୍ତ ହେବ। ରାଜନୈତିକ ଅର୍ଥନୀତି ଯେପରି ଚାଇନାଠାରୁ ଆମେରିକାକୁ ଦୂରେଇ ଦେଇଛି, ସେଭଳି ସ୍ଥିତି ଭାରତ ସହ ସମ୍ପର୍କରେ ଆସିବନି ତ? ଆମେରିକାର ବଡ଼ ବ୍ୟବସାୟୀ ଗୋଷ୍ଠୀ ଭାରତ ସପକ୍ଷରେ ଯୁକ୍ତି କରିପାରନ୍ତି, କିନ୍ତୁ ରାଜନୈତିକ ଅର୍ଥନୀତିର ଗତିଶୀଳତା ସେତେ ଅନୁକୂଳ ନୁହେଁ। ବାଣିଜ୍ୟ, ବୌଦ୍ଧିକ ସମ୍ପତ୍ତି, ନିୟମାବଳୀ, କୃଷି, ଶ୍ରମ ପରିଚାଳନା ଆଦିରେ ଭାରତ ଚାହୁଁଥିବା ସୁବିଧା ଆମେରିକା ଯୋଗାଇଦେବ କି? ଭାରତର ଅର୍ଥନୀତି ପାଇଁ ଏହିସବୁ କ୍ଷେତ୍ରରେ ସ୍ବାଧୀନତା ଅପରିହାର୍ଯ୍ୟ। ନିଜ ନାଗରିକଙ୍କ ପାଇଁ ନିଯୁକ୍ତି ସଂରକ୍ଷିତ ରଖିବାକୁ ଚାହୁଁଥିବା ଆମେରିକା ଆତ୍ମନିର୍ଭର ଭାରତ ସହ କେତେଦୂର ଯୋଡ଼ିହେବ।
ଇରାକ ସହ ଯୁଦ୍ଧ ବେଳେ ଭାରତ ଦୂରେଇ ରହିବା ବିଜ୍ଞତାର କାର୍ଯ୍ୟ ଥିଲା। ସେହିପରି ରୁଷିଆକୁ ସମ୍ପୂର୍ଣ୍ଣ ଅଣଦେଖା ନ କରିବା ଏବଂ ଆମେରିକାର ଇରାନ ନୀତିକୁ ସମର୍ଥନ ନ କରିବା ମଧ୍ୟ ଭାରତ ପାଇଁ ବିଜ୍ଞତାର ପରିଚୟ। ତେବେ ଭାରତର ଏଭଳି ନୀତିକୁ ଦେଶର ଗୋଟିଏ ଗୋଷ୍ଠୀ ରଣନୀତିକାର ଏକପ୍ରକାର ବିଚାରଗତ ଦୁର୍ବଳତା କହିଥାନ୍ତି।
ଚାଇନାରୁ ସୃଷ୍ଟ କରୋନା ଭୂତାଣୁ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ଘାତକ ଭାଇରସ୍‌ ବିଶ୍ୱ ବାଣିଜ୍ୟ କାରବାର ପାଇଁ ଖରାପ ସମୟ ଆଣିଛି। ଏକଥା ସମସ୍ତେ ସ୍ବୀକାର କରୁଥିଲେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଶ୍ୱ ସ୍ତରରେ ଆଗ୍ରହ ଦେଖାଯାଉନାହିଁ। ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ପ୍ରତି ଅନ୍ତର୍ଜାତୀୟ ସମୁଦାୟର ପ୍ରତିକ୍ରିୟା ଏହାର ଏକ କୌତୂହଳପୂର୍ଣ୍ଣ ଉଦାହରଣ। ଅନେକ ଦେଶ ବିଆର୍‌ଆଇ ଋଣ ପରିଶୋଧ କରିବା ପାଇଁ ସଂଘର୍ଷ କରୁଛନ୍ତି। ଚାଇନା ଋଣରେ ଅନେକ ଦେଶ ଛନ୍ଦିହୋଇଯାଇଛନ୍ତି। ସେମାନେ ଚାଇନାର ଆର୍ଥତ୍କ ସହାୟତା ଉପରେ ନିର୍ଭରଶୀଳ ହୋଇପଡ଼ିଥିବାବେଳେ ଏଥିରୁ ସେମାନଙ୍କୁ ମୁକ୍ତ କରିବାକୁ କୌଣସି ଅନ୍ତର୍ଜାତୀୟ ଗୋଷ୍ଠୀ ଆଗେଇଆସୁଥିବା ଦେଖାଯାଉନାହିଁ। ତେଣୁ ଉକ୍ତ ଅଞ୍ଚଳରେ ପରିବର୍ତ୍ତନ ପାଇଁ ବିଶ୍ୱ କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା କରିବା କଷ୍ଟକର। କାରଣ ଆମେରିକା, ରୁଷିଆ ଭଳି ବୃହତ ଶକ୍ତି ସବୁବେଳେ ସେମାନଙ୍କର ସ୍ବତନ୍ତ୍ର ବିଚାରଧାରା ବଜାୟ ରଖିବାକୁ ଚାହାନ୍ତି। ଏଭଳି ସମୟରେ ଆମେ ଏପରି ଏକ ବିରୋଧାଭାସୀ ଦୁନିଆରେ ରହୁଛୁ, ଯେଉଁଠି ଚାଇନା ବିରୋଧରେ ଅବଶିଷ୍ଟ ବିଶ୍ୱ ଏକାଠି ହେବା ଲାଗି ରଣନୈତିକ ଆବଶ୍ୟକତା ସେତେ ଅଧିକ ହୋଇପାରିନାହିଁ।
ଆଞ୍ଚଳିକ ବିବାଦ ସମାଧାନରେ ବୈଶ୍ୱିକ ମେଣ୍ଟ ଏବଂ ଜନମତର ମୂଲ୍ୟ ସବୁବେଳେ ଦୁଇଟି କାରଣ ପାଇଁ ସୀମିତ। ପ୍ରଥମ ହେଲା କେତେକ ବୃହତ୍‌ ଶକ୍ତି ଦ୍ୱାରା ପରିଚାଳିତ ଶସ୍ତା ଅପ୍ରତିସାମ୍ୟତା ବିକଳ୍ପକୁ ନିଷ୍କ୍ରିୟ କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟର ଉଦ୍ୟମ ନାହିଁ। ପାକିସ୍ତାନ ଏଭଳି କୌଶଳ ଅବଲମ୍ବନ କରୁଛି। ଦ୍ୱିତୀୟଟି ହେଲା ଭାରତ ପାଖରେ ଯଥେଷ୍ଟ ସାମରିକ ରହିଛି। ତେବେ ଏହାକୁ ଏକ ନିର୍ଦ୍ଦିଷ୍ଟ ସୀମା ବାହାରେ ବିଶ୍ୱର ସମର୍ଥନ ମିଳିବ ବୋଲି କୁହାଯାଇପାରିବ ନାହିଁ। ତେଣୁ ଏକଥା ମାନି ନେବାକୁ ହେବ ଯେ, ଭାରତ-ଚାଇନା ବିବାଦରେ ଅନ୍ୟ କୌଣସି ଦେଶ ଗମ୍ଭୀର ଭାବେ ମୁଣ୍ଡ ପୂରାଇବ ନାହିଁ। ଭାରତ ନିଜେ ହିଁ ଚାଇନା ଓ ପାକିସ୍ତାନକୁ ସମ୍ଭାଳିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?