ନିର୍ମାଣ ଶ୍ରମିକଙ୍କ ପ୍ରତି ଅବହେଳା

କେନ୍ଦ୍ରାପଡ଼ା ଅଫିସ,୨୫ା୧୧: ଶ୍ରମିକଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ସରକାରଙ୍କ ଯୋଜନା ପ୍ରଣୟନ ହୋଇଛି। ତାହାକୁ କାର୍ଯ୍ୟକାରୀ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସମେତ କର୍ମଚାରୀ ଅଛନ୍ତି। ହେଲେ ନିଜ ଦାୟିତ୍ୱ ପ୍ରତି ଅବହେଳା ଏହି ସରକାରୀ କର୍ମଚାରୀଙ୍କ ପାଇଁ ଏବେ ସଉକ ହୋଇଛି। ଫଳରେ ତୃଣମୂଳସ୍ତରରେ ସରକାରଙ୍କ ଯୋଜନା ପହଞ୍ଚତ୍ ପାରୁ ନ ଥିବା ଦର୍ଶାଇ କେନ୍ଦ୍ରାପଡ଼ା ଜିଲା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନିର୍ମାଣ ଶ୍ରମିକଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ପ୍ରତିବାଦ ସଭାରେ ଚେତାବନୀ ଦିଆଯିବା ସହିତ ଜିଲାପାଳଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ ସମ୍ପାଦକ ତଥା ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। ସଭାପତି କାମିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସେକ୍‌ ରିଆଉଦ୍ଦିନ, ବାହାଲି ଟୁଡୁ, କାର୍ତ୍ତିକ ବେହେରା, ନିତ୍ୟାନନ୍ଦ ସାମଲ, ପ୍ରଦୀପ୍ତ ସାମଲ, ସୁବାସ ସାମଲ, ବିଷ୍ଣୁଚରଣ ବାରିକ ପ୍ରମୁଖ ସାମିଲ ହୋଇ ଶ୍ରମିକଙ୍କୁ ଅଣଦେଖା କରୁଥିବା ସରକାରୀ କର୍ମଚାରୀଙ୍କୁ ସମାଲୋଚନା କରିଥିଲେ। ଏ ସମ୍ପର୍କରେ ଶ୍ରମିକ ନେତା ତ୍ରିପାଠୀ କହିଛନ୍ତି, କେନ୍ଦ୍ରାପଡ଼ା ଶ୍ରମ କାର୍ଯ୍ୟାଳୟର ମନମୁଖି କାର୍ଯ୍ୟ ଶ୍ରମିକ ଅଶାନ୍ତିର କାରଣ ହୋଇଛି। ପଞ୍ଜୀକରଣ ବ୍ୟବସ୍ଥାଠାରୁ ଆରମ୍ଭ କରି ସହାୟତା ରାଶି ପ୍ରଦାନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଉଛି। ମହିଳା ନିର୍ମାଣ ଶ୍ରମିକଙ୍କ ପାଇଁ ଥିବା ନିୟମକୁ କାର୍ଯ୍ୟ କ୍ଷେତ୍ରରେ ଲାଗୁ କରାଯାଉ ନ ଥିବା ଶ୍ରମ ବିଭାଗ ଜାଣିଥିଲେ ମଧ୍ୟ ତନଖି ବ୍ୟବସ୍ଥା ନାହିଁ। ଏ ନେଇ ୫ଟି ଦାବି ଉପସ୍ଥାପନ କରାଯାଇ ପ୍ରତିବାଦ ସଭା ହୋଇଛି। ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ଶ୍ରମ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ନିର୍ମାଣ ଶ୍ରମିକଙ୍କ ସମସ୍ୟାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଠୁ ପ୍ରଚାର ଆରମ୍ଭ କରିବେ ନବୀନ, ଏଥର ଯୋଡ଼ି ଶଙ୍ଖ ପ୍ରଚାର

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri