Posted inଜାତୀୟ

NEET ୟୁଜି ପେପର ଲିକ୍‌ ଘଟଣା ସତ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୦୮।୦୭: NEET ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍‌ କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପ୍ରଶ୍ନପତ୍ର ଲିକ୍‌ ହୋଇଛି । ପ୍ରଶ୍ନ ଏହା ଯେ ଏହାର ଚେର କେତେ ପର୍ଯ୍ୟନ୍ତ ଲମ଼୍ବିଛି । ପେପର ଲିକ୍‌ ହେବା ଏକ ସ଼୍ବୀକାର୍ଯ୍ୟ ତଥ୍ୟ । ଲିକ୍‌ର ପ୍ରକୃତ କାରଣ କଣ ସେ ନେଇ ତଦନ୍ତ ଚାଲିଛି । ଆପଣ କେବଳ ଏଥିପାଇଁ ପରୀକ୍ଷାକୁ ରଦ୍ଦ କରିପାରିବେ ନାହିଁ, କାରଣ ପେପର ଲିକ୍‌ରେ ମାତ୍ର ଦୁଇଜଣ ଛାତ୍ର ଜଡ଼ିତ ଥିଲେ । ତେଣୁ ଆମକୁ ଲିକ୍‌ର ପ୍ରକୃତ କାରଣକୁ ନେଇ ସାବଧାନ ରହିବା ଉଚିତ୍‌ । ପୁନର୍ବାର ପରୀକ୍ଷା ପାଇଁ ଆଦେଶ ଦେବା ପୂର୍ବରୁ ଲିକ୍‌ କେଉଁ ପର୍ଯ୍ୟନ୍ତ ଲମ଼୍ବିଛି ତାହା ଆମକୁ ଆଗେ ଜାଣିବାକୁ ପଡ଼ିବ । କାରଣ ଆମେ ୨୩ ଲକ୍ଷ ଛାତ୍ରୀଛାତ୍ରଙ୍କ ମାମଲାକୁ ଶୁଣୁଛୁ ।

ଏଥିସହିତ କେନ୍ଦ୍ର କେଉଁ କେଉଁ ଛାତ୍ରୀଛାତ୍ରଙ୍କୁ ପେପର ଲିକ୍‌ରେ ଫାଇଦା ମିଳିଛି ସେ ନେଇ ସୁପ୍ରିମ୍‌କୋର୍ଟ ଏନ୍‌ଟିଏ ଏବଂ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି । ଏଥିପାଇଁ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ନେଇ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ପଚାରିଛନ୍ତି । ଶୁଣାଣି ବେଳେ ସିବିଆଇକୁ ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି ସୁପ୍ରିମ୍‌କୋର୍ଟ । ଏହାଛଡ଼ା ସୁପ୍ରିମ୍‌କୋର୍ଟ ଜୁଲାଇ ୧୦ ତାରିଖ ସୁଦ୍ଧା ଏନ୍‌ଟିଏ, ସିବିଆଇ ଏବଂ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦାଖଲ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ଦାଖଲ ପରେ ଅର୍ଥାତ ଜୁଲାଇ ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

ସୂଚନା ଥାଉକି, ପ୍ରଶ୍ନପତ୍ର ଲିକ, ଅସାଧୁ ଉପାୟ ଅବଲମ୍ବନ ସମେତ ବିଭିନ୍ନ ଅନିୟମିତତାକୁ ନେଇ ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଥିବା ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷା ଏନଇଇଟି-ୟୁଜି ବାତିଲ ଓ ସାନି ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରି ସୁପ୍ରିମକୋର୍ଟରେ ୩୮ଟି ପିଟିଶନ ଦାଖଲ ହୋଇଛି । ତେବେ ବଡ଼ ଧରଣର ଅନିୟମିତତା ହୋଇଥିବାର ପ୍ରମାଣ ନ ଥିବାରୁ ପରୀକ୍ଷାକୁ ବାତିଲ କରାଗଲେ ଏହାର ଫଳ ଓଲଟା ହେବା ସହ ଲକ୍ଷ ଲକ୍ଷ ସଚ୍ଚୋଟ ପରୀକ୍ଷାର୍ଥୀ କ୍ଷତିଗ୍ରସ୍ତ ହେବେ ବୋଲି କେନ୍ଦ୍ର ସରକାର ଏବଂ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ସତ୍ୟପାଠ ଜରିଆରେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

୧୯୮୪ ଶିଖ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ଦେହାନ୍ତ, ଆଜୀବନ ସଜା କାଟୁଥିଲେ…

ନୂଆଦିଲ୍ଲୀ,୨୦।୮: ଗୁରୁବାର ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ ୮୦ ବର୍ଷୀୟ ପୂର୍ବତନ କଂଗ୍ରେସ ନେତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଡାକ୍ତର ମୃତ…

ବୀମା ନାହିଁ ତ ଗାଡ଼ିକୁ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର

ନୂଆଦିଲ୍ଲୀ,୨୦ା୮(ପି.ଟି.): କୌଣସି ଗାଡ଼ିର ବୈଧ ବୀମା ନ ଥିଲେ, ପେଟ୍ରୋଲ ପମ୍ପ୍‌ରେ ଉକ୍ତ ଗାଡ଼ିକୁ ତେଲ ବିକ୍ରି ନ କରିବା ପାଇଁ ଏକ ଯୋଜନା ପରୀକ୍ଷାମୂଳକ ଭାବେ…

ଚିନି ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍, ସରକାର ଅଶିକ୍ଷିତ….

ନୂଆଦିଲ୍ଲୀ,୨୦ା୮: ଦେଶରେ ଚିନି ଦର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ମାତ୍ର ୧୭ ଦିନ ମଧ୍ୟରେ ଚିନି କିଲୋପ୍ରତି ପ୍ରାୟ ୧୯ ଟଙ୍କା ମହଙ୍ଗା ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri