Posted inଜାତୀୟ

NEET ୟୁଜି ପେପର ଲିକ୍‌ ଘଟଣା ସତ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୦୮।୦୭: NEET ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍‌ କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପ୍ରଶ୍ନପତ୍ର ଲିକ୍‌ ହୋଇଛି । ପ୍ରଶ୍ନ ଏହା ଯେ ଏହାର ଚେର କେତେ ପର୍ଯ୍ୟନ୍ତ ଲମ଼୍ବିଛି । ପେପର ଲିକ୍‌ ହେବା ଏକ ସ଼୍ବୀକାର୍ଯ୍ୟ ତଥ୍ୟ । ଲିକ୍‌ର ପ୍ରକୃତ କାରଣ କଣ ସେ ନେଇ ତଦନ୍ତ ଚାଲିଛି । ଆପଣ କେବଳ ଏଥିପାଇଁ ପରୀକ୍ଷାକୁ ରଦ୍ଦ କରିପାରିବେ ନାହିଁ, କାରଣ ପେପର ଲିକ୍‌ରେ ମାତ୍ର ଦୁଇଜଣ ଛାତ୍ର ଜଡ଼ିତ ଥିଲେ । ତେଣୁ ଆମକୁ ଲିକ୍‌ର ପ୍ରକୃତ କାରଣକୁ ନେଇ ସାବଧାନ ରହିବା ଉଚିତ୍‌ । ପୁନର୍ବାର ପରୀକ୍ଷା ପାଇଁ ଆଦେଶ ଦେବା ପୂର୍ବରୁ ଲିକ୍‌ କେଉଁ ପର୍ଯ୍ୟନ୍ତ ଲମ଼୍ବିଛି ତାହା ଆମକୁ ଆଗେ ଜାଣିବାକୁ ପଡ଼ିବ । କାରଣ ଆମେ ୨୩ ଲକ୍ଷ ଛାତ୍ରୀଛାତ୍ରଙ୍କ ମାମଲାକୁ ଶୁଣୁଛୁ ।

ଏଥିସହିତ କେନ୍ଦ୍ର କେଉଁ କେଉଁ ଛାତ୍ରୀଛାତ୍ରଙ୍କୁ ପେପର ଲିକ୍‌ରେ ଫାଇଦା ମିଳିଛି ସେ ନେଇ ସୁପ୍ରିମ୍‌କୋର୍ଟ ଏନ୍‌ଟିଏ ଏବଂ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି । ଏଥିପାଇଁ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ନେଇ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ପଚାରିଛନ୍ତି । ଶୁଣାଣି ବେଳେ ସିବିଆଇକୁ ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି ସୁପ୍ରିମ୍‌କୋର୍ଟ । ଏହାଛଡ଼ା ସୁପ୍ରିମ୍‌କୋର୍ଟ ଜୁଲାଇ ୧୦ ତାରିଖ ସୁଦ୍ଧା ଏନ୍‌ଟିଏ, ସିବିଆଇ ଏବଂ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦାଖଲ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ଦାଖଲ ପରେ ଅର୍ଥାତ ଜୁଲାଇ ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

ସୂଚନା ଥାଉକି, ପ୍ରଶ୍ନପତ୍ର ଲିକ, ଅସାଧୁ ଉପାୟ ଅବଲମ୍ବନ ସମେତ ବିଭିନ୍ନ ଅନିୟମିତତାକୁ ନେଇ ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଥିବା ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷା ଏନଇଇଟି-ୟୁଜି ବାତିଲ ଓ ସାନି ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରି ସୁପ୍ରିମକୋର୍ଟରେ ୩୮ଟି ପିଟିଶନ ଦାଖଲ ହୋଇଛି । ତେବେ ବଡ଼ ଧରଣର ଅନିୟମିତତା ହୋଇଥିବାର ପ୍ରମାଣ ନ ଥିବାରୁ ପରୀକ୍ଷାକୁ ବାତିଲ କରାଗଲେ ଏହାର ଫଳ ଓଲଟା ହେବା ସହ ଲକ୍ଷ ଲକ୍ଷ ସଚ୍ଚୋଟ ପରୀକ୍ଷାର୍ଥୀ କ୍ଷତିଗ୍ରସ୍ତ ହେବେ ବୋଲି କେନ୍ଦ୍ର ସରକାର ଏବଂ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ସତ୍ୟପାଠ ଜରିଆରେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Pakistan: ପାକିସ୍ତାନ ମୁଣ୍ଡରେ ପଡିଲା ଚଡକ, ଯୁଦ୍ଧ ପାଇଁ ବାହାରିଲେ ଏସବୁ ଦେଶ!

ଇସଲାମବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ସରକାର ଦେଶ ବିରୋଧୀଙ୍କ ବିରୋଦ୍ଧରେ ସ୍ପାଏୱାୟାର ବ୍ୟବହାର ଭୁଲ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୪: ପେଗାସସ୍ ସ୍ପାଏୱାୟାର ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ସରକାର ଦେଶ ବିରୋଧୀ ତତ୍ତ୍ୱଙ୍କ ବିରୁଦ୍ଧରେ...

ପାକିସ୍ତାନରେ ହଇଚଇ: ଶେହବାଜ ମେଡିକାଲରେ ଭର୍ତ୍ତି, ପ୍ରେସକିପଶନରୁ ମିଳିଲା ସାଂଘାତିକ ତଥ୍ୟ!

ଇସଲାମାବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ଟ୍ରମ୍ପ ବିରୋଧୀ ମାର୍କ କାର୍ନିଙ୍କ ଜବରଦସ୍ତ ବିଜୟ: ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଲିବରାଲ ପାର୍ଟି ଜିତିବାରେ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ମାର୍କ କାର୍ନି ଅଭିନନ୍ଦନ ଜଣାଇଛନ୍ତି।...

Pahalgam Attack: ପୁଣି ଭାଇରାଲ ହେଲା ଆକ୍ରମଣର ଛାତିଥରା ଭିଡିଓ, ଦେଖିଲେ ଥରି ଉଠିବେ…

ନୂଆଦିଲ୍ଲୀ,୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଅଞ୍ଚଳରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଏକ ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ହରାଇଥିବା...

ମିଳିଗଲା ପାକିସ୍ତାନ ବିରୋଧରେ ଏକ ବଡ଼ ପ୍ରମାଣ: ଏବେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବ ଭାରତ

ନୂଆଦିଲ୍ଲୀ,୨୯।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଭାବରେ ଚିହ୍ନଟ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରେ...

ଅବୈଧ ବାଂଲାଦେଶୀଙ୍କ ଉପରେ ବଡ଼ ଆକ୍ସନ, ବସ୍ତିରେ ଚାଲିଲା ବୁଲଡୋଜର, ୮୦୦ ଗିରଫ

ଅହମଦାବାଦ,୨୯।୪: ପହଲଗାମ ଆକ୍ରମଣ ପରେ, ଅନେକ ରାଜ୍ୟର ପୋଲିସ ଅବୈଧ ଶରଣାର୍ଥୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ନିକଟରେ, ଗୁଜରାଟ ପୋଲିସ ସୁରଟ ଏବଂ...

ପିତା ପାକିସ୍ତାନୀ ମା’ ଭାରତୀୟ, ଏବେ ୯ ସନ୍ତାନ ଯିବେ କୁଆଡେ, ପୋଲିସ ମାଗିଲା…

ଭୋପାଳ,୨୯।୪: ପହଲଗାମ ଆକ୍ରମଣ ପରେ, ଭାରତ ସରକାର ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ, ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri