ଧରିତ୍ରୀରେ ଖବର ପ୍ରକାଶ ପରେ ଅସହାୟ ପରିବାରକୁ ଭେଟିଲେ ନୀଳମାଧବ ସିଂ ଦେଓ: ପ୍ରଦାନ କଲେ ସହାୟତା….

ରିଷିଡା, ୨୩।୬ (ସୁଶାନ୍ତ ମଲ୍ଲିକ): କିଛି ଦିନ ତଳେ ଧରିତ୍ରୀ ଖବରକାଗଜରେ ଏକ ଅସହାୟ ପରିବାରର ଦୁଃଖଦ ଅବସ୍ଥା ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା। କଳାହାଣ୍ଡି ଜିଲା  ନର୍ଲା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାଜପୁର ଗ୍ରାମର ବାସିନ୍ଦା ୮୦ ବର୍ଷୀୟ ସାହେବ ସାହୁଙ୍କ ପରିବାରର ଦୟନୀୟ ସ୍ଥିତି ସମ୍ପର୍କରେ ଏହି ଖବରରେ ଉଲ୍ଲେଖ ହୋଇଥିଲା। ଖବର ପ୍ରକାଶ ପାଇବା ପରେ ନର୍ଲା ବିଧାୟିକା ମନୋରମା ମହାନ୍ତି ରାଜପୁର ଗ୍ରାମକୁ ଯାଇ ପରିବାରକୁ ଭେଟି ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ସାହେବ ସାହୁଙ୍କ ଝିଅ ଓ ଜ୍ୱାଇଁ ତାଙ୍କ ସହ ରହୁଥିଲେ। କିନ୍ତୁ ଝିଅଙ୍କ ଅକାଳ ମୃତ୍ୟୁ ହେବାର କିଛି ମାସ ପରେ ଜ୍ୱାଇଁଙ୍କର ମଧ୍ୟ ପରଲୋକ ଘଟିଥିଲା। ଫଳରେ ସେମାନଙ୍କର ତିନିଜଣ ନାତୁଣୀଙ୍କ ଦାୟିତ୍ୱ ବର୍ତ୍ତମାନ ବୃଦ୍ଧ ଅଜା ସାହେବ ସାହୁଙ୍କ ଉପରେ ନ୍ୟସ୍ତ ହୋଇଛି। ବୟସର ଅପରାହହ୍ନ ମାସକୁ ମିଳୁଥିବା ମାତ୍ର ଏକ ହଜାର ଟଙ୍କା ଭତ୍ତାରେ ତିନି ନାତୁଣୀଙ୍କ ଭରଣପୋଷଣ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି।

ଏହି ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ମଙ୍ଗଳବାର ମଦନପୁର-ରାମପୁର ରାଜ ପରିବାରର ସଦସ୍ୟ ନୀଳମାଧବ ସିଂ ଦେଓ ରାଜପୁର ଗ୍ରାମକୁ ଯାଇ ସାହେବ ସାହୁଙ୍କ ପରିବାରକୁ ଭେଟିଥିଲେ। ସେ ତିନିଜଣ କୁନି ନାତୁଣୀଙ୍କ ସହ ସାକ୍ଷାତ କରି କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ମଝିଆ ଝିଅ ରାଖୀ ସାହୁଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ବହନ କରିବାର ଦାୟିତ୍ୱ ନେଇଥିଲେ।

ଏଥିସହ ସେ ପରିବାରକୁ ଆବାସ ଯୋଜନାରେ ଘର, ବୃଦ୍ଧ ସାହେବ ସାହୁଙ୍କ ଭତ୍ତା ଓ ନଳକୂପ ସୁବିଧା ଯୋଗାଇଦେବା ପାଇଁ କର୍ଲାମୁଣ୍ଡା ବିଡିଓଙ୍କ ସହ ଆଲୋଚନା କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ।

ସିଂ ଦେଓଙ୍କ ଏହି ଗସ୍ତ ସମୟରେ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିବା ସହ ବିଭିନ୍ନ ସମସ୍ୟା ଓ ଦାବି ତାଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଗ୍ରାମବାସୀଙ୍କ ଦାବି ଶୁଣି  ସିଂ ଦେଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇଦେବା ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ଅଧରାତିରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ବାବୁଲାଙ୍କ ଜୀବନ

ବୀରମହାରାଜପୁର,୯।୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୁମରକେଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri