ମାନସିକତାରେ ପରିବର୍ତ୍ତନ ଲୋଡ଼ା

ମନୁଷ୍ୟର ସାମାଜିକ ତତ୍ତ୍ୱ ସମ୍ପ୍ରତି ବିତର୍କତା ମଧ୍ୟକୁ ଠେଲି ହୋଇଯାଇଛି। ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ସେ ଯେଉଁ ଆତ୍ମଗରିମା ଟିକକ ଲାଭ କରିଥିଲା, ତାହା କେବଳ ମାତ୍ର ଏକ ବାଚନିକ ସୌଷ୍ଠବ ଓ ବାସ୍ତବିକତା ସମ୍ପୂର୍ଣ୍ଣ ଭିନ୍ନ। ମନୁଷ୍ୟକୁ ବାହ୍ୟ ଚକ୍ଷୁରେ ଦେଖି ତା’ର ସ୍ବଭାବ ଆକଳନ କରିବାର ସମୟ ଅତିକ୍ରାନ୍ତ ପ୍ରାୟ। ବାହ୍ୟ ଦୃଷ୍ଟିରେ ଗୁରୁଗମ୍ଭୀର ଓ ବୟସର ଛାପ ଅଙ୍ଗରାଜିରେ ପରିଦୃଷ୍ଟ ହେଉଥିଲେ ମଧ୍ୟ ସ୍ବଭାବ କିନ୍ତୁ କୁତ୍ସିତ ଆଦିମତାରେ ଭରପୂର। ବିଶ୍ୱାସ ଆଜି ସଂକଟାପନ୍ନ। ଯଦି ବିଶ୍ୱାସର ବିଲୁପ୍ତି ଘଟେ, ତେବେ ମାନବିକତା କେବଳ ଏକ ଅର୍ଥହୀନ ଶବ୍ଦ ମାତ୍ର। ମାନବିକତାର ଅବସାନ ଘଟିଲେ ମନୁଷ୍ୟ ଓ ପଶୁଙ୍କ ଭିତରେ କିଛି ପାର୍ଥକ୍ୟ ରହିବ ନାହିଁ। ସମାଜ ବିଶୃଙ୍ଖଳିତ, ବ୍ୟକ୍ତିର ବ୍ୟକ୍ତିତ୍ୱରେ କାଳିମା, ନାରୀର ଇଜ୍ଜତ ସଙ୍କଟାପନ୍ନ, ଶାସନ ନୀତିହୀନ, ପ୍ରଶାସନ ଦୁର୍ନୀତି କବଳିତ ଓ ନ୍ୟାୟ ବ୍ୟବସ୍ଥାର କଚ୍ଛପ ଗତି- ଏସବୁର ସମ୍ମିଶ୍ରଣ ସାମାଜିକ ସ୍ଥିତିକୁ କୀଟଦ୍ରଂଷ୍ଟ କରିଦେଇଛି। ଚିକିତ୍ସକ ରୋଗୀ ସେବା ଭଳି ପବିତ୍ର କର୍ତ୍ତବ୍ୟରୁ ଦୂରେଇ ଯାଇ ଅର୍ଥର ଦାସତ୍ୱ ଗ୍ରହଣ କରୁଛି। ବୃଦ୍ଧ ମାତାପିତା ଆତ୍ମଜଙ୍କ ଦ୍ୱାରା ଲାଞ୍ଛିତ ଓ ଉପେକ୍ଷିତ ହୋଇ ଶେଷଦିନର ଅବଗଣନା କରୁଛନ୍ତି। ମଣିଷ ନିଜେ ସୁଖରେ ରହିପାରୁଛି ନା ଅନ୍ୟର ସୁଖଜୀବନରେ ସହାୟକ ହେଉଛି। ସର୍ବତ୍ର ଏକ ଦୁଃସହ ବେଦନାର ଆଚ୍ଛାଦନ।
ଦୁର୍ନୀତି ଏକ ସଂକ୍ରାମକ ରୋଗର ରୂପ ନେଇସାରିଥିବା ବେଳେ ଯୌନ ଉଚ୍ଛୃଙ୍ଖଳତା ଆଉ ଏକ ଦୁରାରୋଗ୍ୟ ବ୍ୟାଧିର ରୂପ ନେଲାଣି। ବିକୃତ ଯୌନାଚାର ସମାଜର ସବୁ ସ୍ତରକୁ ବ୍ୟାପିଲାଣି। ଏଥିରୁ ଶିକ୍ଷକ, ପ୍ରଶାସକ, ନେତା, ଅଭିନେତା ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ କେହି ବି ମୁକ୍ତ ନୁହନ୍ତି। ଫିଲ୍ମ ଜଗତରେ କାଷ୍ଟିଂ କାଉଚ (ଅଭିନେତ୍ରୀ ସଜାଇବା ପାଇଁ ଯୌନ ଶୋଷଣ)ର ସ୍ବର କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ପ୍ରାଦେଶିକ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କାଷ୍ଟିଂକାଉଚର ଅରୁଚିକର ଖବର ପ୍ରସାରିତ ହେଉଛି। ଦୁଇବର୍ଷ ତଳେ ପ୍ରଖ୍ୟାତ ହଲିଉଡ୍‌ ପ୍ରଯୋଜକ ଓ୍ବିନଷ୍ଟିନଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ପ୍ରାୟ ୮୦ ଜଣ ଅଭିନେତ୍ରୀ। ଏଥିପାଇଁ ପ୍ରଯୋଜକ ନିଜ କମ୍ପାନୀରୁ ବହିଷ୍କୃତ ହୋଇଛନ୍ତି। ସେହିପରି ପ୍ରସିଦ୍ଧ ନିର୍ଦ୍ଦେଶକ ଜେମ୍‌ସ ଟବାକଙ୍କ ବିରୋଧରେ ଯୌନ ଉପତ୍ୀଡ଼ନର ଅଭିଯୋଗ ଆଣିଥିଲେ ୨୩୮ ମହିଳା। ୨୦୧୪ରେ ଆମେରିକାର ହାସ୍ୟାଭିନେତା ବିଲ୍‌ କସ୍‌ବି ମହିଳାମାନଙ୍କୁ ନିଶା ସେବନ କରାଇ ଅସଦାଚରଣ କରିଥିବାର ଅନେକ ଅଭିନେତ୍ରୀ ଅଭିଯୋଗ କରିଥିଲେ। ବଲିଉଡରେ ମଧ୍ୟ ଯୌନ ଶୋଷଣ ଏକ ସାଧାରଣ ଘଟଣା। ମହିଳାମାନେ ଅଧିକାଂଶ କ୍ଷେତ୍ରରେ ସମ୍ମାନହାନି ଭୟରେ ନିର୍ଯାତନାକୁ ସହିନିଅନ୍ତି। ତେଣୁ ସେମାନେ ପ୍ରାୟତଃ ନୀରବ ରହିବାକୁ ଶ୍ରେୟ ମଣନ୍ତି ବୋଲି ପ୍ରକାଶ କରିଛନ୍ତି ବିଶିଷ୍ଟ ସ୍ତମ୍ଭକାର ଆକାର ପଟେଲ। ଓଲିଉଡ୍‌ରେ ମଧ୍ୟ ଏପରି ଗୁଜରଣ ସୃଷ୍ଟି ହୋଇ ପୁଣି ଥମିଯାଏ।
ଶିକ୍ଷାଜଗତ ଯାହା ନୈତିକତାର ଶ୍ରେଷ୍ଠ ସୋପାନ ରୂପେ ଅଭିିହିତ ହୁଏ, ତାହା ମଧ୍ୟ ଯୌନ ବିଭୀଷିକାରୁ ମୁକ୍ତନୁହେଁ। ବିଦ୍ୟାଳୟ ସ୍ତରରେ ଶିକ୍ଷକ ଅପ୍ରାପ୍ତବୟସ୍କ ବାଳିକାଙ୍କୁ ଯୌନ ଶୋଷଣ କରିବା ବହୁଳ ମାତ୍ରାରେ ଶ୍ରୁତିଗୋଚର ହେଉଛି। ଗୁରୁ ହରାଇ ବସିଛି ଗାରିମାମୟ ଗୁରୁତ୍ୱ। ବିଭିନ୍ନ ନୃତ୍ୟଶାଳା (ଡ୍ୟାନ୍ସବାର)ରେ ଅପ୍ରାପ୍ତ ବୟସ୍କା ବାଳିକାମାନଙ୍କୁ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କୁ ପ୍ରଲୁବ୍ଧ କରାଯାଉଥିବାର ଖବର ପ୍ରସାରଣ ପରେ ଅବକାରୀ ଓ ପୋଲିସ ସଜାଗ ହୋଇ ଉଠିଛନ୍ତି। ସମ୍ପ୍ରତି ସଂସଦର ମୌସୁମୀ ଅଧିବେଶନର ଅନ୍ତିମ ଦିବସରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ଚିଠା ପ୍ରସ୍ତାବ ଆଗତ କରିଛନ୍ତି। ବିଲ୍‌ଟି ଆଇନରେ ପରିଣତ ହେଲେ ସେଥିରେ ନାବାଳିକା ବଳାତ୍କାରୀକୁ ମୃତ୍ୟୁଦଣ୍ଡ ଦିଆଯିବାର ପ୍ରାବଧାନ ରହିବ। ଅପରାଧୀକୁ ମୃତ୍ୟୁଦଣ୍ଡ ପ୍ରଦାନରେ କେହି ଦ୍ୱିମତ ପ୍ରକାଶ କରି ନ ପାରନ୍ତି। କିନ୍ତୁ ବଡ଼କଥା ହେଲା ଅପରାଧୀ ବିଚାରାଳୟରେ ପ୍ରମାଣିତ ହେବା ଦରକାର। ଏଠାରେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିଶୁକନ୍ୟାମାନେ ପୃଥିବୀରୂପକ ଉଦ୍ୟାନରେ ଗୋଟିଏ ଗୋଟିଏ ସୁଗନ୍ଧିତ ପୁଷ୍ପକଳିକା, ଯାହାଙ୍କୁ ସ୍ନେହ ଆଦରପୂର୍ବକ ସ୍ବଚ୍ଛନ୍ଦରେ ପ୍ରସ୍ଫୁଟିତ ହେବାକୁ ଦିଆଯିବା ଉଚିତ। କାମନ୍ଧତା ପରିହାର ପୂର୍ବକ ଏକ ସୁସ୍ଥ ମନରେ ବିଚାର କରିବାର ଆବଶ୍ୟକତା ରହିଛି ଯେ ସେମାନେ ଆମ ଅଲିଅଳି କନ୍ୟାରନତ୍ ସଦୃଶ। ପିତୃତ୍ୱର ମାପକାଠିରେ ସେମାନଙ୍କୁ ତଉଲ କରିବା ଆବଶ୍ୟକ। ଦିବ୍ୟ ଜନନୀ ଶ୍ରମା କହଛନ୍ତି, ‘ଯେଉଁ ମଣିଷ ବିବେକ ଦ୍ୱାରା ପରିଚାଳିତ ନ ହୋଇ ଆଉ କିଛି ଦ୍ୱାରା ଚାଳିତ ହୁଏ, ସେ ଅନ୍ୟ ପ୍ରାଣୀମାନଙ୍କ ଅପେକ୍ଷା ଏକ ନିକୃଷ୍ଟତର ଜନ୍ତୁରେ ପରିଣତ ହୁଏ। ଏପରି ଆଚରଣ କରୁଥିବା ବ୍ୟକ୍ତି କେବେ ବି ମଣିଷ ପଦବାଚ୍ୟ ନୁହେଁ। କୁହାଯାଏ ନିଶାସେବନ ଦ୍ୱାରା ବିବେକ ରହିତ ହୋଇ ଅନୁଚିତ କର୍ମଗୁଡ଼ିକୁ ଆଦରିନିଏ। ତେଣୁ ନିଶାସେବନଠାରୁ ଦୂରେଇ ରହିବା ସର୍ବାଦୌ ସମୀଚୀନ।
ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଆଗତ ‘ଭାରତୀୟ ନ୍ୟାୟ ସଂହିତା’ ନାମରେ ନାମିତ ବିଧେୟକଟି ଆଇନରେ ପରିଣତ ହେଲେ ନାବାଳିକା ନିର୍ଯାତନା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନର ଆଶା କରାଯାଉଛି। କିନ୍ତୁ ସମସ୍ୟା ହେଲା ନାବାଳିକା ଯୌନ ବିଭୀଷିକାର ଏକ ସିଂହଭାଗ ଆଇନ ସମ୍ମୁଖକୁ ଆସେ ନାହିଁ। ଲୋକଲଜ୍ଜା ଓ ଭବିଷ୍ୟତର ଏକ ଅରୁଚିକର ପରିସ୍ଥିତିରୁ ସୁରକ୍ଷା ଦେବାକୁ ଯାଇ ନାବାଳିକାର ପରିବାର ଉକ୍ତ ଘଟଣାକୁ ଚାପିଦିଅନ୍ତି। ଅନ୍ତଃସତ୍ତ୍ୱା ଭଳି ଉଦ୍‌ବେଗଜନକ ପରିସ୍ଥିତି ଉପୁଜିଲେ ସେମାନେ ପୋଲିସର ନଜରକୁ ଆଣିବାକୁ ବାଧ୍ୟ ହୁଅନ୍ତି। ଯଦି ବଳାତ୍କାରୀ ଅର୍ଥ, କ୍ଷମତା ଓ ପ୍ରତିପତ୍ତିଶାଳୀ ହୋଇଥାଏ, ତେବେ ତା’ ବିରୋଧରେ ସ୍ବର ଉତ୍ତୋଳନ କରିବା କଷ୍ଟସାଧ୍ୟ। ସରକାର, ସମାଜ, ପୋଲିସ ଓ ଆଇନ ରକ୍ଷକମାନେ ଉଦାସୀନତା ପରିହାର କରି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଲେ ଅପରାଧ ପ୍ରତି ଏକ ଭୟ ସଞ୍ଚାର ହେବ ଓ ଅପରାଧ ଯଥେଷ୍ଟ ହ୍ରାସ ପାଇବ। ମହାତ୍ମା ଗାନ୍ଧୀଙ୍କ ଉକ୍ତିରେ ସ୍ବାଧୀନତାର ଠିକ୍‌ ରୂପାୟନ ସେହିଦିନ ହେବ ଯେଉଁଦିନ ନାରୀଟିଏ ନିର୍ବିଘ୍ନରେ ନିଶାର୍ଦ୍ଧରେ ସ୍ବଚ୍ଛନ୍ଦରେ ରାଜରାସ୍ତାରେ ଗତି କରିପାରିବ। ଅନ୍ୟଥା ସ୍ବାଧୀନତାର ମୂଲ୍ୟ କିଛି ନାହିଁ।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତ୍‌ସିଂହପୁର
    ମୋ-୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?